ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା ମାଡ଼ରେ ଜଣେ ୫ ବର୍ଷର ବାଳକ ଓ ଜଣେ ୬ ମାସର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ଉଗ୍ରବାଦୀମାନେ କୁକି ସମ୍ପ୍ରଦାୟର ବୋଲି କୁହାଯାଉଛି। ବୋମା ମାଡ଼ ଓ ଶିଶୁଙ୍କ ଜୀବନ ଯିବା ପ୍ରତିବାଦରେ ସମ୍ପୃକ୍ତ ଜିଲାରେ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୋଇରାଙ୍ଗ ତ୍ରୋଙ୍ଗଲାଓବ ଅଞ୍ଚଳ ପେଟ୍ରୋଲ ପମ୍ପ୍‌ ନିକଟରେ ଥିବା ତୈଳ ଟ୍ୟାଙ୍କ ଓ ଟ୍ରକ୍‌ ଜାଳି ଦେଇଛନ୍ତି। କେନ୍ଦ୍ରୀୟ ସଶସ୍ତ୍ର ବଳ ଶିବିର ଆଡ଼କୁ ଉତ୍ତ୍ୟକ୍ତ ଲୋକେ ଧସେଇ ପଶିବାରୁ ପୋଲିସ ଗୁଳିରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି। ବଡ଼ ଧରଣର ହିଂସା ଘଟିବା ଆଶଙ୍କା କରି ପ୍ରଶାସନ ପକ୍ଷରୁ ୫ ଜିଲାରେ ଇଣ୍ଟରନେଟ୍‌ ସେବାକୁ ବନ୍ଦ କରିଦିଆଯାଇଛି।
ଏଠାରେ ମନେପକାଇ ଦିଆଯାଇପାରେ ଯେ, ୨୦୨୩ ମେ’ରୁ ମେଇତି ଓ କୁକିଙ୍କ ମଧ୍ୟରେ ଜାତିଗତ ସଂଘର୍ଷ ଦେଖାଦେଇଥିଲା, ଯେଉଁଥିରେ ୨୬୦ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧,୫୦୦ ଲୋକ ଆହତ ହୋଇଥିଲେ। ଏଥିଯୋଗୁ ପ୍ରାୟ ୭୦ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ହିଂସା ଅଣାୟତ୍ତ ହେବାରୁ ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା। ସେହି ସମୟରେ ହିଂସା ସାମାନ୍ୟ ଆୟତ୍ତ ଭିତରକୁ ଆସିଥିଲା। ତେବେ ୪ ଫେବୃଆରୀ ୨୦୨୬ରେ ମୁଖ୍ୟମନ୍ତ୍ରୀ ୟୁମ୍‌ନାମ୍‌ ଖେମ୍‌ଚାନ୍ଦ ସିଂଙ୍କ ନେତୃତ୍ୱରେ ନୂଆ ସରକାର ଗଠନ ହେବା ପରେ ଏବେ ସେଠାରେ ଯେଉଁଭଳି ହିଂସା ଦେଖାଦେଇଛି, ତାହା ଉଗ୍ର ରୂପ ଧାରଣ କରିବାର ସଙ୍କେତ ମିଳିଲାଣି। କାରଣ କୁକି ଓ ମେଇତିଙ୍କ ମଧ୍ୟରେ ଭୂମି ଓ ସଂରକ୍ଷଣକୁ ନେଇ ଅଦ୍ୟାବଧି କୌଣସି ସମାଧାନ ଆସିପାରି ନାହିଁ। ବିବାଦ ଜାରି ରହିଥିବା ବେଳେ କେବଳ ତାଳିପକା କାର୍ଯ୍ୟ କରାଯାଇଛି। ଉଲ୍ଲେଖଯୋଗ୍ୟ, ୨୦୨୩ରେ ମଣିପୁରରେ ମେଇତି ସମ୍ପ୍ରଦାୟକୁ ହାଇକୋର୍ଟ ଆଦିବାସୀ ମାନ୍ୟତା ସୁପାରିସ ସଂକ୍ରାନ୍ତ ଆଦେଶ ଦେବା ପରେ ଏହାକୁ ବିରୋଧ କରି ନାଗା, କୁକି ଓ ଆଦିବାସୀ ସମ୍ପ୍ରଦାୟ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେମାନଙ୍କ ଅଧିକାରକୁ ସଂଖ୍ୟାଗରିଷ୍ଠ ମେଇତିମାନେ ଛଡ଼ାଇ ନେଉଥିବା ଆଦିବାସୀମାନେ ଅଭିଯୋଗ କରିବାରୁ ଉଭୟ ଗୋଷ୍ଠୀ ମଧ୍ୟରେ ଘୋର ହିଂସା ଉପୁଜିଥିଲା।
ବାସ୍ତବ ଦୃଷ୍ଟିକୋଣରୁ ଦେଖିଲେ ଉତ୍ତର ପୂର୍ବାଞ୍ଚଳ ଭାରତ ଭୂଖଣ୍ଡର ଏକ ବିବାଦୀୟ ଅଞ୍ଚଳ ଭାବେ ସବୁବେଳେ ରହିଆସିଛି। ସୀମାନ୍ତ ଅଞ୍ଚଳ ପ୍ରତି ବାହ୍ୟ ରାଷ୍ଟ୍ରର ହସ୍ତକ୍ଷେପ ରହୁଥିବାରୁ ଅନେକ ସମୟରେ ଉଗ୍ରବାଦୀ କାର୍ଯ୍ୟକଳାପ ବଢ଼ିଥାଏ। ଏ ବିଷୟକୁ କେନ୍ଦ୍ର ସରକାର ଭଲ ଭାବେ ବୁଝିଥାଆନ୍ତି। କିନ୍ତୁ ରାଜନୈତିକ ସ୍ବାର୍ଥ ସ୍ଥିତିରେ ପରିବର୍ତ୍ତନ ଆଣିପାରୁ ନାହିଁ। ସେଠାରେ ଭାଜପା କ୍ଷମତାରେ ରହିଆସିଥିବା ବେଳେ ଏନ୍‌. ବୀରେନ୍‌ ସିଂଙ୍କ ମୁଖ୍ୟମନ୍ତ୍ରିତ୍ୱ ବଦଳରେ ଶିରପା ୟୁମ୍‌ନାମ ଖେମଚାନ୍ଦ ସିଂଙ୍କ ହାତକୁ ଯାଇଛି। ଆଶା କରାଯାଉଥିଲା ନୂଆ ମୁଖ୍ୟମନ୍ତ୍ରୀ ଆସିବା ପରେ ସ୍ଥିତି ସ୍ବାଭାବିକ ହେବ। କିନ୍ତୁ ବିବାଦ ସମାଧାନ କରିବାକୁ ରାଜ୍ୟ କିମ୍ବା କେନ୍ଦ୍ର ଚାହୁଁ ନ ଥିବା ଭଳି ମନେହେଉଛି। ମନେପଡ଼େ ମଣିପୁରରେ ୨୦୨୩ରେ ଦେଖାଦେଇଥିବା ହିଂସା ବେଳେ କର୍ନାଟକ ବିଧାନସଭା ନିର୍ବାଚନ ଥିଲା। ସେତେବେଳେ କେନ୍ଦ୍ରୀୟ ନେତୃତ୍ୱ ମଣିପୁର ନିଆଁକୁ ଲିଭାଇବା ଅପେକ୍ଷା ନିର୍ବାଚନ ପ୍ରଚାରରେ ଲାଗିପଡ଼ିଥିଲେ। ଏହାର ୩ ବର୍ଷ ପରେ ଆସାମ ସମେତ ୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଏପ୍ରିଲ ୯ରୁ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବର୍ତ୍ତମାନ ନିର୍ବାଚନ ପ୍ରଚାର ଜୋରସୋର ଚାଲିଛି। ଏବେ ମଧ୍ୟ ଏହି ସମସ୍ୟାର ସମାଧାନ ବାହାର କରିବା ପାଇଁ ନେତୃବୃନ୍ଦଙ୍କ ସମୟ ହେଉନାହିଁ।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

‘ମୁଁ ଆପଣଙ୍କ ଛାତ୍ର, ମୋତେ…’, ଶିକ୍ଷକଙ୍କ ସହ PM ମୋଦିଙ୍କ ରୋଚକ କଥାବାର୍ତ୍ତା

ନୂଆଦିଲ୍ଲୀ,୫।୯: ଶିକ୍ଷକ ଦିବସ ଅବସରରେ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିଛି ବିଶେଷ ଶିକ୍ଷକଙ୍କୁ ଭେଟିଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଆବାସରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

୨୦୨୯ରେ ବିଜୟ ହେବେ PM ପ୍ରାର୍ଥୀ? TVK ଦଳର ବଡ଼ ଦାବି, କଂଗ୍ରେସ ଶିବିରରେ ହଇଚଇ!

ଚେନ୍ନାଇ,୪।୯: ୨୦୨୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ଲାଗି ପ୍ରାର୍ଥୀ ଚୟନକୁ ନେଇ ତାମିଲନାଡୁର ଶାସକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’ (TVK) ଏବଂ ସହଯୋଗୀ ଦଳ…

ଗାଡ଼ି ଚାଳକ ସାବଧାନ: ଏହି ଭୁଲ କଲେ ତୁରନ୍ତ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ! ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୪।୯: ଭାରତରେ ଖୁବଶୀଘ୍ର ଡ୍ରାଇଭିଂ ଲାଇସେନ୍ସ (DL) ଏବଂ ଭେହିକଲ ରେଜିଷ୍ଟ୍ରେଶନ ସାର୍ଟିଫିକେଟ (RC)କୁ ନେଇ ନିୟମ ବଦଳିପାରେ। ଡ୍ରାଇଭିଂ ଲାଇସେନ୍ସ ଓ RC ପାଇଁ ଏକ…

ଲ୍ୟାଣ୍ଡିଂ ବେଳେ ଫେଲ୍‌ ହେଲା ବ୍ରେକ୍‌ : ସିଧା ଯାଇ ଖୁଣ୍ଟରେ ପିଟିହେଲା ଇଣ୍ଡିଗୋ ବିମାନ, ତା’ପରେ…

ଶ୍ରୀନଗର,୪।୯: ମୁମ୍ବାଇରୁ ଶ୍ରୀନଗର ପହଞ୍ଚିଥିବା ଇଣ୍ଡିଗୋର ବିମାନ 6E 225 ଲ୍ୟାଣ୍ଡିଂ ପରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲ୍ୟାଣ୍ଡିଂ ପରେ ବିମାନଟି ପାର୍କିଂ ବେ’ ଆଡ଼କୁ ଯାଉଥିବା ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri