ପଲଟି ମାରିଲେ ନବୀନ: ଦିନକ ଭିତରେ ବଦଳିଗଲା ମତ, ବଢୁଛି ଚର୍ଚ୍ଚା

ଭୁବନେଶ୍ୱର,୧୭ା୪(ସୁନିତ୍‌ ମିଶ୍ର):କେନ୍ଦ୍ର ସରକାର ଦେଶରେ ଲାଗୁ କରାଇବାକୁ ଚାହୁଁଥିବା ଜାତୀୟ ମହିଳା ସଂରକ୍ଷଣ ବିଲ୍‌ ଏବଂ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ୨୦୨୬କୁ ନେଇ ଓଡ଼ିଶାର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଦିନକ ଭିତରେ ମତ ବଦଳାଇଛନ୍ତି। ନବୀନ ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖି ମହିଳା ସଂରକ୍ଷଣ ବିଲ୍‌କୁ ତାଙ୍କ ଦଳ ସମର୍ଥନ କରୁଛି ବୋଲି କହିଥିଲେ। ଏହାସହ କେନ୍ଦ୍ର ସରକାର ଦେଶରେ ଲାଗୁ କରାଇବାକୁ ଚାହୁଁଥିବା ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ୨୦୨୬ ଦ୍ୱାରା ଯଦି ଓଡ଼ିଶାର କୌଣସି ରାଜନୈତିକ ଅଧିକାର କ୍ଷୁଣ୍ଣ ନ ହୁଏ ତେବେ ଏହାକୁ ସ୍ବାଗତ କରାଯିବ ବୋଲି କହିିଥିଲେ। ଏଥିଲାଗି ସ୍ବତନ୍ତ୍ର ଅଧିବେଶନ ଡକାଇବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ସେ ଅନୁରୋଧ କରିଥିଲେ। କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ନେଇ ଏକ ଚତୁର ଇଂରାଜୀ ଚିଠି ମାଧ୍ୟମରେ ‘ସାପ ମରିବନି କି ବାଡ଼ି ଭାଙ୍ଗିବନି’ ନ୍ୟାୟରେ ସମର୍ଥନ ଦେଇ ନବୀନ ଖସିଯିବେ ବୋଲି ଯାହା ଭାବିଥିଲେ, ସେଥିରେ ଧରା ପଡ଼ିଗଲା ଭଳି ମନେ ହେଉଛି। ଯେତେବେଳେ ସେ ବୁଝିଲେ ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ପାରିତ ହେଲେ ତାଙ୍କ ଆସନ ମଧ୍ୟ ଆଗକୁ ସୁରକ୍ଷିତ ରହିବନି ଏବଂ ବିଜେଡିର ଯେତିକି ଅସ୍ତିତ୍ୱ ଅଛି ତାହା ମଧ୍ୟ ରହିବା ସମ୍ଭାବନା କ୍ଷୀଣ ହେବ, ସେଥିଲାଗି ହୁଏତ ନବୀନ ତାଙ୍କ ମୋଡ଼ ବଦଳାଇଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତର ରାଜ୍ୟଗୁଡ଼ିକର ସାଧାରଣ ଲୋକମାନେ ଏହାକୁ ବିରୋଧ କରୁଥିବା ଲକ୍ଷ୍ୟ କରିବା ପରେ ନବୀନ ଓଡ଼ିଶାର ସବୁ ଏମ୍‌ପିଙ୍କୁ ଗୁରୁବାର ଚିଠି ଲେଖିଛନ୍ତି। ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ରାଜ୍ୟର ସ୍ବାର୍ଥ ଉପରେ ଆଞ୍ଚ ଆଣିପାରେ ବୋଲି ସେ ସାଂସଦମାନଙ୍କୁ କହିଛନ୍ତି।
ନବୀନ ତାଙ୍କ ଚିଠିରେ ଲେଖିଛନ୍ତି, କେବଳ ବିଜୁ ଜନତା ଦଳ(ବିଜେଡି)ର ସଭାପତି ବୋଲି ନୁହେଁ ଜଣେ ଓଡ଼ିଆ ଭାବେ କହିବାକୁ ଚାହେଁ, ୧୩୧ ତମ ସମ୍ବିଧାନ ସଂଶୋଧନ ହେଲେ ରାଜ୍ୟର ସ୍ବାର୍ଥ ଉପରେ ଆଞ୍ଚ ଆସିବ। ମହିଳାଙ୍କ ବିକାଶ ଓ ଉନ୍ନତିକୁ ବିଜେଡି ସବୁବେଳେ ସମର୍ଥନ କରେ। ଉଭୟ ପାର୍ଲାମେଣ୍ଟ ଏବଂ ବିଧାନସଭାରେ ମହିଳା ସଂରକ୍ଷଣ ଗୋଟିଏ ଭଲ ପଦକ୍ଷେପ। ତାଙ୍କ ବାପା ବିଜୁ ପଟ୍ଟନାୟକ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ମହିଳା ସଂରକ୍ଷଣ ବିଲ୍‌ ପ୍ରଥମେ ଲାଗୁ କରିଥିଲେ ବୋଲି ନବୀନ ଉଲ୍ଲେଖ କରିଛନ୍ତି। ସେ ଆହୁରି କହିଛନ୍ତି, ପରବର୍ତ୍ତୀ ସମୟରେ ବିଜେଡି ମଧ୍ୟ ମହିଳା ସଂରକ୍ଷଣ ବିଲ୍‌କୁ ସମର୍ଥନକରି ରାଜ୍ୟରେ ଆଗକୁ ନେଇଥିଲା। ୧୦୬ତମ ସମ୍ବିଧାନ ସଂଶୋଧନ ବିଲ୍‌ ୨୦୨୩, ଯାହା ମହିଳା ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ ଥିଲା (ଦ ନାରୀ ଶକ୍ତି ବନ୍ଦନା ଅଭିଯାନ)କୁ ବିଜେଡି ସମର୍ଥନ ଦେଇଥିଲା। ମାତ୍ର ବର୍ତ୍ତମାନ ୧୩୧ ତମ ସମ୍ବିଧାନ ସଂଶୋଧନ ବିଲ୍‌, ଯାହା କେନ୍ଦ୍ର ସରକାର ପାରିତ କରିବାକୁ ଚାହୁଁଛନ୍ତି, ତାହା ୧୦୬ତମ ସମ୍ବିଧାନ ସଂଶୋଧନ ବିଲ୍‌ ଠାରୁ ସମ୍ପୂର୍ଣ୍ଣ ଭିନ୍ନ। ତେଣୁ ଏହି ବିଲ୍‌କୁ ଗମ୍ଭୀରତାର ସହକାରେ ନେଇ ସମସ୍ତେ ଓଡ଼ିଶାର ସ୍ବାର୍ଥ ପାଇଁ ନିଜ ସ୍ବର ଉଠାଇବା ଦରକାର। ଏହି ବିଲ୍‌ ଯଦି ପାରିତ ହୁଏ, ତେବେ ଏହାଦ୍ୱାରା ଓଡ଼ିଶାର ଅଧିକାର ସୀମିତ ହୋଇଯିବ। ଲୋକ ସଭାରେ ମଧ୍ୟ ଓଡ଼ିଶାର ସ୍ବର କ୍ଷୀଣ ହେବାର ସମ୍ଭାବନା ସୃଷ୍ଟି ହେବ। ସମ୍ବିଧାନର ପ୍ରସ୍ତାବିତ ୧୩୧ତମ ସଂଶୋଧନ ବିଲ୍‌ ୨୦୨୬, ସୀମା ପୁନଃ ନିର୍ଦ୍ଧାରଣ ବିଲ୍‌ ଦ୍ୱାରା ଲୋକ ସଭା ଆସନ ସଂଖ୍ୟାରେ ବ୍ୟାପକ ପରିବର୍ତ୍ତନ ଘଟିବ। ଲୋକ ସଭା ସଦସ୍ୟ ସଂଖ୍ୟା ୫୪୩ରୁ ବୃଦ୍ଧି ପାଇ ୮୫୦ ହେବ। ଯଦି ଲୋକ ସଭାରେ ମୋଟ୍‌ ଆସନ ୮୫୦ ହୋଇଯିବ ଶତ ପ୍ରତିଶତ, ଓଡ଼ିଶାର ୨୧ ଲୋକ ସଭା ଆସନ ୨୯କୁ ବୃଦ୍ଧି ପାଇବା ସତ୍ତ୍ୱେ ମୋଟ୍‌ ପ୍ରତିଶତ ବର୍ତ୍ତମାନର ୩.୯%ରୁ ହ୍ରାସ ପାଇ ୩.୪ % ହୋଇଯିବ। ଏହାର ଅନେକ ଆର୍ଥିକ ଏବଂ ରାଜନୈତିକ ଗୁରୁତ୍ୱ ରହିଛି, ଯାହା ସାଧାରଣରେ ବୁଝାପଡୁ ନାହିଁ। ମହିଳା ସଂରକ୍ଷଣ ଏବଂ ସୀମା ପୁନଃ ନିର୍ଦ୍ଧାରଣ ଭିତରେ ଯେଉଁ ସଂଯୋଗ ରଖିବାକୁ ଚେଷ୍ଟା କରାଯାଇଛି, ତାହା କେବଳ ୨୦୨୬ ଜନଗଣନା ପରେ ସମ୍ଭବ। ସେହିପରି ଜନସଂଖ୍ୟା ନିୟନ୍ତ୍ରଣରେ ଓଡ଼ିଶା ଏକ ଆଗୁଆ ରାଜ୍ୟ। କେନ୍ଦ୍ର ସରକାର ଚାହୁଁଛନ୍ତି, ଯେଉଁ ରାଜ୍ୟରେ ଜନସଂଖ୍ୟା ଅଧିକ ସେଠାରେ ଲୋକ ସଭା ଆସନ ବଢ଼ାଇବେ, ଯାହା ଓଡ଼ିଶାକୁ କ୍ଷତି ପହଞ୍ଚାଇବ। ତେଣୁ ପାର୍ଲାମେଣ୍ଟର ଭିତରେ ଏବଂ ବାହାରେ ଏହି ବିଲ୍‌କୁ ନେଇ ସ୍ବର ଉଠାଇବା ଦରକାର, ଯେମିତି ଓଡ଼ିଶାର ସ୍ବାର୍ଥରେ କିଛି କ୍ଷତି ପହଞ୍ଚିବ ନାହିଁ ବୋଲି ନବୀନ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ସାମ୍ପ୍ରତିକ ଜନଗଣନା ଆରମ୍ଭ ହୋଇଗଲାଣି। ତାହାର ପ୍ରକୃତ ଚିତ୍ର ପ୍ରକାଶ ପାଇବା ପୂର୍ବରୁ ୨୦୧୧ ଜନଗଣନା ଉପରେ ଆଧାରକରି ଅଣାଯାଇଥିବା ବିଲ୍‌ର କୌଣସି ଯଥାର୍ଥତା ବୁଝାପଡୁ ନାହିଁ। ପର୍ଯ୍ୟବେକ୍ଷକମାନଙ୍କ କହିବାନୁଯାୟୀ, ଏହି ବିଲ୍‌ ଆଗତ ହେବାର ଉଦ୍ଦେଶ୍ୟ ମହିଳାଙ୍କୁ ପ୍ରାଧାନ୍ୟ ଦେବା ନୁହେଁ। ଅନ୍ତର୍ଜାତୀୟ ସମ୍ପର୍କରେ ଘୋର ବିଫଳତା ଏବଂ ନିକଟ ଭବିଷ୍ୟତରେ ମାଡ଼ି ଆସୁଥିବା ତୈଳ ସଙ୍କଟଠାରୁ ଦୃଷ୍ଟି ହଟାଇବା ହେଉଛି ମୁଖ୍ୟ ଲକ୍ଷ୍ୟ। ଏହାବ୍ୟତୀତ ୨ଟି ଅଣଭାଜପା ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମହିଳା ଭୋଟରଙ୍କ ଉପରେ ପ୍ରଭାବ ପକାଇବା ଅନ୍ୟ ଏକ ଉଦ୍ଦେଶ୍ୟ ହୋଇଥାଇପାରେ ବୋଲି କୁହାଯାଉଛି। ଏଭଳି ପରିସ୍ଥିତିରେ ନବୀନଙ୍କ ପଟ୍ଟ ପରିବର୍ତ୍ତନରୁ ବୁଝାପଡୁଛି, ପରିସ୍ଥିତି ସମ୍ପର୍କରେ ବିଜେଡି ନେତୃତ୍ୱ ସତର୍କ ହୋଇଗଲେଣି। ଏହି ସମ୍ବିଧାନ ସଂଶୋଧନ ବିଲ୍‌ଗୁଡିକ ଉପରେ ଦେଶବ୍ୟାପୀ ଅନେକ ପ୍ରଶ୍ନ ସୃଷ୍ଟି ହେଲାଣି। ଏଭଳି ଏକ ଗୋଳିଆ ପରିସ୍ଥିତିରେ ନିଜେ ଗୁରୁତ୍ୱ ହରାଇବେ ବୋଲି ଭାବି ନବୀନ ଏଭଳି ପଲଟି ମାରିଛନ୍ତି ବୋଲି କୁହାଯାଇପାରେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ହାରୁଥିବା ମ୍ୟାଚକୁ ଜିତାଇବା ପରେ ତିଳକ ବର୍ମାଙ୍କ ବଡ଼ ବୟାନ, ଖୁଲାସା କରି କହିଲେ- NZ ବିପକ୍ଷରେ ଆମର ଏମିତି ଥିଲା ପ୍ଲାନ୍‌

ନୂଆଦିଲ୍ଲୀ, ୨୫।୧୦: ଚେଜ କରିବା ସମୟରେ ୨୬ଟି ବଲରେ ୬ଟି ଚୌକା ଓ ୧ଟି ଛକା ସହ ଅପରାଜିତ ୫୧ ରନର ମ୍ୟାଚ ବିଜୟୀ ପାଳି ଖେଳିଥିଲେ…

IPL ୨୦୨୭ରେ ଖେଳିବେ କି ନାହିଁ ଧୋନୀ? ଶେଷରେ ଦେଲେ ବଡ଼ ବୟାନ, ପ୍ରଶଂସକ ଶୁଣିଲେ…

ନୂଆଦିଲ୍ଲୀ, ୨୫।୧୦: IPL ୨୦୨୭ରେ ଖେଳିବେ କି ନାହିଁ ଏମଏସ ଧୋନୀ? ନିଜେ ନେଇପାରୁନାହାନ୍ତି ନିଷ୍ପତ୍ତି। ଧୋନୀ କହିଛନ୍ତି ଯେ ଡିସେମ୍ବର ମାସ ପୂର୍ବରୁ ସେ ନିଜ…

ନମନ ଧୀର ଆସିବା ପରେ ଟିମ ଇଣ୍ଡିଆରୁ ବାଦ ପଡ଼ିପାରନ୍ତି ଏହି ୩ ଷ୍ଟାର୍‌ ଖେଳାଳି, ନାଁ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ, ୨୫।୧୦: ଟିମ ଇଣ୍ଡିଆକୁ ଏମିତି ଜଣେ ଫିନିଶର ମିଳିଯାଇଛନ୍ତି, ଯିଏ ଶେଷ ଓଭରଗୁଡ଼ିକରେ ନିଜ ଦମରେ ମ୍ୟାଚର ମୋଡ଼ ବଦଳାଇ ପାରିବେ। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ…

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?