୩ଦିନ ବ୍ୟାଙ୍କ ବନ୍ଦ; ଆଉ ମିଳିବନି ପେଟ୍ରୋଲ? ଦେଶରେ ଚହଳ!

ନୂଆଦିଲ୍ଲୀ,୨୬।୩: ଶୁକ୍ରବାର, ଶନିବାର ଓ ରବିବାର ବ୍ୟାଙ୍କ ଛୁଟି। ଶୁକ୍ରବାର ରାମନବମୀ ଛୁଟି, ଶନିବାର ଲାଷ୍ଟ ସଟର ଡେ, ରବିବାର ପଡୁଛି ସାପ୍ତାହିକ ଛୁଟି। ଯୁଦ୍ଧ ମୁକାବିଲା ପାଇଁ ତୈଳ କମ୍ପାନି ନେଇଛନ୍ତି କଠୋର ପଦକ୍ଷେପ। ଡିଲରଙ୍କ ପାଇଁ Payment Terms Policy ପରିବର୍ତ୍ତନ କରିଛି ତୈଳ କମ୍ପାନି। ଆଗୁଆ ପେମେଣ୍ଟ କଲେ ଡିଲରଙ୍କୁ ମିଳୁଛି ପେଟ୍ରୋଲ, ଡିଜେଲ।

ତେଲ ପାଇଁ ଡିଲରଙ୍କୁ ପ୍ରଥମେ ବ୍ୟାଙ୍କରେ ଟଙ୍କା ଜମା କରିବାକୁ ପଡୁଛି । ବ୍ୟାଙ୍କ ବନ୍ଦ ରହିଲେ ଟଙ୍କା ଡିପୋଜିଟ କରିପାରିବେ ନାହିଁ ଡିଲର। ଆଗୁଆ ଟଙ୍କା ନଦେଲେ ଡିଲରଙ୍କୁ ତେଲ ପଠାଇବ ନାହିଁ କମ୍ପାନି। ପେଟ୍ରୋଲ ପମ୍ପରେ ପେଟ୍ରୋଲ ସରିଯିବାରୁ କିଛି ପେଟ୍ରୋଲ ପମ୍ପ ରେ ଲାଗୁଛି ଗହଳି। ସାଧାରଣ ଲୋକ ବ୍ୟସ୍ତ ହୋଇ ପେଟ୍ରୋଲ ପମ୍ପରେ ଗହଳି ନ କରିବାକୁ ଅନୁରୋଧ କରିଛନ୍ତି ସଂଘ ସଭାପତି।

୩ ଦିନ ବ୍ୟାଙ୍କ ବନ୍ଦ ରହୁଥିବାରୁ ତେଲ ମିଳିବାରେ ହୋଇପାରେ ସମସ୍ୟା। ତୈଳ କମ୍ପାନି ପାଖରେ ତେଲ ବହୁ ପରିମାଣରେ ମହଜୁଦ ରହିଛି। ଛାନିଆ ହୋଇ ତେଲ ପାଇଁ ପେଟ୍ରୋଲ ପମ୍ପରେ ଭିଡ଼ ନ ଲଗାଇବାକୁ ଅନୁରୋଧ। ବ୍ୟସ୍ତ ହୋଇ ପେଟ୍ରୋଲ ପମ୍ପରେ ଗହଳି ନ କରିବାକୁ ଅନୁରୋଧ କରିଛନ୍ତି ପେଟ୍ରୋଲ ଡିଜେଲ୍ ବ୍ୟବସାୟୀ ସଂଘ ସଭାପତି ସଞ୍ଜୟ ଲାଠ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଏକ ଲଘୁଚାପ ସମ୍ଭାବନା: ୨୧ ଜିଲାକୁ ଝଡ଼ବର୍ଷା ସତର୍କତା

ଭୁବନେଶ୍ୱର, ୨୧ା୮(ବନ୍ଦନା ସେଠୀ) – ୪ଦିନ ହେବ ରାଜ୍ୟରେ ବର୍ଷା ନ ଥିବାବେଳେ ଖରା ଓ ଗୁଳୁଗୁଳି ଜାରି ରହିଛି। ଏପରିସ୍ଥିତିରେ ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ଦୁଇଟି ସନ୍ତାନର ବାପା ହେବା ପରେ ଶେଷରେ ପ୍ରେମିକାଙ୍କ ହାତ ଧରିଲେ ଅର୍ଜୁନ ରାମପାଲ, ଛୁଟୁଛି ଶୁଭେଚ୍ଛାର ସୁଅ

ମୁମ୍ବାଇ: ବିବାହ କରି ଚର୍ଚ୍ଚାକୁ ଆସିଛନ୍ତି ଆଉଜଣେ ଅଭିନେତା । ସେ ହେଲେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ। ପ୍ରେମିକା ତଥା ସାଉଥ ଆଫ୍ରିକାନ ମଡେଲ ଫ୍ୟାଶନ…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଚାଲିଗଲା ଓଡ଼ିଆ ଯୁବତୀଙ୍କ ଜୀବନ

ହାଇଦ୍ରାବାଦ,୨୧।୮: ହାଇଦ୍ରାବାଦରେ ଏମ୍‌ପିଙ୍କ ପୁଅ ଗାଡ଼ି ଧକ୍କାରେ ଜଣେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ ଘଟିଛି। ରାସ୍ତା ପାର୍‌ ବେଳେ ଏମ୍‌ପି ପୁଅଙ୍କ ଏକ ବିଳାସପୂର୍ଣ୍ଣ କାର୍‌ ଯୁବତୀଙ୍କୁ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

ପ୍ରଶାସନିକ ଉଦାସୀନତା: ରାସ୍ତାରେ ଆଣ୍ଠୁଏ କାଦୁଅ, ଯାତାୟାତରେ ସମସ୍ୟା ନେଇ…

ଜମନକିରା,୨୧ା୮(ରବୀନ୍ଦ୍ର ପ୍ରସାଦ ଦାନୀ): ଗ୍ରାମାଞ୍ଚଳରେ ଯାତାୟାତ ସୁବିଧା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ପ୍ରଶାସନିକ ଉଦାସୀନତା ଓ ଦୂରଦୃଷ୍ଟିହୀନ କାର୍ଯ୍ୟ ଯୋଗୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri