ଆରମ୍ଭ ହେବ ଦାରିଙ୍ଗବାଡ଼ି ଶୀତ ମହୋତ୍ସବ: ମା’ ପଟ୍ଟଖଣ୍ଡାଙ୍କ ପୀଠରେ ପୂଜାର୍ଚ୍ଚନା ପରେ…

ଦାରିଙ୍ଗବାଡ଼ି,୪ା୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଆଉ କିଛିଦିନ ପରେ ଶୀତ ମହୋତ୍ସବର ଶୁଭାରମ୍ଭ ହେବ। ଏଥିପାଇଁ ସ୍ଥାନୀୟ ପ୍ରଶାସନ ଓ ସ୍ଥାନୀୟ ବାସିନ୍ଦା ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ରବିବାର ପୂର୍ବାହ୍ନରେ ଶୀତ ମହୋତ୍ସବ କମିଟି ପକ୍ଷରୁ ନିକଟସ୍ଥ ମା’ପଟ୍ଟଖଣ୍ଡାଙ୍କ ପୀଠରେ ପୂଜାର୍ଚ୍ଚନା ସହ ମହୋତ୍ସବକୁ ସଫଳତା କରିବା ପାଇଁ ମା’ଙ୍କ ନିକଟରେ ଗୁହାରି କରି ସେଠାରୁ ମଶାଲ ବାହାର କରାଯାଇଥିଲା। ମହୋତ୍ସବ କମିଟିର ବ୍ଲକ ଅଧ୍ୟକ୍ଷ ସୁଶାନ୍ତ କୁମାର ପ୍ରଧାନଙ୍କ ସମେତ ସମ୍ପାଦକ ତଥା ବିଡିଓ ପ୍ରୀତିରଞ୍ଜନ ରଥ, କୋଷାଧ୍ୟକ୍ଷ ତଥା ତହସିଲଦାର ଧୀରଜ ପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲି, ବିପିସି ଜଗନ୍ନାଥ ରଥଙ୍କ ସମେତ କମିଟିର ଅନ୍ୟ କର୍ମକର୍ତ୍ତା ପୀଠରେ ପୂଜାର୍ଚ୍ଚନା ପରେ ଶୀତ ମହୋତ୍ସବ ଓ କନ୍ଧମାଳ ମହୋତ୍ସବର ୨ଟି ମଶାଲକୁ ଧରି ସହର ପରିକ୍ରମା କରିଥିଲେ। ଜିଲାର ଫୁଲବାଣୀ ସହର ଓ ଦାରିଙ୍ଗବାଡ଼ି ଏହି ୨ଟି ସହର ଏବେ ମହୋତ୍ସବକୁ ନେଇ ଉତ୍ସବମୁଖର ରହିଥିବା ବେଳେ ମଶାଲ ମାଧ୍ୟମରେ ଲୋକଙ୍କୁ ଏହି ମହୋତ୍ସବକୁ ସ୍ବାଗତ କରାଯିବା ସହ ବ୍ୟାପକ ସଚେତନ କରାଯାଇଥିଲା। ଶୀତ ମହୋତ୍ସବର ମଶାଲ ମହୋତ୍ସବ ପଡ଼ିଆରେ ପହଞ୍ଚିଥିବା ବେଳେ କନ୍ଧମାଳ ମହୋତ୍ସବ ମଶାଲଟି ଦାରିଙ୍ଗବାଡ଼ି ଦେଇ ଅନ୍ୟ ବ୍ଲକ ଅଭିମୁଖେ ଯାତ୍ରା କରିଥିଲା। ଏହି ମଶାଲ ଯାତ୍ରାବେଳେ ବଣିକ ସଂଘର ଉପସଭାପତି ଦିଲୀପ ସାହୁ, ଓକିଲ ସଂଘର ସଭାପତି ପ୍ରଦୀପ ସାହୁ, ଡ୍ରାଇଭର ମହାସଂଘର ବ୍ଲକ ସଭାପତି ପ୍ରଭଞ୍ଜନ ନାୟକ, ବରିଷ୍ଠ ଶିକ୍ଷକ ମୋହନ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା, ଅଞ୍ଚଳବାସୀ ସାମିଲ ହୋଇଥିଲେ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ନିଶା ପାଇଁ ପୁଅ ସାଜିଲା ରାକ୍ଷସ: ବାପାଙ୍କ ମୁଣ୍ଡରେ ପିଟିଲା ବିୟର ବୋତଲ

ଭୁବନେଶ୍ୱର,୫।୧: ରାଜଧାନୀରେ ପୁଣି ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ନିଶା ପାଇଁ ଟଙ୍କା ନପାଇ ଜଣେ ପୁଅ ନିଜ ଜନ୍ମକଲା ବାପାଙ୍କୁ ବିୟର ବୋତଲରେ...

ମଦ କାରବାରକୁ ବିରୋଧ କରିବାରୁ ଶୋଇଥିବାବେଳେ ଘରେ ଲଗାଇଦେଲେ ନିଆଁ, ଆଉ ତା’ପରେ…

ଦାରିଙ୍ଗବାଡି, ୫।୧ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କିରିକୁଟି ପଞ୍ଚାୟତରେ ପୂର୍ବ ଶତ୍ରୁତାରୁ ଘରେ ନିଆଁ ଲଗାଇ ହତ୍ୟା ଉଦ୍ୟମ ଅଭିଯୋଗ ହୋଇଛି। ଏଥିରେ...

ବଢିଲା ଶାମିଙ୍କ ଅଡ଼ୁଆ: ନୋଟିସ ପଠାଇଲେ ନିର୍ବାଚନ କମିଶନ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୫।୧: ମହମ୍ମଦ ଶାମି ନିକଟରେ ଭାରତୀୟ ଦଳରୁ ଡ୍ରପ୍‌ ହେବା କାରଣରୁ ଖବରରେ ରହିଆସୁଛନ୍ତି। ଏବେ, ରିପୋର୍ଟ ଅନୁସାରେ ନିର୍ବାଚନ କମିଶନ ଶାମି ଏବଂ ତାଙ୍କ...

କନ୍ୟାକୁମାରୀ ବୁଲିବାକୁ ଯାଇଥିଲେ, ଧକ୍କା ଦେଲା କାର୍‌, ଯୁବକ ମୃତ

ମୋହନା, ଗଜପତି ୫।୧( ମନ୍ମଥ ମିଶ୍ର/ଗିରିଧାରୀ ପରିଛା ): କନ୍ୟାକୁମାରୀରେ ରାସ୍ତାରେ ଚାଲି ଚାଲି ଯାଉଥିବାବେଳେ ଧକ୍କା ଦେଲା କାର୍‌। ଫଳରେ ଜଣେ ଯୁବକଙ୍କ ମୃତ୍ୟୁ...

ମହାବିଦ୍ୟାଳୟରେ ସ୍ବର୍ଗତ ରାଜାସାହେବଙ୍କ ନିମନ୍ତେ ଶୋକ ସଭା

ଖଡ଼ିଆଳ,୫।୧(ସୁଜିତ କୁମାର ପ୍ରଧାନ ): ନୂଆପଡା ଜିଲା ଖଡ଼ିଆଳ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ପଣ୍ଡାଙ୍କ ତତ୍ତ୍ୱାବାଧାନରେ ଖଡ଼ିଆଳର ଗଡ଼ଜାତ ରାଜାସାହେବ ସ୍ବର୍ଗତ...

ନୂଆ ଦଳ ଗଠନ ଉପରେ ବଡ଼ ସୂଚନା ଦେଲେ ମୋକିମ୍‌: ଆସନ୍ତା ୧୨ ତାରିଖରେ…

ଭୁବନେଶ୍ୱର,୫।୧: ଆସନ୍ତା ୧୨ ତାରିଖରେ ମୋକିମ୍‌ଙ୍କ ନୂଆ ଦଳ ପାଇଁ ପଡ଼ିବ ମୂଳଦୁଆ। ଏନେଇ ଏକ ଗଣମାଧ୍ୟମକୁ ମହମ୍ମଦ ମୋକିମ୍‌ ପ୍ରତିକ୍ରିୟା ଦେଇ ଏହି ସୂଚନା...

ବାଂଲାଦେଶରେ କାନ୍ଦୁଛନ୍ତି ହିନ୍ଦୁ: ଆଉ ଜଣଙ୍କୁ ଗୁଳି କରି ହତ୍ୟା, ନୀରବ ଦ୍ରଷ୍ଟା ସାଜିଛନ୍ତି ୟୁନୁସ ସରକାର

ଢାକା,୫।୧: ବାଂଲାଦେଶରେ ଆଉ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ଗୁଳି କରି ହତ୍ୟା କରାଯାଇଛି। ସୋମବାର ଅପରାହ୍ନରେ (ଜାନୁଆରୀ ୫, ୨୦୨୬) ଜେସୋର ଜିଲାର ମୋନିରାମପୁରରେ ଏହି...

ଲକ୍ଷ୍ୟଠୁ ବହୁ ଦୂରରେ ପାଣି ପଞ୍ଚାୟତ, ଜଳସମ୍ପଦ ବିଭାଗ ପକ୍ଷରୁ ଆସନ୍ତାକାଲିଠୁ ଆରମ୍ଭ ହେବ…

ଭଞ୍ଜନଗର,୫।୧(ବାବୁଲା ପ୍ରଧାନ): ରାଜ୍ୟ ସରକାର ୨୦୦୨ରେ ପାଣି ପଞ୍ଚାୟତ ଗଠନ କରିଥିଲେ। ୨୦୦୩ରେ ଏହା କାର୍ଯ୍ୟକାରୀ ହୋଇଥିଲା। ପାଣି ପଞ୍ଚାୟତ ଗଠନର ମୂଳ ଲକ୍ଷ୍ୟ ଥିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri