ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର ବ୍ଲକର ଶାଗବାରୀ ଗ୍ରାମରେ ପୋଲିସ ଉପରେ ଆକ୍ରମଣ କରିଛନ୍ତି ଗ୍ରାମବାସୀ। ପୋଲିସ ଓ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହୋଇଥିଲା। ଏଥିରେ ଅନେକ ପୋଲିସ ଆହତ ହୋଇଛନ୍ତି। ଏସ୍‌ପି, ଏସ୍‌ଡିପିଓ, ଆଇଆଇସି ସମେତ କିଛି ମହିଳା ପୋଲିସ କର୍ମଚାରୀ ଆହତ ହୋଇଛନ୍ତି।
ସୂଚନାରୁ ଜଣାପଡିଛି, ରାସ୍ତାକାମକୁ ବିରୋଧ କରି କିଛି ଦିନ ହେବ ଅଶାନ୍ତି ଲାଗି ରହିଥିଲା। ବେଦାନ୍ତ କମ୍ପାନୀ ପକ୍ଷରୁ ଏହି ରାସ୍ତା ନିର୍ମାଣ କରାଯାଉଥିବା ସିଜିମାଳି ପାହାଡ଼ ଚତୁଃପାର୍ଶ୍ୱରେ ଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି। ଏହାକୁ ନେଇ ଆନ୍ଦୋଳନ ଜାରି ରହିଛି। ତେବେ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ପୋଲିସ ଶାଗବାରୀ ଗାଁରେ ବୁଝାସୁଝା କରୁଥିବା ସମୟରେ ଉତ୍ୟକ୍ତ ହୋଇ କିଛି ବ୍ୟକ୍ତି ପଥର ମାଡ଼ କରିଥିଲେ। ଆନ୍ଦୋଳନକାରୀଙ୍କ ଆକ୍ରମଣରେ ରାୟଗଡା ଅତିରିକ୍ତ ଏସ୍‌ପି ଅମୂଲ୍ୟ ଧର, ରାୟଗଡ଼ା ଏସ୍‌ଡିପିଓ ଗୌରହରି ସାହୁ, କାଶୀପୁର ଆଇଆଇସି ଦେବଦତ୍ତ ମଲିକ, ଏସ୍‌ଆଇ ସାରାଣୀ ତିର୍କୀଙ୍କ ସମେତ ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ମୋଟ ୫୮ଜଣ ପୋଲିସ ଆହତ ହୋଇଥିବା ଏସ୍‌ପି ସ୍ବାଥି ଏସ୍‌.କୁମାର ସୂଚନା ଦେଇଛନ୍ତି ।
ସେଥିମଧ୍ୟରୁ ୭ ଜଣ ଗୁରୁତର ହେବାରୁ ସେମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତ ପୋଲିସ କର୍ମଚାରୀମାନେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ଦୋରାଗୁଡା ସ୍ଥିତ ଉତ୍କଳ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଶାଗବାରି ଅଞ୍ଚଳରେ ପ୍ରଶାସନ ପକ୍ଷରୁ ବିଏନ୍‌ଏସ୍‌ ୧୬୩ ଧାରା ଜାରି କରାଯାଇଛି । ରାସ୍ତା ନିର୍ମାଣକୁ ନେଇ ଉତ୍ତେଜନାପୂର୍ଣ୍ଣ ବାତାବରଣ ରହିଥିବାରୁ ଜିଲାପାଳ ଆଶୁତୋଷ କୁଲକର୍ଣ୍ଣି, ଡିଆଇଜି କନୱର ବିଶାଳ ସିଂ, ଏସ୍‌ପି ସ୍ବାଥୀ ଏସ୍‌ କୁମାର ଓ ପୋଲିସର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ତଦାରଖ କରୁଥିବା ବେଳେ ମଙ୍ଗଳବାର ଭୋର ପାହାନ୍ତିଆରେ ଏଭଳି ଘଟଣା ଘଟିଥିଲା।
ପ୍ରକାଶ ଥାଉକି, ଏପ୍ରିଲ ୩ ତାରିଖରେ ଉପଜିଲାପାଳଙ୍କ ଆଦେଶ ଅନୁଯାୟୀ ଭାରତୀୟ ନାଗରିକ ସଂହିତା ଧାରା ୧୬୩ ତଥା ଭାରତୀୟ ଦଣ୍ଡବିଧି ନିୟମର ଧାରା ୧୪୪ ଅନୁଯାୟୀ ନିଷେଧାଜ୍ଞା ଜାରି କରାଯାଇଛି । ରାସ୍ତା ଠାରୁ ୧୦୦ ମିଟର ଦୂରତା ମଧ୍ୟରେ ୪ ଜଣରୁ ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ ବୋଲି ଏକ ମାସ ପର୍ଯ୍ୟନ୍ତ ନିଷେଧାଜ୍ଞା ଜାରି ହୋଇଛି । ଏହାକୁ ରାଜ୍ୟ ପୋଲିସ ଗୁରୁତର ଭାବେ ଗ୍ରହଣ କରିଥିବା ଜଣାପଡିଛି। ଆକ୍ରମଣକାରୀ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅତିରିକ୍ତ ଡିଜି ସଞ୍ଜୟ କୁମାର କହିଛନ୍ତି।
ପରିସ୍ଥିତି ନିୟନ୍ତ୍ରଣ ପାଇଁ ଅଧିକ ପୋଲିସ ପଠାଇବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଅତିରିକ୍ତ ଡିଜି ସଞ୍ଜୟ କୁମାର ସୂଚନା ଦେଇଛନ୍ତି। ଅନ୍ୟପଟେ ପୋଲିସ ପକ୍ଷରୁ ମଧ୍ୟ ପାଲଟା ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଏଥିରେ ଅନେକ ଗ୍ରାମବାସୀ ଆହତ ହୋଇଥିବା ନେଇ ସୂଚନା ମିଳିଛି। ମଙ୍ଗଳବାର ଭୋର ପାହାନ୍ତିଆରେ ପୋଲିସ ପକ୍ଷରୁ ବ୍ଲାଙ୍କ ଫାୟାରିଂ ପରେ ଏହିଭଳି ତୁମୁଳକାଣ୍ଡ ଘଟିଥିବା ଏବଂ ଅଞ୍ଚଳବାସୀ ନିଜର ଆତ୍ମରକ୍ଷା କରିବା ପାଇଁ ଆକ୍ରମଣାତ୍ମକ ହୋଇଥିବା ଅଞ୍ଚଳବାସୀ କହିଛନ୍ତି। ଅପରପକ୍ଷରେ ପୋଲିସର ପାଲଟା ଆକ୍ରମଣରେ ଅନେକ ଗ୍ରାମବାସୀ ମଧ୍ୟ ଆହତ ହୋଇଛନ୍ତି। ଏଥିରେ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଆହତ ହୋଇଛନ୍ତି। ଆହତ ହୋଇଥିବା ଅଞ୍ଚଳବାସୀଙ୍କ ମଧ୍ୟରେ ଅନୀ ମାଝୀ, ନାରିଙ୍ଗ ଦେଇ ମାଝୀ, ଲାଲି ମାଝ. କୁମୁଟି ମାଝୀ, ବାମଣି ମାଝୀ, ବୁରସା ମାଝୀ, ନିଙ୍ଗି ମାଝି, ଅଗାଧୁ ନାଏକ ଏବଂ ରାମଚନ୍ଦ୍ର ନାଏକଙ୍କ ସମେତ ଅନେକ ଅଞ୍ଚଳବାସୀ ଆହତ ହୋଇଥିବା ସମାଜସେବୀ ପ୍ରଫୁଲ ସାମନ୍ତରା ସୂଚନା ଦେଇଛନ୍ତି।
ତେବେ ଏନେଇ ଏସ୍‌ପି ସ୍ବାଥି ଏସ୍‌.କୁମାର ସୂଚନା ଦେଇ କହିଛନ୍ତି ଯେ, ସୁବାସ ସିଂ ମାଝୀ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ପାଇଁ କଣ୍ଟାମାଳ ଯାଇଥିଲେ। ହେଲେ ପ୍ରାୟ ୨୫୦ ଲୋକେ ମାରଣାସ୍ତ୍ର ଧରି ପୋଲିସକୁ ଘେରି ଆକ୍ରମଣ କରିବା ସହିତ ପଥର ଫୋପାଡ଼ି ମାରିଥିଲେ। ଯାହାଫଳରେ ପୋଲିସ କର୍ମୀ ଆହତ ହୋଇଥିଲେ । ତେଣୁ ଆହତ ପୋଲିସଙ୍କୁ ମେଡ଼ିକାଲ ନେବା ସହିତ ଟିୟର ଗ୍ୟାସ ଛାଡ଼ିବା ପରେ ଲୋକେ ସେଠାରୁ ପଳାଇଥିଲେ।
ଏହି ଘଟଣା ବିଷୟରେ ସମାଜସେବୀ ପ୍ରଫୁଲ ସାମନ୍ତରା କହିଛନ୍ତି ଯେ, ସୁବାସ ସିଂ ଜଣେ ଆତଙ୍କବାଦୀ ନୁହନ୍ତି ଯେ, ପୋଲିସ ତାଙ୍କୁ ଏହିଭଳି ରାତି ଅଧିଆ ଗିରଫ କରିବାକୁ ଯାଇଥିଲା । ଏହାକୁ ସେ ଦୃଢ଼ ନିନ୍ଦା କରିଛନ୍ତି । ପୋଲିସ କମ୍ପାନୀମାନଙ୍କ ନିକଟରେ ବିକ୍ରି ହୋଇଯାଇଛି ବୋଲି ପ୍ରଫୁଲ ସାମନ୍ତରା କହିଛନ୍ତି । ରାଜ୍ୟରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ କମ୍ପାନୀ ପାଇଁ ପୋଲିସ ଓ ପ୍ରଶାସନ ଏହିଭଳି ଅମାନୁଷିକ କାଣ୍ଡ ଘଟାଇବା ଅତି ନିନ୍ଦନୀୟ ବୋଲି ସେ କହିଛନ୍ତି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?