Posted inଜାତୀୟ

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର ଲୋକଙ୍କ ଉପରେ ପଡ଼ିଥିବା ବେଳେ, ସେମାନଙ୍କୁ ଆଶ୍ୱସ୍ତି ଦେବା ପାଇଁ କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ପ୍ରବାସୀ ଶ୍ରମିକ ଓ ଛାତ୍ରମାନଙ୍କୁ ଶସ୍ତା ଏବଂ ସହଜରେ ରୋଷେଇ ଗ୍ୟାସ ଯୋଗାଇ ଦେବା ପାଇଁ ସରକାର ୫ କିଲୋ LPG ସିଲିଣ୍ଡର (ଛୋଟୁ)ର ଦୈନିକ ବରାଦ ବା ଆଲୋଟମେଣ୍ଟକୁ ଦ୍ୱିଗୁଣା କରିଦେଇଛନ୍ତି।

ସହରୀ ଏବଂ ଅର୍ଦ୍ଧ-ସହରୀ ଅଞ୍ଚଳରେ ରହୁଥିବା ପ୍ରବାସୀ ଶ୍ରମିକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ୫ କିଲୋ ବିଶିଷ୍ଟ ଫ୍ରି ଟ୍ରେଡ୍‌ LPG ସିଲିଣ୍ଡର ଲଞ୍ଚ କରାଯାଇଥିଲା। ସାଧାରଣ ଘରୋଇ ଗ୍ୟାସ କନେକ୍ସନ ପାଇଁ ଠିକଣା ପ୍ରମାଣ ଜରୁରୀ ହୋଇଥାଏ, ଯାହା ଅନେକ ଶ୍ରମିକଙ୍କ ପାଖରେ ନ ଥାଏ। ଫଳରେ ସେମାନେ ବାହାରୁ ଚୋରା ଦରରେ ଅଧିକ ଟଙ୍କା ଦେଇ ଗ୍ୟାସ କିଣିବାକୁ ବାଧ୍ୟ ହୁଅନ୍ତି। ’ଛୋଟୁ’ ସିଲିଣ୍ଡର ପାଇଁ କେବଳ ପରିଚୟ ପତ୍ର ଦେଖାଇ ଗ୍ୟାସ ପାଇପାରିବେ।

ବ୍ୟବହାରକାରୀ ଚାହିଁଲେ ସିଲିଣ୍ଡରକୁ ଫେରସ୍ତ କରି ଟଙ୍କା ମଧ୍ୟ ପାଇପାରିବେ।
ସରକାରଙ୍କ ସୂଚନା ଅନୁଯାୟୀ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ଦିଆଯାଉଥିବା ଅତିରିକ୍ତ ସିଲିଣ୍ଡରର ପରିମାଣ ମାର୍ଚ୍ଚ ମାସର ହାରାହାରି ଯୋଗାଣ ଆଧାରରେ ସ୍ଥିର କରାଯିବ। ଏହି ନୂଆ କୋଟା ପୂର୍ବରୁ ସ୍ଥିର ହୋଇଥିବା୨୦% ସୀମା ବାହାରେ ଅତିରିକ୍ତ ଭାବେ ଦିଆଯିବ। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ, ଏହି ଅତିରିକ୍ତ ସିଲିଣ୍ଡର କେବଳ ପ୍ରବାସୀ ଶ୍ରମିକ ଏବଂ ଛାତ୍ରମାନଙ୍କ ପାଇଁ ହିଁ ବ୍ୟବହାର କରାଯିବ। ଏହି ବିତରଣ ପ୍ରକ୍ରିୟାରେ ଅଏଲ ମାର୍କେଟିଂ କମ୍ପାନୀଗୁଡ଼ିକର ସାହାଯ୍ୟ ନିଆଯିବ।

ଏହି ନିଷ୍ପତ୍ତି ଫଳରେ ବିଶେଷ କରି ସେହି ଶ୍ରମିକମାନେ ଉପକୃତ ହେବେ, ଯେଉଁମାନେ କାମ ପାଇଁ ଅନ୍ୟ ରାଜ୍ୟକୁ ଯାଇ ରହୁଛନ୍ତି ଏବଂ ଠିକଣା ପ୍ରମାଣ ପତ୍ର ନଥିବାରୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରକାରଙ୍କ ଲକ୍ଷ୍ୟ ହେଉଛି କୌଣସି ବି ଜରୁରୀ ପରିସ୍ଥିତିରେ ଯେପରି ଗରିବ ଲୋକଙ୍କ ରୋଷେଇ ଘର ଚୁଲି ବନ୍ଦ ନହୁଏ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?