Posted inଜାତୀୟ

ହାତକୁ ଦି’ ହାତ ହେଲେ IIT ବାବା: ଜାଣନ୍ତୁ କାହାକୁ ବାଛିଲେ ଜୀବନସାଥୀ

ଧର୍ମଶାଳା,୬।୪: ପ୍ରୟାଗରାଜ ମହାକୁମ୍ଭ ସମୟରେ ନିଜର ଅନନ୍ୟ ଶୈଳୀ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ପାଇଁ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଆଇଆଇଟିଏନ ବାବା ଓରଫ୍‌ ଅଭୟ ସିଂହ ପୁଣି ଚର୍ଚ୍ଚାରେ ଅଛନ୍ତି। ଏଥର କାରଣ ହେଉଛି ତାଙ୍କ ବିବାହ। ଦୀର୍ଘ ଦିନ ପରେ ଅଭୟଙ୍କୁ ସୋମବାର ହରିୟାଣାର ଝାଜ୍ଜରରେ ତାଙ୍କ ସ୍ତ୍ରୀଙ୍କ ସହ ଦେଖିବାକୁ ମିଳିଥିଲା। ଏହି ଦମ୍ପତି ଗତ ଫେବୃଆରୀ ୧୫ ରେ ମହାଶିବରାତ୍ରିର ପବିତ୍ର ଅବସରରେ ହିମାଚଳ ପ୍ରଦେଶର ଆଘନଝର ମହାଦେବ ମନ୍ଦିରରେ ବିବାହ କରିଥିଲେ। ଏହା ପରେ ଫେବୃଆରୀ ୧୯ରେ ଏକ କୋର୍ଟ ମ୍ୟାରେଜ୍‌ କରିଥିଲେ। ଏବେ ସେ ବିବାହ କରିଥିବା ନେଇ ସୂଚନା ଦେଇଛନ୍ତି।

ଅଭୟ କହିଛନ୍ତି, ସେ ଏବଂ ତାଙ୍କ ପତ୍ନୀ ସେମାନଙ୍କର ନୂତନ ଜୀବନରେ ଅତ୍ୟନ୍ତ ଖୁସି ଏବଂ ବର୍ତ୍ତମାନ ସରଳ ଜୀବନ ବିତାଉଛନ୍ତି। ତାଙ୍କ ସ୍ତ୍ରୀ ପ୍ରତୀକା ମୂଳତଃ କର୍ନାଟକର ଏବଂ ପେଶାରେ ଜଣେ ଇଞ୍ଜିନିୟର ମଧ୍ୟ। ବିବାହ ପରେ ଏହି ଦମ୍ପତି ବର୍ତ୍ତମାନ ହିମାଚଳ ପ୍ରଦେଶର ଧର୍ମଶାଳାରେ ରହୁଛନ୍ତି। ସୋମବାର ଉଭୟ ପରିବାର ଏବଂ ମାତାପିତାଙ୍କୁ ଭେଟିବା ପାଇଁ ଝାଜ୍ଜର ଗସ୍ତ କରିଥିଲେ।

ଗେରୁଆ ବସ୍ତ୍ର ପିନ୍ଧି ଅଭୟ ତାଙ୍କ ପିତାଙ୍କ ଚାମ୍ବରକୁ ଯାଇଥିଲେ। ସେଠାରେ ସେ ପୁରୁଣା ସମୟର ସ୍ମୃତିଚାରଣ କରିଥିଲେ। ଆଧ୍ୟାତ୍ମିକତା ଆଡ଼କୁ ମୁହାଁଇବା ପୂର୍ବରୁ, ସେ ପ୍ରାୟତଃ ତାଙ୍କ ପିତାଙ୍କ ଚାମ୍ବରରେ ବସି ପାଠ ପଢୁଥିଲେ। ଜୀବନର ପ୍ରକୃତ ଅର୍ଥ ପାଇଁ ତାଙ୍କର ସନ୍ଧାନ ତାଙ୍କୁ ଶେଷରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଜଗତରୁ ଆଧ୍ୟାତ୍ମିକତା ପଥ ଆଡକୁ ନେଇଥିଲା।

ପ୍ରତୀକା ଅଭୟଙ୍କୁ ଜଣେ ଅତ୍ୟନ୍ତ ସରଳ, ସଚ୍ଚୋଟ ଏବଂ ପ୍ରକୃତ ମଣିଷ ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଆମେ ପ୍ରାୟ ଏକ ବର୍ଷ ପୂର୍ବରୁ ପ୍ରଥମ ଥର ପାଇଁ ସାକ୍ଷାତ କରିଥିଲୁ। ଏହାପରେ ବିବାହ ନିଷ୍ପତ୍ତି ନେଇଥିଲୁ। ଆଗକୁ ବଢ଼ି ଆମେ ସନାତନ ଧର୍ମ ଏବଂ ଆଧ୍ୟାତ୍ମିକତାର ନୀତିକୁ ପ୍ରୋତ୍ସାହିତ କରିବା ପାଇଁ ଏକାଠି କାମ କରିବୁ। ଭବିଷ୍ୟତରେ ଏକ ‘ସନାତନ ବିଶ୍ୱବିଦ୍ୟାଳୟ’ ପ୍ରତିଷ୍ଠା କରିବା ପାଇଁ ଯୋଜନା ଥିବା ମଧ୍ୟ କହିଛନ୍ତି।
ଅଭୟ ମୂଳତଃ ଝାଜ୍ଜରର ସାସରୋଲି ଗ୍ରାମର ବାସିନ୍ଦା। ତାଙ୍କ ପିତା କରଣ ସିଂହ ପେଶାରେ ଜଣେ ଓକିଲ ଏବଂ ଝାଜ୍ଜର ବାର ଆସୋସିଏସନର ପୂର୍ବତନ ସଭାପତି। ଅଭୟ ଆଇଆଇଟି ବମ୍ବେରେ ଏରୋସ୍ପେସ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ ଏବଂ ପରେ କାନାଡାର ଏକ ଏରୋସ୍ପେସ କମ୍ପାନୀରେ କାମ କରିଥିଲେ। ରିପୋର୍ଟ ଅନୁଯାୟୀ ସେ ସେଠାରେ ପ୍ରାୟ ୩ ଲକ୍ଷ ଟଙ୍କା ମାସିକ ଦରମାରେ ଚାକିରି କରୁଥିଲେ। କିନ୍ତୁ ସେ ଶେଷରେ ଆଧ୍ୟାତ୍ମିକ ପଥ ଗ୍ରହଣ କରିବା ପାଇଁ ସବୁକିଛି ତ୍ୟାଗ କରିଥିଲେ। ୨୦୨୫ ମହାକୁମ୍ଭରେ ଜଣେ ସାଧୁ ବେଶରେ ଉପସ୍ଥିତ ହେବା ପରେ ଅଭୟ ସୋସିଆଲ ମିଡିଆ ଏବଂ ନ୍ୟୁଜ ଚ୍ୟାନେଲଗୁଡ଼ିକରେ ଭାଇରାଲ ହୋଇଥିଲେ। ଜଣେ ସଫଳ ଇଞ୍ଜିନିୟରରୁ ଆଧ୍ୟାତ୍ମିକ ସାଧକ ହେବା ପର୍ଯ୍ୟନ୍ତ ତାଙ୍କ ଯାତ୍ରାର କାହାଣୀ ଦେଶ ଏବଂ ବିଦେଶରେ ଆଲୋଚନାର ବିଷୟ ପାଲଟିଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

‘ନିଜ ମାତୃଭାଷା ଯେତେ ଆଗକୁ ଯିବ ସେ ଅଞ୍ଚଳ ସେତେ ଆଗକୁ ବଢ଼ିବ’

ଭଞ୍ଜନଗର,୧୧ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଓଡ଼ିଆ ପକ୍ଷ ଅବସରରେ ଶନିବାର ଭଞ୍ଜ ସାହିତ୍ୟ ଉପରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ…

ସରକାରୀ ଯୋଜନାରେ ଲକ୍ଷପତି ହେଲେ ୨ ଭାଇ: ସମାଜ ପାଇଁ ଉଦାହରଣ

ଲଖନପୁର,୧୧ା୪(ଗୌତମ ସାହୁ):ବର୍ତ୍ତମାନ ସମୟରେ ଯୁବପିଢ଼ି ଉଚ୍ଚଶିକ୍ଷା ଗ୍ରହଣ କରି ସରକାରୀ ଚାକିରି ପାଇବା ଆଶାରେ ନିଜ ବୟସ ଗଡ଼ାଇ ଚାଲିଛନ୍ତି। ସେହିପରି ଆଉକିଛି ଯୁବପିଢ଼ି ସ୍ବଳ୍ପ ସମୟରେ…

ଅଫିସରେ କାମ କରୁଥିବାବେଳେ ଟଳିପଡ଼ିଲେ DFO, ଆହୁରି ବର୍ଷେ ଥିଲା ଚାକିରି

ଚାନ୍ଦବାଲି,୧୧ା୪(ଅଶୋକ ପଣ୍ଡା): ଚାନ୍ଦବାଲିରେ କର୍ତ୍ତବ୍ୟରତ ଭଦ୍ରକ ବନ୍ୟପ୍ରାଣୀ ବନଖଣ୍ଡ ଅଧିକାରୀ(DFO) ସୌଭାଗ୍ୟ କୁମାର ସାହୁଙ୍କ ମୃତ୍ୟୁ ଘଟିଛି। ଶନିବାର ପୂର୍ବାହ୍ନ ୧୧ ଟାରେ ସେ ଛାତିରେ ଯନ୍ତ୍ରଣା…

୩ ଘଣ୍ଟା କହି ୭ ଘଣ୍ଟା କାଟିଲେଣି: ବିଦ୍ୟୁତ ସେବା ନ ପାଇ ଲୋକେ ହଟହଟା

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଟା ପାୱାର ପକ୍ଷରୁ ଶନିବାର ବିଦ୍ୟୁତ ମରାମତି ପାଇଁ ସକାଳ ୮ ଟା ରୁ ପୁର୍ବାହ୍ନ ୧୧ ଟା ପର୍ଯ୍ୟନ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri