ଜାତୀୟ କବାଡ଼ି ପ୍ରତିଯୋଗିତାରେ ଭାଗ ନେବେ ଓଡ଼ିଆ ପୁଅ ଶିବପ୍ରସାଦ

ଗଞ୍ଜାମ,୨୫ା୧୨(ବିଦ୍ୟାଧର ସାହୁ): ଆସନ୍ତା ୬ ତାରିଖରେ ରାଇପୁର ଭିଲାଇ ରାଜକୁମାର କଲେଜରେ ଅନୁଷ୍ଠିତ ହେବ ନ୍ୟାଶନାଲ ଇଭେଣ୍ଟ କବାଡ଼ି। ଏହି ପ୍ରତିଯୋଗିତାରେ ଖେଳିବାକୁ ଓଡ଼ିଶାର ଦୁଇ ଜଣ ମନୋନୀତ ହୋଇଛନ୍ତି। ସେଥିରୁ ଗଞ୍ଜାମ ବ୍ଲକର ଶିବପ୍ରସାଦ ଜେନା କବାଡ଼ି ପ୍ରତିଯୋଗିତାରେ ଭାଗ ନେବା ପାଇଁ ଆସନ୍ତା ୨୯ରେ ରାଇପୁର ଗସ୍ତ କରିବେ। ସେଠାରେ ୧ରୁ ୫ ତାରିଖ ପର୍ଯ୍ୟନ୍ତ ପ୍ରାକ୍ଟିସ କ୍ୟାମ୍ପ ଏବଂ ୬ରୁ ୯ଅ ତାରିଖ ପର୍ଯ୍ୟନ୍ତ ପ୍ରତିଯୋଗିତା ଅନୁଷ୍ଠିତ ହେବ। ସେଠାରୁ ଗୋଲ୍ଡ ମେଡାଲ ଜିତିବା ଲକ୍ଷ୍ୟ ରଖିଛନ୍ତି ଶିବପ୍ରସାଦ। ଶିବପ୍ରସାଦ ହେଉଛନ୍ତି ଗଞ୍ଜାମ ବ୍ଲକ ପାଳିବନ୍ଧ ପଞ୍ଚାୟତ ଗୋଖରକୁଦା ଗ୍ରାମର ବଟେଶ୍ୱର ଜେନାଙ୍କ ଏକମାତ୍ର ପୁଅ। ବାପା ବୃତ୍ତିରେ ଜଣେ ବଣିକ। ମା’ ବିଷ୍ଣୁପ୍ରିୟା ଗୃହିଣୀ। ଭଲ ପାଠ ପଢ଼ାଇ ଭଲ ମଣିଷ କରିବା ପାଇଁ ନିଜ ଘର ଛାଡ଼ି ସ୍ତ୍ରୀ ପିଲାଙ୍କୁ ଧରି ଦୀର୍ଘ ବର୍ଷ ହେବ ଗଞ୍ଜାମ ବଡ଼ ବଜାରଠାରେ ରହି ଆସୁଛନ୍ତି ବଟେଶ୍ୱରଙ୍କ ପରିବାର। ଶିବପ୍ରସାଦ ସ୍ଥାନୀୟ ଜୟଶ୍ରୀ କେମିକାଲସ୍‌ କରମେଟ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ଷ୍ଟାଣ୍ଡାର୍ଡ ଥ୍ରୀରେ ପାଠ ପଡୁଥିବା ବେଳେ ବିଭିନ୍ନ ଖେଳକୁଦ ପ୍ରତି ଶିବପ୍ରସାଦଙ୍କ ଆଗ୍ରହ ବଢ଼ିଥିଲା। ପୁଅର ଆଗ୍ରହ ଦେଖି ବାପା ମା’ ସମସ୍ତ ସହଯୋଗ କରିବା ସହ ତାଲିମ ନିମନ୍ତେ କୋଚ ସିଏଚ୍‌ ପ୍ରସାଦ ନାୟକଙ୍କ ଯୋଗାଯୋଗ କରିଥିଲେ।

ସେହିଦିନ ଠାରୁ ପଛକୁ ଫେରିନାହାନ୍ତି ଶିବପ୍ରସାଦ।ସେ ଗୋଟିଏ ପରେ ଗୋଟିଏ ସଫଳତା ହାସଲ କରିଚାଲିଛନ୍ତି। ପ୍ରଥମେ ସ୍କୁଲ ତରଫରୁ ବ୍ରହ୍ମପୁର ସ୍ୟାଣ୍ଡ ଭିନସନରେ ଅନୁଷ୍ଠିତ ଟାଇକୋଣ୍ଡ ପ୍ରତିଯୋଗିତାରେ ଗୋଲ୍ଡ ମେଡାଲ ଜିତି ସ୍କୁଲ ତଥା ଗାଁ ଓ ସହର ପାଇଁ ଗୌରବ ଆଣିଦେଇଥିଲେ। ପରେ ଜିଲା ସ୍ତରୀୟ ୧୪ ବର୍ଷରୁ କମ୍‌ ପ୍ରତିଯୋଗିତାରେ ପୁରୁଷୋତ୍ତମପୁରଠାରେ ପୁଣି ଗୋଲ୍ଡ ଏବଂ ପୁରୀରେ ଅନୁଷ୍ଠିତ ଏକ ପ୍ରତିଯୋଗିତାରେ ସିଲଭର ପାଇ ସମସ୍ତଙ୍କୁ ଚକିତ କରିଥିଲେ ଶିବପ୍ରସାଦ। ଏଥିସହ କେନ୍ଦୁଝର ନିର୍ମାଣ କୋଭିଡ ସ୍କୁଲରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଭାଗ ନେଇ ସେଠାରେ ମଧ୍ୟ ଗୋଲ୍ଡ ମେଡାଲ ଜିତି ରାଜ୍ୟ ପାଇଁ ଗୌରବ ଆଣିବା ସହ ଜାତୀୟ ସ୍ତରରେ ଭାଗ ନେବା ପାଇଁ ମନୋନୀତ ହୋଇଛନ୍ତି ଶିବପ୍ରସାଦ। ଗତ ୮ରେ ତାମିଲଡୁର କଇଁବାତୁର ଆରମ୍ଭ ହେବାକୁ ଥିବା ରାଜ୍ୟସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଭାଗ ନେବାକୁ ତାମିଲଲାଡ଼ୁ ଯାଇଥିଲେ ଶିବପ୍ରସାଦ। ତାଙ୍କର ଏହି ସଫଳତା ପାଇଁ ଗତ ଅଗଷ୍ଟ ୩୧ ସ୍ବାୟତ୍ତ ଶାସନ ଦିବସ ଅବସରରେ ଏନ୍‌ଏସି ପ୍ରଶାସନ ପକ୍ଷରୁ ଶିବପ୍ରସାଦଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା। ନିଜ ସଫଳତା ପାଇଁ ବାପା ଓ ମା’ ଙ୍କ ପ୍ରେରଣା ଆଶୀର୍ବାଦ ଏବଂ କୋଚଙ୍କ ପ୍ରଶିକ୍ଷଣକୁ ଶ୍ରେୟ ଦେଇଛନ୍ତି ଶିବପ୍ରସାଦ। ରାଜ୍ୟ ସରକାରଙ୍କ ସହଯୋଗ ମିଳିଲେ ଭବିଷ୍ୟତରେ ଅନ୍ତର୍ଜାତୀୟ ଟାଇକୋଣ୍ଡୋ ପ୍ରତିଯୋଗିତାରେ ଭାଗ ନେବାକୁ ଲକ୍ଷ୍ୟ ରଖିଥିବା ଚଳିତ ବର୍ଷ ଶିବପ୍ରସାଦ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri