ତଦନ୍ତ ଆଳରେ କାଳିଆ ସହାୟତା ପ୍ରଦାନରେ ବିଳମ୍ବ: ଚୂଡାନ୍ତ ରିପୋର୍ଟରେ ସ୍ବଚ୍ଛତା ନେଇ ପ୍ରଶ୍ନବାଚୀ

ରସୁଲପୁର,୮।୯(ଡି.ଏନ.ଏ.)- ସମୟ ଗଡି ଚାଲିଛି, ହେଲେ କାଳିଆ ଦ୍ୱନ୍ଦ୍ୱ ତୁଟୁନି। ତଦନ୍ତ ଆଳରେ ସରକାର ପ୍ରକୃତ ଚାଷୀଙ୍କ ଜମାଖାତାକୁ ଟଙ୍କା ଦେବେରେ ବିଳମ୍ବ କରୁଛନ୍ତି। ସରକାର ଏହି ଯୋଜନାରୁ ଅଯୋଗ୍ୟଙ୍କୁ ବାଛି ବାଦ୍‌ ଦେବା ଆଳରେ ମାସାଧିକ କାଳ ବିତିଗଲାଣି। ତଦନ୍ତ ଦାୟିତ୍ୱରେ ଥିବା ଅଧିକାରୀମାନେ ଯେନତେନ ଉପାୟରେ ରିପୋର୍ଟ ଦାଖଲ କରି କାମ ସାରିଦେଇଛନ୍ତି। ହେଲେ ରିପୋର୍ଟରେ ସ୍ବଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହା ସମଗ୍ର ରାଜ୍ୟର ସମସ୍ୟା ହୋଇଥିବାବେଳେ ଯାଜପୁର ଜିଲା ରସୁଲପୁର ବ୍ଲକ ଭଳି ଏକ କୃଷି ପ୍ରଧାନ ଅଞ୍ଚଳରେ ଅନେକ ଆବେଦନକାରୀ ସହାୟତା ପାଇବାକୁ ଅପେକ୍ଷା କରି ରହିଛନ୍ତି। ତଦନ୍ତବେଳେ ଅଯୋଗ୍ୟ ନୁହେଁ ବରଂ ଯୋଜନା ହଡ଼ପକାରୀଙ୍କୁ ଠାବ କରାଯାଇଛି। ମାତ୍ର ପ୍ରକୃତ ଚାଷୀଙ୍କୁ ଠାବ କରିବାରେ ଅଧିକାରୀ ବିଫଳ ହୋଇଥିବା କୁହାଯାଉଛି। ଏଥିପାଇଁ ଚାଷୀଙ୍କୁ ନେଇ ସରକାରଙ୍କ ଅସ୍ପଷ୍ଟ ନୀତିକୁ ଦାୟୀ କରାଯାଉଛି। ଏଭଳି ସ୍ଥିତିରେ ଯୋଜନା ସଫଳ ହେବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

୨୦୧୧ ଜନଗଣନା ଅନୁଯାୟୀ, ରସୁଲପୁର ବ୍ଲକରେ ୩୬,୮୯୩ ପରିବାର ରହିଛି। ହେଲେ ୨୦୧୯ରେ କାଳିଆ ଯୋଜନା ଆବେଦନକାରୀଙ୍କ ସଂଖ୍ୟା ୫୦ହଜାର ଛୁଇଁଥିଲା। ଗୋଟିଏ ପରିବାର ବାପା, ପୁଅ, ମା, ଝିଅ ପୃଥକ ପୃଥକ ଭାବେ ଆବେଦନ କରିବାରୁ ଏଭଳି ଘଟିଥିବା କୁହାଯାଉଛି। ଏହାଛଡ଼ା କାଳିଆ ଆବେଦନକାରୀ ଓ ଅଯୋଗ୍ୟ ହିତାଧିକାରୀଙ୍କୁ ନେଇ କୃଷି ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରାଯାଉ ନାହିଁ। ଏହି ବ୍ଲକ ପାଇଁ କାଳିଆ ଯୋଜନା ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ ତୁଷାରକାନ୍ତି ସେଠୀଙ୍କୁ ପଚାରିବାରୁ, ତଦନ୍ତ ଆଳ ଦେଖାଇ କୌଣସି ସ୍ପଷ୍ଟ ସୂଚନା ଦେବାକୁ ମନା କରିଦେଇଛନ୍ତି। ମାତ୍ର କାଳିଆ ତାଲିକାରେ ବିଶେଷ କିଛି ପରିବର୍ତ୍ତନ ଘଟିବ ନାହିଁ ବୋଲି କହିଛନ୍ତି। କେବଳ କମ୍‌ ବୟସର ପିଲା, ମୃତବ୍ୟକ୍ତି, ସରକାରୀ ଚାକିରିଆ ଆଦିଙ୍କୁ ବାଦ୍‌ ଦେଲେ ସମସ୍ତଙ୍କୁ ଯୋଗ୍ୟ କରିଦିଆଯାଇଛି ବୋଲି କହିଛନ୍ତି। ପୂର୍ବରୁ କାଳିଆ ଟଙ୍କା ପାଇଥିବା ପରିବାର ମଧ୍ୟରୁ ୧୩୯୨ ହିତାଧିକାରୀ ଚିହ୍ନଟ କରାଯାଇଛି ବୋଲି କୁହାଯାଉଛି। ହେଲେ ସେମାନଙ୍କ ମଧ୍ୟରୁ କେତେଜଣ ଟଙ୍କା ଫେରାଇଲେଣି ତାହା ଏବେ ବି ଅସ୍ପଷ୍ଟ। ଏହାଛଡା ଗୋଟିଏ ପରିବାରରୁ ଏକାଧିକ ବ୍ୟକ୍ତି ଯୋଜନାରେ ସାମିଲ ହୋଇଥିଲେ। ଫଳରେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ସମୟ ମଧ୍ୟରେ ତଦନ୍ତ ସରି ନ ଥିଲା। ପୁଣି ସରକାର ତଦନ୍ତ ଅବଧିକୁ ବଢାଇଥିଲେ। ଅଗଷ୍ଟ ୨୭ରେ ପ୍ରତ୍ୟେକ ବ୍ଲକରୁ ତଦନ୍ତ ରିପୋର୍ଟ ଜିଲାକୁ ପ୍ରଦାନ କରାଯିବ ଓ ପରେ ୨୯ରେ ଜିଲାରୁ ରାଜ୍ୟକୁ ପଠାଯିବ। ଅଗଷ୍ଟ ୩୧ ସୁଦ୍ଧା ଏ ନେଇ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ବୋଲି ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ନିର୍ଦ୍ଧାରିତ ସମୟରେ ତଦନ୍ତ ରିପୋର୍ଟ ଦାଖଲ କରାଯାଇ ନ ଥିଲା। ଉପରିସ୍ଥ ଅଧିକାରୀଙ୍କ କଡା ନିର୍ଦ୍ଦେଶ ପରେ ଗତ ୧ ତାରିଖରେ ତରବରିଆ ଭାବେ ରିପୋର୍ଟ ଦାଖଲ କରାଯାଇଛି ବୋଲି ସୂଚନା ମିଳୁଛି। ଏହି ଯୋଜନାକୁ ନେଇ ନୋଡାଲ ଅଧିକାରୀ ମୁହଁ ଖୋଲିବାକୁ ନାରାଜ। ବିଡିଓ ଉମାକାନ୍ତ ପରିଡାଙ୍କୁ ପଚାରିବାରୁ, ସେ କେବଳ ରିପୋର୍ଟରେ ଦସ୍ତଖତ କରିଛନ୍ତି। ମାତ୍ର ତଦନ୍ତ ଅଧିକାରୀଙ୍କ ନିକଟରେ ତଥ୍ୟ ଅଛି ବୋଲି ସୂଚନା ଦେଇଛନ୍ତି। ଅଧିକାରୀମାନେ ଏ ସମ୍ପର୍କିତ ତଥ୍ୟ ଲୁଚାଇବାକୁ ପ୍ରୟାସ କରୁଥିବା କୁହାଯାଉଛି। କାଳିଆ ଯୋଜନାର ଚୁଡାନ୍ତ ତାଲିକାରେ ସ୍ଥାନ ପାଇଥିବା ହିତାଧିକାରୀଙ୍କ ନାମ ପଞ୍ଚାୟତସ୍ତରରେ ପ୍ରକାଶ କରିବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

୮ ବିଧାନସଭା, ୨ ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ: ଜାଣନ୍ତୁ କାହାକୁ ମିଳିଲା କେଉଁଠୁ ଟିକେଟ୍‌

ଭୁବନେଶ୍ୱର,୨୮।୪: କଂଗ୍ରେସ ପକ୍ଷରୁ ରବିବାର ୨ ଲୋକ ସଭା ଏବଂ ୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ୨ଟି ବିଧାସଭା ଆସନରେ ପ୍ରାର୍ଥୀ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ଅସହ୍ୟ ହେଲାଣି ତାତି:୪୩ ଉପରେ ୧୨ ସହର ତାପମାତ୍ରା

ଭୁବନେଶ୍ୱର, ୨୮।୪(ଅସମାପିକା ସାହୁ)- ରାଜ୍ୟରେ ଅସମ୍ଭାଳ ହେଲାଣି ତାତି। ଘର ବାହାରକୁ ବାହାରିବା ତ’ ଦୂର, ଘର ଭିତରେ ବି ଆଉ ରହିବା ମୁସ୍କିଲ ହୋଇଗଲାଣି।...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri