୫,୯୬୭ ଡାକ୍ତର ପଦ ଖାଲି, ଡିଗ୍ରୀଧାରୀଙ୍କୁ ମିଳୁନି ଚାକିରି: ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଭୁବନେଶ୍ୱର/କଟକ, ୭।୪(ରବିନାରାୟଣ ଜେନା/ଶିଳ୍ପା ପ୍ରିୟଦର୍ଶିନୀ)ନିକଟରେ ବିଧାନସଭାର ବଜେଟ ଅଧିବେଶନ କାଳରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏକ ପ୍ରଶ୍ନର ଉତ୍ତରରେ କହିଥିଲେ, ଡବ୍ଲ୍ୟୁଏଚ୍‌ଓ ମାନଦଣ୍ଡ ଅନୁଯାୟୀ ଆବଶ୍ୟକ ଡାକ୍ତର ସଂଖ୍ୟା ଓ ଉପଲବ୍ଧ ଡାକ୍ତର ପଦବୀ ସଂଖ୍ୟାର ଅନ୍ତର ବିଶ୍ଳେଷଣ କରାଯାଇ ନିଅଣ୍ଟ ପଦବୀଗୁଡ଼ିକ ପର୍ଯ୍ୟାୟକ୍ରମେ ପୂରଣ ନିମନ୍ତେ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଓଡ଼ିଶା କାଉନ୍‌ସିଲ ଅଫ୍‌ ମେଡିକାଲ ଏଜୁକେଶନ(ଓସିଏମ୍‌ଆର୍‌) ଅଧୀନରେ ୩୫ ହଜାର ୯୧୪ ଏଲୋପାଥିକ ଡାକ୍ତର ପଞ୍ଜୀକୃତ ହୋଇ ଓଡ଼ିଶାର ବିଭିନ୍ନ ସରକାରୀ ମେଡିକାଲ ଓ ଘରୋଇ ମେଡିକାଲ/କ୍ଲିନିକ୍‌ରେ ସେବା ଯୋଗାଉଛନ୍ତି। ସେହିପରି ରାଜ୍ୟର ମୋଟ ମଞ୍ଜୁରୀପ୍ରାପ୍ତ ଡାକ୍ତର ସଂଖ୍ୟା ୧୫ହଜାର ୭୯୩ ରହିଛି। ସେଥିମଧ୍ୟରୁ ବିଭିନ୍ନ ବର୍ଗର ୯ହଜାର ୮୨୬ ଡାକ୍ତର କାର୍ଯ୍ୟରତ ଥିବାବେଳେ ୫,୯୬୭ ପଦବୀ ଖାଲି ରହିଛି। ରାଜ୍ୟର ବିଭିନ୍ନ ସରକାରୀ ଓ ବେସରକାରୀ ମେଡିକାଲ କଲେଜରୁ ପ୍ରତି ବର୍ଷ ୩ ହଜାର ୨୫ ଡାକ୍ତରୀ ଛାତ୍ରୀଛାତ୍ର ଶିକ୍ଷା ସମାପ୍ତ କରୁଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକ ବର୍ଷ ଓଡ଼ିଶା ଲୋକ ସେବା ଆୟୋଗ(ଓପିଏସ୍‌ସି)ଙ୍କ ଦ୍ବାରା ଚୟନ ପ୍ରକ୍ରିୟା ମାଧ୍ୟମରେ ରାଜ୍ୟର ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତି ଦିଆଯାଇଥାଏ ବୋଲି ମନ୍ତ୍ରୀ ମହାଲିଙ୍ଗ କହିଥିଲେ। ସରକାରଙ୍କ ଯୋଜନା ଓ ବ୍ୟବସ୍ଥା ମୁତାବକ ଡାକ୍ତରୀ ଡିଗ୍ରୀଧାରୀଙ୍କୁ ନିଯୁକ୍ତି ମିଳୁନାହିଁ। ଏହି ପରିପ୍ରେକ୍ଷୀରେ କଟକ ଓପିଏସ୍‌ସି କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ଶତାଧିକ ଡାକ୍ତରୀ ଡିଗ୍ରୀଧାରୀ ଯୁବତୀଯୁବକ ପ୍ରତିବାଦ କରିଛନ୍ତି। ଡିଗ୍ରୀଧାରୀଙ୍କ ଅଭିଯୋଗ ହେଲା, ଆୟୋଗ ପକ୍ଷରୁ ୨୦୨୫ ଫେବୃଆରୀରେ ୫,୨୪୮ ମେଡିକାଲ ଅଫିସର ପଦ ପାଇଁ ନିଯୁକ୍ତି ବିଜ୍ଞାପନ ବାହାରିଥିବାବେଳେ ଏଥିରେ ୩,୯୫୫ ଡାକ୍ତରୀ ଛାତ୍ରୀଛାତ୍ରମାନେ ଆବେଦନ କରିଥିଲେ। ଏହି ପରୀକ୍ଷା ଗତବର୍ଷ ଜୁନ୍‌ରେ ଅନୁଷ୍ଠିତ ହୋଇଥିବାବେଳେ ୨,୯୨୧ ଜଣ ପରୀକ୍ଷା ଦେଇଥିଲେ ଓ ଅଗଷ୍ଟରେ ଫଳ ପ୍ରକାଶ ପାଇଥିଲା। ୧,୮୪୦ ଜଣ ଉତ୍ତୀର୍ଣ୍ଣ ହୋଇଥିଲେ ଏବଂ ସେମାନଙ୍କର ସାର୍ଟିଫିକେଟ୍‌ ଯାଞ୍ଚ କରାଯାଇଥିଲା। ତେବେ ପରୀକ୍ଷାରେ ସାଧାରଣ ବର୍ଗଙ୍କ ସିଟ୍‌ ସଂଖ୍ୟା ୫୦ ପ୍ରତିଶତ ନ ଥିବା ଦର୍ଶାଇ ଆବେଦନକାରୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ କୋର୍ଟ ଘଟଣାରେ ହସ୍ତକ୍ଷେପ ସହ ଏଥିରେ ରାଜ୍ୟ ସରକାର ଚାହିଁଲେ ନିଯୁକ୍ତି ଦେଇପାରିବେ ବୋଲି ଦର୍ଶାଇଥିଲେ। ଚଳିତବର୍ଷ ମାର୍ଚ୍ଚ ୩୧ରେ ନିଯୁକ୍ତି ତାଲିକା ପ୍ରକାଶ ପାଇଥିଲା, ଯେଉଁଥିରେ ୮୨୨ ଜଣଙ୍କ ନାମ ରହିଥିବାବେଳେ ଅନ୍ୟ ୧,୦୧୮ ଜଣଙ୍କର ନାମ ନ ଥିଲା। ତେବେ ଏହି ୧,୦୧୮ ଜଣଙ୍କ ନାମ ନିଯୁକ୍ତି ତାଲିକାରେ ଅନ୍ତର୍ଭୁକ୍ତ ନେଇ ଡିଗ୍ରୀଧାରୀମାନେ ପ୍ରତିବାଦ କରିଥିଲେ। ଏନେଇ ଓପିଏସ୍‌ସି ସଚିବ ବିଜୟ ଖଣ୍ଡାୟତରାଏ କହିଛନ୍ତି, ହାଇକୋର୍ଟଙ୍କ ରାୟ ମୁତାବକ ନିଯୁକ୍ତି ପ୍ରକ୍ରିୟା କରାଯିବ। ବିଭାଗ ପକ୍ଷରୁ ଯାହା ନିଷ୍ପତ୍ତି ନିଆଯିବ, ସେହି ଅନୁଯାୟୀ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।
ପ୍ରତିବାଦ କରିଥିବା ଡିଗ୍ରୀଧାରୀ ଡା. ଓମ୍‌ ସ୍ବୟମ୍‌ ପ୍ରକାଶ ରାଉତରାଏ କହିଛନ୍ତି, ସରକାର ଏ ଦିଗରେ ଗୁରୁତ୍ୱ ଦିଅନ୍ତୁ। ଅଢ଼େଇ ବର୍ଷରୁ ଅଧିକ ହେବ ସରକାରୀ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇନାହିଁ। ଓପିଏସ୍‌ସି ପକ୍ଷରୁ ମେଡିକାଲ ଅଫିସର ପଦ ପାଇଁ ପରୀକ୍ଷା କରାଯାଇଥିଲା, ହେଲେ ନିଯୁକ୍ତି ପ୍ରକ୍ରିୟାରେ ଅବହେଳା କରାଯାଇଛି। ପରୀକ୍ଷାରେ ଉତ୍ତୀର୍ଣ୍ଣ ୧,୦୧୮ ଜଣ ଛାତ୍ରୀଛାତ୍ରଙ୍କ ଜୀବନ ସହ ଖେଳାଯାଉଛି। ରାଜ୍ୟରେ ଡାକ୍ତର ସଂଖ୍ୟା ଅଭାବ ଥିବାବେଳେ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦିଅନ୍ତୁ ଏବଂ ଏ ଦିଗରେ ପୁନର୍ବିଚାର କରନ୍ତୁ।
ଡା. ବିଭାସ କୁମାର ସାହୁ କହିଛନ୍ତି, କୋର୍ଟ ନିର୍ଦ୍ଦେଶକୁ ଅବମାନନା କରାଯାଇଛି। ନିଯୁକ୍ତି ତାଲିକାରେ କେବଳ ୮୨୨ ଜଣଙ୍କ ନାମ ନୁହେଁ, ବରଂ ୧୮୪୦ ଜଣଙ୍କ ନାମ ଅନ୍ତର୍ଭୁକ୍ତ କରାଯାଉ। ଏହି ଘଟଣାରେ କୋର୍ଟ ହସ୍ତକ୍ଷେପ କରିଛନ୍ତି, ହେଲେ କୋର୍ଟଙ୍କ ରାୟକୁ ପାଳନ କରାଯାଉ ନାହିଁ। ରାଜ୍ୟ ସରକାର ନିଯୁକ୍ତି ଦିଗରେ ଗୁରୁତ୍ୱ ଦିଅନ୍ତୁ। ସେହିପରି ଡା. ପ୍ରିୟମ୍‌ ଧଳ କହିଛନ୍ତି, ରାଜ୍ୟ ସରକାର ସ୍ବାସ୍ଥ୍ୟ କ୍ଷେତ୍ରରେ ବିଶେଷ ଗୁରୁତ୍ୱ ଦେଉଥିବାବେଳେ ଏବେ ସରକାରୀ ହସ୍ପିଟାଲରେ ଡାକ୍ତର ସଂଖ୍ୟା କମ୍‌ ରହିଛି। ଏପରି କି ନିଯୁକ୍ତି କରାଯାଉ ନାହିଁ। ପରୀକ୍ଷାରେ ଉତ୍ତୀର୍ଣ୍ଣ ଡାକ୍ତରଙ୍କୁ ଅବହେଳା କରାଯାଇଛି, ତୁରନ୍ତ ଏଦିଗରେ ପଦକ୍ଷେପ ନିଆଯାଉ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର

ଷ୍ଟକହୋମ,୬।୧୦: ଫ୍ରାନ୍ସିସ ହାଲଜେନ୍‌ଙ୍କୁ ପଦାର୍ଥ ବିଜ୍ଞାନରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଛି; ମଙ୍ଗଳବାର ଏହି ଘୋଷଣା କରାଯାଇଥିଲା। ରୟାଲ ସ୍ବିଡିସ ଏକାଡେମୀ ଅଫ ସାଇନ୍ସେସ ଫ୍ରାନ୍ସିସ ହାଲଜେନ୍‌…

Gyanesh Kumar Net Worth: ମୁଖ୍ୟ ନିର୍ବାଚନ କମିଶନରଙ୍କ ମାସକୁ ଦରମା କେତେ? ଜାଣନ୍ତୁ ବଙ୍ଗଳା, ଗାଡ଼ିଠାରୁ ପେନସନ ଯାଏ ମିଳୁଥିବା ସବୁ ସୁବିଧା…

ନୂଆଦିଲ୍ଲୀ,୬।୧୦: ଦେଶରେ ଯେତେବେଳେ ବି ନିର୍ୱାଚନ ମାହୋଲ ସୃଷ୍ଟି ହୁଏ କିମ୍ୱା ଭୋଟର ତାଲିକାକୁ ନେଇ ବିବାଦ ଉପୁଜେ, ସେତେବେଳେ ଭାରତୀୟ ନିର୍ୱାଚନ ଆୟୋଗ (ECI) ଏବଂ…

ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିବା ପାଇଁ ବିରାଟ କୋହଲି ୫ କୋଟି ଟଙ୍କା ପାଇଥିଲେ? ଜାଣନ୍ତୁ ଏହା ପଛର ସତ୍ୟତା

ନୂଆଦିଲ୍ଲୀ,୬।୧୦: ଭାରତୀୟ କ୍ରିକେଟ ତାରକା ବିରାଟ କୋହଲି ଏବଂ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କୁ ବୃନ୍ଦାବନରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ଓ ତାଙ୍କ ସହ ଆଲୋଚନା କରିବାର…

ଶୀର୍ଷରେ ହରମନପ୍ରୀତ; ଧୋନି, ବିରାଟ, ରୋହିତ ଏହାର ପାଖାପାଖି ମଧ୍ୟ ନାହାନ୍ତି, ଲିଷ୍ଟ ଦେଖିଲେ ଆଶ୍ଚର୍ଯ୍ୟ ହେବେ

ନୂଆଦିଲ୍ଲୀ,୬।୧୦: ହରମନପ୍ରୀତ କୌର ଭାରତୀୟ ଦଳର ଅଧିନାୟକ ପଦରୁ ଓହରି ଯାଇଛନ୍ତି। T20 କ୍ରିକେଟ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହେବା ପରେ ସେ ଏହି ନିଷ୍ପତ୍ତି…

IT ରେଡ୍‌କୁ ନେଇ ମୁହଁ ଖୋଲିଲେ ରକୁଲପ୍ରୀତ: କହିଲେ, ମୁଁ ୨୦ ବର୍ଷ ବୟସରୁ…

ମୁମ୍ବାଇ: ହିନ୍ଦୀ, ତେଲୁଗୁ ଓ ତାମିଲ ସିନେମାରେ ଅଭିନୟ କରିଥିବା ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବେ ଆୟକର ବିଭାଗର ନଜରରେ ଅଛନ୍ତି। ନିକଟରେ ରକୁଲ ଏବଂ…

ନାଗାଲାଣ୍ଡରେ ଓଡ଼ିଆ ଯବାନ ଶହୀଦ, ରାୟଗଡ଼ାରେ ଶୋକର ଛାୟା

ରାୟଗଡ଼ା,୬।୧୦(ଜଗନ୍ନାଥ ଗୌଡ଼): ନାଗାଲାଣ୍ଡରେ ସୋମବାର ଜଣେ ଓଡ଼ିଆ ଯବାନ ଶହୀଦ ହୋଇଯାଇଛନ୍ତି। ଶହୀଦ ଯବାନ ଜଣକ ହେଲେ ରାୟଗଡ଼ାର ଭି. ତେଜା। ସେ ଭାରତୀୟ ସେନାର ଆସାମ…

ଆଉ କେବେ କ’ଣ ଟିମ ଇଣ୍ଡିଆ ପାଇଁ ଖେଳିବେ ନାହିଁ ହରମନପ୍ରୀତ? ଅଧିନାୟକ ପଦରୁ ଓହରିବା ସମୟରେ କହିଲେ…

ନୂଆଦିଲ୍ଲୀ,୬।୧୦: ଭାରତୀୟ ମହିଳା କ୍ରିକେଟ ଦଳ ଏକ ନୂତନ ଯୁଗରେ ପ୍ରବେଶ କରିବାକୁ ଯାଉଛି। ହରମନପ୍ରୀତ କୌର ସମସ୍ତ ଫର୍ମାଟରେ ଟିମ ଇଣ୍ଡିଆର ଅଧିନାୟକ ପଦରୁ ଓହରି…

ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ ଚଢ଼ିଗଲା ହାଇୱା, ୩….

ଗଜପତି,୬।୧୦(ଗିରିଧାରୀ ପରିଛା): ଗଜପତି ଜିଲା ରାୟଗଡ଼ ଥାନା ଅନ୍ତର୍ଗତ ବଡ଼ଗାଁ ଛକ ନିକଟରେ ମଙ୍ଗଳବାର ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ବସ୍‌କୁ ଅପେକ୍ଷା କରିଥିବା ଯାତ୍ରୀଙ୍କ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?