Posted inଖେଳ

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ ୨ଟି ମ୍ୟାଚ ଜିତି ପଏଣ୍ଟ ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଛି ଆରସିବି।

ଟିମ୍‌ ଡେଭିଡ, ଦେବଦତ୍ତ ପଡିକଲ, ଅଧିନାୟକ ରଜତ ପଟିଦାର ଓ ଫିଲିପ୍‌ ସଲ୍ଟଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଆର୍‌ସିବି ୨୦ ଓଭରରେ ୩ ଉଇକେଟ ହରାଇ ୨୫୦ ରନ କରିଥିଲା। ଯାହାକି ଚଳିତ ସିଜନରେ ସର୍ୱାଧିକ ଦଳଗତ ସ୍କୋର ଥିଲା। ଜବାବରେ ଚେନ୍ନାଇ ୧୯.୪ ଓଭରରେ ୨୦୭ ରନ କରି ଅଲ୍‌ଆଉଟ ହୋଇ ଯାଇଥିଲା।

ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ। ଆରସିବି ପକ୍ଷରୁ ଭଲ ଆରମ୍ଭ କରିଥିଲେ ବିରାଟ କୋହଲି ଓ ଫିଲ୍‌ ସଲ୍ଟ। ତେବେ ଓପନିଂ ଯୋଡ଼ିରେ ୩୭ ରନ ଯୋଗ ହେବାପରେ ବିରାଟ କୋହଲି ଆଉଟ ହେବାରୁ ଷ୍ଟାଡିୟମରେ ନୀରବତା ଛାଇ ଯାଇଥିଲା। ୧୮ଟି ବଲ୍‌ର ସମ୍ମୁଖୀନ ହୋଇଥିବା ବିରାଟ ୨ ଚୌକା ଓ ୧ ଛକା ସହାୟତାରେ ୨୮ ରନ କରିଥିଲେ।

ତେବେ ଫିଲ୍‌ ସଲ୍ଟ ଓ ଦେବଦତ୍ତ ପଡିକଲ ଦ୍ୱିତୀୟ ଉଇକେଟରେ ୫୬ ରନ ଯୋଡ଼ି ଇନିଂସ ସମ୍ଭାଳି ନେଇଥିଲେ। ସଲ୍ଟ ୪୬ (୩ ଚୌକା, ୨ ଛକା) ରନକରି ଆଉଟ ହେବାରୁ ଯୋଡ଼ି ଭାଙ୍ଗିଥିଲା। ମାତ୍ର ପଡିକଲଙ୍କ ସହିତ ଅଧିନାୟକ ରଜତ ପଟିଦାର ଯୋଗଦେବାରେ ରନ ହାର ଦ୍ରୁତ ହାରରେ ବଢ଼ିଥିଲା। ଦୁହେଁ ମାତ୍ର ୨୧ ବଲ୍‌ରୁ ୫୮ ରନର ଭାଗୀଦାରି ଗଢ଼ିଥିଲେ। ଇତିମଧ୍ୟରେ ପଡିକଲ ଅର୍ଦ୍ଧଶତକ ମଧ୍ୟ ପୂରଣ କରିଥିଲେ। ତେବେ ପଡିକଲ ଠିକ୍‌ ୫୦ (୨୯ ବଲ, ୫ ଚୌକା, ୨ ଛକା) ରନ କରିଥିବାବେଳେ ଜେମି ଓଭର୍ଟନଙ୍କ ବଲ୍‌ରେ ସ୍କୁପ ଶଟ୍‌ ଖେଳିବାକୁ ଯାଇ ବୋଲ୍ଡ ହୋଇଯାଇଥିଲେ।

ପଡିକଲଙ୍କ ବିଦାୟପରେ ପଟିଦାର ଓ ଟିମ୍‌ ଡେଭିଡ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ବଡ଼ ସ୍କୋର ଆଡ଼କୁ ନେଇଯାଇଥିଲେ। ଦୁହେଁ ଛକା ଓ ଚୌକା ବର୍ଷା କରି ଚେନ୍ନାଇ ବୋଲରଙ୍କୁ ଚକିତ କରିଥିଲେ। ଅସମାପ୍ତ ୪ର୍ଥ ଉଇକେଟରେ ଦୁହେଁ ମାତ୍ର ୩୬ ବଲ୍‌ରୁ ୯୯ ରନ ସଂଗ୍ରହ କରିବାରୁ ଆର୍‌ସିବି ସ୍କୋର ୨୫୦ ସ୍ପର୍ଶ କରିଥିଲା। ପଟିଦାର ୧୯ ବଲ୍‌ରୁ ୪୮ (୧ ଚୌକା, ୬ ଛକା) ଓ ଡେଭିଡ ୨୫ ବଲ୍‌ରୁ ୭୦ (୩ ଚୌକା, ୮ ଛକା) ରନରେ ଅପରାଜିତ ରହିଥିଲେ। ଚେନ୍ନାଇ ପକ୍ଷରୁ ଅଂଶୁଲ କମ୍ୱୋଜ, ଜେମି ଓଭର୍ଟନ ଓ ଶିବମ୍‌ ଦୁବେ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।

ବଡ଼ ସ୍କୋରର ପିଛା କରିଥିବା ଚେନ୍ନାଇ ମାତ୍ର ୩୦ ରନରେ ୩ଟି ଉଇକେଟ ହରାଇ ବ୍ୟାକ୍‌ଫୁଟକୁ ଚାଲି ଯାଇଥିଲା। ମିଡିଲ ଅର୍ଡରରେ ସର୍ଫରାଜ ଖାଁ (୨୫ ବଲ୍‌ରୁ ୫୦) ଦ୍ରୁତ ଅର୍ଦ୍ଧଶତକ ହାସଲ କରିଥିଲେ। ଶେଷଭାଗରେ ପ୍ରଶାନ୍ତ ବୀର ଓ ଜେମି ଓଭର୍ଟନ ୩୨ ବଲ୍‌ରୁ ୫୭ ରନର ପାର୍ଟନରଶିପ୍‌ ଗଢ଼ିଥିଲେ ମଧ୍ୟ ତାହା ପର୍ଯ୍ୟାପ୍ତ ହୋଇ ନ ଥିଲା। ା


Enter your email to get our daily news in your inbox.

All Right Reserved By Dharitri.Com

ଯାହା କୋହଲି-ସୂର୍ଯ୍ୟକୁମାର କରିପାରି ନ ଥିଲେ ତାହା କରିଦେଖାଇବେ ଶ୍ରେୟସ ଆୟର: ବଡ଼ ରେକର୍ଡର ସୁଯୋଗ

ନୂଆଦିଲ୍ଲୀ,୬।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଟି-୨୦ ସିରିଜ ଟିମ ଇଣ୍ଡିଆର ଅଧିନାୟକ ଶ୍ରେୟସ ଆୟରଙ୍କ ପାଇଁ ଏକ ବଡ଼ ସୁଯୋଗ ନେଇ ଆସିଛି। ଏହି ସିରିଜ୍ରେ ସେ ଏମିତି…

ନିଷ୍ପତ୍ତି ବଦଳାଇଲେ ସରକାର, ACP ବିବେକ ଭଗତଙ୍କ ପଦୋନ୍ନତି ସ୍ଥଗିତ!

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ ସରକାର ACP ବିବେକ ଭଗତଙ୍କୁ ଆଡିସନାଲ DCPର ଚାର୍ଜ ଦେବା ନେଇ ଜାରି ହୋଇଥିବା ଆଦେଶ ଉପରେ ରୋକ ଲଗାଇଛନ୍ତି । ବିବେକ ଭଗତଙ୍କ…

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?