ଠିକଣା ପଚାରିବା ଆଳରେ ଅପହରଣ ଉଦ୍ୟମ: ରାୟଗଡ଼ାରେ ଅଳ୍ପକେ ବର୍ତ୍ତିଲା ୧୨ ବର୍ଷର ପିଲା, ସହରରେ ଚାଞ୍ଚଲ୍ୟ

ରାୟଗଡା, ୨୪।୩(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡା ସହର ଅଞ୍ଚଳରେ ଏକ ଚିନ୍ତାଜନକ ଘଟଣା ସାମ୍ନାକୁ ଆସିଛି। ଆଜି ରାତ୍ର ପ୍ରାୟ ସାଢେ ୮ଟା ସମୟରେ ଜଣେ ୧୨ ବର୍ଷର ପିଲାକୁ ଠିକଣା ପଚାରିବା ଆଳରେ ଅପହରଣ କରିବାକୁ ଜଣେ ଅଜଣା ବ୍ୟକ୍ତି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ପିଲାଟି ଜଣକ ରାୟଗଡା ସହରର ସାଇପ୍ରିୟା ନଗର ଅଞ୍ଚଳରେ ରହୁଥିବା ଗ୍ୟାରେଜ ମାଲିକ ଚନ୍ଦନ ବିଶ୍ୱକର୍ମାଙ୍କ ପୁଅ ଆୟୁଷ ବିଶ୍ୱକର୍ମା ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ପିଲାଟି ଘରରୁ ବାହାରକୁ କିଛି ସମୟ ପାଇଁ ବୁଲିବାକୁ ଯାଇଥିବା ବେଳେ ଜଣେ ଅଜଣା ବ୍ୟକ୍ତି ସ୍କୁଟିରେ ଆସି ତାକୁ ରାସ୍ତାରେ ଅଟକାଇ ଠିକଣା ପଚାରିଥିଲେ। ପରେ ଠିକଣାରେ ପହଞ୍ଚାଇ ଦେବାକୁ କହି ସ୍କୁଟିରେ ବସିବାକୁ ବାଧ୍ୟ କରିଥିବା ବେଳେ ପିଲାଟି କିନ୍ତୁ ସାହସ ଦେଖାଇ ସେଠାରୁ ନିକଟସ୍ଥ ଏକ ପଡ଼ିଆ ପଟେ ଦୌଡ଼ି ପଳାଇଥିବା ବେଳେ ଉକ୍ତ ସ୍କୁଟି ଚାଳକ ଜଣକ ପ୍ରାୟ ଦୁଇଥର ଉକ୍ତ ସ୍ଥାନରେ ପଇଁତରା ମାରି ପିଲାଟିକୁ ନ ପାଇ ସେଠାରୁ ଚାଲି ଯାଇଥିଲା। ପରେ ଉକ୍ତ ରାସ୍ତାରେ ସ୍ଥାନୀୟ ଜଣେ ଚିହ୍ନା ବ୍ୟକ୍ତି ଆସୁଥିବା ଦେଖି ପିଲାଟି ତାଙ୍କ ପାଖକୁ ଦୌଡ଼ି ଯାଇ ଘଟଣା ବିଷୟରେ କହିଥିବା ବେଳେ ଚିହ୍ନା ବ୍ୟକ୍ତି ଜଣଙ୍କ ତୁରନ୍ତ ପିଲାଟିକୁ ତାଙ୍କ ନିଜ ଘରେ ଛାଡିଥିଲେ।

ତେବେ ପିଲାଟି ଘରକୁ ଫେରିବାରେ ବିଳମ୍ବ ହୋଇଥିବାରୁ ତାଙ୍କ ପରିବାର ଲୋକେ ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି କରୁଥିବା ବେଳେ ପୁଅ ଆୟୁଷକୁ ପାଇ ଏବଂ ଘଟଣା ସମ୍ପର୍କରେ ଜାଣିବା ପରେ ମା ସୋନି ବିଶ୍ୱକର୍ମା ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ।ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।ପୋଲିସ ଘଟଣାକୁ ଗୁରୁତ୍ୱର ସହିତ ନେଇ ତଦନ୍ତ ଆରମ୍ଭ କରିଛି ଏବଂ ଦୋଷୀକୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମୋ ମାଧବ…ହାତରେ ବଂଶୀ ଧରି କୃଷ୍ଣ ସାଜିଲେ ଅଖିଳେଶ, ଜାଣନ୍ତୁ କିଏ ହେଲେ ସୁଦାମା

ସମାଜବାଦୀ ପାର୍ଟି ମୁଖ୍ୟ ତଥା ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ଗୁରୁବାର ‘PDA ରଥ’ରେ ରାୟବରେଲୀ ପହଞ୍ଚିଛନ୍ତି । ତାଙ୍କ ଆଗମନ ପୂର୍ବରୁ ସହରର ଏକ…

‘ଧରିତ୍ରୀ’ ପ୍ରଭାବ: ଜଳମଗ୍ନ ଅଞ୍ଚଳ ପରିଦର୍ଶନ କଲେ ଜିଲାପାଳ

ଛତ୍ରପୁର, ୨୪।୯ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟନାୟକ): ଗଭୀର ଅବପାତଜନିତ ପ୍ରବଳ ବର୍ଷା ଯୋଗୁ ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ତାମ୍ପରା ହ୍ରଦ ନିକଟସ୍ଥ ବ୍ୟାଙ୍କ କଲୋନୀର କେତେକ ଅଞ୍ଚଳ…

ଭାରତୀୟ ଅର୍ଥନୀତି ଆଗରେ ବଡ଼ ବିପଦ! PM ମୋଦିଙ୍କ ପ୍ରଧାନ ସଚିବ ଦେଲେ ଚେତାବନୀ, ଦେଶରେ ଚହଳ

ନୂଆଦିଲ୍ଲୀ,୨୪।୯: ମୁମ୍ବାଇରେ ଆୟୋଜିତ ଏସ୍‌ବିଆଇ ବ୍ୟାଙ୍କିଂ ଆଣ୍ଡ ଇକୋନୋମିକ୍ସ କନକ୍ଲେଭରେ ଯୋଗଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଧାନ ସଚିବ ଡ. ପି.କେ. ମିଶ୍ରା ବଡ଼ ଚେତାବନୀ ଦେଇଛନ୍ତି।…

ଚାକିରି କରାଇଦେବା ନାଁରେ ଲକ୍ଷାଧିକ ଟଙ୍କା ଠକେଇ: ଗିରଫ ହେଲେ କୁଣ୍ଡୁଳା ହାଇସ୍କୁଲ ପ୍ରଧାନଶିକ୍ଷକ

ପାଟଣା,୨୪।୯(ବୀର କିଶୋର ଦାଶ): ସରକାରୀ, ବେସରକାରୀ ଚାକିରି କରାଇଦେବାର ପ୍ରତିଶ୍ରୁତି ଦେଇ ଆଶାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଠକେଇ କରୁଥିଲେ ପ୍ରଧାନଶିକ୍ଷକ । ଏହି ଘଟଣାରେ କେନ୍ଦୁଝର ଜିଲା…

୫ ରାଶିଙ୍କ ଉପରେ ଧନବର୍ଷା କରିବେ ଶନି! ଅକ୍ଟୋବର ପ୍ରଥମ ସସ୍ତାହରୁ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ମିଳିବ ଖୁସିଖବର

ଭୁବନେଶ୍ୱର: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଶନି ଗ୍ରହଙ୍କ ନକ୍ଷତ୍ର ପରିବର୍ତ୍ତନର ପ୍ରଭାବ ବିଭିନ୍ନ ରାଶି ଉପରେ ପଡ଼ିପାରେ। ଏହି ପରିବର୍ତ୍ତନ ଯୋଗୁ ବୃଷ, ସିଂହ, ତୁଳା, ମକର…

ବିଧାୟକଙ୍କ ଫାର୍ମହାଉସରେ ବର୍ବରତା; ମହିଳାଙ୍କୁ ଟେକିନେଇ ଗଣବଳାତ୍କାର, CRPF ଯବାନ ଗିରଫ

ଲକ୍ଷ୍ନୌ,୨୪।୯: ଉତ୍ତରପ୍ରଦେଶର ଅମରୋହାରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଏକ ଫାର୍ମହାଉସ୍‌ରେ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ…

ଦୋକାନ ଭିତରକୁ ମାଡ଼ିଗଲା ମାଲବୋଝେଇ ଟ୍ରଲର: ବାଇକ-ସ୍କୁଟି ଉପରେ…

ଖୋର୍ଦ୍ଧା,୨୪।୯(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଜିଲା ସଦର ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ଅଘଟଣ ଘଟିଛି। ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଦୋକାନ ଭିତରକୁ ମାଡ଼ିଯାଇଛି ମାଲବୋଝେଇ ଟ୍ରଲର। ଦୁର୍ଘଟଣାରେ…

‘ବୈଭବଙ୍କ ପାଇଁ ମୋ ନିଦ ହଜିଯାଇଥିଲା’, ଏମିତି କାହିଁକି କହିଲେ ଗମ୍ଭୀର? ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨୪।୯: ଭାରତୀୟ କ୍ରିକେଟ ଦଳର ମୁଖ୍ୟ କୋଚ ଗୌତମ ଗମ୍ଭୀର ଏକ ବଡ଼ ଖୁଲାସା କରିଛନ୍ତି। ସଞ୍ଜୁ ସାମସନଙ୍କୁ ଟି-୨୦ ଦଳରୁ ବାଦ ଦେବା ତାଙ୍କ ଏପର୍ଯ୍ୟନ୍ତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?