ଜାଲ୍‌ ଶିକ୍ଷକ ନିଯୁକ୍ତି ଘଟଣା: ଉଚ୍ଚସ୍ତରୀୟ ତଦନ୍ତ ଦାବି

ନୂଆପଡ଼ା,୮ା୪ (ମକାରୁ ବେମାଲ):ନୂଆପଡ଼ା ଜିଲା ସିନାପାଲି ମହାବିଦ୍ୟାଳୟରେ ଜାଲ୍‌ ଖେଳ ଶିକ୍ଷକ ନିଯୁକ୍ତି ଘଟଣାରେ ଜିଲା ଶିକ୍ଷା ବିଭାଗ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରି କାମ ସାରିଦେଇଛି। ଏଯାଏ ଘଟଣାର ତଦନ୍ତ ହୋଇନାହିଁ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ। ଜଣେ ବ୍ୟକ୍ତି ଦୁଇଟି ଅନୁଷ୍ଠାନରେ ଏକକାଳୀନ ଚାକିରି କରି ସରକାରୀ ଅର୍ଥ ହଡ଼ପ କରିଥିବା ଅଭିଯୋଗ ପରେ ଏହି ଘଟଣା ଚର୍ଚ୍ଚାର ବିଷୟ ହୋଇଥିଲା। ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସତ୍ୟାସତ୍ୟ ଲୋକଲୋଚନକୁ ଆସିପାରନ୍ତା ବୋଲି ଏଠାରେ ଆଲୋଚନା ହେଉଛି। ସୂଚନା ଅନୁଯାୟୀ ଗଣ୍ଡାବାହାଲି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ ଗଙ୍ଗାରାମ ମେହେର ଖେଳ ଶିକ୍ଷକ ଥାଇ ସିନାପାଲି ମହାବିଦ୍ୟାଳୟରେ ଖେଳ ଶିକ୍ଷକ ଭାବେ ୧୯୯୪ ଜୁନ୍‌ ୧ରୁ ୧୯୯୬ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ୨୨ ମାସର ଦରମା ଟଙ୍କା ନେଇଛନ୍ତି। ଖେଳ ଶିକ୍ଷକ ମେହେର ଦୁଇଟି ଶିକ୍ଷାନୁଷ୍ଠାନରେ ଏକକାଳୀନ ଚାକିରି କରୁଥିବା ନେଇ ରାଜ୍ୟ ସରକାରଙ୍କ ଶିକ୍ଷା ନିର୍ଦ୍ଦେଶାଳୟରେ ଅଭିଯୋଗ ପରେ ନୂଆପଡ଼ା ଜିଲା ଶିକ୍ଷା ଅଧିକାରୀଙ୍କୁ ଏହାର ତଦନ୍ତ ପାଇଁ ଓଡ଼ିଶା ଶିକ୍ଷା ନିର୍ଦ୍ଦେଶାଳୟ ପତ୍ରସଂଖ୍ୟା ୧୫୪୫୭,୨୦୨୫ ଜୁନ୍‌ ୧୬ରେ ନିର୍ଦ୍ଦେଶ ଦେଇଥିଲେ। ୧୦ମାସ ପରେ ଜିଲା ଶିକ୍ଷା ଅଧିକାରୀ ପତ୍ରସଂଖ୍ୟା-୨୫୫,୨୦୨୬ ମାର୍ଚ୍ଚ ୨୬ରେ ଗଣ୍ଡାବାହାଲି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କୁ ଚିଠି କରିବାରୁ ଜାଲିଆତି ଘଟଣା ସାମ୍ନାକୁ ଆସିଥିଲା। ଖେଳ ଶିକ୍ଷକ ମେହେର କହିଛନ୍ତି, ଏହା ଭିତ୍ତିହୀନ, କିଏ ଫସାଇବା ପାଇଁ ଚକ୍ରାନ୍ତ କରିଛି ା ମୁଁ ୧୯୮୭ରେ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ଗଣ୍ଡାବାହାଲିରେ ନିଯୁକ୍ତ ହୋଇ ୧୯୮୯ ଡିସେମ୍ବର ୬ରେ ସମ୍ବଲପୁର ମହାବିଦ୍ୟାଳୟରୁ ସିପିଇଡି ସାର୍ଟିଫିକେଟ ଆଣି ଉଚ୍ଚ ବିଦ୍ୟାଳୟରେ ଦାଖଲ କରିଛି ା କିଏ ମୋ ନାମରେ ଜାଲ୍‌ ସାର୍ଟିଫିକେଟ ଦେଇ ଚାକିରି କରିଥିବ। ଏହାର ତଦନ୍ତ ପାଇଁ ମାର୍ଚ୍ଚ ୩୧ରେ ସିନାପାଲି ଥାନାରେ ଲିଖିତ ଅଭିଯୋଗ କରିଛି ବୋଲି କହିଥିଲେ। ହେଲେ ଅଭିଯୋଗ ଦେବାର ଗୋଟିଏ ସପ୍ତାହ ବିତିଯାଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇନାହିଁ। ସିନାପାଲି ଥାନା ଅଧିକାରୀ ଦୁର୍ଗାମାଧବ ବାଘଙ୍କୁ ପଚାରିବାରୁ ଏହି ମାମଲା ୩୦ ବର୍ଷରୁ ଊର୍ଦ୍ଧ୍ୱ ହୋଇଗଲାଣି। ସବୁ ବିଷୟ ଉପରେ ତଦନ୍ତ କରିବା ପାଇଁ ସମୟ ଲାଗିବ ବୋଲି କହିଥିଲେ। ସିନାପାଲି ମହାବିଦ୍ୟାଳୟ ଅଧ୍ୟକ୍ଷା ଏ.ବି. ଡୁଙ୍ଗ୍‌ଡୁଙ୍ଗ୍‌ଙ୍କୁ ପଚାରିବାରୁ ଏହି ଘଟଣା ପାଖାପାଖି ୩୦ବର୍ଷରୁ ଊର୍ଦ୍ଧ୍ୱ ହେବ। ସେ ୨୦୨୨ରେ ଯୋଗଦାନ କରିଛନ୍ତି। ସେ ବିଷୟ ଉପରେ ତାଙ୍କୁ ଜଣାନାହିଁ। ଜିଲା ଶିକ୍ଷା ବିଭାଗ କାର୍ଯ୍ୟାଳୟରୁ ଚିଠି ଆସିଛି। କଲେଜରେ ପରୀକ୍ଷା ଚାଲିଥିବାରୁ ବ୍ୟସ୍ତ ରହିଥିଲେ ବୋଲି ସେ କହିଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri