Posted inଜାତୀୟ

ହାତକୁ ଦି’ ହାତ ହେଲେ IIT ବାବା: ଜାଣନ୍ତୁ କାହାକୁ ବାଛିଲେ ଜୀବନସାଥୀ

ଧର୍ମଶାଳା,୬।୪: ପ୍ରୟାଗରାଜ ମହାକୁମ୍ଭ ସମୟରେ ନିଜର ଅନନ୍ୟ ଶୈଳୀ ଏବଂ ଆଧ୍ୟାତ୍ମିକ ବ୍ୟକ୍ତିତ୍ୱ ପାଇଁ ଜାତୀୟ ସ୍ତରରେ ପ୍ରସିଦ୍ଧି ଲାଭ କରିଥିବା ଆଇଆଇଟିଏନ ବାବା ଓରଫ୍‌ ଅଭୟ ସିଂହ ପୁଣି ଚର୍ଚ୍ଚାରେ ଅଛନ୍ତି। ଏଥର କାରଣ ହେଉଛି ତାଙ୍କ ବିବାହ। ଦୀର୍ଘ ଦିନ ପରେ ଅଭୟଙ୍କୁ ସୋମବାର ହରିୟାଣାର ଝାଜ୍ଜରରେ ତାଙ୍କ ସ୍ତ୍ରୀଙ୍କ ସହ ଦେଖିବାକୁ ମିଳିଥିଲା। ଏହି ଦମ୍ପତି ଗତ ଫେବୃଆରୀ ୧୫ ରେ ମହାଶିବରାତ୍ରିର ପବିତ୍ର ଅବସରରେ ହିମାଚଳ ପ୍ରଦେଶର ଆଘନଝର ମହାଦେବ ମନ୍ଦିରରେ ବିବାହ କରିଥିଲେ। ଏହା ପରେ ଫେବୃଆରୀ ୧୯ରେ ଏକ କୋର୍ଟ ମ୍ୟାରେଜ୍‌ କରିଥିଲେ। ଏବେ ସେ ବିବାହ କରିଥିବା ନେଇ ସୂଚନା ଦେଇଛନ୍ତି।

ଅଭୟ କହିଛନ୍ତି, ସେ ଏବଂ ତାଙ୍କ ପତ୍ନୀ ସେମାନଙ୍କର ନୂତନ ଜୀବନରେ ଅତ୍ୟନ୍ତ ଖୁସି ଏବଂ ବର୍ତ୍ତମାନ ସରଳ ଜୀବନ ବିତାଉଛନ୍ତି। ତାଙ୍କ ସ୍ତ୍ରୀ ପ୍ରତୀକା ମୂଳତଃ କର୍ନାଟକର ଏବଂ ପେଶାରେ ଜଣେ ଇଞ୍ଜିନିୟର ମଧ୍ୟ। ବିବାହ ପରେ ଏହି ଦମ୍ପତି ବର୍ତ୍ତମାନ ହିମାଚଳ ପ୍ରଦେଶର ଧର୍ମଶାଳାରେ ରହୁଛନ୍ତି। ସୋମବାର ଉଭୟ ପରିବାର ଏବଂ ମାତାପିତାଙ୍କୁ ଭେଟିବା ପାଇଁ ଝାଜ୍ଜର ଗସ୍ତ କରିଥିଲେ।

ଗେରୁଆ ବସ୍ତ୍ର ପିନ୍ଧି ଅଭୟ ତାଙ୍କ ପିତାଙ୍କ ଚାମ୍ବରକୁ ଯାଇଥିଲେ। ସେଠାରେ ସେ ପୁରୁଣା ସମୟର ସ୍ମୃତିଚାରଣ କରିଥିଲେ। ଆଧ୍ୟାତ୍ମିକତା ଆଡ଼କୁ ମୁହାଁଇବା ପୂର୍ବରୁ, ସେ ପ୍ରାୟତଃ ତାଙ୍କ ପିତାଙ୍କ ଚାମ୍ବରରେ ବସି ପାଠ ପଢୁଥିଲେ। ଜୀବନର ପ୍ରକୃତ ଅର୍ଥ ପାଇଁ ତାଙ୍କର ସନ୍ଧାନ ତାଙ୍କୁ ଶେଷରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଜଗତରୁ ଆଧ୍ୟାତ୍ମିକତା ପଥ ଆଡକୁ ନେଇଥିଲା।

ପ୍ରତୀକା ଅଭୟଙ୍କୁ ଜଣେ ଅତ୍ୟନ୍ତ ସରଳ, ସଚ୍ଚୋଟ ଏବଂ ପ୍ରକୃତ ମଣିଷ ଭାବରେ ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି, ଆମେ ପ୍ରାୟ ଏକ ବର୍ଷ ପୂର୍ବରୁ ପ୍ରଥମ ଥର ପାଇଁ ସାକ୍ଷାତ କରିଥିଲୁ। ଏହାପରେ ବିବାହ ନିଷ୍ପତ୍ତି ନେଇଥିଲୁ। ଆଗକୁ ବଢ଼ି ଆମେ ସନାତନ ଧର୍ମ ଏବଂ ଆଧ୍ୟାତ୍ମିକତାର ନୀତିକୁ ପ୍ରୋତ୍ସାହିତ କରିବା ପାଇଁ ଏକାଠି କାମ କରିବୁ। ଭବିଷ୍ୟତରେ ଏକ ‘ସନାତନ ବିଶ୍ୱବିଦ୍ୟାଳୟ’ ପ୍ରତିଷ୍ଠା କରିବା ପାଇଁ ଯୋଜନା ଥିବା ମଧ୍ୟ କହିଛନ୍ତି।
ଅଭୟ ମୂଳତଃ ଝାଜ୍ଜରର ସାସରୋଲି ଗ୍ରାମର ବାସିନ୍ଦା। ତାଙ୍କ ପିତା କରଣ ସିଂହ ପେଶାରେ ଜଣେ ଓକିଲ ଏବଂ ଝାଜ୍ଜର ବାର ଆସୋସିଏସନର ପୂର୍ବତନ ସଭାପତି। ଅଭୟ ଆଇଆଇଟି ବମ୍ବେରେ ଏରୋସ୍ପେସ ଇଞ୍ଜିନିୟରିଂରେ ଡିଗ୍ରୀ ହାସଲ କରିଥିଲେ ଏବଂ ପରେ କାନାଡାର ଏକ ଏରୋସ୍ପେସ କମ୍ପାନୀରେ କାମ କରିଥିଲେ। ରିପୋର୍ଟ ଅନୁଯାୟୀ ସେ ସେଠାରେ ପ୍ରାୟ ୩ ଲକ୍ଷ ଟଙ୍କା ମାସିକ ଦରମାରେ ଚାକିରି କରୁଥିଲେ। କିନ୍ତୁ ସେ ଶେଷରେ ଆଧ୍ୟାତ୍ମିକ ପଥ ଗ୍ରହଣ କରିବା ପାଇଁ ସବୁକିଛି ତ୍ୟାଗ କରିଥିଲେ। ୨୦୨୫ ମହାକୁମ୍ଭରେ ଜଣେ ସାଧୁ ବେଶରେ ଉପସ୍ଥିତ ହେବା ପରେ ଅଭୟ ସୋସିଆଲ ମିଡିଆ ଏବଂ ନ୍ୟୁଜ ଚ୍ୟାନେଲଗୁଡ଼ିକରେ ଭାଇରାଲ ହୋଇଥିଲେ। ଜଣେ ସଫଳ ଇଞ୍ଜିନିୟରରୁ ଆଧ୍ୟାତ୍ମିକ ସାଧକ ହେବା ପର୍ଯ୍ୟନ୍ତ ତାଙ୍କ ଯାତ୍ରାର କାହାଣୀ ଦେଶ ଏବଂ ବିଦେଶରେ ଆଲୋଚନାର ବିଷୟ ପାଲଟିଥିଲା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପ୍ରଥମ ଟି୨୦: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ଲକ୍ଷ୍ନୌ,୬ା୧୦(ପିଟି): ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟରେ ୫ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜର ପ୍ରଥମ ମ୍ୟାଚ୍‌ ମଙ୍ଗଳବାର ଖେଳାଯିବ। ଗତ ଶନିବାର ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ଛୁଇବନ୍ଧରେ ଟ୍ରକକୁ ପିଟିଲା ପିକଅପ୍, ଦୁଇ ମୃତ

ବଲାଙ୍ଗୀର,୬।୧୦( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌-୨୬ର ଛୁଇଁବନ୍ଧ ନିକଟରେ ମଙ୍ଗଳବାର ସକାଳୁ ଭୟଙ୍କର ଦୁର୍ଘଟଣା ହୋଇଛି । ପିକଅପ୍ ଗାଡ଼ି ଟ୍ରକକୁ ପଛରୁ ଧକ୍କା ଦେବା…

ନବୀନ ପଟ୍ଟନାୟକ ନେଲେ ବଡ଼ ନିଷ୍ପତ୍ତି: ଆଗକୁ ବିଜେଡି…

ଭୁବନେଶ୍ୱର,୬।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିକୁ ନେଇ ଦିଲ୍ଲୀରେ ହେବାକୁ ଥିବା ବିରୋଧୀଙ୍କ ପ୍ରତିବାଦରେ ସାମିଲ ହେବ ବିଜୁ ଜନତା ଦଳ…

ବିଶ୍ୱର ସବୁଠୁ ବଡ଼ ପରୀକ୍ଷା: ୫ମ ସ୍ଥାନରେ ଏନ୍‌ଇଇଟି ୟୁଜି

ନୂଆଦିଲ୍ଲୀ,୬।୧୦: ଭାରତର ସବୁଠାରୁ ବଡ଼ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି ୟୁଜି ବିଶ୍ୱର ସବୁଠାରୁ ବଡ଼ ପରୀକ୍ଷାଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି। ଏସବିଆଇ ରିସର୍ଚ୍ଚର ଏକ ରିପୋର୍ଟ…

ଅକ୍ଟୋବର ୧୦ ଆନ୍ଦୋଳନ ପୂର୍ବରୁ CJPର ବଡ଼ ଘୋଷଣା, ସୌରଭ ଦାସ କହିଲେ Gen Z….

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀରେ ଅକ୍ଟୋବର ୧୦ ତାରିଖରେ ବଡ଼ ଯୁବ ଆନ୍ଦୋଳନ କରିବାକୁ ଘୋଷଣା କରିଛି କକରୋଚ୍ ଜନତା ପାର୍ଟି (CJP)। ଦଳର ପ୍ରବକ୍ତା ସୌରଭ ଦାସ କହିଛନ୍ତି,…

ଦଶହରା ପୂର୍ବରୁ କଫ ସିରପ୍‌ କାରବାର ଠାବ: ୩୧୫୬ ବୋତଲ କଫ୍‌ ସିରପ ସହ ଜଣଙ୍କୁ ମାଡ଼ିବସିଲା ପୋଲିସ

ବରଗଡ଼,୬।୧୦(ପ୍ରେମାନନ୍ଦ ଖମାରୀ):ବରଗଡ଼ ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସହର ଉପକଣ୍ଠ ତୋରା-ନାଗେନପାଲି ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। କଫ୍‌ ସିରପ୍‌ ବୋଝେଇ ଏକ…

ଖୋଲିଲା ମା’ ତାରାତାରିଣୀଙ୍କ ଦାନହୁଣ୍ଡି; ସୁନା-ରୁପା ଅଳଙ୍କାର ସହ ମିଳିଲା…

ପୁରୁଷୋତ୍ତମପୁର,୬।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଦାନହୁଣ୍ଡି ସୋମବାର ଖୋଲାଯାଇଛି । ମନ୍ଦିର ନିର୍ବାହୀ ଅଧିକାରୀ ତଥା ପୁରୁଷୋତ୍ତମପୁର ତହସିଲଦାର ବିନୋଦ…

ଫର୍ମ-୬ରେ ପରିବର୍ତ୍ତନକୁ ମଞ୍ଜୁରୀ ନ ଥିଲା: ଇସିଙ୍କୁ ସୁପ୍ରିମକୋର୍ଟଙ୍କ ଜବାବ ତଲବ

ନୂଆଦିଲ୍ଲୀ,୬।୧୦(ପି.ଟି.): ବିଭିନ୍ନ ରାଜ୍ୟରେ ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ନିର୍ବାଚନ କମିଶନ (ଇସି) ବ୍ୟବହାର କରୁଥିବା ଫର୍ମ-୬ରେ କୌଣସି ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?