ନୂଆ ସ୍ବାଦରେ ରାଜ୍ୟ ସଭା: ଚାଲିଛି ମୂଲଚାଲ୍‌

ଭୁବନେଶ୍ୱର,୧୧ା୩(ସୁନିତ୍‌ ମିଶ୍ର):ରାଜ୍ୟ ରାଜନୀତିରେ ରାଜ୍ୟ ସଭା ନିର୍ବାଚନ ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ସବୁ ଦଳର ବିଧାୟକମାନେ ସେମାନଙ୍କ ପାର୍ଟିରୁ ରାଜ୍ୟ ସଭା ପାଇଁ ଯିଏ ପ୍ରାର୍ଥୀ ହୋଇଛନ୍ତି ସେମାନେ ଖର୍ଚ୍ଚ ବାବଦକୁ କେତେ ଟଙ୍କା ଦେବେ ତାକୁ ନେଇ ବିଶେଷ ଆଲୋଚନା କରୁଛନ୍ତି। ଶାସକ ଦଳ ସମର୍ଥିତ ସ୍ବାଧୀନ ପ୍ରାର୍ଥୀ ଦିଲୀପ ରାୟ ବହୁ ଟଙ୍କା ଦେବେ ବୋଲି ଗୁଜବ ହେଉଛି। ମାତ୍ର ବିଜେଡି ଏବଂ କଂଗ୍ରେସ ମଧ୍ୟ ସେମାନଙ୍କ ବିଧାୟକମାନଙ୍କୁ ଖର୍ଚ୍ଚ ପ୍ରଦାନ କରିବା କ୍ଷେତ୍ରରେ ପଛରେ ପଡିବାକୁ ଆଉ ଚାହୁଁନାହାନ୍ତି। ଉଭୟ ବିରୋଧୀ ବିଜେଡି ଏବଂ କଂଗ୍ରେସ ଭିତରେ ଭୋଟ ଦେବା ଲାଗି ସେମାନଙ୍କ ପ୍ରାର୍ଥୀମାନଙ୍କୁ ବିଧିବଦ୍ଧ ଭାବେ ଖର୍ଚ୍ଚ ପହଞ୍ଚାଯିବ ବୋଲି ଏକ ପ୍ରକାର ଚୂଡ଼ାନ୍ତ ହୋଇସାରିଥିବା ଶୁଣିବାକୁ ମିଳୁଛି। ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡିର ଜଣେ ବରିଷ୍ଠ ନେତା ତଥା ପୂର୍ବତନ ବାଲେଶ୍ୱର ଏମ୍‌ପି ରବୀନ୍ଦ୍ର ଜେନା ମଙ୍ଗଳବାର ବିଧିବଦ୍ଧ ଭାବେ ଦଳ ଛାଡ଼ିଛନ୍ତି। ଗତ ୨ ଦିନ ତଳୁ ରବୀନ୍ଦ୍ର ଭାଜପାର ବରିଷ୍ଠ ନେତାଙ୍କୁ ଆସି ଭେଟିଥିବା ନିର୍ଦ୍ଦିଷ୍ଟ କେତେଜଣ ବରିଷ୍ଠ ବିଜେଡି ଉଚ୍ଚନେତା ଜାଣିସାରିଥିଲେ। ରବୀନ୍ଦ୍ରଙ୍କ ସ୍ତ୍ରୀ ସୁବାସିନୀ ଜେନା ବର୍ତ୍ତମାନ ବିଜେଡି ଟିକେଟରୁ ବସ୍ତା ବିଧାୟିକା ଅଛନ୍ତି। ଅର୍ଥାତ୍‌ ରବୀନ୍ଦ୍ରଙ୍କ ସ୍ତ୍ରୀଙ୍କ ପାଖରେ ରହିଥିବା ଭୋଟ୍‌ ଆଉ ବିଜେଡିକୁ ନ ମିଳିପାରେ ବୋଲି ଆଲୋଚନା ହେଉଛି। ଏହା ସହ ଅନେକ ସ୍ଥାନରେ କଂଗ୍ରେସର ପ୍ରତିଦ୍ୱନ୍ଦ୍ୱିତା ଯୋଗୁ ବିଜେଡି ବିଧାୟକମାନେ ଜିଣିପାରିଥିଲେ। ଏବେ ବିଜେଡି କଂଗ୍ରେସର ନିକଟତର ହେବା ହେତୁ ସେହିସବୁ ନିର୍ବାଚନମଣ୍ଡଳୀରେ ଭାଜପା ଏକମାତ୍ର ଶକ୍ତିଶାଳୀ ବିରୋଧୀ ପାଲଟିଯାଉଛି।
ରବୀନ୍ଦ୍ର ଜେନା ଦଳ ଛାଡିବା କଥା ପୂର୍ବରୁ ଜାଣିପାରି ବିଜେଡି ବିଧାୟକମାନଙ୍କୁ ପାଖାପାଖି ୨ କୋଟି ଟଙ୍କା ପର୍ଯ୍ୟନ୍ତ ମିଳିପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ବିଜେଡିର କେତେଜଣ ବିଧାୟକ ମଧ୍ୟ ଖର୍ଚ୍ଚ ମିଳିବା ଦରକାର ବୋଲି ନିଜ ନାମ ଗୋପନ ରଖିବା ସର୍ତ୍ତରେ କହୁଛନ୍ତି। ଅନ୍ୟପଟେ ବିଜେଡିର ବହୁ ବିଧାୟକ ମଙ୍ଗଳବାରଠାରୁ ଅଧିକ ଏପଟସେପଟ ହେବା ଆରମ୍ଭ କରିଦେଲେଣି ବୋଲି କେତେଜଣଙ୍କ ସୂତ୍ରରୁ ଶୁଣିବାକୁ ମିଳୁଛି। ସେମାନେ ଖର୍ଚ୍ଚ ପାଇବା ଲାଗି ବାହାନା ଆରମ୍ଭ କରିଦେଇଥିବା କଥା ଜାଣିପାରି ବିଜେଡି ମଧ୍ୟ ଏହାର ସମାଧାନ କରିବାକୁ ପ୍ରସ୍ତୁତ ହେଲାଣି ବୋଲି କୁହାଯାଉଛି। ପଶ୍ଚିମ ଓଡ଼ିଶାର ଜଣେ ବିଧାୟକ ଏକ ରୋଚକ ତଥ୍ୟ ରଖିଛନ୍ତି। ତାଙ୍କ କହିବାନୁଯାୟୀ, ରାଜ୍ୟରୁ ଦୁଇଥର ରାଜ୍ୟ ସଭା ଯାଇଥିବା ଜଣେ ଆର୍ଥିକ ସ୍ବଚ୍ଛଳ ନେତା ଭୋଟ ପାଇଁ ସେହି ସମୟରେ ବିଧାୟକମାନଙ୍କୁ ମାତ୍ର ୫ ଲକ୍ଷ ଟଙ୍କା ଲେଖାଏ ଦେଇଥିଲେ। ଅଧିକାଂଶ ବିଧାୟକ ମଧ୍ୟ ସେହି ଟଙ୍କା ଗ୍ରହଣ କରିନେଇଥିଲେ। ଅବଶ୍ୟ ଏହି କଥାର କେତେ ବାସ୍ତବତା ରହିଛି ସେକଥା ଯେଉଁମାନେ ସେହି ସମୟରେ ବିଧାୟକ ରହିଥିବେ ସେମାନେ ବିଚାର କରିପାରିବେ।
ସେହିପରି ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ଭକ୍ତ ଚରଣ ଦାସ ତାଙ୍କ ଦଳର ବିଧାୟକମାନଙ୍କୁ ନେଇ ବାରମ୍ବାର ବୈଠକ କରିବା ସତ୍ତ୍ୱେ ସବୁ ସଦସ୍ୟ ଏକାଠି ହେଉନାହାନ୍ତି। କେତେଜଣ ବୈଠକଠାରୁ ଦଳ ଆୟୋଜନ କରୁଥିବା ଖାଇବା ପିଇବା କାର୍ଯ୍ୟକ୍ରମ ପର୍ଯ୍ୟନ୍ତ ସବୁଠାରୁ ଦୂରେଇ ରହୁଛନ୍ତି। ଅନ୍ୟମାନଙ୍କ ଜରିଆରେ କଂଗ୍ରେସର ମଧ୍ୟ କେତେଜଣ ବିଧାୟକ କହୁଛନ୍ତି, ଅତିକମ୍‌ରେ ୧ରୁ ୨ କୋଟି ଟଙ୍କା ସେମାନଙ୍କୁ ଦରକାର। ସେଥିଲାଗି ଭକ୍ତ ମଧ୍ୟ କେତେଜଣ ଆଗରେ ମୁହଁ ଖୋଲି କହିଲେଣି ବିଧାୟକମାନଙ୍କୁ ଟଙ୍କା ନ ଦେଲେ ହେବନାହିଁ। ଏଥିଲାଗି ଦତ୍ତେଶ୍ୱରଙ୍କ ସହ ପିସିସି ସଭାପତି ଦେଖା ହେବାକୁ ଚେଷ୍ଟାକରି ଅସଫଳ ହେଉଥିବା କଥା ତାଙ୍କ ନିକଟତମ ଲୋକେ କହୁଛନ୍ତି; ଯେଉଁଥିଲାଗି ବିଧାୟକମାନଙ୍କ ପାଇଁ କିଭଳି କିଛି ଖର୍ଚ୍ଚର ସୁବିଧା କରାଯାଇପାରିବ ସେ ବିଷୟରେ ଆଲୋଚନା କରିବା ପାଇଁ ପିସିସି ସଭାପତି ୨ ଦିନ ଭିତରେ ବିଜେଡି ସଭାପତିଙ୍କୁ ଭେଟିବେ ବୋଲି ଶୁଣିବାକୁ ମିଳୁଛି। କଂଗ୍ରେସ ଭିତରେ ଯାହା ଚୂଡ଼ାନ୍ତ ହୋଇଛି ଅତିକମ୍‌ରେ ୧ରୁ ଦେଢ କୋଟି ପର୍ଯ୍ୟନ୍ତ ସେମାନଙ୍କ ବିଧାୟକଙ୍କୁ ଦିଆଯିବ। ବିଜେଡି ଏବଂ କଂଗ୍ରେସରୁ ନେତାମାନେ ନିର୍ବାଚନ ପୂର୍ବରୁ ଖସିଯିବେ ବୋଲି ବହୁ ଆଗରୁ ସର୍ବସାଧାରଣରେ ଆଲୋଚନା ହେଉଥିଲା। ଯେଉଁସବୁ ବିଧାୟକ କିମ୍ବା ତାଙ୍କ ପାରିବାରିକ ଲୋକ କୌଣସି ବେଆଇନ କାର୍ଯ୍ୟରେ ଲିପ୍ତ ଥିବେ ସେମାନେ ରାଜ୍ୟ ସଭା ଭୋଟ ସମୟରେ କିଛି ଭୁଲ୍‌ କରିବା ପରିବର୍ତ୍ତେ ଆଗୁଆ ଦଳବଦଳ କରିଦେବାକୁ ଆଗ୍ରହ ଦେଖାଇବେ ବୋଲି କୁହାଯାଉଥିଲା। ସେଭଳି ଲୋକଙ୍କୁ ଅଟକାଇବା ପାଇଁ ଦଳ ଅସଫଳ ହୋଇପାରନ୍ତି। ଏହି ଧାରାରେ ବ୍ରେକ୍‌ ଲଗାଇବା ପାଇଁ ବିଜେଡି ବିଧାୟକମାନଙ୍କୁ ନେଇ ନବୀନ ନିବାସରେ ଆସନ୍ତା ଶନିବାର କିମ୍ବା ରବିବାର ଚା’ ପାର୍ଟି ହେବ ବୋଲି ଶୁଣିବାକୁ ମିଳୁଛି।
ଏଠାରେ ଉଲ୍ଲେଖଯୋଗ୍ୟ, ଗୋଟିଏ ପଟେ ବିରୋଧୀଙ୍କ ଭୋଟ ହ୍ରାସ ହେବା ସମ୍ଭାବନା ସୃଷ୍ଟି ହେଇସାରିଥିବା ବେଳେ ବିଜେଡିରୁ ଯିଏ ପ୍ରାର୍ଥୀ ହୋଇଛନ୍ତି ସନ୍ତୃପ୍ତ ମିଶ୍ରଙ୍କ ନିର୍ବାଚନ ସମ୍ପୃକ୍ତ ସମ୍ପତ୍ତି ତାଲିକା ଘୋଷଣାରେ ନିଜର ୫୧୨ କୋଟି ୯୦ ଲକ୍ଷ ୭୧ ହଜାର ଟଙ୍କାର ଏବଂ ତାଙ୍କ ସ୍ତ୍ରୀଙ୍କ ପାଖରେ ୨୦ କୋଟି ୪୮ ଲକ୍ଷ ୭୩ ହଜାର ୬୯୬ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ସେହିପରି ସନ୍ତୃପ୍ତଙ୍କ ପାଖରେ ୫୩ କୋଟି ୬ ଲକ୍ଷ ଟଙ୍କାର ଏବଂ ତାଙ୍କ ସ୍ତ୍ରୀଙ୍କର ୮ କୋଟି ୬୮ ଲକ୍ଷ ୫୦ ହଜାର ଟଙ୍କାର ଅସ୍ଥାବର ସମ୍ପତ୍ତି ରହିଛି ବୋଲି ଦର୍ଶାଇଛନ୍ତି। ଏହାକୁ ଦେଖି ବିଜେଡିର ଅନେକ ବିଧାୟକ ତାଙ୍କଠାରୁ ମଧ୍ୟ ଆର୍ଥିକ ସାହାଯ୍ୟ ପାଇଁ ଆଶାବାନ୍ଧି ବସିଛନ୍ତି। ସେମାନଙ୍କ କହିବାନୁଯାୟୀ, ସନ୍ତୃପ୍ତ ମିଶ୍ର କେବଳ ପାଣ୍ଡିଆନ୍‌ଙ୍କୁ ଧରି ଟିକେଟ ନେଇଥିବା ବେଳେ ଦଳୀୟ ବିଧାୟକମାନଙ୍କ ସହ ହସଖୁସିର ସମ୍ପର୍କ ଗଢୁଛନ୍ତି। ଏହିଭଳି ଉପରଠାଉରିଆ ଉଦ୍ୟମ କରି ବିନା ଖର୍ଚ୍ଚରେ ସନ୍ତୃପ୍ତ ରାଜ୍ୟ ସଭା ପହଞ୍ଚିପାରିବେ ନାହିଁ ବୋଲି ବିଧାୟକମାନେ କହିବା ଆରମ୍ଭ କଲେଣି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଶଙ୍ଖଭବନରୁ ଆସିଲା ଖୁସି ଖବର, ପୌର ନିର୍ବାଚନ ପୂର୍ବରୁ ଈଶ୍ୱର-ପୂର୍ଣ୍ଣଙ୍କୁ ମିଳିଲା ଗୁଡ଼ାରିର ବଡ଼ ଦାୟିତ୍ୱ

ଗୁଡ଼ାରି,୨୧ା୯(ପ୍ରମୋଦ କୁମାର ପତି): ଶଙ୍ଖଭବନରୁ ଆସିଲା ଖୁସି ଖବର। ବିଜୁ ଜନତା ଦଳର ଗୁଡ଼ାରି ନଗର କମିଟି ସଭାପତି ଭାବେ ବିଜେଡି ନେତା ଈଶ୍ୱର ପାଣିଗ୍ରାହୀଙ୍କୁ ଦଳ…

ନିର୍ବାଚନ ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ହତ୍ୟା, ଦେଖନ୍ତୁ ଛାତିଥରା ଭିଡ଼ିଓ

ଲିମା,୨୧।୯: ପେରୁର ଆଙ୍କାଶ (Ancash) ଅଞ୍ଚଳରେ ଏକ ନିର୍ବାଚନ ପ୍ରଚାର ସମୟରେ ସାମ୍ବାଦିକା ତଥା ଆଞ୍ଚଳିକ ଗଭର୍ଣ୍ଣର ପ୍ରାର୍ଥୀ ସୁସି ଆପୋଣ୍ଟେ ପୋଲୋଙ୍କୁ ଗୁଳି କରି ହତ୍ୟା…

ଗଭୀର ଅବପାତକୁ ନେଇ ଗଞ୍ଜାମ ଜିଲା ପ୍ରଶାସନର ଆଗୁଆ ପ୍ରସ୍ତୁତି, ଅଧିକାରୀ ହେଡ୍‌କ୍ୱାର୍ଟର ନ ଛାଡ଼ିବାକୁ ନିର୍ଦ୍ଦେଶ

ଛତ୍ରପୁର,୨୧ା୯(ଦିଲ୍ଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଯୋଗୁ ସମ୍ଭାବ୍ୟ ପ୍ରବଳ ବର୍ଷା ଓ ପ୍ରତିକୂଳ ପାଣିପାଗକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ…

ଗୋରୁ ବୋଝେଇ ପିକଅପ ଜବତ: ୯ ଗୋରୁ ଉଦ୍ଧାର, ୨ ଜଣ ଅଟକ

ପାଟଣା, ୨୧।୯,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ କର୍ମଚାରୀଙ୍କୁ ବଡ ସଫଳତା ମିଳିଛି। ବିଶସ୍ତ ସୂତ୍ରରୁ ଖବର ପାଇ କେନ୍ଦୁଝର ଡି ଏଫ ଓ…

‘ତୁମେ ଭଜା ଚଣା ବିକିବାକୁ ଯାଇଥିଲ…’ ବାବର ଆଜମଙ୍କ ବୟାନ ଉପରେ ବର୍ଷିଲେ ୱାସିମ ଆକ୍ରମ

ଇସଲାମାବାଦ,୨୧।୯: ବାବର ଆଜମଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନ ଉଠାଇ ଓ୍ବାସିମ ଆକ୍ରମ କହିଛନ୍ତି ଯେ ଲର୍ଡସରେ ଖେଳାଯାଇଥିବା ଦ୍ୱିତୀୟ ଟେଷ୍ଟ ପରେ ହିଁ ତାଙ୍କର ତୁରନ୍ତ ପଦରୁ…

ବଦଳୁଛି ନିଯୁକ୍ତି ରଣନୀତି: ଛୋଟ ସହରରେ ବଡ଼ ସୁଯୋଗ

ମୁମ୍ବାଇ, ୨୧ା୯ (ପି.ଟି.): ‘ଜିନିୟସ ଏଚ୍‌ଆର୍‌ଟେକ୍‌’ର ରିପୋର୍ଟ ଅନୁଯାୟୀ, ଗତ ଦୁଇ ବର୍ଷ ମଧ୍ୟରେ ୬୯ ପ୍ରତିଶତ ବ୍ୟବସାୟିକ ପ୍ରତିଷ୍ଠାନ ଟାୟାର-୨ ଓ ୩ ସହରଗୁଡ଼ିକରୁ ନିଜ…

ସ୍ମାର୍ଟସିଟି ସ୍କୁଲରେ ଅସଜଡ଼ା ଭିତ୍ତିଭୂମି, ନିମ୍ନମାନର କାର୍ଯ୍ୟ କରି ଟଙ୍କା ହଡ଼ପ

ରାଉରକେଲା,୨୧ା୯(ଦିନେଶ ମିଶ୍ର): ଶିକ୍ଷାକ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହାସତ୍ତ୍ୱେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆସୁନାହିଁ। ଏହା କୌଣସି ଅପହଞ୍ଚ…

ଭାରତ-ପାକିସ୍ତାନ ଫାଇନାଲରେ ମୁହାଁମୁହିଁ ହେବେ କି? ଜାଣନ୍ତୁ ଦୁଇ ଦେଶ ମଧ୍ୟରେ ମ୍ୟାଚ କେବେ ଅନୁଷ୍ଠିତ ହେବ

ନୂଆଦିଲ୍ଲୀ,୨୧।୯: କ୍ରିକେଟରେ ଯେତେବେଳେ ଭାରତ ଓ ପାକିସ୍ତାନ ଦଳ ପରସ୍ପରର ମୁକାବିଲା କରନ୍ତି, ସେତେବେଳେ ଉତ୍ସାହ ଚରମ ସୀମାରେ ପହଞ୍ଚିଯାଏ। ବର୍ତ୍ତମାନ ସମୟରେ ଏହି ଦୁଇ ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?