ଗୋଟିଏ ସମୟରେ ଜିଲାରେ ଦୁଇ ଦୁଇଟି ମହୋତ୍ସବ: ଦାରିଙ୍ଗବାଡିରେ ବଢିଲା ଅସନ୍ତୋଷ

ଦାରିଙ୍ଗବାଡି, ୪।୧୨ (ଅରୁଣ ସାହୁ ): ଓଡ଼ିଶାର କଶ୍ମୀର ଦାରିଙ୍ଗବାଡି ଠାରେ ଆସନ୍ତା ଜାନୁଆରୀ ୮ ଠାରୁ ୧୨ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ କରାଯିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଛି । ଏନେଇ କନ୍ଧମାଳ ଏମପି ସୁକାନ୍ତ କୁମାର ପାଣିଗ୍ରାହୀ ଗତ ନଭେମ୍ବର ୨୬ରେ ଶୀତ ମହୋତ୍ସବ କମିଟିର ପ୍ରସ୍ତୁତି ବୈଠକରେ ଯୋଗ ଦେଇ ଘୋଷଣା କରିଥିଲେ । ମହୋତ୍ସବକୁ ରାଜ୍ୟସ୍ତରୀୟ କରିବାକୁ ସେ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ନିବେଦନ କରିବାକୁ ବୈଠକରେ ପ୍ରତିଶ୍ରୁତି ଦେବା ସହ ଲୋକଙ୍କ ଦାବି ପ୍ରକାରେ ୩ ରୁ ୫ ଦିନ ପାଇଁ ଏହି ମହୋତ୍ସବକୁ ପାଳନ କରିବାକୁ ଚେଷ୍ଟା କରାଯିବ ବୋଲି କହିଥିଲେ । ରାଜ୍ୟରୁ ଏହି ମହୋତ୍ସବ ପାଇଁ ଅନୁଦାନ ଅଣାଯିବା କଥା ମଧ୍ୟ ଏମପି କହିଥିଲେ। ହେଲେ ବର୍ତ୍ତମାନ ଜିଲାରେ ସେହି ସମୟରେ ଜିଲା ପ୍ରଶାସନ ପକ୍ଷରୁ ଜାନୁୟାରୀ ୭ ଠାରୁ ୧୧ ପର୍ଯ୍ୟନ୍ତ କନ୍ଧମାଳ ମହୋତ୍ସବ ଏବଂ ପଲ୍ଲୀଶ୍ରୀ ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଫଳରେ ଜିଲାରେ ଗୋଟିଏ ସମୟରେ ୨ଟି ସ୍ଥାନରେ ମହୋତ୍ସବ ପାଳନ ହେବାକୁ ରହିଥିବାରୁ ଏବେ ଦାରିଙ୍ଗବାଡିରେ ଗତ ଏକ ଦଶନ୍ଧି ଧରି ପାଳିତ ହେଉଥିବା ଶୀତ ମହୋତ୍ସବ ଆଉ ରାଜ୍ୟସ୍ତରୀୟ ହେବା ଗୋଟିଏ ପ୍ରକାର ଅନିଶ୍ଚିତତା ଦେଖାଯାଇଥିବା ଏବେ ଅଞ୍ଚଳରେ ଆଲୋଚନା ହେଉଛି। ଜିଲାର ଏକାଧିକ ସ୍ଥାନରେ ମହୋତ୍ସବ ହେବା ଆବଶ୍ୟକ କିନ୍ତୁ ଦାରିଙ୍ଗବାଡିକୁ ରାଜ୍ୟସ୍ତରୀୟ ମହୋତ୍ସବ ପାଇଁ ଗତ ଅଭିଯୋଗ ଶୁଣାଣିରେ ଅଞ୍ଚଳବାସୀ ଜିଲାପାଳ ବେଦ ଭୂଷଣଙ୍କ ନିକଟରେ ଦାବି ଜଣାଇଥିଲେ ଓ ଜିଲାପାଳ ମଧ୍ୟ ସରକାରଙ୍କୁ ଏହି ସମ୍ପର୍କରେ ଜଣାଇବେ ବୋଲି କହିଥିଲେ। ଗୋଟିଏ ପଟେ ଦାରିଙ୍ଗବାଡିକୁ ରାଜ୍ୟସ୍ତରୀୟ ମହୋତ୍ସବ ଘୋଷଣା କରାଯିବା ପାଇଁ ଅଞ୍ଚଳବାସୀ ଗତ ୨୦୧୬ରୁ ଦାବି କରିଆସୁଥିବା ବେଳେ ଚଳିତ ବର୍ଷ ଏହି ଦାବିକୁ ଅଞ୍ଚଳବାସୀ ଦୋହରାଇବା ସହ କନ୍ଧମାଳ ଜିଲାପାଳ ଏବଂ ଏମପିଙ୍କୁ ନିବେଦନ କରିସାରିଛନ୍ତି । କିନ୍ତୁ ଦାରିଙ୍ଗବାଡି ମହୋତ୍ସବକୁ ରାଜ୍ୟସ୍ତରୀୟ କରିବା ତ ଦୂରର କଥା ସେହି ସମୟରେ ଜିଲା ପ୍ରଶାସନ ଫୁଲବାଣୀଠାରେ କନ୍ଧମାଳ ମହୋତ୍ସବ ପାଇଁ ପ୍ରସ୍ତୁତି ଚଲାଇବା ଯୋଗୁ ଏବେ ଦାରିଙ୍ଗବାଡି ମହୋତ୍ସବ ରାଜ୍ୟସ୍ତରୀୟ ନ ହେବା ନେଇ ଆଶଙ୍କା ଦେଖାଯାଇଛି ବୋଲି ଅଞ୍ଚଳବାସୀ କହିଛନ୍ତି। ପର୍ଯ୍ୟଟକମାନେ ଦାରିଙ୍ଗବାଡିର ଏହି ମହୋତ୍ସବକୁ ଅଧିକା ଗୁରୁତ୍ୱ ଦେଉଥିବା ବେଳେ ଜିଲାର ବିଭିନ୍ନ କୋଣ ଅନୁକୋଣରୁ ଏହି ମହୋତ୍ସବ ଦେଖିବାକୁ ଆସିଥାନ୍ତି। ସେହିପରି ଜିଲାର ସମସ୍ତ ଅଧିକାରୀ, ବ୍ଲକର ଅଧିକାରୀ ଓ ଜିଲା ଓ ବ୍ଲକ ଅଞ୍ଚଳରେ ଥିବା ଲୋକ ପ୍ରତିନିଧିମାନେ ଦାରିଙ୍ଗବାଡି ମହୋତ୍ସବକୁ ଆସୁଥିବା ବେଳେ ଗୋଟିଏ ସମୟରେ ଦାରିଙ୍ଗବାଡି ଓ କନ୍ଧମାଳ ମହୋତ୍ସବ ପାଳନ ହେଲେ ଅନେକ ଦର୍ଶକ ୨ଟି ଯାକ ମହୋତ୍ସବରେ ଯୋଗଦାନ କରିବା ସମ୍ଭବ ନାହିଁ ବୋଲି କୁହାଯାଇଛି । ଜିଲା ପ୍ରଶାସନ ପୂର୍ବରୁ ଦାରିଙ୍ଗବାଡିରେ ଶୀତ ମହୋତ୍ସବ ପରେ ହିଁ କନ୍ଧମାଳ ମହୋତ୍ସବ କରିଆସୁଥିବା ନଜିର ରହିଥିବା ବେଳେ ଚଳିତ ଥର ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଚଳିତ ଥର ଏହି ମହୋତ୍ସବକୁ ଶୀଘ୍ର କରାଯାଉଥିବା ଜଣାପଡିଛି । ୨୦୧୫ରୁ ପ୍ରଥମେ ଦାରିଙ୍ଗବାଡିରେ ରାଜ୍ୟସ୍ତରୀୟ ଶୀତ ମହୋତ୍ସବ ପାଳନ ଆରମ୍ଭ ଦିନରୁ ଏହି ମହୋତ୍ସବ ଗୋଟିଏ ଦିନରେ ହୋଇନଥିବା ବେଳେ ଚଳିତ ବର୍ଷ କେଉଁ ପରିସ୍ଥିତିରେ ଗୋଟିଏ ଦିନରେ ୨ ଟି ସ୍ଥାନରେ ଜିଲାରେ ମହୋତ୍ସବ ପାଳନ ହେବ ସେନେଇ ଆଲୋଚନା ଜୋର ଧରିଛି । ଏନେଇ ଦାରିଙ୍ଗବାଡି ବିଡିଓ ତଥା ଶୀତ ମହୋତ୍ସବପାଳନ କମିଟିର ସମ୍ପାଦକ ପ୍ରୀତିରଞ୍ଜନ ରଥ କହିଛନ୍ତି ସେ ଏନେଇ ଜିଲା ପ୍ରଶାସନ ସହ ଆଲୋଚନା କରିବି ବୋଲି କହିଛନ୍ତି । ଏନେଇ ଫୁଲବାଣୀ ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ତଥା ଜିଲା ସଂସ୍କୃତି ଓ ଓଡ଼ିଆ ଭାଷା ସାହିତ୍ୟ ବିଭାଗର ଅଧିକାରୀ ଗଦାଧର ପାତ୍ର କହିଛନ୍ତି, କନ୍ଧମାଳ ମହୋତ୍ସବ ଜାନୁଆରୀ ୭ ରୁ ୧୧ ହେବାକୁ ରହିଛି । ତେବେ ପୁଣିଥରେ ଦାରିଙ୍ଗବାଡିରେ ଶୀତ ମହୋତ୍ସବ ସେହି ସମୟରେ ହେବାକୁ ରହିଛି ସେ ସମ୍ପର୍କରେ ସେ ମଧ୍ୟ ଜିଲା ପ୍ରଶାସନ ସହ ଆଲୋଚନା କରି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି।

Dharitri – The Largest & Most Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତିରେ ଅଜଣା ବ୍ୟକ୍ତିଙ୍କୁ ନେଇ ସିମନବାଡିରେ ଆତଙ୍କ, ଧରା ପକାଇଲା ସିସି କ୍ୟାମେରା

ଦାରିଙ୍ଗବାଡି,୨୨।୧ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ସିମନବାଡି ଏବେ ଆସାମଜିକଙ୍କ ଆଡ୍ଡା ସ୍ଥଳୀ ପାଲଟିଛି। ଅସୁରକ୍ଷିତ ମଣୁଛନ୍ତି ଗ୍ରାମବାସୀ। ଅଞ୍ଚଳରେ ଚୋରା...

ଦେଖା ହୋଇପାରିଲାନି, ଯୁବତୀଙ୍କ ଘର ଆଗରେ ଦେହକୁ କାଟି ପକାଇଲେ

ଢେଙ୍କିକୋଟ,୨୧ା୧(ନୀଳମଣି ମଣ୍ଡଳ):  କେନ୍ଦୁଝର ଜିଲା ଢେଙ୍କିକୋଟ ପୋଲିସ ବିଟ୍‌ ହାଉସ ଅନ୍ତର୍ଗତ ବଡ଼ମସିଣାବିଲା ପଞ୍ଚାୟତ ସାନମସିଣାବିଲା ଗ୍ରାମରେ ବୁଧବାର ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଯୁବତୀଙ୍କୁ...

କ୍ରିକେଟ ମ୍ୟାଚ ଦେଖିବାକୁ ଯାଇ ନିଖୋଜ ଥିବା ୪ ନାବାଳକ ସୁରକ୍ଷିତ ଉଦ୍ଧାର

ଦେବଗଡ଼,୨୨।୧(ଶଶାଙ୍କ ଶେଖର ଝାଙ୍କର):ଦେବଗଡ ଜିଲାର ନିଖୋଜ ୪ ନାବାଳକ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ରିଆମାଳ ଥାନା ଟିଙ୍କବୀର ଗ୍ରାମର ୪ ଜଣ ପଞ୍ଚମ ଶ୍ରେଣୀ...

ହାତୀ ମୃତଦେହ ଠାବ, ୭ଫୁଟ ତଳୁ ଉଦ୍ଧାର କଲା ବନ ବିଭାଗ 

କେସିଙ୍ଗା ,୨୨।୧(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବନ ଖଣ୍ଡ ଅଧିନସ୍ଥ ତହସିର ଗ୍ରାମ ସ୍ଥିତ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଅଞ୍ଚଳରେରେ ମୃତ ହାତୀର ଖଣ୍ଡ...

ମୁଜାଗଡ ପୋଷ୍ଟମାଷ୍ଟରଙ୍କ ଦୁର୍ଘଟଣାରେ ମୃତ୍ୟୁ, ସନ୍ଦେହରେ ପରିବାର ଲୋକେ

ଭଞ୍ଜନଗର,୨୨।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ ପୋଷ୍ଟମାଷ୍ଟର ନାରାୟଣ ପାତ୍ର (୫୫)ଙ୍କର ବୁଧବାର ରାତିରେ ଏକ ଦୁର୍ଘଟଣାରେ ମୃତ୍ୟୁ ହୋଇଛି। ଦୁର୍ଘଟଣା କେଉଁଭଳି...

ଆରାବଳୀର ଅପୂରଣୀୟ କ୍ଷତି କରିପାରେ ବେଆଇନ ଖନନ

ନୂଆଦିଲ୍ଲୀ,୨୨ା୧: ଆରାବଳୀ ପର୍ବତମାଳାରେ ବେଆଇନ ଖନନ ଯୋଗୁ ଏହାର ପରିବେଶ ପାଇଁ ଅପୂରଣୀୟ କ୍ଷତି ହୋଇପାରେ ବୋଲି ବୁଧବାର ସୁପ୍ରିମକୋର୍ଟ କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଅଭିଜ୍ଞତାସମ୍ପନ୍ନ...

ଦିଲ୍ଲୀ ପ୍ରଦୂଷଣ: କେନ୍ଦ୍ରକୁ କାର୍ଯ୍ୟ ଯୋଜନା ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨ା୧: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ବାୟୁ ପ୍ରଦୂଷଣ ବଢ଼ିବାରେ ଲାଗିଛି। ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଖରାପ ହେବାରେ ଲାଗିଥିବାବେଳେ ଏଥିରେ ସୁଧାର ଆଣିବା...

ବାଙ୍କୀରେ ଧାନମଣ୍ଡି ଅବ୍ୟବସ୍ଥା, ତେଜୁଛି ଚାଷୀ ଅସନ୍ତୋଷ

ବାଙ୍କୀ,୨୨ା୧(ଶୁଭେନ୍ଦୁ ମହାପାତ୍ର): କଟକ ଜିଲା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଉପଖଣ୍ଡରେ ଚଳିତବର୍ଷ ୪୯ ପ୍ରାଥମିକ କୃଷି ସେବା ସମବାୟ ସମିତି (ପାକ୍ସ)ରେ ମଣ୍ଡି ଖୋଲିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri