ହିନ୍ଦୁ ଯୁବତୀଙ୍କୁ ମୁସଲମାନ ଯୁବକଙ୍କ ପ୍ରତାରଣା: ହୋଟେଲରେ ରଖି ଦେଉଥିଲେ ନିର୍ଯାତନା, ଶାରୀରିକ ସମ୍ପର୍କ ରଖିବା ସହ…

ଭୁବନେଶ୍ୱର,୯ା୩ (ତ୍ରିନାଥ ମହାନ୍ତି): ଜଣେ ହିନ୍ଦୁ ଯୁବତୀଙ୍କୁ ଜନୈକ ମୁସଲମାନ ଯୁବକ ପ୍ରେମ ପ୍ରତାରଣା କରିଛନ୍ତି। ଯୁବକ ଜଣକ ମୁସଲମାନ ବୋଲି ନ ଜଣାଇ ଯୁବତୀଙ୍କୁ ପ୍ରଥମେ ପ୍ରେମରେ ଫସାଇଥିଲେ। ପରେ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିଥିଲେ। ଏପରି କି ଯୁବକ ଜଣକ ଯୁବତୀଙ୍କୁ ରାଜଧାନୀ ଭୁବନେଶ୍ୱରର ଏକ ହୋଟେଲରେ ରଖି ନିର୍ଯାତନା ଦେବା ସହ ରାଜ୍ୟ ବାହାରକୁ ଚାଲାଣ କରିବାକୁ ଯୋଜନା କରିଥିଲେ। ଏଭଳି ସାଂଘାତିକ ଅଭିଯୋଗ ଆସିଛି ଶହୀଦନଗର ଥାନା ଅଞ୍ଚଳରୁ। ଖବର ପାଇବା ପରେ ପୋଲିସ ଉକ୍ତ ହୋଟେଲରେ ଚଢ଼ାଉ କରି ଯୁବତୀଙ୍କୁ ଉଦ୍ଧାର କରିବା ସହ ଅଭିଯୁକ୍ତ ଇର୍ଫାନ ଅନ୍‌ସାରୀଙ୍କୁ ଗିରଫ କରିଛି। ଏଥିସହ ହୋଟେଲରୁ ଏକାଧିକ ନକଲି ପରିଚୟପତ୍ର, କର୍ନାଟକ ନମ୍ବରର ଏକ କାରରୁ ଖଣ୍ଡା ଓ ଅନ୍ୟ ମାରଣାସ୍ତ୍ର ଜବତ କରାଯାଇଛି।
ପୋଲିସ ସୂଚନା ଅନୁସାରେ, ଅଭିଯୁକ୍ତ ଇର୍ଫାନ ଅନସାରୀଙ୍କ ଘର କର୍ନାଟକରେ। ପୀଡ଼ିତା ଯୁବତୀଙ୍କ ଘର ଭଦ୍ରକରେ ହୋଇଥିବାବେଳେ ସେ ଚେନ୍ନାଇର ଏକ ହୋଟେଲରେ କାମ କରୁଥିବାବେଳେ ଇର୍ଫାନଙ୍କ ସହ ପରିଚିତ ହୋଇଥିଲେ। ଇର୍ଫାନ ପ୍ରକୃତ ପରିଚୟ ଲୁଚାଇ ନିଜ ନାଁ ଜୟରାମ ଶର୍ମା ଓ ହିନ୍ଦୁ ବୋଲି କହି ସମ୍ପର୍କ ବଢ଼ାଇଥିଲେ। ଏପରିକି ବାରମ୍ବାର ଯୁବତୀ ଜଣକ କାମ କରୁଥିବା ଉକ୍ତ ହୋଟେଲରେ ରହି ତାଙ୍କୁ ପ୍ରେମ ଜାଲରେ ଫସାଇଥିଲେ। ଶେଷରେ ବିବାହର ପ୍ରଲୋଭନ ଦେଖାଇ ବାରମ୍ବାର ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ। କିଛିଦିନ ତଳେ ଅଭିଯୁକ୍ତ ଉକ୍ତ ଯୁବତୀଙ୍କୁ ପୁରୀ ବୁଲାଇ ଆଣି ହୋଟେଲରେ ରହିଥିଲେ। ଏହି ସମୟରେ ଯୁବତୀ ଜଣକ ତାଙ୍କର ଅସଲି ପରିଚୟ ଜାଣିବାକୁ ପାଇଥିଲେ। ଜୟରାମ ମୁସଲିମ୍‌ ଓ ତାଙ୍କର ପ୍ରକୃତ ନାମ ଇର୍ଫାନ ବୋଲି ଜାଣିବା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଇର୍ଫାନ ତାଙ୍କୁ ପ୍ରବଳ ମାଡ଼ ମାରିଥିଲେ। କୌଶଳକ୍ରମେ ଯୁବତୀ ଜଣକ ହୋଟେଲରୁ ବାହାରକୁ ଆସି ପୁରୀ ସମୁଦ୍ରକୂଳ ଥାନାରେ ଅଭିଯୋଗ କରିଥିଲେ। ହେଲେ ସେଠାରେ ଇର୍ଫାନ ଭୁଲ୍‌ ମାଗିବା ସହ ଯୁବତୀଙ୍କୁ ବୁଝାଶୁଝା କରି ଭୁବନେଶ୍ୱର ନେଇଆସିଥିଲେ। ଶହୀଦନଗର ଥାନା ଅଞ୍ଚଳରେ ଥିବା ଏକ ହୋଟେଲରେ ଦୁହେଁ ରହିଥିଲେ। ସେଠାରେ ପୁଣି ଇର୍ଫାନଙ୍କର ଏକାଧିକ ପରିଚୟପତ୍ର ଦେଖିବା ପରେ ବଚସା ହୋଇଥିଲା। ସେ ଖସି ଆସିବାକୁ ଚେଷ୍ଟା କରିଥିଲେ ମଧ୍ୟ ଇର୍ଫାନ ଜବରଦସ୍ତି ହୋଟେଲ ଭିତରେ ବନ୍ଧକ ରଖି ମାରପିଟ୍‌ କରୁଥିଲେ। ଏପରିକି ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିବା ସହ କର୍ନାଟକ ନେଇଯିବାକୁ ଉଦ୍ୟମ କରିଥିଲେ। ଧର୍ମ ପରିବର୍ତ୍ତନ କରିବାକୁ ଯୁବତୀ ମନା କରିବାରୁ ତାଙ୍କୁ ପୁଣି ମାଡ଼ ମାରିବା ସହ ଅକଥନୀୟ ନିର୍ଯାତନା ଦେଉଥିଲେ। ଯୁବତୀ ଜଣକ ଫୋନ୍‌ କରି ଶହୀଦନଗର ଥାନାକୁ ଜଣାଇଥିଲେ। ଯୁବତୀଙ୍କ ଲିଖିତ ଅଭିଯୋଗ ଆଧାରରେ ପୋଲିସ ମାମଲା ନଂ.୧୩୩/୨୬ ରୁଜୁ କରି ଇର୍ଫାନଙ୍କୁ ଗିରଫ କରିଛି। ବିବାହର ପ୍ରତିଶ୍ରୁତି ଦେଇ ବଳାକତ୍ାର କରିବା, ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରିବା ଏବଂ ନିର୍ଯାତନା ଦେବା ଭଳି ସଙ୍ଗିନ ଦଫା ଲଗାଇ ଇର୍ଫାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ଇର୍ଫାନ୍‌ କେବଳ ଏହି ଜଣେ ଯୁବତୀ ନା ଆଗରୁ ଆଉକାହାକୁ ଲଭ୍‌ ଜିହାଦରେ ଫସାଇଛନ୍ତି, ସେନେଇ ପୋଲିସ ଖୋଳତାଡ଼ କରୁଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡେରାବିଶ ବ୍ଲକରେ ୧.୦୬ କୋଟି ଟଙ୍କାର ସରକାରୀ ଅର୍ଥ ହଡ଼ପ: ସଦର ଥାନାରେ ବିଡ଼ିଓଙ୍କ ଏତଲା, ବରିଷ୍ଠ କିରାଣୀ ଫେରାର

ଡେରାବିଶ, ୨୯।୧୦ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକରେ କାର୍ଯ୍ୟରତ ବରିଷ୍ଠ କିରାଣୀ ଶଶିକାନ୍ତ ରଣା ଚଞ୍ଚକତା କରି ୧ କୋଟି ୬ ଲକ୍ଷ…

‘ଧରିତ୍ରୀ’ ଖବରର ପ୍ରଭାବ: ତାଲିଯୋଡ଼ି ବ୍ରିଜ୍‌ ଧୋଇଯାଇଥିବା ଦୁର୍ଗମ ଗାଁରେ ପହଞ୍ଚି ସ୍ଥିତି ପରଖିଲେ IIC, ଶୁଖିଲା ଖାଦ୍ୟ ବାଣ୍ଟି…

ଦାରିଙ୍ଗବାଡ଼ି, ୨୯।୧୦ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ି ପଞ୍ଚାୟତର ୩ଟି ଗାଁକୁ ସଂଯୋଗ କରୁଥିବା ତାଲିଯୋଡ଼ି ନଦୀର ବ୍ରିଜ୍‌ ଧୋଇ ହୋଇଯିବା ଘଟଣା…

ନୀତୀଶଙ୍କ ଘନିଷ୍ଠ ସହଯୋଗୀ ଏବେ ହୋଇପାରନ୍ତି ସମ୍ରାଟଙ୍କ ପ୍ରମୁଖ ସଚିବ; ବିହାରକୁ ଫେରିବାକୁ ଯାଉଛନ୍ତି ଓଡ଼ିଶା କ୍ୟାଡରର ଆଇଏଏସ!

ପାଟନା,୨୯।୧୦: ଓଡ଼ିଶା କ୍ୟାଡରର ଭାରତୀୟ ପ୍ରଶାସନିକ ସେବା (IAS) ଅଧିକାରୀ ସଞ୍ଜୟ କୁମାର ସିଂହ, ଯିଏ ମୂଳତଃ ବିହାରର ବାସିନ୍ଦା, ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ପ୍ରମୁଖ…

ବାତ୍ୟା ଅର୍ଣ୍ଣବ ପ୍ରଭାବ, ଉପୁଡ଼ି ପଡ଼ିଲା ଗଛ, ଛିଣ୍ଡିଲା ବିଦ୍ୟୁତ୍‌ ତାର

ଲାଞ୍ଜିଗଡ଼, ୨୯ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକର ବିଭିନ୍ନ ସ୍ଥାନରେ ବାତ୍ୟା ଅର୍ଣ୍ଣବ ପ୍ରଭାବରେ ଗଛ ପଡି ରାସ୍ତା ଅବରୋଧ ହୋଇଥିବା ବେଳେ ବିଦ୍ୟୁତ…

ତପ୍ତପାଣି ଘାଟିରେ ପ୍ରଳୟଙ୍କରୀ ରୂପ: ପାହାଡ଼ ଧସି ଭାସିଗଲା କଲଭର୍ଟ, ୩୨୬ ନମ୍ବର NHରେ ଗାଡ଼ି ଚଳାଚଳ ଠପ୍

ଦିଗପହଣ୍ଡି, ୨୯।୧୦ (ଅଶେଷ ନାଥ ମିଶ୍ର): ଲଗାଣ ବର୍ଷା ଯୋଗୁ ଗଞ୍ଜାମ-ଗଜପତି ସୀମାନ୍ତ ତପ୍ତପାଣି ଘାଟିର ବେଲଗଡ଼ ନିକଟରେ ଥିବା ଏକ କଲଭର୍ଟ ପାହାଡ଼ିଆ ପାଣିର ପ୍ରବଳ…

ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ନେଇ ଚାଞ୍ଚଲ୍ୟକର ବୟାନ ଦେଲେ ୟୁସୁଫ ପଠାନ

ନୂଆଦିଲ୍ଲୀ,୨୯।୧୦: ପଶ୍ଚିମବଙ୍ଗର ମୁର୍ସିଦାବାଦରେ ସିଇସି ଜ୍ଞାନେଶ କୁମାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରି ଏନସିପି ସାଂସଦ ୟୁସୁଫ ପଠାନ କହିଛନ୍ତି ଯେ ଏହି ଦେଶର ଯୁବକ ଏବଂ…

ହସିନା ସରକାରଙ୍କୁ ଗାଦିଚ୍ୟୁତ କରିବାର ଯୋଜନା ଆଗୁଆ ପ୍ରସ୍ତୁତ କରାଯାଇଥିଲା: ୟୁନୁସଙ୍କ ପୂର୍ବତନ ସଚିବ ଦେଲେ ଚମକାଇବା ଭଳି ତଥ୍ୟ

ଢାକା,୨୯।୧୦: ବାଂଲାଦେଶରେ ଛାତ୍ରମାନଙ୍କ ହିଂସାତ୍ମକ ବିକ୍ଷୋଭ ପରେ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଢାକା ଛାଡ଼ିବା ପୂର୍ବରୁ, ଦେଶର ଦାୟିତ୍ୱ ମହମ୍ମଦ ୟୁନୁସଙ୍କୁ ହସ୍ତାନ୍ତର କରାଯାଇଥିଲା।…

ବାତ୍ୟା ‘ଅର୍ଣ୍ଣବ’ ପ୍ରଭାବ: ଫସଲ କ୍ଷତି ଆଶଙ୍କାରେ ଚାଷୀ

ରିଷିଡା,୨୯ା୧୦(ସୁଶାନ୍ତ ମଲ୍ଲିକ)- ବାତ୍ୟା ଅର୍ଣ୍ଣବ ପ୍ରଭାବରେ କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକର ରିଷିଡା ସମେତ ତେରେସିଂହା, ଗଜବାହାଲ, ପୌରକେଲା, ରେଗେଡ଼ା, ରାଜପୁର, ସରଗୁଲମାଲପଡା, ଯୋରାଡ୍ରବରା, ସାପଲହରା, ରିଞ୍ଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?