ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ ସିଟ୍‌ଦ୍ୱୟ ହେଲା ଜାଲୁକବାରି ଓ ଗୁଆହାଟୀ କେନ୍ଦ୍ରୀୟ (ଗୁଆହାଟୀ ସେଣ୍ଟ୍ରାଲ)। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଜାଲୁକବାରି ଆସନରୁ ପ୍ରାୟ ୨୫ ବର୍ଷ ଧରି ପ୍ରତିନିଧିତ୍ୱ କରିଆସୁଛନ୍ତି। ଭାରତୀୟ ଜାତୀୟ କଂଗ୍ରେସରୁ ୩ ଥର ଓ ଭାରତୀୟ ଜନତା ପାର୍ଟିରୁ ୨ ଥର ଏହିପରି ୫ ଥର କ୍ରମାଗତ ଏହି ନିର୍ବାଚନମଣ୍ଡଳୀରୁ ବିଜୟୀ ହୋଇ ସେ ରେକର୍ଡ ସୃଷ୍ଟି କରିଛନ୍ତି। ଭୋଟଗ୍ରହଣ ହେବାକୁ ଥିବା ଜାଲୁକବାରି ନିର୍ବାଚନମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଯେତିକି ଗୁରୁତ୍ୱ ବହନ କରୁଛି କଂଗ୍ରେସର ନବାଗତ ମହିଳା ପ୍ରାର୍ଥୀ ବିଦିଶା ନିୟୋଗଙ୍କ ଉପସ୍ଥିତି ଏହାକୁ ସମପରିମାଣରେ ଚର୍ଚ୍ଚାକୁ ଆଣିଛି। ବର୍ଷେ ତଳେ କଂଗ୍ରେସରେ ଯୋଗ ଦେଇଥିବା ବିଦିଶା ମୁଖ୍ୟମନ୍ତ୍ରୀଙ୍କ ଶାସନରେ ଥିବା ଅସଙ୍ଗତିକୁ ଲୋକଲୋଚନକୁ ଆଣିବାକୁ ଯାଇ ବିଭିନ୍ନ ପ୍ରସଙ୍ଗକୁ ନିର୍ବାଚନୀ ପ୍ରଚାରରେ ସାମିଲ କରି ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିବାରେ ଲାଗିଛନ୍ତି। ତେବେ ବିଦିଶାଙ୍କ ଠାରୁ ଯିଏ ଆସାମ ରାଜନୀତିରେ ଆହୁରି ଖୁବ୍‌ ଆଲୋଚନାକୁ ଆସିଛନ୍ତି ସେ ହେଲେ ୨୭ ବର୍ଷୀୟା କୁଙ୍କି ଚୌଧୁରୀ । ସେ ସବୁଠାରୁ ଯୁବ ପ୍ରାର୍ଥୀ
ଭାବେ ଉଭା ହୋଇଛନ୍ତି, ଯିଏ ବନ୍ୟା, ଚାକିରି ଓ ପାର୍କିଂ ପରି ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢୁଛନ୍ତି। ଆସାମ ବିଧାନସଭା ନିର୍ବାଚନର ଶେଷ ଆଡ଼କୁ ଗୁଆହାଟୀ କେନ୍ଦ୍ରୀୟ ନିର୍ବାଚନ କ୍ଷେତ୍ରରେ କୁଙ୍କିଙ୍କ ପ୍ରଚାର ଖୁବ୍‌ ଧ୍ୟାନ ଆକର୍ଷଣ କରିଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏକ ପ୍ରଚାର କାର୍ଯ୍ୟକ୍ରମରେ ଅଭିଯୋଗ କରିଥିଲେ ଯେ କୁଙ୍କିଙ୍କ ପରିବାର ସୋସିଆଲ ମିଡିଆରେ ଗୋମାଂସ ଖାଇବାର ଫଟୋ ଶେୟାର କରିଛନ୍ତି। ସେ ଭାଷଣ ଦେବାବେଳେ ଓ ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ଏହି ପ୍ରସଙ୍ଗ ଉଠାଇଛନ୍ତି।
ବିଷୟଟି ଆହୁରି ସ୍ଫୀତ ହୋଇଥିଲା ଯେତେବେଳେ ସେ ଆସାମର ଗୋ-ରକ୍ଷା ଆଇନ ଅନୁଯାୟୀ ସମ୍ଭାବ୍ୟ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାର ଚେତାବନୀ ଦେଇଥିଲେ ଓ ନିର୍ବାଚନୀ ଶୋଭାଯାତ୍ରାରେ ଏହାକୁ ଉଲ୍ଲେଖ କରିଥିଲେ।
କୁଙ୍କି ଏହାର ଜବାବ ଦେବାକୁ ଯାଇ କହିଛନ୍ତି ଯେ, ତାଙ୍କୁ ଟାର୍ଗେଟ କରି ଏକ ଏଆଇ ଜେନେରେଟେଡ୍‌ ଭିଡିଓ ଅନଲାଇନ୍‌ ଘୂରୁଛି ଏବଂ ସେ ଏହା ବିରୋଧରେ ଅଭିଯୋଗ ଦାଖଲ କରିଛନ୍ତି।
ଏସବୁ ବାକ୍‌ଯୁଦ୍ଧ ପ୍ରତିଦ୍ୱନ୍ଦ୍ୱିତାକୁ ରୋଚକ ସ୍ତରରେ ନେଇ ପହଞ୍ଚାଇଛି।
କୁଙ୍କିଙ୍କ ପ୍ରଚାର ଶୈଳୀରେ ବ୍ୟତିବ୍ୟସ୍ତ ହୋଇ ହିମନ୍ତ ଏଭଳି ମନ୍ତବ୍ୟ ଦେଇଥିବା ସାଧାରଣରେ ଆଲୋଚନା ହେଉଛି। ଖୋଦ୍‌ ମୁଖ୍ୟମନ୍ତ୍ରୀ ତାଙ୍କୁ ଟାର୍ଗେଟ କରିଥିବାରୁ ତାଙ୍କ ବ୍ୟକ୍ତିତ୍ୱ ବ୍ୟାପକ ହେବାରେ ଲାଗିଛି। ଏଭଳି ସ୍ଥଳେ କୁଙ୍କି ଚୌଧୁରୀ କିଏ ଓ ତାଙ୍କ ପ୍ରଚାର ଶୈଳୀ କେଉଁଭଳି ଦୃଷ୍ଟି ଆକର୍ଷଣ କରୁଛି ବୋଲି ଅନେକେ ଜାଣିବାକୁ ଚାହିଁବା ସ୍ବାଭାବିକ।
କୁଙ୍କି ଗୁଆହାଟୀ କେନ୍ଦ୍ରୀୟ ନିର୍ବାଚନମଣ୍ଡଳୀରୁ ଆସାମ ଜାତୀୟ ପରିଷଦ (ଏଜେପି) ତରଫରୁ ପ୍ରାର୍ଥୀ ହୋଇଛନ୍ତି। ସୂଚନାଯୋଗ୍ୟ ଯେ, ଏଜେପି ରାଜ୍ୟରେ କଂଗ୍ରେସ ସହ ମେଣ୍ଟ କରିଛି।
ନିର୍ବାଚନରେ ସବୁଠାରୁ ଯୁବ ପ୍ରାର୍ଥୀ ଭାବେ କୁଙ୍କି ଅଭିଜ୍ଞ ପ୍ରତିଦ୍ୱନ୍ଦ୍ୱୀ ଭାଜପାର ବିଜୟ କୁମାର ଗୁପ୍ତାଙ୍କ ବିରୋଧରେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଛନ୍ତି। କୁଙ୍କି ଗୁଆହାଟୀର ଶ୍ରୀମନ୍ତ ଶଙ୍କର ଏକାଡେମୀରେ ସ୍କୁଲ ଶିକ୍ଷା ସମାପ୍ତ କରିବା ପରେ ମୁମ୍ବାଇରେ ସ୍ନାତକ ଡିଗ୍ରୀ କରିିଥିଲେ। ଏହା ପରେ ଉଚ୍ଚଶିକ୍ଷା ପାଇଁ ବ୍ରିଟେନ ଯାଇଥିଲେ। ୟୁନିଭର୍ସିଟି କଲେଜ ଲଣ୍ଡନ (ୟୁସିଏଲ)ରୁ ଏଜୁକେଶନାଲ ଲିଡରଶିପ୍‌ (ଶିକ୍ଷାଗତ ନେତୃତ୍ୱ)ରେ ସ୍ନାତକୋତ୍ତର ଡିଗ୍ରୀ ଅର୍ଜନ କରିଥିଲେ। ଶିକ୍ଷା ସମାପ୍ତ କରିବା ପରେ ସେ ଆସାମକୁ ଫେରି ପରିବାରର ବ୍ୟବସାୟିକ କାର୍ଯ୍ୟରେ ଯୋଗ ଦେଇଥିଲେ।
ହେଲେ ରାଜ୍ୟ ସରକାର ଲୋକଙ୍କ ପ୍ରତି ଅନ୍ୟାୟ କରୁଥିବା ଦେଖିବା ପରେ ପ୍ରତ୍ୟକ୍ଷ ରାଜନୀତିରେ ପ୍ରବେଶ କରିଥିଲେ। ସେ ପ୍ରଥମ ଥର ପାଇଁ ନିର୍ବାଚନକୁ ଓହ୍ଲାଇ ଭାଜପା ନେତା ତଥା ବର୍ତ୍ତମାନର ବିଧାୟକ ବିଜୟଙ୍କ ବିରୋଧରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କୁଙ୍କିଙ୍କ ଶୈକ୍ଷିକ ପୃଷ୍ଠଭୂମି ଓ ଅନ୍ତର୍ଜାତୀୟ ଅନୁଭୂତି ତାଙ୍କ ନିର୍ବାଚନୀ ପ୍ରଚାରରେ ଭିନ୍ନତା ଆଣିଦେଇଛି। ତାଙ୍କ ପ୍ରଚାର ଗୁଆହାଟୀ କେନ୍ଦ୍ରୀୟର ସହରୀ ନାଗରିକ ପ୍ରସଙ୍ଗଗୁଡ଼ିକ ଉପରେ କେନ୍ଦ୍ରିତ।
ତାଙ୍କ ଘୋଷିତ ପ୍ରାଥମିକତା ମଧ୍ୟରେ ଡ୍ରେନେଜ ବ୍ୟବସ୍ଥାର ଉନ୍ନତି, ସହରୀ ବନ୍ୟାର ମୁକାବିଲା, ପାର୍କିଂ ଭିତ୍ତିଭୂମି ସମ୍ପ୍ରସାରଣ, ଆବର୍ଜନା ପରିଚାଳନାକୁ ସୁଦୃଢ଼ କରିବା ଏବଂ ଦକ୍ଷତା ବିକାଶ କାର୍ଯ୍ୟକ୍ରମକୁ ସମର୍ଥନ କରିବା ଆଦି ଅନ୍ତର୍ଭୁକ୍ତ।
ସେ ଜଳ ଯୋଗାଣ, ଶିକ୍ଷା ଏବଂ ଜନସାଧାରଣଙ୍କ ସୁରକ୍ଷାକୁ ମଧ୍ୟ ଅଗ୍ରପ୍ରାଧାନ୍ୟ ଦେଉଛନ୍ତି।
ଅନେକ ରାଜନୀତି ବିଶେଷଜ୍ଞ ଏହି ନିର୍ବାଚନକୁ ନବାଗତ ବନାମ ଅଭିଜ୍ଞ ନେତା ମଧ୍ୟରେ ସିଧା ପ୍ରତିଦ୍ୱନ୍ଦ୍ୱିତା ପିଢ଼ି ପରିବର୍ତ୍ତନ (ଜେନେରେଶନାଲ ଚେଞ୍ଜ୍‌) ବନାମ ରାଜନୈତିକ ଧାରାବାହିକତା (ପଲିଟିକାଲ କଣ୍ଟିନିୟୁଟି)ର କାହାଣୀ ଗଢ଼ୁଛି ବୋଲି ଅଭିହିତ କଲେଣି।
କୁଙ୍କି ଜେନ୍‌ ଜି ବର୍ଗରେ ଆସୁଥିବାରୁ ଭାରତୀୟ ଯୁବ ଭୋଟରଙ୍କ ମଧ୍ୟରେ ନୂଆ ଉତ୍ସାହ ଭରିଦେଇଛି। ଏହି ପ୍ରାର୍ଥିତ୍ୱ ନିର୍ବାଚନରେ ଯୁବ ପ୍ରାର୍ଥୀଙ୍କ ଉପସ୍ଥିତିକୁ ପ୍ରତିଫଳିତ କରୁଛି, ଯେଉଁମାନେ ପ୍ରଥମ ଥର ଭୋଟର ଏବଂ ସହରୀ ଯୁବବଗର୍ର୍ଙ୍କ ସହ ଯୋଗାଯୋଗ କରୁଛନ୍ତି।
କୁଙ୍କିଙ୍କ ପ୍ରଚାର ଶିକ୍ଷା, ଡିଜିଟାଲ ଏକ୍ସପୋଜର୍‌ ଏବଂ ଚାକିରି, ଭିତ୍ତିଭୂମି ଓ ସହର ପରିଚାଳନା ପରି ପ୍ରସଙ୍ଗକୁ ମଧ୍ୟ ପ୍ରତିଫଳିତ କରେ।
୯ ଏପ୍ରିଲ ୨୦୨୬ରେ ମତଦାନ ହେବାକୁ ଥିବାରୁ ଏହି ଆସନର ଫଳାଫଳ ସମଗ୍ର ଆସାମ ନିର୍ବାଚନର ଗତି କେଉଁ ଆଡ଼କୁ ଯାଉଛି ତାହା ସ୍ପଷ୍ଟ କରିବ ବୋଲି କୁହାଯାଉଛିି।
-ଜିତେନ୍ଦ୍ର କୁମାର ନାୟକ

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?