ଲୁଣାନଦୀର ଜଳସ୍ତର କମୁଛି: ଆଗାମୀ ଦିନରେ ଦେଖାଦେବ…

କେନ୍ଦ୍ରାପଡ଼ା, ୨୮ା୩ (ଜଗନ୍ନାଥ ଧଳ)ଡିସେମ୍ବର ମାସଠାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣାନଦୀର ଜଳସ୍ତର କମିବାରେ ଲାଗିଛି। ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପିଇବା ପାଣି ସମସ୍ୟା ଦେଖାଦେବା ସହ ଅବବାହିକାରେ ଥିବା ଚାଷଜମି ପଡ଼ିଆ ପଡ଼ିବା ଆଶଙ୍କା ଦେଖାଦେଇଛି।

ଲୁଣାନଦୀରୁ ବେଆଇନ ଭାବେ ବାଲି ଉଠାଯାଉଥିବାରୁ ନଦୀପଥର ପରିବର୍ତ୍ତନ ହେବ ବୋଲି ସ୍ଥାନୀୟ ଅଞ୍ଚଳରେ ଉଦ୍‌ବେଗ ପ୍ରକାଶ ପାଇଛି। ଜିଲାରେ ପ୍ରବାହିତ ନଦୀଗୁଡିକର ସଂଯୋଗୀକରଣ ପରେ ଏହି ସମସ୍ୟାର ସମାଧାନ ହୋଇପାରିବ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି। କେନ୍ଦ୍ରାପଡ଼ା ସହରସ୍ଥ ଖଡ଼ଇଙ୍ଗର କ୍ଷିତୀଶ କୁମାର ସିଂହ କହିଛନ୍ତି, ସହରକୁ ଜଳ ଯୋଗାଣ ପାଇଁ ପିଏଚ୍‌ଡି ଓ ଜଳ ସମ୍ପଦ ବିଭାଗର ସମନ୍ବୟରେ ଲୁଣାନଦୀର କଳପଡ଼ାଠାରୁ ପାଣି ଉଠାଯାଉଛି। ତେବେ ଜାନୁଆରୀରୁ ନଦୀର ପମ୍ପ ହାଉସ୍‌ ପାଖ ଶୁଖିଲା ପଡିଛି। ଏଥିପାଇଁ ୭୦୦ ମିଟର ଦୂରରୁ ଏକ ୧୫୦ ମିଟରର ନାଳି ଖୋଳା ଯାଇ ପମ୍ପ ହାଉସ ନିକଟକୁ ପାଣି ଅଣାଯାଉଥିଲା। ଏହି ନାଳି ଏବେ ଶୁଖିଲା ଅବସ୍ଥାକୁ ଆସିଗଲାଣି । ଏପରି ସ୍ଥିତି ରହିଲେ ଆସନ୍ତା ୧୫ ଦିନ ମଧ୍ୟରେ ସହରକୁ ଜଳ ଯୋଗାଣ ବନ୍ଦ ହୋଇଯିବ। ବୁଦ୍ଧିଜୀବୀ ସନ୍ତୋଷ କୁମାର ପଣ୍ଡା କହିଛନ୍ତି, ପଡ଼ାଗୟାସପୁର, ଗୟାସପୁର, ଥାଉରୀ, ଚଢ଼େଇଗୁଅଁା, ରାଜଗଡ ଓ ଅଙ୍ଗୁଳାଇ ଆଦି ସ୍ଥାନରେ ଲୁଣାନଦୀର ଚେକ୍‌ଡ୍ୟାମ୍‌ ହୋଇଛି। ପାନୀୟ ଜଳ ଯୋଗାଣ ସହ ଚାଷ କାର୍ଯ୍ୟ ପାଇଁ ଜଳ ଯୋଗାଣ ହେବା କଥା। ତେବେ ଖରା ଆରମ୍ଭରୁ ଲୁଣା ନଦୀ ଜଳସ୍ତର ହ୍ରାସ ପାଇଥିବାରୁ ପ୍ରାୟ ୧୦ ହଜାର ହେକ୍ଟର ଜମି ପଡିଆ ପଡିବ ବୋଲି ଆକଳନ କରାଯାଉଛି।

ଏ ସମ୍ପର୍କରେ ପୂର୍ବତନ ଜିଲା ପରିଷଦ ସଭ୍ୟ ଗଣେଶ ଚନ୍ଦ୍ର ସାମଲ କୁହନ୍ତି, ଲୁଣା ନଦୀ କେନ୍ଦ୍ରାପଡ଼ା ମଧ୍ୟ ଦେଇ ପ୍ରବାହିତ ହେଉଛି। ନଦୀର ଲମ୍ବ ୭୩ କି.ମି.ହୋଇଥିବା ବେଳେ ବ୍ରିଟିଶ ଶାସନ ସମୟରେ ଏହି ବାଟ ଦେଇ ନୌବାଣିଜ୍ୟ ହେଉଥିଲା। ଏହାର ରକ୍ଷଣାବେକ୍ଷଣ ଅଭାବ, ବେଆଇନ ବାଲି ଓ ମାଟି ଉଠାଣ, ଜବରଦଖଲ ହେତୁ ଏବେ ନଦୀର ଗତିପଥ ଓ ଜଳଧାରର କ୍ଷମତାରେ ପରିବତ୍ତର୍ର୍ନ ହୋଇଛି। ଏହି ଜିଲାର ଅଧିବାସୀ ଚାଷ ଉପରେ ନିର୍ଭରଶୀଳ ହୋଇଥିବା ବେଳେ ୧୫,୮୫୦ ହେକ୍ଟର ଚାଷ ଜମିରେ ଉଦ୍‌ବୃତ୍ତ ଜଳର ନିଷ୍କାସନ ପାଇଁ କୌଣସି ବ୍ୟବସ୍ଥା ନାହିଁ। ସେହିପରି ଜିଲାର ୩୨,୩୫୦ ହେକ୍ଟର ଚାଷଜମି ଲୁଣା। ଏଥିସହ ବର୍ଷାଦିନେ ୩୪,୯୫୨ ହେକ୍ଟର ଜମିରେ ବନ୍ୟାଜଳ ମାଡିଯାଉଛି। ଜିଲାର ୮୪,୯୧୦ ହେକ୍ଟର ଜମିକୁ ପାଣି ଯାଉ ନ ଥିବାରୁ ଏକ ପ୍ରକାର ଅଘୋଷିତ ମରୁଡ଼ି ଅଞ୍ଚଳ ଭାବେ ପରିଗଣିତ ହେଉଛି।

ନଦୀ ଓ ମୁଖ୍ୟ କେନାଲଗୁଡିକର ଜଳ ପରିଚାଳନା ପାଇଁ ଜିଲା ପରିଷଦରେ ବାରମ୍ବାର ଦାବି ସତ୍ତ୍ୱେ କୌଣସି ସୁଫଳ ମିଳିଲା ନାହିଁ। ସାମାଜିକ କର୍ମୀ ପ୍ରତାପ କୁମାର ତ୍ରିପାଠୀ କହିଛନ୍ତି, ଲୁଣା ନଦୀର ଜଳସେଚନ ଫଳରେ ଜିଲାରେ ଧାନ ସହ ରବି ଫସଲ ଓ ନଳିତା, ବାଦାମ ଆଖୁ ପରି ଅର୍ଥକରୀ ଫସଲ, ପନିପରିବା ଚାଷ ହେଉଥିଲା। ଗତ କିଛି ବର୍ଷ ଧରି ଏହି ନଦୀର ଜଳସ୍ତର କମିବାରେ ଲାଗିଛି। ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ସରକାରଙ୍କ ବନ୍ଧ ନିର୍ମାଣ ଫଳରେ ଏପରି ସ୍ଥିତି ଉପୁଜିଛି ବୋଲି ସେ ମତ ଦେଇଛନ୍ତି।

କୃଷକ ନେତା ବିଜୟ କୁମାର ପରିଡ଼ା କହିଛନ୍ତି, ଜିଲାରେ ୭ ନଦୀ ପ୍ରବାହିତ ହେଉଛି। ଏହି ନଦୀଗୁଡିକୁ ସଂଯୋଗୀକରଣ କରାଯାଇ ବିଭିନ୍ନ ସ୍ଥାନରେ ବ୍ୟାରେଜ ନିର୍ମାଣ କରାଗଲେ ଜିଲାର ଚାଷ ଜମିକୁ ଜଳସେଚନ ବ୍ୟବସ୍ଥା ହୋଇପାରନ୍ତା। ଏନେଇ ପ୍ରଶାସକ ଓ ସ୍ଥାନୀୟ ରାଜନେତା କୌଣସି ପଦକ୍ଷେପ ନେଉନାହାନ୍ତି।
ଜଳ ସମ୍ପଦ ଅଧୀକ୍ଷଣ ଯନ୍ତ୍ରୀ ରାକେଶ କୁମାର ମଲ୍ଲିକ କହିଛନ୍ତି, ଏହି ନଦୀର ଜଳ ଧାରଣ କ୍ଷମତା ବୃଦ୍ଧି ପାଇଁ ବିଭିନ୍ନ ପ୍ରକଳ୍ପର ପ୍ରୟାସ ଜାରି ରହିଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?