Posted inଖେଳ

IPL 2026 ପାଇଁ ବିରାଟ କୋହଲିଙ୍କ ଆଗରେ ରଖିଲା ବଡ଼ ସର୍ତ୍ତ ରଖିଲା BCCI

ମୁମ୍ବାଇ,୧୧।୩: ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ୨୦୨୬ର ପ୍ରଥମ ପର୍ଯ୍ୟାୟ ପାଇଁ BCCI କାର୍ଯ୍ୟସୂଚୀ ଘୋଷଣା କରିଛି। ଚଳିତ ସିଜନର ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ଏବଂ ସନରାଇଜର୍ସ ହାଇଦ୍ରାବାଦ (SRH) ମଧ୍ୟରେ ଟକ୍କର ହେବ। କିନ୍ତୁ ଏହି ମ୍ୟାଚ୍ ବେଙ୍ଗାଲୁରୁର ଚିନ୍ନାସ୍ୱାମୀ ଷ୍ଟାଡିୟମରେ ହେବ କି ନାହିଁ, ସେ ନେଇ ଏକ ବଡ଼ ସର୍ତ୍ତ ରଖାଯାଇଛି।

୨୦୨୫ରେ RCB ର ବିଜୟ ପରେ ବେଙ୍ଗାଲୁରୁରେ ଆୟୋଜିତ ପରେଡ୍ ସମୟରେ ଘଟିଥିବା ଦଳାଚକଟା ଘଟଣାକୁ ଦୃଷ୍ଟିରେ ରଖି ଏହି କଟକଣା ଲଗାଯାଇଛି। କର୍ଣ୍ଣାଟକ ସରକାରଙ୍କ ଦ୍ୱାରା ଗଠିତ ଏକ ବିଶେଷଜ୍ଞ କମିଟି ଆସନ୍ତା ମାର୍ଚ୍ଚ ୧୩ ତାରିଖରେ ଷ୍ଟାଡିୟମର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବେ।

ମ୍ୟାଚ୍ ଦିନ ଭିଡ଼ ନିୟନ୍ତ୍ରଣ କିପରି କରାଯିବ, ସେନେଇ ଏକ ପୂର୍ଣ୍ଣକାଳୀନ ମକ୍ ଡ୍ରିଲ୍ କରାଯିବ। କମିଟିର ସବୁଜ ସଙ୍କେତ ମିଳିଲେ ହିଁ ବେଙ୍ଗାଲୁରୁରେ ମ୍ୟାଚ୍ ଆୟୋଜନ ହେବ। ଯଦି ଅନୁମତି ମିଳେ, ତେବେ RCB ବେଙ୍ଗାଲୁରୁରେ ୫ଟି ଏବଂ ରାୟପୁରରେ ୨ଟି ଘରୋଇ ମ୍ୟାଚ୍ ଖେଳିବ।

ପ୍ରଥମ ପର୍ଯ୍ୟାୟରେ ମୋଟ ୨୦ଟି ମ୍ୟାଚ୍ ୧୦ଟି ସହରରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ୱାଙ୍ଖେଡେରେ ମୁକାବିଲା ହେବ। ଏପ୍ରିଲ ୪ ତାରିଖରେ ସିଜନର ପ୍ରଥମ ଡବଲ ହେଡର (ଦିନରେ ଦୁଇଟି ମ୍ୟାଚ୍) ଖେଳାଯିବ। ତିନୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ, ନିର୍ବାଚନ ତାରିଖ ଘୋଷଣା ହେବା ପରେ IPL ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ପ୍ରକାଶ ପାଇବ।

ଅପରାହ୍ନ ମ୍ୟାଚ୍ ଗୁଡ଼ିକ ୩:୩୦ PM ଏବଂ ସନ୍ଧ୍ୟା ମ୍ୟାଚ୍ ଗୁଡ଼ିକ ୭:୩୦ PM ରେ ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଥିକ, ସାମୁଦ୍ରିକ ରଣନୀତିକୁ ସୁଦୃଢ଼ କରିଛି କ୍ୱାଡ୍‌

ନୂଆଦିଲ୍ଲୀ, ୧।୧୧: ଭାରତ, ଅଷ୍ଟ୍ରେଲିଆ, ଜାପାନ ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀମାନେ ଶନିବାର ଆଟଲାଣ୍ଟାଠାରେ ଇଣ୍ଡୋ-ପାସିଫିକ୍‌ ଅଞ୍ଚଳ ପାଇଁ ପାରସ୍ପରିକ ପ୍ରାଥମିକତାଗୁଡ଼ିକୁ ବାସ୍ତବତାରେ ପରିଣତ କରିବା ଦିଗରେ…

ରିପବ୍ଲିକାନ୍‌-ସମର୍ଥିତ ଗୋଷ୍ଠୀଗୁଡ଼ିକୁ ଏଲନ୍‌ ମସ୍କଙ୍କ ୪୪୫.୭୭ ମିଲିୟନ ଡଲାର ସହାୟତା

ଓ୍ବାଶିଂଟନ, ୧।୧୧: ୨୯ ଅକ୍ଟୋବର ୨୦୨୬ ସୁଦ୍ଧା ଉପଲବ୍ଧ ଫେଡେରାଲ ଇଲେକ୍ସନ କମିଶନ ତଥ୍ୟ ଅନୁଯାୟୀ କୋଟିପତି ଶିଳ୍ପୋଦ୍ୟୋଗୀ ଏଲନ୍‌ ମସ୍କ ୨୦୨୫ରୁ ରିପବ୍ଲିକାନ-ସମର୍ଥିତ ରାଜନୈତିକ ଆକ୍ସନ…

ଇସ୍ରାଏଲ ନିର୍ବାଚନ: ନେତାନ୍ୟାହୁଙ୍କ ସିଂହାସନ ଅନିଶ୍ଚିତ, ଭାରତ ଉପରେ ପଡ଼ିବ କି ପ୍ରଭାବ ଜାଣନ୍ତୁ…

ଜେରୁଜେଲମ୍‌,୩୧ା୧୦: ଇସ୍ରାଏଲର ୧୨୦ ଆସନ ବିଶିଷ୍ଟ ସଂସଦ ‘କ୍ନେସେଟ’ ନିର୍ବାଚନରେ କୌଣସି ଦଳକୁ ସ୍ପଷ୍ଟ ସଂଖ୍ୟା ଗରିଷ୍ଠତା ମିଳିନାହିଁ। ସରକାର ଗଠନ ପାଇଁ ୬୧ଟି ଆସନ ଆବଶ୍ୟକ…

ସାମ୍ବାଦିକାଙ୍କୁ ବିବାହ କଲେ ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା

ଶ୍ରୀନଗର,୩୧ା୧୦: : ଜମ୍ମୁ-କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଜଣାଶୁଣା ସାମ୍ବାଦିକା ନିଧି ରାଜଦାନଙ୍କୁ ବିବାହ କରିଛନ୍ତି। ଶନିବାର ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ଏହି ଦମ୍ପତି ଏହି…

ସୃଷ୍ଟି ହେଲା ଅବପାତ: IMD ଡିଜି କହିଲେ ଆଜି ରାତି ସୁଦ୍ଧା ଗଭୀର ଅବପାତ, ଆସନ୍ତାକାଲି ବାତ୍ୟା, ପବନର ବେଗ ରହିବ…

ଭୁବନେଶ୍ୱର,୩୧ା୧୦: ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଦକ୍ଷିଣ ଓଡ଼ିଶାରେ ପ୍ରବଳ କ୍ଷୟକ୍ଷତି ହୋଇଥିବାବେଳେ ବଙ୍ଗୋପସାଗରରେ ପୁଣି ସୃଷ୍ଟି ହୋଇଛି ଆଉ ଏକ ଅବପାତ। ଏନେଇ IMD ଡିଜି ମୃତ୍ୟୁଞ୍ଜୟ…

ସେମିଫାଇନାଲ ସ୍ବପ୍ନ ଚୂର୍‌ମାର: ଟୁର୍ନାମେଣ୍ଟରୁ ବିଦାୟ ନେଲେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ,୩୧।୧୦: ହଂକଂ ସୁପର ସିକ୍ସେସ ୨୦୨୬ରେ ଭାରତୀୟ ଦଳର ପ୍ରଦର୍ଶନ ଅତ୍ୟନ୍ତ ନିରାଶାଜନକ ରହିଛି। ଦଳର ପ୍ରଦର୍ଶନ କେତେ ଖରାପ ଥିଲା, ତାହା ଏଥିରୁ ଅନୁମାନ କରାଯାଇପାରେ…

ପୁଣି ଆସୁଛି ବାତ୍ୟା! ୬ ଘଣ୍ଟାରେ ଅବପାତ, ୨୪ ଘଣ୍ଟାରେ ନେଇପାରେ ବାତ୍ୟାର ରୂପ

ଭୁବନେଶ୍ୱର,୩୧।୧୦: ପୁଣି ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା ଦେଖାଯାଇଛି। ଦକ୍ଷିଣ ଆଣ୍ଡାମାନ ସାଗର ଏବଂ ସଂଲଗ୍ନ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜ ଉପରେ କେନ୍ଦ୍ରୀଭୂତ ଆଉଏକ ଲଘୁଚାପ ବଙ୍ଗୋପସାଗରରେ ଅବପାତରେ…

ଟିମ୍‌ଇଣ୍ଡିଆରେ ସ୍ଥାନ ପକ୍କା କରିବା ପାଇଁ ଚୁପଚାପ କରୁଛନ୍ତି ଏହି କାମ: କୋଚ କରିଦେଲେ…

ନୂଆଦିଲ୍ଲୀ,୩୧।୧୦: ଭାରତୀୟ କ୍ରିକେଟ୍‌ର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ଏବେ କେବଳ ବ୍ୟାଟିଂ ନୁହେଁ, ବୋଲିଂରେ ମଧ୍ୟ ନିଜ ଦକ୍ଷତା ଦେଖାଇବାକୁ ପ୍ରସ୍ତୁତ ହେଉଛନ୍ତି। ମାତ୍ର ୧୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?