ମାସେ ପରେ ବି ତୁଟିନି ଧାନ କିଣାବିକା ସମସ୍ୟା: ପୋଲିସ-ଚାଷୀ ଧସ୍ତାଧସ୍ତି

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ଏକମାସରୁ ଊଦ୍ଧର୍‌ବ ବିତିଗଲାଣି। ଏହାସତ୍ତ୍ୱେ ଧାନ କିଣାବିକା ନେଇ ନାନା ସମସ୍ୟା ଅସମାହିତ ରହିଛି। ଧାନ ବିକ୍ରି ପାଇଁ ଅନେକ ଚାଷୀଙ୍କୁ ଏପର୍ଯ୍ୟନ୍ତ ଟୋକନ ମିଳିପାରି ନାହିଁ। ଅନ୍ୟପକ୍ଷରେ ଯେଉଁ ଚାଷୀମାନଙ୍କୁ ଧାନ ବିକ୍ରି ଟୋକନ୍‌ ମିଳିଛି, ସେମାନଙ୍କ ମଧ୍ୟରୁ ଅଧିକାଂଶ କ୍ଷେତ୍ରରେ ବିକ୍ରି ତାରିଖ ବିଳମ୍ବରେ ଥିବାବେଳେ ବିକ୍ରିଯୋଗ୍ୟ ଧାନ ପରିମାଣକୁ ମଧ୍ୟ ଅନ୍ୟବର୍ଷ ତୁଳନାରେ ହ୍ରାସ କରି ଦିଆଯାଇଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। କେବଳ ସେତିକି ନୁହେଁ, ଧାନ ଉଠାଣ ନେଇ ବିଗତବର୍ଷଗୁଡ଼ିକରେ ମିଲର୍ସମାନଙ୍କୁ ଯେଭଳି ଆଲଟ୍‌ମେଣ୍ଟ ଦିଆଯାଉଥିଲା, ଏଥର ସେଥିରେ ମଧ୍ୟ ବ୍ୟତିକ୍ରମ ଦେଖାଯାଇଛି ବୋଲି ଚାଷୀମାନେ କହିଛନ୍ତି। ଏହାକୁ ନେଇ ଜିଲାର ଚାଷୀମାନେ ପୁଣି ଆନ୍ଦୋଳନମୁହାଁ ହୋଇଛନ୍ତି। ମଙ୍ଗଳବାର ଜିଲାର ବିଭିନ୍ନ ମଣ୍ଡିରୁ ଶତାଧିକ ଚାଷୀ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସିଥିଲେ। ଚାଷୀମାନେ ପହଞ୍ଚତ୍ବା ପୂର୍ବରୁ ପୋଲିସ କାର୍ଯ୍ୟାଳୟର ମୁଖ୍ୟ ଫାଟକ ବନ୍ଦ କରିଦେଇଥିଲା। ଫଳରେ ଅନେକ ଚାଷୀ ଧସେଇ ପଶିଥିବା ବେଳେ ପୋଲିସ ଅନ୍ୟ ଚାଷୀମାନଙ୍କୁ ଆଉ ଭିତରକୁ ଛାଡି ନଥିଲା। ଫଳରେ ଉତ୍ତେଜନା ଦେଖାଯାଇଥିଲା। ପୋଲିସ ଏବଂ ଚାଷୀମାନଙ୍କ ମଧ୍ୟରେ କିଛି ସମୟ ଧସ୍ତାଧସ୍ତି ହୋଇଥିଲା। ପରେ ଚାଷୀମାନେ ବିଭିନ୍ନ ନାରାବାଜି ସହିତ ଜିଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣାରେ ବସିଥିଲେ। ସେଠାରେ ଚାଷୀ ପ୍ରତିନିଧିମାନେ ଉଦ୍‌ବୋଧନ ଦେଇ ଧାନ କିଣାବିକା ସମସ୍ୟାକୁ ନେଇ ରାଜ୍ୟ ସରକାର ଏବଂ ଜିଲା ପ୍ରଶାସନ ବିରୋଧରେ ବିଷୋଦ୍‌ଗାର କରିଥିଲେ। ଚାଷୀ ପ୍ରତିନିଧିମାନେ କହିଥିଲେ, ମଣ୍ଡି ଖୋଲିବାର ପ୍ରାୟ ଗୋଟିଏ ମାସ ବିତି ଯାଇଥିଲେ ହଁ ବହୁ ଚାଷୀଙ୍କୁ ଏପର୍ଯ୍ୟନ୍ତ ଟୋକନ ମିଳିନାହିଁ। ଅନେକ ଚାଷୀଙ୍କୁ କେବଳ ୬, ୭ କୁଇଣ୍ଟାଲ ଧାନ ବିକ୍ରି ପାଇଁ ଟୋକନ ମିଲିଛି। ବହୁ ଚାଷୀଙ୍କ ଟୋକନ ଫେବୃଆରୀ ଶେଷଯାଏ ବିକ୍ରି କରିବା ପାଇଁ ଆସିଛି। ଏଥିସହ ଯେଉଁ ଚାଷୀମାନଙ୍କୁ ଟୋକନ ମିଳିଛି ସେମାନଙ୍କ ଧାନ ଉଠୁନାହିଁ। ମିଲର୍ସଙ୍କ ଗାଡ଼ି ମଣ୍ଡିକୁ ଆସୁନାହିଁ। କଟ୍‌ନୀଛଟ୍‌ନୀ ଚରମ ସୀମାରେ ପହଞ୍ଚତ୍ଛି। ସରକାର ପ୍ରତିଦିନ ଧାନ କିଣିବା ପାଇଁ ସୀମା ଧାର୍ଯ୍ୟ କରିଛନ୍ତି। ସେଥିପାଇଁ ଅତି ମନ୍ଥର ଗତିରେ ଧାନ ଉଠୁଛି। ଯଦି ଏହି ସମସ୍ୟାର ସମାଧାନ କରା ନ ଯାଏ, ତା’ହେଲେ ବରଗଡ଼ ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଚାଷୀଙ୍କ ଆକ୍ରୋଶର ଶିକାର ହୋଇପାରନ୍ତି ବୋଲି ପଶ୍ଚିମ ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତିର ଆବାହକ ଲିଙ୍ଗରାଜ କହିଛନ୍ତି। ଜିଲାରେ ମଣ୍ଡି ଖୋଲିବାର ୨୫ ଦିନ ବିତି ଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ମାତ୍ର ୧୫ରୁ ୨୦ ଭାଗ ଧାନ ବିକ୍ରି ହୋଇଛି। ଫଳରେ ଧାନ ଉଠାଣର ଦୈନିକ ସୀମାକୁ ହଟାଇ ଯୁଦ୍ଧକାଳୀନ ଭିତ୍ତିରେ ଧାନକିଣା ପ୍ରକ୍ରିୟାକୁ ଚଳାଇବାକୁ ଜୟ କିଷାନ ଆନ୍ଦୋଳନ ତରଫରୁ ସରକାରଙ୍କୁ ଚେତାବନୀ ଦିଆଯାଇଛି। ଚାଷୀଙ୍କ ଧାରଣା ସ୍ଥଳକୁ ବରଗଡ଼ ଅତିରିକ୍ତ ଜିଲାପାଳ ମହେନ୍ଦ୍ର ମହାପାତ୍ର ଏବଂ ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ବିଭୁ ପ୍ରସନ୍ନ ଆଚାର୍ଯ୍ୟ ଆସି ଚାଷୀମାନଙ୍କୁ ଧାନ ଉଠାଣ ଏବଂ ଟୋକନ ପ୍ରଦାନ ନେଇ ପ୍ରତିଶ୍ରୁତି ଦେବା ପରେ ଚାଷୀମାନେ ଧାରଣାରୁ ଉଠିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜୟ କିଷାନ ଆନ୍ଦୋଳନର ଜିଲା ସଭାପତି ସୁଶୀଲ କୁମାର ସାହୁ, ସାଧାରଣ ସମ୍ପାଦକ ହର ବଣିଆ, ବରିଷ୍ଠ ନେତା ଶିବ ପ୍ରସାଦ ପ୍ରଧାନ, ଚଞ୍ଚଳ ପ୍ରଧାନ, ମହେଶ୍ବର ପ୍ରଧାନ, ସୁରେନ୍ଦ୍ର ମେହେର, ଭଞ୍ଜନ ବାରିକ, ଜିତୁ ବେହେରା, ଅରୁଣ କୁମାର ସାହୁ, ଅରୁଣ ପ୍ରଧାନ, ବିଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଆସନ୍ତା ୩୦ କିମ୍ବା ୩୧ ତାରିଖରେ ମୁଖ୍ୟମନ୍ତ୍ରୀ ବରଗଡ଼ ଗସ୍ତରେ ଆସୁଥିବା ନେଇ ଚର୍ଚ୍ଚା ଚାଲିଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…

କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍‌ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

ନୂଆ ବର୍ଷର ଉପହାର! 3ଟି ନୂଆ ଏୟାରଲାଇନ୍ସକୁ ସରକାରଙ୍କ ସବୁଜ ସଙ୍କେତ

ନୂଆଦିଲ୍ଲୀ,୨୪।୧୨: ନୂଆ ବର୍ଷରେ ଦେଶବାସୀ ତିନୋଟି ନୂତନ ବିମାନ ସେବାର ଉପହାର ପାଇବାକୁ ଯାଉଛନ୍ତି । କେନ୍ଦ୍ର ସରକାର ଦେଶରେ ତିନୋଟି ନୂତନ ବିମାନ ସେବାକୁ...

ବଢୁଛି କୃଷି ଉତ୍ପାଦନ: କୃଷକ ଉତ୍ପାଦକ ସଂଘ କ୍ଷେତ୍ର ପରିଦର୍ଶନ କରି…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- କୃଷି ଓ କୃଷକଙ୍କ ଉନ୍ନତି ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ନେଉଛନ୍ତି। ଯୁବଚାଷୀଙ୍କୁ କୃଷି କ୍ଷେତ୍ର...

ଶୀତ ମହୋତ୍ସବକୁ ଆସିବା ପାଇଁ ନିମନ୍ତ୍ରଣ ଗ୍ରହଣ କଲେ ପ୍ରଭାତୀ

ଦାରିଙ୍ଗବାଡି, ୨୪/୧୨ (ଅରୁଣ ସାହୁ):  ଦାରିଙ୍ଗବାଡିରେ ଆସନ୍ତା ୮ ଠାରୁ ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ହେବାକୁ ଯାଉଛି । ଏହି ମହୋତ୍ସବରେ ରାଜ୍ୟର ବିଭିନ୍ନ...

ନକଲି ଜିନିଷ ପାଇଁ ଅସଲି ଗ୍ରାହକ ହେଉଛନ୍ତି ଠକେଇ, ଭଞ୍ଜନଗରରେ ଖାଉଟି ଅଦାଲତ ସ୍ଥାପନ ଦାବି

ଭଞ୍ଜନଗର,୨୪/୧୨(ବାବୁଲା ପ୍ରଧାନ)-ଜାତୀୟ ଖାଉଟି ଦିବସ ପାଳନ ଅବସରରେ ଉପଭୋକ୍ତା ଓକିଲାତି ସଂଘ ବୋର୍ଡ, ଅବସର ସୈନିକ ସଂଘ, ଗ୍ରାହକ ପଞ୍ଚାୟତ ମିଳିତ ସହଯୋଗରେ ବୁଧବାର ଭଞ୍ଜନଗର...

ଅନୁ ଗର୍ଗ ହେଲେ ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟ ଶାସନ ସଚିବ, ନୂଆବର୍ଷରେ ନେବେ ଦାୟିତ୍ବ

ଭୁବନେଶ୍ବର,୨୪।୧୨: ଅନୁ ଗର୍ଗ ହେଲେ ନୂଆ ମୁଖ୍ୟ ଶାସନ ସଚିବ । ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri