Posted inଜାତୀୟ

ପ୍ରତି ଲକ୍ଷେ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ

ନୂଆଦିଲ୍ଲୀ,୨୮ା୩: ଦକ୍ଷିଣ ଏସିଆ ଓ ଅନ୍ୟ ଉପସାହାରୀୟ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକରେ ମାତୃ ମୃତ୍ୟୁହାର ଅତ୍ୟନ୍ତ ଚିନ୍ତାଜନକ ରହିଛି। ୨୦୨୩ରେ ଭାରତ ସମେତ ଏହି ଅଞ୍ଚଳରେ ପ୍ରତି ୧ ଲକ୍ଷ ଶିଶୁ ଜନ୍ମରେ ୨୪,୭୦୦ ମାତୃମୃତ୍ୟୁ ଘଟିଥିବା ଏକ ନୂଆ ବୈଶ୍ୱିକ ବିଶ୍ଳେଷଣରୁ ଜଣାପଡ଼ିଛି। ଦି ଲାନ୍ସେଟ୍‌ ଅବ୍‌ଷ୍ଟେଟ୍ରିକ୍ସ, ଗାଇନେକୋଲୋଜି ଆଣ୍ଡ ଓମେନ୍ସ ହେଲ୍‌ଥ ଜର୍ନାଲରେ ପ୍ରକାଶିତ ଅନୁଧ୍ୟାନ ରିପୋର୍ଟ ଅନୁସାରେ ଏହି ସମୟରେ ପାକିସ୍ତାନରେ ପ୍ରତି ୧ ଲକ୍ଷ ଶିଶୁ ଜନ୍ମରେ ୧୦,୩୦୦ ମା’ଙ୍କ ମୃତ୍ୟୁ ଘଟିଥିଲା। ଆଫ୍ରିକୀୟ ଦେଶ ଇଥିଓପିଆ ଓ ନାଇଜେରିଆରେ ଏହି ହାର ଯଥାକ୍ରମେ ୧୧,୯୦୦ ଓ ୩୨,୯୦୦ ରହିଥିଲା।
ଓ୍ବାଶିଂଟନ୍‌ ୟୁନିଭର୍ସିଟିସ୍ଥିତ ଇନ୍‌ଷ୍ଟିଚୁଟ୍‌ ଫର୍‌ ହେଲ୍‌ଥ ମେଟ୍ରିକ୍ସ ଆଣ୍ଡ୍‌ ଇଭାଲ୍ୟୁଏଶନ୍‌ (ଆଇଏଚ୍‌ଏମ୍‌ଇ) ଗବେଷକଙ୍କ ନେତୃତ୍ୱରେ କରାଯାଇଥିବା ଏହି ଅଧ୍ୟୟନରୁ ଆହୁରି ଜଣାପଡ଼ିଛି ଯେ, ଗତ ୩ ଦଶନ୍ଧି ମଧ୍ୟରେ ମାତୃ ମୃତ୍ୟୁହାର ହ୍ରାସ ପାଇଛି। କିଛି ବର୍ଷ ହେଲା ଏହି କ୍ଷେତ୍ରରେ ସାମାନ୍ୟ ଉନ୍ନତି ଆସିଥିବାବେଳେ କେତେକ ଅନୁନ୍ନତ ଦେଶରେ ଅବସ୍ଥା ଉଦ୍‌ବେଗଜନକ ରହିଛି। ଗ୍ଲୋବାଲ ବର୍ଡନ ଅଫ୍‌ ଡିଜିଜ୍‌ (ଜିବିଡି) ୨୦୨୩ ଗବେଷଣା ବିଶ୍ୱର ୨୦୪ ଦେଶ ଓ ଭୂଖଣ୍ଡରେ ମାତୃ ମୃତ୍ୟୁହାରର ସମ୍ପୂର୍ଣ୍ଣ ଚିତ୍ର ପ୍ରଦାନ କରାଯାଇଛି। ତଦନୁସାରେ ବିଶ୍ୱରେ ୨୦୨୩ରେ ପ୍ରତି ୧ ଲକ୍ଷ ଶିଶୁ ଜନ୍ମରେ ମାତୃ ମୃତ୍ୟୁହାର ୨.୪ ଲକ୍ଷ ରହିଛି। ଅନ୍ୟପକ୍ଷେ ୨୦୪ରୁ ୧୦୪ ଦେଶ ଓ ଭୂଖଣ୍ଡ ଅଦ୍ୟାବଧି ପ୍ରତି ୧ ଲକ୍ଷ ଶିଶୁ ଜନ୍ମରେ ମାତୃ ମୃତ୍ୟୁହାରକୁ ୭୦ରେ ସୀମିତ ରଖିବା ନେଇ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି) ହାସଲ କରିପାରିନାହାନ୍ତି। ଗର୍ଭାବସ୍ଥାରେ ହାଇପରଟେନ୍‌ସିଭ୍‌ ଡିଜ୍‌ଅର୍ଡରକୁ ଏହାର ଏକ ବଡ଼ କାରଣ ବୋଲି କୁହାଯାଉଛି। କୋଭିଡ୍‌-୧୯ ସଂକ୍ରମଣ ବେଳେ ମଧ୍ୟ ମାତୃ ମୃତ୍ୟୁହାର ଅଧିକ ରହିଥିଲା। ୨୦୨୦-୨୧ରେ ମହାମାରୀ ମୁକାବିଲା ପାଇଁ ଭାକ୍ସିନ ଆସିବା ପୂର୍ବରୁ ମାତୃ ମୃତ୍ୟୁହାର ସାମୟିକ ଭାବେ ଅଧିକ ରହିଥିଲା।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସେଲ୍ଫି ନେଇ ଗାଧୋଇବା ହେଲା କାଳ, ଭାସିଗଲେ ୩ ଯୁବକ

କଟକ,୫।୭(ପ୍ରଭୂକଲ୍ୟାଣ ପାଲ୍‌): ସେଲ୍ଫି ଓ ମସ୍ତି ନିଶା ହେଲା କାଳ। କଟକ ନରାଜରେ ଘଟିଛି ଏକ ଅଘଟଣ। ହଠାତ୍‌ ପାଣି ମାଡ଼ି ଆସି ନରାଜ ପୁରୁଣା ନଦୀ…

କୂଳ ଲଂଙ୍ଘିବା ଓ ବେଳାଭୂମି ଅବକ୍ଷୟ ପ୍ରସଙ୍ଗ, ସମୀକ୍ଷା କରି ଅଞ୍ଚଳବlସୀଙ୍କ ସହ ବିଧାୟକଙ୍କ ଆଲୋଚନା

ଗଞ୍ଜାମ,୫ା୭(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲାର ଗଞ୍ଜାମ ବ୍ଲକ ଅନ୍ତର୍ଗତ ଋଷିକୁଲ୍ୟା ମୁହାଣ ପୁରୁଣାବନ୍ଧ ଠାରୁ ପ୍ରୟାଗି ପର୍ଯ୍ୟନ୍ତ ଗତ କିଛି ଦିନ ହେଲା ବେଳାଭୂମି ଦ୍ରୁତ…

ପଞ୍ଚାୟତ କର୍ତ୍ତୃପକ୍ଷଙ୍କ ଖାମଖିଆଲ ନୀତି: ଡ୍ରେନ୍‌ ସଫା କଲେ ଗ୍ରାମବାସୀ

ରିଷିଡ଼ା,୫ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ଗ୍ରାମ ମୁଖ୍ୟ ରାସ୍ତାର ଗୋଟିଏ ପାର୍ଶ୍ୱ ଡ୍ରେନ୍‌ରୁ ରବିବାର ସକାଳେ ଗ୍ରାମବାସୀ ଅଳିଆ ସଫା କରିଥିବା…

ରବିଙ୍କ ପାଦ ରେଖା ଅତିକ୍ରମ କରି ନ ଥିଲା, ତେବେ କାହିଁକି ନୋ-ବଲ ଦିଆଗଲା, ICC ନିୟମ ବିଷୟରେ ଜାଣନ୍ତୁ ଯାହା ଭାରତକୁ ମହଙ୍ଗା ପଡ଼ିଲା…

ମାଞ୍ଚେଷ୍ଟର,୫ା୭: ଜେକବ ବେଥେଲଙ୍କ ଅପରାଜିତ ଅର୍ଦ୍ଧଶତକୀୟ ବଳରେ ଶନିବାର ଖେଳାଯାଇଥିବା ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୪ ଉଇକେଟରେ ଭାରତକୁ ପରାସ୍ତ କରିଛି। ସିରିଜ୍‌ର ପ୍ରଥମ ମ୍ୟାଚ୍‌…

ମହାରାଷ୍ଟ୍ର ରାଜନୀତିରେ ହଲଚଲ! କଂଗ୍ରେସ MLCଙ୍କୁ କିଣାବାକୁ ୨୦ କୋଟିର ଡିଲ୍‌…

ମୁମ୍ବାଇ,୫ା୭: ମହାରାଷ୍ଟ୍ରର ଶିବସେନା (ଉଦ୍ଧବ ଠାକରେ ଗୋଷ୍ଠୀ)ର ନେତା ସଞ୍ଜୟ ରାଉତ ରବିବାର (୫ ଜୁଲାଇ) ଏକ ଗୁରୁତ୍ୱପୂର୍ଣ୍ଣ ଦାବି କରିଛନ୍ତି । ସେ କହିଛନ୍ତି ଯେ…

ଘୋଡ଼ାହାଡ଼ ଡ୍ୟାମ୍‌ରୁ ଛଡ଼ାଗଲା ପାଣି, ଖୋଲିଲା ୨ ଗେଟ୍‌

ଦିଗପହଣ୍ଡି,୫ା୭(ଅଶେଷ ନାଥ ମିଶ୍ର): ଦକ୍ଷିଣ ବଙ୍ଗୋପସାଗରରେ ଅବପାତ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରବିବାର ସକାଳୁ ଦିଗପହଣ୍ଡି ଅଞ୍ଚଳରେ ବର୍ଷା ହୋଇଛି। ବର୍ଷା ଯୋଗୁ ଜଳସମ୍ପଦ ବିଭାଗ…

ରାମ ମନ୍ଦିର ଦାନ ଅର୍ଥ ଚୋରି ମାମଲାରେ ମୁହଁ ଖୋଲିଲେ ମୋହନ ଭାଗବନ-କହିଦେଲେ ବଡ଼ କଥା…

ନୂଆଦିଲ୍ଲୀ,୫।୭: ଅଯୋଧ୍ୟା ରାମ ମନ୍ଦିରର ଦାନ ଅର୍ଥ ହେରଫେର (ଚୋରି) ମାମଲାରେ ଏବେ ରାଷ୍ଟ୍ରୀୟ ସୱୟଂସେବକ ସଂଘ (RSS) ପକ୍ଷରୁ ବଡ଼ ବୟାନ ସାମ୍ନାକୁ ଆସିଛି। ସଂଘର…

ଇରାନକୁ ବଡ଼ ଧମକ ଦେଲେ ଟ୍ରମ୍ପ, ‘ଚାହିଁଲେ ଏକାଥରେ ସବୁ ଶେଷ….’

ଓ୍ବାଶିଂଟନ,୫ା୭: ଇରାନରେ ବର୍ତ୍ତମାନ ଏକ ସପ୍ତାହ ଶୋକ ପାଳନ କରାଯାଉଛି। ସର୍ବୋଚ୍ଚ ନେତା ଅଲି ଖାମନେଇଙ୍କୁ ଜୁଲାଇ ୪ରୁ ଜୁଲାଇ ୯  ପର୍ଯ୍ୟନ୍ତ ଶେଷ ବିଦାୟ ଦିଆଯାଉଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri