ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା ମାଡ଼ରେ ଜଣେ ୫ ବର୍ଷର ବାଳକ ଓ ଜଣେ ୬ ମାସର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ଉଗ୍ରବାଦୀମାନେ କୁକି ସମ୍ପ୍ରଦାୟର ବୋଲି କୁହାଯାଉଛି। ବୋମା ମାଡ଼ ଓ ଶିଶୁଙ୍କ ଜୀବନ ଯିବା ପ୍ରତିବାଦରେ ସମ୍ପୃକ୍ତ ଜିଲାରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୋଇରାଙ୍ଗ ତ୍ରୋଙ୍ଗଲାଓବ ଅଞ୍ଚଳ ପେଟ୍ରୋଲ ପମ୍ପ୍‌ ନିକଟରେ ଥିବା ତୈଳ ଟ୍ୟାଙ୍କ ଓ ଟ୍ରକ୍‌ ଜାଳି ଦେଇଛନ୍ତି। କେନ୍ଦ୍ରୀୟ ସଶସ୍ତ୍ର ବଳ ଶିବିର ଆଡ଼କୁ ଉତ୍ତ୍ୟକ୍ତ ଲୋକେ ଧସେଇ ପଶିବାରୁ ପୋଲିସ ଗୁଳିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ବଡ଼ ଧରଣର ହିଂସା ଘଟିବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ୫ ଜିଲାରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦିଆଯାଇଛି।
ଏଠାରେ ମନେପକାଇ ଦିଆଯାଇପାରେ ଯେ, ୨୦୨୩ ମେ’ରୁ ମେଇତି ଓ କୁକିଙ୍କ ମଧ୍ୟରେ ଜାତିଗତ ସଂଘର୍ଷ ଦେଖାଦେଇଥିଲା, ଯେଉଁଥିରେ ୨୬୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧,୫୦୦ ଲୋକ ଆହତ ହୋଇଥିଲେ। ଏଥିଯୋଗୁ ପ୍ରାୟ ୭୦ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ହିଂସା ଅଣାୟତ୍ତ ହେବାରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା। ସେହି ସମୟରେ ହିଂସା ସାମାନ୍ୟ ଆୟତ୍ତ ଭିତରକୁ ଆସିଥିଲା। ତେବେ ୪ ଫେବୃଆରୀ ୨୦୨୬ରେ ମୁଖ୍ୟମନ୍ତ୍ରୀ ୟୁମ୍‌ନାମ୍‌ ଖେମ୍‌ଚାନ୍ଦ ସିଂଙ୍କ ନେତୃତ୍ୱରେ ନୂଆ ସରକାର ଗଠନ ହେବା ପରେ ଏବେ ସେଠାରେ ଯେଉଁଭଳି ହିଂସା ଦେଖାଦେଇଛି, ତାହା ଉଗ୍ର ରୂପ ଧାରଣ କରିବାର ସଙ୍କେତ ମିଳିଲାଣି। କାରଣ କୁକି ଓ ମେଇତିଙ୍କ ମଧ୍ୟରେ ଭୂମି ଓ ସଂରକ୍ଷଣକୁ ନେଇ ଅଦ୍ୟାବଧି କୌଣସି ସମାଧାନ ଆସିପାରି ନାହିଁ। ବିବାଦ ଜାରି ରହିଥିବା ବେଳେ କେବଳ ତାଳିପକା କାର୍ଯ୍ୟ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩ରେ ମଣିପୁରରେ ମେଇତି ସମ୍ପ୍ରଦାୟକୁ ହାଇକୋର୍ଟ ଆଦିବାସୀ ମାନ୍ୟତା ସୁପାରିସ ସଂକ୍ରାନ୍ତ ଆଦେଶ ଦେବା ପରେ ଏହାକୁ ବିରୋଧ କରି ନାଗା, କୁକି ଓ ଆଦିବାସୀ ସମ୍ପ୍ରଦାୟ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେମାନଙ୍କ ଅଧିକାରକୁ ସଂଖ୍ୟାଗରିଷ୍ଠ ମେଇତିମାନେ ଛଡ଼ାଇ ନେଉଥିବା ଆଦିବାସୀମାନେ ଅଭିଯୋଗ କରିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ଘୋର ହିଂସା ଉପୁଜିଥିଲା।
ବାସ୍ତବ ଦୃଷ୍ଟିକୋଣରୁ ଦେଖିଲେ ଉତ୍ତର ପୂର୍ବାଞ୍ଚଳ ଭାରତ ଭୂଖଣ୍ଡର ଏକ ବିବାଦୀୟ ଅଞ୍ଚଳ ଭାବେ ସବୁବେଳେ ରହିଆସିଛି। ସୀମାନ୍ତ ଅଞ୍ଚଳ ପ୍ରତି ବାହ୍ୟ ରାଷ୍ଟ୍ରର ହସ୍ତକ୍ଷେପ ରହୁଥିବାରୁ ଅନେକ ସମୟରେ ଉଗ୍ରବାଦୀ କାର୍ଯ୍ୟକଳାପ ବଢ଼ିଥାଏ। ଏ ବିଷୟକୁ କେନ୍ଦ୍ର ସରକାର ଭଲ ଭାବେ ବୁଝିଥାଆନ୍ତି। କିନ୍ତୁ ରାଜନୈତିକ ସ୍ବାର୍ଥ ସ୍ଥିତିରେ ପରିବର୍ତ୍ତନ ଆଣିପାରୁ ନାହିଁ। ସେଠାରେ ଭାଜପା କ୍ଷମତାରେ ରହିଆସିଥିବା ବେଳେ ଏନ୍‌. ବୀରେନ୍‌ ସିଂଙ୍କ ମୁଖ୍ୟମନ୍ତ୍ରିତ୍ୱ ବଦଳରେ ଶିରପା ୟୁମ୍‌ନାମ ଖେମଚାନ୍ଦ ସିଂଙ୍କ ହାତକୁ ଯାଇଛି। ଆଶା କରାଯାଉଥିଲା ନୂଆ ମୁଖ୍ୟମନ୍ତ୍ରୀ ଆସିବା ପରେ ସ୍ଥିତି ସ୍ବାଭାବିକ ହେବ। କିନ୍ତୁ ବିବାଦ ସମାଧାନ କରିବାକୁ ରାଜ୍ୟ କିମ୍ବା କେନ୍ଦ୍ର ଚାହୁଁ ନ ଥିବା ଭଳି ମନେହେଉଛି। ମନେପଡ଼େ ମଣିପୁରରେ ୨୦୨୩ରେ ଦେଖାଦେଇଥିବା ହିଂସା ବେଳେ କର୍ନାଟକ ବିଧାନସଭା ନିର୍ବାଚନ ଥିଲା। ସେତେବେଳେ କେନ୍ଦ୍ରୀୟ ନେତୃତ୍ୱ ମଣିପୁର ନିଆଁକୁ ଲିଭାଇବା ଅପେକ୍ଷା ନିର୍ବାଚନ ପ୍ରଚାରରେ ଲାଗିପଡ଼ିଥିଲେ। ଏହାର ୩ ବର୍ଷ ପରେ ଆସାମ ସମେତ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଏପ୍ରିଲ ୯ରୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବର୍ତ୍ତମାନ ନିର୍ବାଚନ ପ୍ରଚାର ଜୋରସୋର ଚାଲିଛି। ଏବେ ମଧ୍ୟ ଏହି ସମସ୍ୟାର ସମାଧାନ ବାହାର କରିବା ପାଇଁ ନେତୃବୃନ୍ଦଙ୍କ ସମୟ ହେଉନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?