LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ ଭାରତର ଘରୋଇ ଇଲୋକ୍ଟ୍ରୋନିକ ବଜାର ପ୍ରଭାବିତ ହେବାକୁ ଯାଉଛି । ଯାହାଫଳରେ ବହୁ ଜଲଦି ସମସ୍ତ ଇଲୋକ୍ଟ୍ରୋନିକ ଉତ୍ପାଦ ଅର୍ଥାତ୍ ଏସି, ଟିଭିଠୁ ନେଇ ୱାସିଂମେସିନ ଯାଏ ଦର ବଢିବାକୁ ଯାଉଛି ।

ରିପୋର୍ଟ ମୁତାବକ,  ଦେଶର ରାଜଧାନୀ ଦିଲ୍ଲୀରେ ଥିବା ଏସିଆର ସର୍ବ ପୁରାତନ ଇଲେକ୍ଟ୍ରୋନିକ ବଜାର ଓଲ୍ଡ ଲାଜପତ ରାୟ ବଜାରରେ ସମସ୍ୟ ଇଲେକ୍ଟୋନିକ ପ୍ରଡକ୍ଟ ଆକାଶ ଛୁଆଁ ଦରରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଏନେଇ ସ୍ଥାନୀୟ ବଜାରର ଅଧ୍ୟକ୍ଷ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଏହି ଯୁଦ୍ଧରେ କେବଶଳ ଯେଉଁମାନେ ସାମିଲ ରହିଛନ୍ତି ସେମାନଙ୍କ ଉପରେ ପ୍ରଭାବ ପଡିନାହିଁ । ଏହାର ସିଧାସଳଖ ପ୍ରଭାବ ଆମ ଉପରେ ପଡୁଛି । କାରଣ ଭାରତ ଏବେବି ଇଲେକ୍ଚ୍ରୋନିକ ଉତ୍ପାଦରେ ଲାଗୁଥିବା ଚିପ୍‌ସେଟ୍ ଆମଦାନି କରିଥାଏ । କିନ୍ତୁ ବର୍ତ୍ତମାନ ଯୁଦ୍ଧ ପାଇଁ ଏହାକୁ ଆମଦାନୀ କରିବା ସହଜ ହୋଇ ରହିନାହିଁ । ଯାାହଫଳରେ ସମସ୍ତ ଇଲେକ୍ଟ୍ରିକାଲ ଉତ୍ପାଦ ଗୁଡିକର ଦର ବଢାଇବାକୁ ପଡିଛି ।

ପ୍ରଥମେ ଚାଇନା, ତାଇୱାନ ଓ ଦୁବାଇରୁ ମାଲ୍ ମଗାଇବାର ଆବଶ୍ୟକତା ରହିଥିଲେ କଣ୍ଟେନର ପିଛା ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିଲା । କିନ୍ତୁ ଯୁଦ୍ଧ ଯୋଗୁଂ ବର୍ତ୍ତମାନ ଏହି ଦର କଣ୍ଟେନର ପିଛା ୩ ଲାକ୍ଷ ଟଙ୍କା ପହଞ୍ଚିଛି । ଏଣୁ ଏହି ଅତିରିକ୍ତ ଖର୍ଚ୍ଚର ବିଲ୍ ସାଧାରଣ ଉପଭୋକ୍ତାଙ୍କ ଉପରେ ପଡିବାକୁ ଯାଉଛି । ଏହାଛଡା ମଧ୍ୟ ପ୍ରାଚ୍ୟରୁ ଆମଦାନି ହେଉଥିବା ଇଲେକ୍ଟ୍ରୋନିକ କମ୍ପୋନେଟ୍ ବର୍ତ୍ତମାନ ଏକ ପ୍ରକାର ଠପ୍ ହୋଇଯାଇଛି । ଏହାଛଡା ମଧ୍ୟପ୍ରାଚ୍ୟର ବିଭିନ୍ନ ଦେଶରେ ଭାରତର ପାଖାପାଖି ୪.୫ ବିଲିୟନ ଡଲାରର ଇଲେକ୍ଟ୍ରୋନିକ କମ୍ପୋନେଟ ଅଟକି ରହିଛି ।

ବର୍ତ୍ତମାନ ଏହି ବଜାରରେ ଟିଭି ଦରରେ ବ୍ୟପକ ପରିବର୍ତ୍ତନ ଦେଖିବାକୁ ମିଳିଛି । ବଜାରରେ ବର୍ତ୍ତମାନ ପ୍ଲାଷ୍ଟିକ୍ ପେଲେଟ୍ ଓ ତମ୍ୱା ଦରରେ ଜବରଦସ୍ତ ପରିବର୍ତ୍ତନ ଦେଖିବାକୁ ମିଳିଛି । ଯାହାଫଲରେ ଏସି, ଟିଭି ଓ ୱାସିଂମେସିନ ଉପରେ ଏହାର ବଡ ପ୍ରଭାବ ପଡିବାକୁ ଯାଉଛି । ଯଦି ଏହି ଯୁଦ୍ଧ ଆଗକୁ ସମାନ ଢଙ୍ଗରେ ଜାରି ରୁହେ ତେବେ ଏହି ସବୁ ସାମଗ୍ରୀ ଗୁଡିକର ଦରରେ ୧୦ରୁ ୧୫ ପ୍ରତିଶତର ଅଭିବୃଦ୍ଧି ପ୍ରକାସ ପାଇବ ।

 

 


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?