ଶୁଣିଲାନି ପ୍ରଶାସନ: କୋଡ଼ି କୋଦାଳ ଧରି ଗାଁ ରାସ୍ତା ନିର୍ମାଣ କଲେ ଗ୍ରାମବାସୀ, ସରକାରଙ୍କୁ ଚେତାବନୀ ଦେଇ କହିଲେ…

ଦାରିଙ୍ଗବାଡ଼ି,୩ା୧୧(ଅରୁଣ ସାହୁ): ପଞ୍ଚାୟତ କାର୍ଯ୍ୟାଳୟଠାରୁ ଜିଲା ପ୍ରଶାସନ କେହି ଗୁହାରି ଶୁଣିଲେନି କି ରାସ୍ତା ସମ୍ପ୍ରସାରଣ କିମ୍ବା ମରାମତି କଲେନି। ଶେଷରେ ଗାଁ ଲୋକ ବୈଠକ କରି ନିଷ୍ପତ୍ତି ନେଲେ ଆମ ଗାଁ କାମ ଆମେ କରିବୁ। ସମସ୍ତେ କୋଡ଼ି, କୋଦାଳ, ଝୁଡ଼ି ହାତରେ ଧରି ବାହାରିପଡ଼ିଲେ ନିଜ ଗାଁ ରାସ୍ତାକୁ ମରାମତି କରିବାକୁ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଗାଁ ରାସ୍ତା ମରାମତି କଲେ। ମାଟି ଖୋଳି ତାକୁ ବୋହି ଆଣି ରାସ୍ତାରେ ପକାଇଲେ। ବଡ଼ବଡ଼ ଖାଲଖମା ଓ ପଥୁରିଆ ରାସ୍ତାକୁ ମରାମତି କଲେ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତ ଦଡ଼ିବାଡ଼ି ଗ୍ରାମରେ।

ପ୍ରକାଶ ଯେ, ସିମନବାଡ଼ି ବଜାର ଛକଠାରୁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଦେଇ ଦଡ଼ିବାଡ଼ି ଗ୍ରାମ ରହିଛି ଦଡ଼ିବାଡ଼ି ଆଗକୁ ଲାଦାମାଲା ସାହି ରହିଛି ତେବେ ଏହି ରାସ୍ତାର ଏକାଧିକ ସ୍ଥାନ ବିଶେଷ କରି ସ୍କୁଲ ସାହି ଏବଂ ଦଡ଼ିବାଡ଼ି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ଧରି ଏଭଳି ପଥୁରିଆ ଓ ଖାଲଖମା ରାସ୍ତା ଦେଇ ବିଦ୍ୟାଳୟକୁ ଛାତ୍ରୀଛାତ୍ରଙ୍କ ସମେତ ଗ୍ରାମବାସୀ ଯାତାୟାତ କରୁଛନ୍ତି। ତେବେ ସେହିରାସ୍ତାରେ ୨ ଚକିଆଠାରୁ ଆରମ୍ଭ କରି ଟ୍ରାକ୍ଟର ମଧ୍ୟ ଯାତାୟାତ କରିବା ମୁସ୍କିଲ ହେଉଛି। ଦଡ଼ିବାଡ଼ିରେ ମଧ୍ୟ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଅଙ୍ଗନଓ୍ବାଡ଼ି କେନ୍ଦ୍ର ରହିଛି ସେଠାକୁ ଛାତ୍ରୀଛାତ୍ର ଯାତାୟାତ ପାଇଁ ହଇରାଣ ଭୋଗିବା ସହ ରାସ୍ତାରେ ଝୁଣ୍ଟି ପଡୁଥିବା ଗ୍ରାମର ଅଭିଭାବକମାନେ ଅଭିଯୋଗ କରିଛନ୍ତି।

ଏନେଇ ସରପଞ୍ଚ ଅମିତା ପ୍ରଧାନଙ୍କ ସମେତ ଜିଲା ପ୍ରଶାସନ ପର୍ଯ୍ୟନ୍ତ ଅଭିଯୋଗ କରିଥିଲେ ମଧ୍ୟ କେହି ଗୁହାରି ଶୁଣି ନ ଥିବା ଅଭିଯୋଗ ହୋଇଛି। ଗ୍ରାମର ସୁରେଶ ଦିଗାଲ, ସଞ୍ଜୟ ଦିଗାଲ, ସଂଚାରୀ ପ୍ରଧାନ, ମଥୁଶିଲ ପ୍ରଧାନଙ୍କ ସମେତ ଅନ୍ୟମାନେ ଅଭିଯୋଗ କରିଛନ୍ତି। ସେମାନେ କହିବା ପ୍ରକାରେ ନିଜେ ସରପଞ୍ଚ ତାଙ୍କ ଘରକୁ ଏହି ରାସ୍ତା ଦେଇ ଯାତାୟାତ କରୁଥିଲେ ମଧ୍ୟ ସେ ମଧ୍ୟ ଏଥିପ୍ରତି ପଦକ୍ଷେପ ନେଇ ନ ଥିବା ସେମାନେ ଅଭିଯୋଗ କରିଛନ୍ତି। ସେମାନେ ଶେଷରେ ଗାଁରେ ବୈଠକ କରି ଗାଁ ରାସ୍ତା ମରାମତି ନିଜ ଶ୍ରମଦାନରେ କରିବାକୁ ନିଷ୍ପତ୍ତି ଅନୁଯାୟୀ ସୋମବାର ସକାଳୁ ହିଁ ଗାଁ ରାସ୍ତା ମରାମତି ଆରମ୍ଭ କରିଛନ୍ତି।

ଏନେଇ ସରପଞ୍ଚ ଅମିତା ପ୍ରଧାନ କହିଛନ୍ତି, ସେ ବାରମ୍ବାର ଆକ୍ସନ ପ୍ଲାନ୍‌ରେ ଉକ୍ତ ରାସ୍ତାକୁ କଂକ୍ରିଟ ରାସ୍ତା କରିବାକୁ ଉଦ୍ୟମ କରିଛନ୍ତି। ଏଥିସହ ଦାରିଙ୍ଗବାଡ଼ି ବିଡିଓଙ୍କୁ ମଧ୍ୟ ଉକ୍ତ ରାସ୍ତା ପାଇଁ ଅର୍ଥ ମଞ୍ଜୁର କରିବାକୁ ଏକାଧିକ ଥର ନିବେଦନ କରିଛନ୍ତି ହେଲେ ବିଡିଓ ଉକ୍ତ ରାସ୍ତାକୁ ଏମ୍‌ଜିଏନ୍‌ଆର୍‌ଇଜିଏ ଯୋଜନାରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ତେଣୁ ଉକ୍ତ ରାସ୍ତାକୁ ଏମଜିଏନଆରଇଜିଏସ୍‌ରେ ମାଟି ପକାଇବାକୁ ଗାଁ ସାଥୀଙ୍କୁ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି। କେଉଁ ପରିସ୍ଥିତିରେ ଗାଁ ଲୋକ ନିଜ ଶ୍ରମଦାନରେ କାର୍ଯ୍ୟ କରୁଛନ୍ତି ସେ ତଦନ୍ତ କରିବା ସହ ସେମାନଙ୍କୁ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଅନ୍ତର୍ଭୁକ୍ତ କରି ଶ୍ରମିକ ମୂଲ୍ୟ ପ୍ରଦାନ ପାଇଁ ସେ ପ୍ରୟାସ କରିବେ ବୋଲି କହିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

କେତେ ପୂରୁଣା ହେବା ପରେ କିଣିବା ଦରକାର ନୂଆ ଫୋନ? ଜାଣନ୍ତୁ ନିୟମ

ଏକ ନୂତନ ଫୋନ କିଣିବା କ୍ରମଶଃ ମହଙ୍ଗା ହୋଇଗଲାଣି। ତେଣୁ, ଲୋକମାନେ ପୁରୁଣା ଫୋନ ବ୍ୟବହାର କରିବାରେ ଲାଗିପଡ଼ିଛନ୍ତି। କିଛି ଲୋକ ଫ୍ଲାଗସିପ ଫୋନ ବ୍ୟବହାର...

ପୂର୍ବତନ ଜାପାନୀ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ, ୨୦୨୨ ରେ ବେକରେ ଲାଗିଥିଲା ଗୁଳି

ଟୋକିଓ,୨୧।୧: ପୂର୍ବତନ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ଆଜୀବନ କାରାଦଣ୍ଡ ଦିଆଯାଇଛି। ବୁଧବାର ଜାପାନର ଏକ କୋର୍ଟ ଆବେଙ୍କ ହତ୍ୟା ମାମଲାର...

ଏହି ଜିଲାର ଶିକ୍ଷା ଅଧିକାରୀଙ୍କ ବିରୋଧରେ ଗିରଫ ପରୱାନା ଜାରି କଲେ ହାଇକୋର୍ଟ

କଟକ,୨୧ା୧: ଦୁଇ ଆଇଏଏସ’ଙ୍କୁ ଗିରଫ ୱାରେଣ୍ଟ ପରେ ବୁଧବାର ଜଣେ ଜିଲା ଶିକ୍ଷାଧିକାରୀଙ୍କୁ ୱାରେଣ୍ଟ ଜାରି କରିଛନ୍ତି ଓଡିଶା ହାଇକୋର୍ଟ। ଅଦାଲତ ଅବମାନନା ମାମଲାରେ ଢେଙ୍କାନାଳ...

କାହିଁକି ହେଉନାହିଁ IPL 2026 କାର୍ଯ୍ୟସୂଚୀ ଘୋଷଣା? ବିଳମ୍ବର କାରଣ କ’ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ପାଇଁ ଆପାତକାଳୀନ ତାରିଖ ଘୋଷଣା ସତ୍ତ୍ୱେ, ବିସିସିଆଇ ଏପର୍ଯ୍ୟନ୍ତ ମ୍ୟାଚ ସୂଚୀ ଘୋଷଣା କରିନାହିଁ। ବୋର୍ଡ କହିଛି...

ରେଳଯାତ୍ରୀଙ୍କ ପାଇଁ ଖୁସିଖବର: ଷ୍ଟେଶନରେ ମିଳୁଛି ଶସ୍ତା ରୁମ୍‌; ଅନଲାଇନ୍‌ରେ ବୁକ୍‌ କରିବାର ପୂରା ପ୍ରକ୍ରିୟା ଜାଣନ୍ତୁ…

ନୂଆଦିଲ୍ଲୀ,୨୧।୧: ପ୍ରତିଦିନ ସାରା ଭାରତରେ ୨ କୋଟିରୁ ଅଧିକ ଯାତ୍ରୀ ଟ୍ରେନରେ ଯାତ୍ରା କରନ୍ତୁ। ଯାତ୍ରୀମାନଙ୍କର ସୁବିଧା ପାଇଁ ରେଳ ଷ୍ଟେଶନରେ ରୁମ୍‌ ଯୋଗାଇ ଦିଆଯାଏ।...

ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି, ଜଣେ ଦୁଷ୍କର୍ମ ପୀଡ଼ିତାଙ୍କୁ ଗର୍ଭପାତ ପାଇଁ ଅନୁମତି

କଟକ,୨୧ା୧: ଜଣେ ଦୁଷ୍କର୍ମ ପୀଡ଼ିତାଙ୍କ ଆବେଦନ ଉପରେ ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି । ପୀଡ଼ିତାଙ୍କ ଶାରୀରିକ ଓ ମାନସିକ...

୨୦୩୦ ପର୍ଯ୍ୟନ୍ତ କୌଣସି ଲାଇଭ୍ ଶୋ’ କରିବେନି ଜାକିର ଖାନ; ଏଥିପାଇଁ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୧।୧: ଦେଶର ଲୋକପ୍ରିୟ ଷ୍ଟାଣ୍ଡ-ଅପ୍ କମେଡିଆନ୍ ଜାକିର ଖାନ ନିଜ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି। ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ବ୍ୟକ୍ତିଗତ କାରଣ ପାଇଁ...

ତେଲେଙ୍ଗାନାରେ ପୁଣି କୁକୁରଙ୍କୁ ହତ୍ୟା, ୫୦୦ ପରେ ଏବେ ୧୦୦ଜଣଙ୍କୁ ବିଷ ଦେଇ ମାରିଦେଲେ

ହାଇଦ୍ରାବାଦ,୨୧ା୧: ପୁଣିଥରେ ତେଲେଙ୍ଗାନାରେ ବହୁ ସଂଖ୍ୟକ ବୁଲା କୁକୁରଙ୍କୁ ହତ୍ୟା କରାଯାଇଛି । ହାଇଦ୍ରାବାଦରୁ ମାତ୍ର ୫୦ କିଲୋମିଟର ଦୂର ରଙ୍ଗାରେଡ୍ଡି ଜିଲ୍ଲାରେ ୧୦୦ କୁକୁରଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri