ବ୍ୟାଙ୍କ ସଟର ତାଡି ଲୁଟ ଉଦ୍ୟମ କରୁଥିଲେ ଦୁର୍ବୃତ୍ତ: ମାଡ଼ିବସିଲେ ଗ୍ରାମବାସୀ

ଭୋଗରାଇ, ୧୨l ୧( ପ୍ରଦୀପ ଦାସ ): ବ୍ୟାଙ୍କ ସଟର ତାଡି ଲୁଟ କରିବାକୁ ଉଦ୍ୟମ କରୁଥିବାବେଳେ ଧରିପକାଇଲେ ଗ୍ରାମବାସୀ। ରବିବାର ବିଳମ୍ବିତ ରାତିରେ ୩ ଜଣ ଲୁଟେରା ଲୁଟ କରିବାକୁ ଆସି ଜଣେ କାବୁ ହୋଇଥିଲାବେଳେ ୨ ଜଣ ଚମ୍ପଟ ମାରିଛନ୍ତି । କାବୁ ହୋଇଥିବା ଲୁଟେରା ଜଣକୁ ଉତ୍ତମ ମଧ୍ୟମ ଦେଇ ଥାନରେ ଜିମା ଦେଇଛନ୍ତି ଗ୍ରାମବାସୀ ।
ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ କମର୍ଦା ଥାନା ଅନ୍ତର୍ଗତ ନହରା ଛକରେ ଶାନ୍ତନୁ ଜେନାଙ୍କ ଜନସେବା କେନ୍ଦ୍ର ସହ ପିଏନବିର ଏକ ଶାଖା ବ୍ୟାଙ୍କ ରହିଛି। ଶାନ୍ତନୁ ଗତକାଲି ରାତି ୯ ସମୟରେ ଦୋକାନ ବନ୍ଦ କରି ଘରକୁ ଫେରିଥିଲା ବେଳେ ବିଳମ୍ବିତ ରାତିରେ ୩ ଜଣ ଲୁଟେରା ତାଙ୍କ ଶାଖା ସଟର ତାଡି ଭିତରକୁ ପ୍ରବେଶ କରିଥିଲେ। ଏହି ସମୟରେ ଗାଁର କିଛି ଲୋକେ ଦେଖି ସେମାନଂକୁ ଧରିବା ପାଇଁ ଚେଷ୍ଟା କରିଥିଲା ବେଳେ ୨ ଜଣ ଚମ୍ପଟ ମାରିଥିଲା ବେଳେ ଜଣେ ଧରା ପଡିଯାଇଥିଲେ। ଯୁବକ ଜଣକୁ ଗାଁ ଲୋକେ ଗଣ ଧୂଲେଇ ଦେଇ କମର୍ଦା ଥାନାରେ ଜିମା ଦେଇଛନ୍ତି।
ଏହି ଘଟଣାକୁ ନେଇ ଗାଁ ଲୋକେ ଜନସେବା ମୁଖ୍ୟ ଶାନ୍ତନୁଙ୍କୁ ଖବର ଦେବାପରେ ଶାନ୍ତନୁ ଘଟଣାସ୍ଥଳରେ ପହଞ୍ଚି ଚୋରି ହୋଇଥିବା ଜିନିଷକୁ ନେଇ କମର୍ଦ୍ଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଚଳାଇଛି l ଧରାପଡ଼ିଥିବା ଯୁବକ ଓଡିଶା ସୀମାନ୍ତ ପଶ୍ଚିମବଙ୍ଗ ପଶ୍ଚିମ ମେଦିନୀପୁର ଜିଲା ବୋଲି ଜଣାଯାଇଛି l

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରାମବାସୀଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଲେ ଅତିରିକ୍ତ ଏସ୍‌ପି, ସରପଞ୍ଚ କହିଲେ…

ବଲାଙ୍ଗୀର,୧୨ା୧(ସୁନିଲ କୁମାର ମହାନ୍ତି): ସଦର ଥାନା କୁଶମେଲ ପଞ୍ଚାୟତରୁ କିଛିଦିନ ତଳେ ଇଲେକ୍ଟ୍ରି ତାର ଚୋରି ହୋଇଥିଲା। ଲୋକେ ପୋଲିସକୁ ଖବର ଦେବାରୁ ସଦର ପୋଲିସ...

ପ୍ରଥମ ଥର ଟିମ ଇଣ୍ଡିଆରେ ସାମିଲ ହେଲେ ଏହି ୨୬ ବର୍ଷୀୟ ଖେଳାଳି, ତାଙ୍କ ଅଧିନାୟକତ୍ୱରେ ଖେଳିଛନ୍ତି କୋହଲି, ଜାଣନ୍ତୁ ସେ କିଏ…

ନୂଆଦିଲ୍ଲୀ,୧୨।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ଏକଦିବସୀୟ ସିରିଜରେ ୱାଶିଂଟନ ସୁନ୍ଦରଙ୍କ ରିପ୍ଲେସମେଣ୍ଟ ଖେଳାଳି ଭାବରେ ଆୟୁଷ ବଦୋନିଙ୍କୁ ସାମିଲ କରାଯାଇଛି। ଭଦୋଦରାରେ ଖେଳାଯାଇଥିବା ପ୍ରଥମ ଏକଦିବସୀୟରେ...

ଚୋରଙ୍କୁ ପଚରାଉଚରା ପରେ ଛାଡ଼ିଦେଲା ପୋଲିସ, ଗିରଫ ଦାବିରେ ତାତିଲେ ଲୋକେ

ବଲାଙ୍ଗୀର,୧୨ା୧(ସୁନିଲ କୁମାର ମହାନ୍ତି): ସଦର ଥାନା କୁଶମେଲ ପଞ୍ଚାୟତର ଇଲେକ୍ଟ୍ରି ତାର ଚୋରି ହୋଇଥିଲା। ଲୋକେ ପୋଲିସକୁ ଖବର ଦେଇବାରୁ ସଦର ପୋଲିସ ଚୋରମାନଙ୍କୁ ଥାନାକୁ...

ଇଣ୍ଡିଗୋ ବିମାନରେ ମାଡ଼ ହେଲା ପକ୍ଷୀ, ୨୧୬ ଯାତ୍ରୀଙ୍କୁ ପାଇଲଟ….

ନୂଆଦିଲ୍ଲୀ,୧୨ା୧: ରବିବାର ସନ୍ଧ୍ୟାରେ ବାରାଣସୀର ଲାଲ ବାହାଦୁର ଶାସ୍ତ୍ରୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋର ଏକ ବିମାନ ଏମରଜେନ୍ସି ଲ୍ୟାଣ୍ଡିଂ କରିଛି । ଗୋରଖପୁରରୁ ବେଙ୍ଗାଲୁରୁ ଯାଉଥିବା...

ବ୍ୟକ୍ତିଗତ ଭାବେ ଭୁବନେଶ୍ୱର କୋର୍ଟରେ ହାଜର ହେଲେନି ପୀୟୂଷ, ଓକିଲଙ୍କ ଜରିଆରେ…

ଭୁବନେଶ୍ୱର,୧୨।୧: ଯାତ୍ରା ଅଭିନେତା ପୀୟୂଷ ତ୍ରିପାଠୀଙ୍କୁ ମଞ୍ଚ ମନା ପ୍ରସଙ୍ଗ ଥମିବାର ନାଁ ଧରୁନାହିଁ। ଭୁବନେଶ୍ୱର କୋର୍ଟରେ ହାଜର ହେବାକୁ କୁହାଯାଇଥିବା ବେଳେ ଆଜି ପୀୟୂଷ...

ବସ୍‌-ବାଇକ୍‌ ଧକ୍କା, ଚାଲିଗଲା ଚାଳକଙ୍କ ଜୀବନ, ରାସ୍ତା ଉପରେ ମୃତଦେହ ରଖି…

ଗୁଣୁପୁର,୧୨ା୧(ସଙ୍କେତ ପାତ୍ର): ଗୁଣୁପୁର ବଂଶଧାରା ବ୍ରିଜ ନିକଟ ମୁଖ୍ୟ ରାସ୍ତା ଉପରେ ମୃତଦେହ ରଖି କ୍ଷତିପୂରଣ ଦାବିରେ ଲୋକେ ରାସ୍ତା ଅବରୋଧ କରିଛନ୍ତି। ଘଟଣାସ୍ଥଳରେ ଗୁଣୁପୁର...

‘ଯୁବଗୋଷ୍ଠୀଙ୍କ ବିକାଶ ହେଲେ ଦେଶର ବିକାଶ ସମ୍ଭବ’

ପୁରୁଷୋତ୍ତମପୁର,୧୨ା୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବିଚାର ବିଭାଗୀୟ ଅଦାଲତର ତାଲୁକ ଆଇନସେବା ପ୍ରାଧିକରଣ କମିଟି ପକ୍ଷରୁ ତାରାତାରିଣୀ କଲେଜ ପରିସରରେ ସୋମବାର ଜାତୀୟ ଯୁବଦିବସ...

ଭାରତ ଆସିବେ ଟ୍ରମ୍ପ! ବଡ଼ ଖୁଲାସା କଲେ ଆମେରିକୀୟ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୧୨।୧: ଭାରତରେ ନୂତନ ଆମେରିକୀୟ ରାଷ୍ଟ୍ରଦୂତ ସର୍ଜିଓ ଗୋର୍‌ ଦାୟିତ୍ୱ ଗ୍ରହଣ କରିବା ପରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ରାଷ୍ଟ୍ରପତି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri