ଓଏଫ୍‌ଏସ୍‌ ପରୀକ୍ଷାରେ ୧୨୭ ତମ ସ୍ଥାନ ଅଧିକାର କରି ଅଞ୍ଚଳ ପାଇଁ ଗୌରବ ଆଣିଲେ ନିକେଶ, ଗୋଟିଏ ଥରରେ ପରୀକ୍ଷା ଦେଇ…

ଦାରିଙ୍ଗବାଡି, ୨୭।୧୧ (ଅରୁଣ ସାହୁ):ପ୍ରକାଶ ପାଇଥିବା ଓଏଫ୍‌ଏସ୍‌ ପରୀକ୍ଷାରେ କନ୍ଧମାଳ ଜିଲା ଦାରିଙ୍ଗବାଡିର ନିକେଶ ପ୍ରଧାନ ଉତ୍ତୀର୍ଣ୍ଣ ହୋଇଛନ୍ତି । ସେ ୧୨୭ ତମ ସ୍ଥାନ ଅଧିକାର କରି ନିଜ ଅଞ୍ଚଳ ଓ ସାରା ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । ତାଙ୍କର ଏହି ସଫଳତା ପାଇଁ ସେ ତାଙ୍କ ବାପା ଓ ମା ’ ଏବଂ ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିବା ଓଡ଼ିଶା ବ୍ରିଗେଡ ବିଦ୍ୟାଳୟର ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଶ୍ରେୟ ଦେଇଛନ୍ତି । ସେ ତାଙ୍କ ଶିକ୍ଷା ଆରମ୍ଭରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ବ୍ରିଗେଡ ବିଦ୍ୟାଳୟରେ ପଢିବା ପରେ ସେ ଫୁଲବାଣୀଠାରେ ରହିଥିବା ନବୋଦୟ ବିଦ୍ୟାଳୟରେ ଦ୍ୱାଦଶ ଏବଂ ପରେ ଭୁବନେଶ୍ୱର ଓୟୁଏଟିରେ ଜଙ୍ଗଲ ଓ ପରିବେଶ ସମ୍ପର୍କିତ ଶିକ୍ଷାରେ ସେ ଡିଗ୍ରୀ ହାସଲ କରିଥିଲେ। ନିକେଶଙ୍କ ସଫଳତା ପାଇଁ ଓଡ଼ିଶା ବ୍ରିଗେଡ ବିଦ୍ୟାଳୟର ପ୍ରିନ୍ସପାଲ କାହ୍ନୁଚରଣ ପାଢ଼ୀ ଏବଂ ଭାଇସ ପ୍ରିନ୍ସପାଲ ଦିନେଶ କୁମାର ସାହୁ ଗର୍ବ ଅନୁଭବ କରୁଛନ୍ତି ବୋଲି କହିଛନ୍ତି । ଏହା ପୂର୍ବରୁ ମଧ୍ୟ ବିଦ୍ୟାଳୟରେ ଏକାଧିକ ଛାତ୍ର ଡାକ୍ତର, ଇଞ୍ଜିନିୟର ଏବଂ ରାଜ୍ୟ ପ୍ରଶାସନିକ ଅଧିକାରୀ ଭାବେ କାର୍ଯ୍ୟରତ ବୋଲି ସେ କହିଛନ୍ତି । ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ସେ ଫରେଷ୍ଟ ରେଞ୍ଜର ଭାବେ ସିଧା ସରକାରଙ୍କ ଦ୍ୱାରା ଦାୟିତ୍ୱ ତୁଲାଇବେ । ପ୍ରକାଶ ଯେ, ଦାରିଙ୍ଗବାଡିର ପୂର୍ବତନ ସେନା ଅଧିକାରୀ ରାଜେଶ ପ୍ରଧାନଙ୍କ ପୁତ୍ର ହେଉଛନ୍ତି ନିକେଶ। ନିକେସଙ୍କ ମା’ ସୁନ୍ଦରୀ ନାୟକ ଓଡ଼ିଶା ସରକାରଙ୍କ ସ୍ବାସ୍ଥ୍ୟବିଭାଗରେ ଉକ୍ତ ବ୍ଲକ ବ୍ରାହ୍ମଣୀଗାଁ ଅଞ୍ଚଳରେ କାର୍ଯ୍ୟରତ ରହିଛନ୍ତି । ଦୁହିଁଙ୍କ ପ୍ରେରଣା ଓ ପରାମର୍ଶରେ ନିକେଶ ଭଲ ପାଠ ପଢିବା ସହ ଗୋଟିଏ ଥର ଓଏଫ୍‌ଏସ୍‌ ପରୀକ୍ଷା ଦେଇ ସଫଳତା ପାଇଥିବା ସେ କହିଛନ୍ତି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri