ପ୍ରେମିକଙ୍କୁ ବିବାହ କଲେ ଭାଇରାଲ ଗର୍ଲ ମୋନାଲିସା: ବାପାଙ୍କ ନାଁରେ ଆଣିଲେ ସାଂଘାତିକ ଅଭିଯୋଗ

ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା ପୁଣି ଥରେ ଚର୍ଚ୍ଚାରେ ଆସିଛନ୍ତି। ସେ ପ୍ରେମିକ ଫରମାନ ଖାନଙ୍କୁ ବିବାହ କରିଛନ୍ତି। ମୋନାଲିସା ଅରୁମାନୁର ମନ୍ଦିରରେ ଫରମାନଙ୍କୁ ବିବାହ କରିଥିଲେ। ପ୍ରଶଂସକ, ଗଣମାଧ୍ୟମ ଏବଂ ରାଜନେତା ଏହି ବିବାହରେ ଯୋଗ ଦେଇଥିଲେ। ବିବାହ ରୀତିନୀତି ପରେ ଦମ୍ପତି ପୁରୋହିତଙ୍କଠାରୁ ଆଶୀର୍ବାଦ ନେଇଥିଲେ।

କେରଳ ଶିକ୍ଷା ମନ୍ତ୍ରୀ ଭି. ଶିବନକୁଟ୍ଟି, ସିପିଏମ ରାଜ୍ୟ ସମ୍ପାଦକ ଏମ.ଭି. ଗୋବିନ୍ଦନ ଏବଂ ସାଂସଦ ଏ.ଏ. ରହିମ ସେମାନଙ୍କ ବିବାହରେ ଉପସ୍ଥିତ ଥିଲେ। ଏହି ଅବସରରେ ସାଂସଦ ରହିମ କହିଛନ୍ତି, ଏହି ବିବାହ କେରଳର ସାମ୍ପ୍ରଦାୟିକ ସଦ୍ଭାବନାର ପରମ୍ପରାକୁ ପ୍ରତିଫଳିତ କରେ। ବିବାହ ସ୍ବର୍ଗରେ ଲେଖା ହୁଏ ଏବଂ ସ୍ବର୍ଗ ହେଉଛି କେରଳ। ଆମେ ସେମାନଙ୍କ ଉତ୍ସବରେ ଯୋଗ ଦେବାକୁ ଏଠାରେ ଅଛୁ। ଶିକ୍ଷା ମନ୍ତ୍ରୀ ଶିବନକୁଟ୍ଟି ମଧ୍ୟ ଏହି ବିବାହକୁ ରାଜ୍ୟ ପାଇଁ ଏକ ଗର୍ବର ମୁହୂର୍ତ୍ତ ବୋଲି ଆଖ୍ୟା ଦେଇଛନ୍ତି। ସେ କହିଛନ୍ତି, ଏହା ପ୍ରକୃତ କେରଳ କାହାଣୀ। କେରଳର ସାମାଜିକ ସଦ୍ଭାବନାର ପରମ୍ପରା। ବିବାହରେ ମୋନାଲିସା ଏକ ଲାଲ ଶାଢ଼ି ପିନ୍ଧିଥିଲେ। ଏହାସହ ହାର ଏବଂ ସିନ୍ଦୁର ପିନ୍ଧିଥିଲେ। ଏହି ଲୁକରେ ମୋନାଲିସା ବହୁତ ସୁନ୍ଦର ଦେଖାଯାଉଥିଲେ।

ମୋନାଲିସାଙ୍କ ସ୍ବାମୀ ଜଣେ ମୁସଲମାନ। ମୋନାଲିସା ମଧ୍ୟପ୍ରଦେଶର ଇନ୍ଦୋରର ହୋଇଥିବାବେଳେ ଫରମାନ ମହାରାଷ୍ଟ୍ରର। ଉଭୟ ଦେଢ଼ ବର୍ଷ ଧରି ସମ୍ପର୍କରେ ଥିଲେ କିନ୍ତୁ ସେମାନଙ୍କ ପରିବାର ବିବାହ ବିରୋଧରେ ଥିଲେ। ଏହି କାରଣରୁ ଦୁହେଁ କେରଳରେ ଆଶ୍ରୟ ନେଇଥିଲେ। ମୋନାଲିସା ତିରୁଭାନନ୍ତପୁରମର ଥାମ୍ପାନୁର ପୋଲିସ ଷ୍ଟେଶନରେ ସୁରକ୍ଷା ମାଗିଥିଲେ। ସେ କହିଥିଲେ, ତାଙ୍କ ବାପା ବିଜୟ ସିଂହ ଭୋସଲେ ତାଙ୍କ ପସନ୍ଦର ପୁରୁଷଙ୍କୁ ବିବାହ କରିବାକୁ ତାଙ୍କୁ ଚାପ ପକାଉଥିଲେ।
ମୋନାଲିସା ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଦି ଡାଏରୀ ଅଫ ମଣିପୁର’ ଫିଲ୍ମରେ ନଜର ଆସିବେ। ଫିଲ୍ମର ଟ୍ରେଲର ଫେବୃଆରୀରେ ରିଲିଜ ହୋଇଥିଲା। ମୋନାଲିସା ଏହି ଫିଲ୍ମ ପାଇଁ କଠିନ ପରିଶ୍ରମ କରିଥିଲେ। ଆଜିକାଲି ମୋନାଲିସା ପୁଭରରେ ନିର୍ଦ୍ଦେଶକ ପି. ବିନୁ ଭାର୍ଗୀସଙ୍କ ମାଲାୟଲମ ଫିଲ୍ମ ‘ନାଗାମ୍ମା’ର ଶୁଟିଂ କରୁଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସ୍ମୃତିଶକ୍ତି ହ୍ରାସର ୬ ବର୍ଷ ପୂର୍ବରୁ ସୂଚନା ଦେବ ସାଧାରଣ ରକ୍ତ ପରୀକ୍ଷା

ୱାଶିଂଟନ,୨୧ା୯: ମାନସିକ ସ୍ମୃତିଶକ୍ତି ହ୍ରାସ ପାଇବା କିମ୍ବା ଆଲଜାଇମର୍ସ ରୋଗର ଲକ୍ଷଣ ପ୍ରକାଶ ପାଇବାର ବହୁ ବର୍ଷ କିମ୍ବା ଦଶନ୍ଧି ପୂର୍ବରୁ ମାନବ ଶରୀରରେ ଏହାର ଜୈବିକ…

ଆଜି ବିଶ୍ୱ ଆଲ୍‌ଜିମର୍ସ ଦିବସ: ଏହି ରୋଗ ହେଲେ ରୋଗୀର…

ଆମେ ସମ୍ମୁଖୀନ ହେଉଥିବା ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ‘ଆଲ୍‌ଜିମର୍ସ’ ଅନ୍ୟତମ। ଉକ୍ତ ରୋଗରେ ସ୍ମରଣ ଶକ୍ତି ଲୋପ ପାଇଯିବା ହେଉଛି ପ୍ରଧାନ ଲକ୍ଷଣ। ଏହି ରୋଗ…

ଉତ୍ତର ପ୍ରଦେଶର ଆମରୋହାରୁ ନିର୍ବାଚନ ଲଢ଼ିବେ କ୍ରିକେଟର ମହମ୍ମଦ ସାମି? ଭାଇରାଲ ହେଉଛି…

ନୂଆଦିଲ୍ଲୀ,୨୧।୯: ଭାରତୀୟ କ୍ରିକେଟ ଦଳକୁ ପ୍ରତ୍ୟାବର୍ତ୍ତନ ପାଇଁ ଉଦ୍ୟମ କରୁଥିବା ଦ୍ରୁତ ବୋଲର ମହମ୍ମଦ ସାମି ବର୍ତ୍ତମାନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ତେବେ ଏଥର ଏହି ଚର୍ଚ୍ଚା…

ବୁମରାଙ୍କୁ ନେଇ BCCI ସହ ଅଗରକରଙ୍କ ମଧ୍ୟରେ ମତଭେଦ; ଗାଏକୱାଡ଼ଙ୍କୁ ନେଇ ମଧ୍ୟ ବିବାଦ

ନୂଆଦିଲ୍ଲୀ,୨୧।୯: ଅଜିତ ଅଗରକରଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ରୋହିତ ଶର୍ମାଙ୍କ ପ୍ରସଙ୍ଗରେ ବିସିସିଆଇ (BCCI)ର ବରିଷ୍ଠ ଅଧିକାରୀ ଏବଂ ଭିଭିଏସ ଲକ୍ଷ୍ମଣଙ୍କ ସହ ମତଭେଦକୁ…

ଧାନ ଫସଲରେ ବ୍ୟାପୁଛି ନଳିପୋକ, ଚକଡ଼ା ରୋଗ, ଚିନ୍ତାରେ ଚାଷୀ

ବରଗଡ଼,୨୧।୯(ପ୍ରେମାନନ୍ଦ ଖମାରୀ): ବର୍ଷା କମିଛି। ଗୁଳୁଗୁଳି ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଧାନ ଫସଲରେ ନଲିପୋକ (ପତ୍ରପୋଡ଼ା), ଚକଡ଼ା…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

ଆମେରିକା ଗସ୍ତ କରିବେ ସି ଜିନପିଙ୍ଗ, ଚାଇନା ସମ୍ପର୍କରେ ଟ୍ରମ୍ପ କାହିଁକି ନିଜ ନିଷ୍ପତ୍ତି ବଦଳାଇଲେ? ଜାଣନ୍ତୁ…

ଓ୍ବାଶିଂଟନ,୨୧।୯: ଏପରି ଏକ ସମୟ ଥିଲା ଯେତେବେଳେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ନାମ ନ ନେଇ ଆମେରିକୀୟ ଅର୍ଥନୀତି ଉପରେ ଆଲୋଚନା କରୁ ନଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?