ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ ଅବସ୍ଥିତ ଭାରତୀୟ ଦୂତାବାସ ନିଜ ନାଗରିକଙ୍କ ସୁରକ୍ଷା ପାଇଁ ଏକ ଜରୁରୀକାଳୀନ ମାର୍ଗଦର୍ଶିକା (Advisory) ଜାରି କରିଛି। ଭାରତୀୟଙ୍କୁ ଆଗାମୀ ୪୮ ଘଣ୍ଟା ପର୍ଯ୍ୟନ୍ତ ଘରୁ ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।

ଇରାନରେ ରହୁଥିବା ସମସ୍ତ ଭାରତୀୟଙ୍କୁ ନିମ୍ନଲିଖିତ ନିୟମ ପାଳନ କରିବାକୁ କୁହାଯାଇଛି:
-ଘର ଭିତରେ ରୁହନ୍ତୁ: ଅତି ଜରୁରୀ ନହେଲେ ଆଗାମୀ ୨ ଦିନ ବାହାରକୁ ଯାଆନ୍ତୁ ନାହିଁ।
-ଏହି ସ୍ଥାନରୁ ଦୂରେଇ ରୁହନ୍ତୁ: ବିଦ୍ୟୁତ କେନ୍ଦ୍ର, ସାମରିକ ଗୋଦାମ ଏବଂ ବହୁମହଲା କୋଠାର ଉପର ମହଲାକୁ ଯାଆନ୍ତୁ ନାହିଁ।
-ଯାତ୍ରା ପୂର୍ବରୁ ଯୋଗାଯୋଗ: ଯଦି ହାଇୱେରେ କୌଣସି ଜରୁରୀ ଯାତ୍ରା କରିବାକୁ ପଡ଼େ, ତେବେ ଦୂତାବାସ ସହ ନିଶ୍ଚିତ ଯୋଗାଯୋଗ କରନ୍ତୁ।
-ସହାୟତା ନମ୍ବର: ଯେକୌଣସି ବିପଦ ସମୟରେ +୯୮୯୧୨୮୧୦୯୧୧୫, +୯୮୯୧୨୮୧୦୯୧୦୨, +୯୮୯୧୨୮୧୦୯୧୦୯ ଏବଂ +୯୮୯୯୩୨୧୭୯୩୫୯ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଛି।

ସୂଚନା ଥାଉ କି,ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ତାଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଟ୍ରୁଥ ସୋସିଆଲ’ରେ ଏକ ଧମକର୍ପୂ  ପୋଷ୍ଟ କରି ଲେଖିଛନ୍ତି: “ଆଜି ରାତିରେ ଏକ ସମ୍ପୂର୍ଣ୍ଣ ସଭ୍ୟତା ଶେଷ ହୋଇଯିବ, ଯାହାକୁ କେବେବି ଫେରାଇ ଅଣାଯାଇପାରିବ ନାହିଁ। ମୁଁ ଚାହୁଁନାହିଁ ଏପରି ହେଉ, କିନ୍ତୁ ବୋଧହୁଏ ଏହା ହିଁ ହେବାକୁ ଯାଉଛି।” ଟ୍ରମ୍ପ ଦାବି କରିଛନ୍ତି ଯେ ଇରାନରେ ଗତ ୪୭ ବର୍ଷର ଭ୍ରଷ୍ଟାଚାର ଏବଂ ମୃତ୍ୟୁର ଯୁଗ ଶେଷ ହେବାର ସମୟ ଆସିଯାଇଛି। ସେ ଏହାକୁ ଇତିହାସର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ ବୋଲି ବର୍ଣ୍ଣନା କରିଛନ୍ତି।
ଇରାନର ସାମରିକ ଘାଟି ଏବଂ ଭିତ୍ତିଭୂମି ଉପରେ ହେଉଥିବା ଆକ୍ରମଣ ପରେ ସ୍ଥିତି ଅଣାୟତ୍ତ ହୋଇପଡ଼ିଛି। ଇରାନ ମଧ୍ୟ ପାଲଟା ଆକ୍ରମଣର ଧମକ ଦେଇଥିବାରୁ ଭାରତ ସରକାର ନିଜ ନାଗରିକଙ୍କ ସୁରକ୍ଷା ପାଇଁ ବଡ଼ ପଦକ୍ଷେପ ନେଇଛନ୍ତି। ପୂର୍ବରୁ ମଧ୍ୟ ଭାରତ ସରକାର ନିଜର ଲୋକଙ୍କୁ ଇରାନ ଛାଡ଼ିବା ପାଇଁ ପରାମର୍ଶ ଦେଇସାରିଛନ୍ତି।
Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?