ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ ଓ ଅଧ୍ୟବସାୟ ଦ୍ୱାରା ସେ ଅନୁଷ୍ଠାନକୁ ସଫଳ କରିଥିବାବେଳେ ତାଙ୍କ ନେତୃତ୍ୱରେ ଏକ ଅନନ୍ୟ ଶିକ୍ଷା ପଦ୍ଧତି ଜାରି ରହିଛି। ଏହାସହ ଶୃଙ୍ଖଳା, ଜ୍ଞାନ ଏବଂ ସାମଗ୍ରିକ ମୂଲ୍ୟବୋଧଭିତ୍ତିକ ‘ଗୁରୁକୁଳ ପରମ୍ପରା’ ସହ ‘ସିବିଏସ୍‌ଇ ପାଠ୍ୟକ୍ରମ’କୁ ଏକ ନିଆରା ସମନ୍ବୟ କରାଯାଇପାରିଛି। ବ୍ୟକ୍ତିଗତ ଓ ସାମାଜିକ ଆହ୍ବାନଗୁଡ଼ିକ ତାଙ୍କୁ ସର୍ବଦା ଆଗକୁ ବଢ଼ିବାକୁ ପ୍ରେରଣା ଦେଉଥିବାବେଳେ ଛାତ୍ରୀଛାତ୍ରଙ୍କ ସଫଳତା ତାଙ୍କ ହୃଦୟରେ ସର୍ବଦା ସ୍ବତନ୍ତ୍ର ସ୍ଥାନ ଗ୍ରହଣ କରୁଥିବା ଡ. ମହାନ୍ତି କୁହନ୍ତି। ତାଙ୍କର ଏହି ସଫଳ ଯାତ୍ରା ସମ୍ପର୍କରେ ସ୍ବତନ୍ତ୍ର ସାକ୍ଷାତ୍‌କାର…

ପ୍ର. ଶିକ୍ଷା ଶିଳ୍ପର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ଭାବେ ଦେଶରେ ଶିକ୍ଷା କ୍ଷେତ୍ର କେଉଁ ସବୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଛି ବୋଲି ଆପଣ ଭାବନ୍ତି?
ଉ. ବର୍ତ୍ତମାନର ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହେଉଛି ଡିଜିଟାଲ ଶିକ୍ଷା ଏବଂ ଜେନ୍‌ ଜି (ଆଜିର ପିଢ଼ି) ମଧ୍ୟରେ ସନ୍ତୁଳନ ରକ୍ଷା କରିବା; ଅର୍ଥାତ୍‌ ବୈଷୟିକ ଜ୍ଞାନକୌଶଳ ଏବଂ ପାରମ୍ପରିକ ପଦ୍ଧତି ମଧ୍ୟରେ ଏକ ସନ୍ତୁଳିତ ଆଭିମୁଖ୍ୟ ବଜାୟ ରଖିବା। ଆଧୁନିକ ଉପକରଣ ଏବଂ ସ୍ଥିର ଇଣ୍ଟରନେଟ୍‌ର ସୁବିଧା ସବୁଠି ସମାନ ଭାବେ ଉପଲବ୍ଧ ନୁହେଁ। ଅନ୍ୟପଟେ ଅଧିକ ସମୟ ସ୍କ୍ରିନ୍‌ ସାମ୍ନାରେ ରହିବା ଦ୍ୱାରା ପିଲାମାନଙ୍କ ସ୍ବାସ୍ଥ୍ୟ ଏବଂ ଏକାଗ୍ରତା ଉପରେ କୁପ୍ରଭାବ ପଡ଼ୁଛି। ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀରେ ଆମେ ଏହି ସମସ୍ୟାଗୁଡ଼ିକୁ ପ୍ରଭାବଶାଳୀ ଭାବରେ ସମାଧାନ କରିବା ପାଇଁ ହାଇବ୍ରିଡ୍‌ ଶିକ୍ଷଣ ମଡେଲ କାର୍ଯ୍ୟକାରୀ କରୁ ଓ ସୁସ୍ଥତାକୁ ପ୍ରାଥମିକତା ଦେଉ। ଏହାସହ ଆମେ ଶିକ୍ଷକମାନଙ୍କୁ ନିୟମିତ ପ୍ରଶିକ୍ଷଣ ଦେଉଛୁ, ଯେପରି ସେମାନେ ବିନା ଚାପରେ ନିଜକୁ ଆଧୁନିକ ଜ୍ଞାନକୌଶଳ ସହ ଖାପଖୁଆଇ ପାରିବେ।
ପ୍ର. ଡିଜିଟାଲ ବିପ୍ଳବ ଆରମ୍ଭ ହୋଇସାରିଛି। ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ)ର କ’ଣ ପ୍ରଭାବ ପଡ଼ିବ?
ଉ. ଏଆଇ ନିଶ୍ଚିତ ଭାବରେ ଦୈନନ୍ଦିନ କାର୍ଯ୍ୟ ଯଥା ଗ୍ରେଡିଂ, ପାଠ୍ୟକ୍ରମ ପ୍ରସ୍ତୁତି ଏବଂ ତଥ୍ୟ ବିଶ୍ଳେଷଣରେ ସାହାଯ୍ୟ କରି ଶିକ୍ଷକଙ୍କ କାର୍ଯ୍ୟଭାର ଲାଘବ କରୁଛି। ଏହାଦ୍ୱାରା ଶିକ୍ଷକମାନେ ପିଲାଙ୍କ ସହ ସିଧାସଳଖ ଆଲୋଚନା ଏବଂ ସେମାନଙ୍କୁ ବ୍ୟକ୍ତିଗତ ମାର୍ଗଦର୍ଶନ ଦେବା ପାଇଁ ଅଧିକ ସମୟ ପାଇପାରୁଛନ୍ତି। ତେବେ ଏଆଇ ଉପରେ ଅତ୍ୟଧିକ ନିର୍ଭରଶୀଳତା ପିଲାଙ୍କ ସୃଜନଶୀଳତା ଏବଂ ଗୁରୁ ଶିଷ୍ୟଙ୍କ ମଧ୍ୟରେ ଥିବା ଆନ୍ତରିକ ସମ୍ପର୍କକୁ ପ୍ରଭାବିତ କରିବାର ଭୟ ରହିଛି। ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀରେ ଆମେ ଏଆଇକୁ ଏକ ସହାୟକ ଭାବେ ବ୍ୟବହାର କରୁଛୁ, କିନ୍ତୁ ଏହା ଯେପରି ମାନବୀୟ ସମ୍ବେଦନା ଏବଂ ସମ୍ପର୍କର ସ୍ଥାନ ନ ନିଏ, ସେଥିପ୍ରତି ଆମେ ସତର୍କ ଅଛୁ।
ପ୍ର. ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ଚିନ୍ତନ, ସୃଜନଶୀଳତା ଏବଂ ବ୍ୟବହାରିକ ଜ୍ଞାନ ଅପେକ୍ଷା ଘୋଷା ପାଠ ଏବଂ ପରୀକ୍ଷା ଫଳାଫଳ ଉପରେ ଅଧିକ ଗୁରୁତ୍ୱ ଦିଆଯାଏ ବୋଲି ଅନେକ ସମାଲୋଚନା କରନ୍ତି। ଏହି ଅନୁସାରେ ଛାତ୍ରୀଛାତ୍ରଙ୍କୁ କିପରି ପ୍ରସ୍ତୁତ କରାଯିବା ଉଚିତ?
ଉ. ଭାରତୀୟ ଶିକ୍ଷା ବ୍ୟବସ୍ଥା ଅତ୍ୟଧିକ ମାର୍କ-କୈନ୍ଦ୍ରିକ ଓ ବାସ୍ତବିକ ଅଭିଜ୍ଞତାଠାରୁ ଦୂରରେ। ଏନ୍‌ଟିଏର ୭୫% ଯୋଗ୍ୟତା ନିୟମ ଏହାର ସ୍ପଷ୍ଟ ପ୍ରମାଣ। ଫିଲିପାଇନ୍ସରେ ବ୍ୟବହାରିକ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଏ। ମାତ୍ର ଠିକ୍‌ ପରାମର୍ଶ ଓ ପ୍ରୋତ୍ସାହନ ମିଳିଲେ, ଛାତ୍ରୀଛାତ୍ରମାନେ ମାର୍କରୁ ଊର୍ଦ୍ଧ୍ୱରେ ଅନେକ ସଫଳତା ହାସଲ କରିପାରନ୍ତି। ‘ଏଏଏ’ରେ ଆମେ ବିଭିନ୍ନ କ୍ଲବ, ପ୍ରୋଜେକ୍ଟ-ଭିତ୍ତିକ ଶିକ୍ଷା ଏବଂ ଦକ୍ଷତା ବିକାଶ କର୍ମଶାଳା ମାଧ୍ୟମରେ ପିଲାଙ୍କୁ ପ୍ରୋତ୍ସାହିତ କରୁଛୁ। ଆମେ ବିଭିନ୍ନ ଶିଳ୍ପ ବିଶେଷଜ୍ଞଙ୍କ ସହ ମିଶି ଇଣ୍ଟର୍ନଶିପ୍‌ର ବ୍ୟବସ୍ଥା କରୁଛୁ, ଯଦ୍ଦ୍ବାରା ପିଲାମାନେ ପାଠ୍ୟପୁସ୍ତକର ଜ୍ଞାନକୁ ପ୍ରକୃତ ଦୁନିଆରେ ପ୍ରୟୋଗ କରିବା ଶିଖୁଛନ୍ତି।
ପ୍ର. ଆପଣଙ୍କର ଏହି ଯାତ୍ରା ଏପର୍ଯ୍ୟନ୍ତ କିପରି ରହିଛି? ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ ଛାତ୍ରୀଛାତ୍ରଙ୍କ ପାଇଁ କାହିଁକି ଏକ ପସନ୍ଦର ସ୍ଥାନ?
ଉ- ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀରେ ମୋର ୩୦ ବର୍ଷର କର୍ମ ଜୀବନରେ ଅନେକ ଛାତ୍ରୀଛାତ୍ରଙ୍କ ବଡ଼ ସଫଳତା ଦେଖିବାକୁ ମିଳିଛି। ଆମର ଗୁରୁକୁଳ ଏବଂ ଆଧୁନିକ ଶିକ୍ଷାର ସମନ୍ବୟ ପିଲାଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବାରେ ସଫଳ ହୋଇଛି। ଏଠାରେ କଳା, ବିଜ୍ଞାନ, ବିତର୍କ ଓ ଖେଳ କ୍ଲବ୍‌ଗୁଡ଼ିକ ମାଧ୍ୟମରେ ଛାତ୍ରୀଛାତ୍ରମାନଙ୍କୁ ବହୁମୁଖୀ ଅଭିଜ୍ଞତା ମିଳେ। ଏହିପରି ପରିବେଶ ଯୋଗୁ ଅଭିଭାବକମାନେ ‘ଏଏଏ’କୁ ପସନ୍ଦ କରନ୍ତି, କାରଣ ଏଠାରେ ଛାତ୍ରମାନଙ୍କର ସମ୍ପୂର୍ଣ୍ଣ ବିକାଶ ହୁଏ ଏବଂ ସମର୍ଥନ ମିଳେ। ପୁରାତନ ଛାତ୍ରୀଛାତ୍ରମାନେ ଅନୁଷ୍ଠାନକୁ ଆସି ମେଣ୍ଟର ହୋଇ ପିଲାଙ୍କୁ ମାର୍ଗଦର୍ଶନ ଦିଅନ୍ତି, ଯାହା ଆମର ପରିବାର ଭଳି ସମ୍ପର୍କକୁ ଆହୁରି ମଜଭୁତ କରେ।
ପ୍ର. ଆପଣଙ୍କ ଦୂରଦୃଷ୍ଟି ଏବଂ ନିଷ୍ଠା ଏହି ଅନୁଷ୍ଠାନକୁ ନୂତନ ଉଚ୍ଚତାରେ ପହଞ୍ଚାଇଛି। ଏହି କ୍ଷେତ୍ରରେ କ୍ୟାରିୟର୍‌ ଆରମ୍ଭ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ଆପଣ କି ପରାମର୍ଶ ଦେବେ?
ଉ. ଏହି ଶିିଳ୍ପରେ ପ୍ରବେଶ କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ପ୍ରଥମେ ସୃଜନଶୀଳତାକୁ ପ୍ରାଧାନ୍ୟ ଦିଅନ୍ତୁ। ନୂତନ ଚିନ୍ତାଧାରାକୁ ସ୍ବାଗତ କଲାଭଳି ପରିବେଶ ତିଆରି କରନ୍ତୁ। କର୍ମଚାରୀ କିମ୍ବା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଭୟ କିମ୍ବା ଅଯଥା ଚାପ ସୃଷ୍ଟି ନ କରି ଦ୍ୱିତୀୟ ପରିବାର ପରି ବିଶ୍ୱାସ ସୃଷ୍ଟି କରନ୍ତୁ। ଦଳଗତ ବିଶ୍ୱାସ, ନିରନ୍ତର ବୃତ୍ତିଗତ ବିକାଶ ଏବଂ ପ୍ରତ୍ୟେକ ଛାତ୍ରୀଛାତ୍ରଙ୍କ ସ୍ବତନ୍ତ୍ରତାକୁ ଗୁରୁତ୍ୱ ଦେବା ଆବଶ୍ୟକ।

ଡ. ଦୀପ୍ତିମୟୀ ମହାନ୍ତି

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?