ଦେବଗଡ଼ ଜିଲା ପାଇଁ ଗୌରବ: ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ସ୍ଥାନ ପାଇଲା ‘ପ୍ରଧାନପାଟ’ ବିଷୟବସ୍ତୁ

ଦେବଗଡ଼,୧୭।୪(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲାର ପ୍ରଧାନପାଟ ଜଳପ୍ରପାତ ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀଭାବେ ଓଡ଼ିଶା ତଥା ରାଜ୍ୟ ବାହାରେ ସୁପରିଚିତ ତଥା ପ୍ରସିଦ୍ଧ ଲାଭ କରିଛି। ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପଞ୍ଚମ ଶ୍ରେଣୀ ଭାଷା ମହକ ବହିରେ ପ୍ରଧାନପାଟ ସଂପର୍କିତ ବିଷୟବସ୍ତୁ ସ୍ଥାନ ପାଇଛି। ଯାହାକି ପ୍ରଧାନପାଟ ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡିହୋଇଯିବା ସହିତ ଜିଲା ପାଇଁ ଗୌରବ ଆଣିଦେଇଛି। ଉକ୍ତ ବିଷୟବସ୍ତୁରେ ପ୍ରଧାନପାଟ ଜଳପ୍ରପାତର ବିଶେଷତ୍ୱ ତଥା ବିଭିନ୍ନ ଲୋକକଥା ସଂପର୍କରେ ଛାତ୍ରୀଛାତ୍ରମାନଙ୍କ ଶିକ୍ଷଣୀୟ ସଂପର୍କରେ ବର୍ଣ୍ଣନା କରାଯାଇଛି। ସହରକୁ ଲାଗି ରହିଥିବା ଏହି ପାହାଡର ସୁଉଚ୍ଚରେ ସପ୍ତକୁଣ୍ଡ ମଧ୍ୟରୁ ବୋହି ଆସୁଛି ପ୍ରଧାନପାଟ ଜଳପ୍ରପାତର ଜଳସ୍ରୋତ। ତତ୍‌ସହିତ ପ୍ରଧାନପାଟ ପାଦଦେଶରେ ରହିଥିବା ‘ବସନ୍ତ ନିବାସ’ ଓ ‘ଲଳିତ ନିବାସ’ ନାମକ ଦୁଇଟି ରମଣୀୟ ଶେଳନିବାସ ସଂପର୍କରେ ମଧ୍ୟ ଉକ୍ତ ବିଷୟବସ୍ତୁରେ ସ୍ଥାନପାଇଛି। ଉକ୍ତ ଶେଳନିବାସରେ ରାଜା ବାସୁଦେବ ସୁଢଳଦେବ ଓ ରାଜା ସଚ୍ଚିତାନନନ୍ଦ ତ୍ରିଭୁବନ ଦେବଙ୍କ ସମୟରେ ରାଜ୍ୟର ବହୁ ବିଶିଷ୍ଟ କବି ଆସି ସାହିତ୍ୟ ଚର୍ଚ୍ଚା କରୁଥିଲେ। ଏବେ ବି ବହୁ ବିଶିଷ୍ଟ କବିଙ୍କ ଲେଖା ଆଜି ବି ବସନ୍ତ ନିବାସର କାନ୍ଥରେ ଖୋଦିତ ହୋଇ ରହିଛି। ଏହାସହିତ ମା’ ପଧାନୀ ବୁଢ଼ୀ ଦୈବୀ ଶକ୍ତିପୀଠ ଓ ଅନତିଦୂରରେ ପଞ୍ଚଖଣ୍ଡା, ଶକ୍ତିପୀଠ ଏବଂ ଭୁବନେଶ୍ବରରୁ କିପରି ପର୍ଯ୍ୟଟକମାନେ ଦେବଗଡରେ ପଂହଚି ପ୍ରଧାନପାଟ ଭ୍ରମଣ କରିପାରିବେ ସେ ସଂପର୍କରେ ଉଲ୍ଲେଖ କରାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସାବଧାନ! ଏଣିକି ସୋସିଆଲ ମିଡିଆରେ ଲୁଚାଇ ପାରିବେ ନାହିଁ ପରିଚୟ, ଧରିଦେବ AI, ଜାଣନ୍ତୁ କେମିତି

AI ବା (ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ) ଯୁଗରେ ସୋସିଆଲ ମିଡିଆରେ ନିଜର ପରିଚୟ ଲୁଚାଇବା ଏବେ କଷ୍ଟକର ହୋଇପଡୁଛି। ଯଦି ୟୁଜର୍ସମାନେ ଭାବନ୍ତି ଯେ, ସେମାନେ ସିକ୍ରେଟ୍‌ ଭାବରେ…

ବଡ଼ ନିଷ୍ପତି: ଯାଞ୍ଚ ହେବ ଡୋପ ଟେଷ୍ଟିଂ ଲାବୋରେଟୋରୀ

ନୂଆଦିଲ୍ଲୀ,୧୭ା୪: ଭାରତର ଜାତୀୟ ଡୋପ ଟେଷ୍ଟିଂ ଲାବୋରେଟୋରୀ (ଏନ୍‌ଡିଟିଏଲ୍‌)ର ପ୍ରଦର୍ଶନକୁ ଆଗାମୀ କିଛି ମାସରେ ମୂଲ୍ୟାଙ୍କନ କରାଯିବ। ନୂଆଦିଲ୍ଲୀରେ ବସିଥିବା ଗ୍ଲୋବାଲ ଆଣ୍ଟି-ଡୋପିଂ ଇଣ୍ଟେଲିଜେନ୍ସ ଆଣ୍ଡ୍‌ ଇନଭେଷ୍ଟିଗେଶନ…

ଏହି ଦିନ ଅନାବରଣ ହେବ ଭଗବାନ ପର୍ଶୁରାମଙ୍କ ପ୍ରତିମୂର୍ତ୍ତି: ଧାର୍ଯ୍ୟ ହେଲା ଦିନ, ସମୟ

ବଲାଙ୍ଗୀର, ୧୭।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ମହାସଭା ପକ୍ଷରୁ ଭଗବାନ ପର୍ଶୁରାମ ଜନ୍ମୋତ୍ସବ ଓ ପ୍ରତିମୂର୍ତ୍ତି ଅନାବରଣ କାର୍ଯ୍ୟକ୍ରମ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବ।…

Women Reservation Act 2023: ମହିଳା ସଂରକ୍ଷଣ ଆଇନ ସାରା ଦେଶରେ କାର୍ଯ୍ୟକାରୀ: ବିଜ୍ଞପ୍ତି ଜାରି କଲେ ସରକାର, କେବେ କାର୍ଯ୍ୟକାରୀ ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୭।୪: କେନ୍ଦ୍ର ଆଇନ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିଜ୍ଞପ୍ତି ଅନୁଯାୟୀ, ମହିଳା ସଂରକ୍ଷଣ ଆଇନ, 2023, ଗୁରୁବାର (ଏପ୍ରିଲ ୧୬) ଠାରୁ କାର୍ଯ୍ୟକାରୀ ହୋଇଛି, ଏବଂ…

ଜ୍ୱାଇଁଙ୍କୁ ଛୁରି ଭୁସି ହତ୍ୟା: ଶଳା-ଶଳା ଭାଉଜଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୧୭।୪ (ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ବଡ଼ବଜାର ଥାନା ଅନ୍ତର୍ଗତ ରେଡିକା ସାହିରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟି ଛୁରାମାଡ଼ରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି।…

ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନରେ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ, ୮ମୃତ

ଜାକର୍ତ୍ତା,୧୭।୪: ଇଣ୍ଡୋନେସିଆର ପଶ୍ଚିମ କାଲିମଣ୍ଟାନ ପ୍ରଦେଶରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଥିରେ ଥିବା ସମସ୍ତ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଉଦ୍ଧାରକାରୀ ଦଳ ବର୍ତ୍ତମାନ…

ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧଦିବସ ପାଳିତ: ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ପ୍ରଦାନ କଲେ ଦଳୀୟକର୍ମୀ

ପୁରୁଷୋତ୍ତମପୁର,୧୭।୪ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ଓ ବ୍ଲକ ବିଜୁ ଜନତା ଦଳ ତରଫରୁ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୯ ତମ…

ପ୍ରେମିକଙ୍କ ସହ OYOରେ ଥିଲେ ଝିଅ, ପୋଲିସକୁ ନେଇ ହଠାତ୍‌ ପହଞ୍ଚିଗଲେ ମାଆ, ତା’ପରେ… ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୧୭।୪: ଆପଣ ସୋସିଆଲ ମିଡିଆରେ ଅନେକ ଭିଡିଓ ଦେଖିଥିବେ। ଏଥର ଏକ ଭିଡିଓ ଦ୍ରୁତ ଗତିରେ ଭାଇରାଲ ହେଉଛି ଯେଉଁଥିରେ ଜଣେ ଯୁବତୀଙ୍କୁ ତାଙ୍କ ମାଆ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri