ଚମତ୍କାର କଲା ଭାଓଲିନ୍‌-ବଂଶୀ-ମାଣ୍ଡୋଲିନ୍‌

ଭୁବନେଶ୍ୱର ୭ା୯(ବ୍ୟୁରୋ): ଭାଓଲିନ୍‌, ବଂଶୀ ଓ ମାଣ୍ଡୋଲିନ୍‌ର ସମନ୍ବୟ ସୃଷ୍ଟି କରିଥିଲା ଏକ ନିଆରା ପରିବେଶ। ପ୍ରଥମଥର ପାଇଁ ଶାସ୍ତ୍ରୀୟ ଯନ୍ତ୍ର ସଙ୍ଗୀତର ଧୂନ୍‌ରେ ମଜିଥିଲେ ସବୁ ବର୍ଗ ଓ ସବୁ ବୟସର ଶ୍ରୋତା। ଦେଶର ଖ୍ୟାତାନାମା ଯୁବ ବାଦ୍ୟଶିଳ୍ପୀମାନେ ଶୁକ୍ରବାର ଭୁବନେଶ୍ୱରବାସୀଙ୍କୁ ଦେଇଥିଲେ ଏକ ଅଭୁଲା ସନ୍ଧ୍ୟାର ଉପହାର। ନିର୍ଦ୍ଧିଷ୍ଟ ନିୟମରେ ପରସ୍ପର ସହ ବାନ୍ଧିହୋଇ ମନଛୁଆଁ ଓ ହୃଦୟସ୍ପର୍ଶୀ ସଙ୍ଗୀତର ଧୂନ୍‌ରେ ବେଶ୍‌ କିଛି ସମୟ ଧରି ଶ୍ରୋତାଙ୍କ ଭରପୂର ମନୋରଞ୍ଜନ କରିଥିଲେ। ଏଭଳି ଅବସର ଆଣିଦେଇଥିଲା ନୃତ୍ୟାନୁଷ୍ଠାନ ସୃଜନ ପକ୍ଷରୁ ରବୀନ୍ଦ୍ରମଣ୍ଡପଠାରେ ଚାଲିଥିବା ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ-୨୦୧୯। ଶୁକ୍ରବାର ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଅନ୍ତର୍ଜାତୀୟସ୍ତରୀୟ ବାଦ୍ୟଶିଳ୍ପୀଙ୍କ ଦ୍ୱାରା ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଫ୍ୟୁଜନ୍‌ ପରିବେଷଣ ହୋଇଥିଲା। ମୁମ୍ବାଇର ଦୀପକ ପଣ୍ଡିତଙ୍କ ଭାଓଲିନ୍‌, ପାରସ ନାଥଙ୍କ ବଂଶୀ, ତବଲା ବାଦକ ପ୍ରଶାନ୍ତ ସୋନାଗ୍ରା ଏବଂ ବେଙ୍ଗାଲୁରୁର ୟୁ. ରାଜେଶଙ୍କ ମାଣ୍ଡୋଲିନ ବାଦନ ଆରମ୍ଭରୁ ଶେଷ ଯାଏଁ ଶ୍ରୋତାଙ୍କୁ ବାନ୍ଧି ରଖିଥିଲା।
ଦ୍ୱିତୀୟ ସନ୍ଧ୍ୟାରେ ଅତିଥି ଭାବେ ‘ଧରିତ୍ରୀ’ ଏବଂ ‘ଓଡ଼ିଶା ପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ଏବଂ ସୃଜନର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକଭାବେ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ପରିବେଷଣ କରିବାକୁ ଥିବା ସମସ୍ତ ଶିଳ୍ପୀଙ୍କୁ ସତପଥୀ ସମ୍ବର୍ଦ୍ଧିତ କରିଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମ ପରେ ସନ୍ଧ୍ୟାର ପ୍ରଥମ ପ୍ରସ୍ତୁତି ଥିଲା ଶାସ୍ତ୍ରୀୟ ସଙ୍ଗୀତ ବାଦନର ଫ୍ୟୁଜନ୍‌। ହିନ୍ଦୁସ୍ଥାନୀ ଯନ୍ତ୍ର ସଙ୍ଗୀତକୁ ନୂଆ ଓ ଆଧୁନିକ ଶୈଳୀରେ ଶ୍ରୋତାମାନଙ୍କ ଆଗରେ ଉପସ୍ଥାପନ କରିଥିଲା ଏହି ଗ୍ରୁପ୍‌। ତୃତୀୟଥର ପାଇଁ ରବୀନ୍ଦ୍ରମଣ୍ଡପରେ ଏଭଳି ଏକ ମ୍ୟୁଜିକାଲ ଫ୍ୟୁଜନ୍‌କୁ ଉପଭୋଗ କରିଥିଲେ ଭୁବନେଶ୍ୱରବାସୀ। ରାଗ ଭୀମପଲାଶି ଓ ତାଳ ତିନତାଲ ଉପରେ ପ୍ରଥମେ ସେମାନେ ଯନ୍ତ୍ରସଙ୍ଗୀତ ପରିବେଷଣ କରିଥିଲେ, ଯେଉଁଥିରେ ବିଭିନ୍ନ ରାଗ, ତାଳ ଓ ଲୟର ସମିଶ୍ରଣ ଶୁଣିବାକୁ ମିଳିଥିଲା। ଏକାଧିକ ଶାସ୍ତ୍ରୀୟ ରାଗରେ ଧୂନ୍‌ ପରିବେଷଣ କରି ଉପସ୍ଥିତ ଶ୍ରୋତାଙ୍କୁ ଆଚମ୍ବିତ କରିଥିଲେ ଶିଳ୍ପୀ। କେବଳ ଗୋଟିଏ ସଂଯୋଜନାରେ ୧୪ଟି ରାଗର ସମାହାର ରହିଥିଲା। ହିନ୍ଦୁସ୍ଥାନୀ ଓ କର୍ନାଟକୀ ଶାସ୍ତ୍ରୀୟ ସଙ୍ଗୀତର ଏକ ସମନ୍ବୟ ମଧ୍ୟ ଦେଖିବାକୁ ମିଳିଥିଲା। ପ୍ରଶାନ୍ତ ସୋନାଗ୍ରା ଶିଳ୍ପୀଙ୍କୁ ତବଲାରେ ସହଯୋଗ କରିଥିଲେ। ଏହାପରେ ଦ୍ୱିତୀୟ ପ୍ରସ୍ତୁତିରେ ଗୁରୁ ପୀତାମ୍ବର ବିଶ୍ୱାଳଙ୍କ ସୁରଭି ଅନୁଷ୍ଠାନର କଳାକାରମାନେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ପ୍ରଥମେ ‘ସୂର୍ଯ୍ୟାଷ୍ଟକମ୍‌’ରେ ସେମାନେ ପୃଥିବୀ ପୃଷ୍ଠରେ କିଭଳି ଭଗବାନ ସୂର୍ଯ୍ୟଙ୍କ କୃପାର ବାରିଧି ଏହି ମହିମଣ୍ଡଳରେ ପରିବେଷ୍ଟିତ ହେବା ଦ୍ୱାରା ଏକ ସମୃଦ୍ଧ ଜୀବନ ସମ୍ଭବ ହୋଇପାରିଛି ତାହାକୁ ଦର୍ଶାଇଥିଲେ। ଏହାର ନୃତ୍ୟ ସଂରଚନା ଗୁରୁ ଦୂର୍ଗା ଚରଣ ରଣବୀର କରିଥିବା ବେଳେ ସଙ୍ଗୀତ ସଂଯୋଜନା କରିଥିଲେ ଗୁରୁ ରାମହରି ଦାସ। ସେହିଭଳି ତାଳ ସଂଯୋଜନା କରିଥିଲେ ନିରଞ୍ଜନ ପାତ୍ର। ଡ. ଶ୍ରୀନିବାସ ଘଟୁଆରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଧରିତ୍ରୀ ଏବଂ ଓଡ଼ିଶା ପୋଷ୍ଟ ଏହି କାର୍ଯ୍ୟକ୍ରମର ମିଡିଆ ପାର୍ଟନର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମା’ ତାରାତାରିଣୀଙ୍କ ଆଶୀର୍ବାଦ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର ): ପ୍ରାର୍ଥିପତ୍ର ଦାଖଲ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ପହଞ୍ଚି ପୂଜାର୍ଚ୍ଚନା କରିଛନ୍ତି। ଏପରିକି ମା’ଙ୍କ ନିକଟରେ...

ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ନବୀନ

ଭୁବନେଶ୍ୱର,୩୦।୪: ଗଞ୍ଜାମ ଜିଲା ହିଞ୍ଜିଳି ବିଧାନସଭା ଆସନ ପାଇଁ ନାମାଙ୍କନ ଭରିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଙ୍ଗଳବାର ଦଳୀୟ କର୍ମୀ ଓ ହଜାର ହଜାର...

ନାମାଙ୍କନପତ୍ର ଦାଖଲ କଲେ ପ୍ରଣବ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ, କହିଲେ ମୁଁ ନିଶ୍ଚିତ ଯେ…

ଭୁବନେଶ୍ୱର,୩୦।୪: ସମ୍ବଲପୁର ଲୋକ ସଭା ଆସନ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ପ୍ରାର୍ଥୀ ପ୍ରଣବ ପ୍ରକାଶ ଦାସ । ଦଳୀୟ କର୍ମୀ ଓ ହଜାର...

ପଦ୍ମଶ୍ରୀ ମାଗୁଣି କୁଅଁର ଗୁରୁତର: ହସ୍ପିଟାଲରେ ଭର୍ତ୍ତି

କେନ୍ଦୁଝର,୩୦।୪ (ନରେଶ ଚନ୍ଦ୍ର ପଟ୍ଟନାୟକ): ବିଶିଷ୍ଠ କାଠି କଣ୍ଢେଇ ନୃତ୍ୟ ଗୁରୁ ତଥା ପଦ୍ମଶ୍ରୀ ମାଗୁଣି ଚରଣ କୁଅଁର ମଙ୍ଗଳବାର ଅସୁସ୍ଥ ହୋଇ କେନ୍ଦୁଝର ଜିଲା...

ଟ୍ବିନ୍‌ ସିଟିକୁ ରେର୍ଡ ଆର୍ଲଟ୍‌ ଜାରି

ଭୁବନେଶ୍ୱର,୩୦।୪: ରାଜ୍ୟରେ ପ୍ରବଳ ଖରାତାତି ସହ ଗୁଳୁଗୁଳି ଜାରି ରହିଛି। ଏବେ ଆହୁରି ୪ଦିନ ଏପରିସ୍ଥିତି ଲାଗି ରହିବା ସମ୍ଭାବନା ଥିବାବେଳେ ଆସନ୍ତା ଦୁଇଦିନ ଭୀଷଣ...

ବିଜେଡି ବିଧାୟକଙ୍କ ରାଲିରେ ମାଡିଗଲା ଟ୍ରକ୍‌: ୩ ଆହତ

ଭୁବନେଶ୍ୱର,୩୦।୪: କଟକ ଜିଲା ବଡମ୍ବାରେ ବିଜେଡି ବିଧାୟକଙ୍କ ରାଲି ଉପରକୁ ମାଡିଗଲା ଟ୍ରକ୍‌। ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି। ବଡମ୍ବା...

ଭୁବନେଶ୍ୱର ବିମାନବନ୍ଦରରୁ ଜବତ ହେଲା ପୁଳାପୁଳା ଟଙ୍କା

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନବନ୍ଦରରୁ ମଙ୍ଗଳବାର ପୁଳାପୁଳା ଟଙ୍କା ଜବତ ହୋଇଛି। ଏହା ୭୫ ଲକ୍ଷରୁ ଅଧିକ ହେବ ବୋଲି ଜଣାପଡିଛି। ଦୁଇ ଜଣ...

‘ସମସ୍ତ ଉଠାଦୋକାନୀ ଥଇଥାନ ହେବେ’

ଭୁବନେଶ୍ୱର, ୩୦।୪ (ବନ୍ଦନା ସେଠୀ):ଭୁବନେଶ୍ୱରରେ ଥିବା ୧୦୦ ଉଠାଦୋକାନୀ ସଂଘର ସଭାପତି ଓ ସମ୍ପାଦକଙ୍କୁ ନେଇ ସୋମବାର ବିଜୁ ଶ୍ରମିକ ସାମ୍ମୁଖ୍ୟ ସଭାଗୃହରେ ଏକ ଜରୁରିକାଳୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri