Posted inଖେଳ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଆସିଲା ସଙ୍ଗୀନ ଅଭିଯୋଗ: ଗର୍ଲଫ୍ରେଣ୍ଡ୍‌ଙ୍କ ସହ ଏମିତି କରିବା ପଡ଼ିଲା ମହଙ୍ଗା

ନୂଆଦିଲ୍ଲୀ,୧୨।୩: ଟିମ ଇଣ୍ଡିଆ ଲଗାତାର ଦ୍ୱିତୀୟ ଥର ପାଇଁ ଟି-୨୦ ବିଶ୍ୱକପ ଜିତିଛି। ଟିମ ଇଣ୍ଡିଆ ଅହମ୍ମଦାବାଦରେ ଖେଳାଯାଇଥିବା ଫାଇନାଲରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ରେକର୍ଡ ତୃତୀୟ ଥର ପାଇଁ ଟ୍ରଫି କବଜା କରିଛି। ଟିମ ଇଣ୍ଡିଆର ଖେଳାଳିମାନେ ଏହି ବିଜୟ ସେଲିବ୍ରେଶନରେ ମାତିଛନ୍ତି ଏବଂ ନିଜ ଘରକୁ ଫେରିଛନ୍ତ। ଟାଇଟଲ ଜିତିବାର ମାତ୍ର ତିନି ଦିନ ପରେ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜକୁ ଅସୁବିଧାରେ ପକାଇଛନ୍ତି। ପୁଣେର ଜଣେ ଓକିଲ ହାର୍ଦ୍ଦିକଙ୍କ ବିରୋଧରେ ପୋଲିସ ଅଭିଯୋଗ ଦାଖଲ କରିଛନ୍ତି। ଏଥିରେ ସେ ଜାତୀୟ ପତାକାକୁ ଅପମାନ କରିଥିବା ଅଭିଯୋଗ କରିଛନ୍ତି।

ପୁନେର ଶିବାଜୀନଗର ପୋଲିସ ଷ୍ଟେଶନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଏକ ଅଭିଯୋଗ ଦାୟର କରାଯାଇଛି। ସ୍ଥାନୀୟ ଓକିଲ ୱାଜିଦ ଖାନ ଅଭିଯୋଗ କରିଛନ୍ତି, ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ ମ୍ୟାଚ ପରେ ସେଲିବ୍ରେଶନ ସମୟରେ ଜାତୀୟ ପତାକାକୁ ଅସମ୍ମାନ କରିଛନ୍ତି। ପାଣ୍ଡ୍ୟାଙ୍କୁ ଏକ ମଞ୍ଚରେ ଗର୍ଲଫ୍ରେଣ୍ଡଙ୍କ ସହ ଶୋଇଥିବାର ଦେଖାଯାଇଥିଲା। ଏହି ସମୟରେ ତାଙ୍କ ଶରୀରରେ ଜାତୀୟ ପତାକା ଗୁଡ଼ାଯାଇଥିଲା।
ଅଭିଯୋଗକାରୀ ଏହି ମାମଲାରେ ଭାରତୀୟ କ୍ରିକେଟରଙ୍କ ବିରୋଧରେ ଏଫଆଇଆର ଦାୟର କରିବାକୁ ଦାବି କରିଛନ୍ତି। ସେ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ, ଜାତୀୟ ପତାକାକୁ ସମ୍ମାନ ଦେବା ପ୍ରତ୍ୟେକ ନାଗରିକଙ୍କ ଦାୟିତ୍ୱ ଏବଂ ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ଯଦିଓ ପୋଲିସ ଏପର୍ଯ୍ୟନ୍ତ ଏଫଆଇଆର ରୁଜୁ କରିନାହିଁ, ସେମାନେ ଏହି ଘଟଣାର ତଦନ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ଏହି ଘଟଣା ଫାଇନାଲ ପରେ ଘଟିଥିଲା। ପୁରସ୍କାର ବଣ୍ଟନବେଳେ ସମସ୍ତ ଖେଳାଳି ପଡ଼ିଆରେ ସେମାନଙ୍କ ପରିବାର ସହିତ ବିଜୟ ସେଲିବ୍ରେଶନ କରୁଥିଲେ। ହାର୍ଦ୍ଦିକଙ୍କ ସହିତ ତାଙ୍କ ପ୍ରେମିକା ମାହିକା ଶର୍ମା ମଧ୍ୟ ଥିଲେ। ପ୍ରେମିକାଙ୍କ ସହ ହାର୍ଦ୍ଦିକ ଆଲିଙ୍ଗନ, ଚୁମ୍ବନ ଏବଂ ନାଚୁଥିବାର ଦେଖାଯାଇଥିଲା। ଏହି ସମୟରେ ହାର୍ଦ୍ଦିକ ଏବଂ ମାହିକାଙ୍କୁ ପୋଡିୟମରେ କିଛି ସମୟ ପାଇଁ ଏକାଠି ଶୋଇଥିବା ଦେଖାଯାଇଥିଲା। ଏଠାରେ ହାର୍ଦ୍ଦିକ ତାଙ୍କ ଶରୀରରେ ତ୍ରିରଙ୍ଗା ଗୁଡ଼ାଇ ରଖିଥିଲେ। ଏ ସମ୍ପର୍କରେ ଏବେ ଏକ ଅଭିଯୋଗ ଦାଖଲ କରାଯାଇଛି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ମଞ୍ଚେଶ୍ୱର ଥାନା ASI, ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ…

ଭୁବନେଶ୍ୱର,୧୭।୬: ରାଜଧାନୀରେ ପୁଣି ଜଣେ ପୋଲିସ ବାବୁଙ୍କ ଲାଞ୍ଚ କାରବାରର ପର୍ଦ୍ଦାଫାଶ ହୋଇଛି। ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଭୁବନେଶ୍ୱର ମଞ୍ଚେଶ୍ୱର ଥାନାର ଏଏସଆଇ (ASI)। ଏକ ମାମଲା…

ଝାରସୁଗୁଡ଼ା ସହ ଏହି ଜିଲାରେ ବଢ଼ିଲା ଖରାଛୁଟି ଅବଧି, ଜାଣନ୍ତୁ କେବେ ଖୋଲିବ ସ୍କୁଲ

ଭୁବନେଶ୍ୱର, ୧୭।୬: ଝାରସୁଗୁଡ଼ା ଜିଲାରେ ପଢୁଥିବା ସ୍କୁଲ୍ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ଵପୂର୍ଣ୍ଣ ଖବର। ଜିଲାରେ ଗ୍ରୀଷ୍ମପ୍ରବାହର ପ୍ରକୋପ ଜାରି ରହିଥିବାରୁ ଛାତ୍ରଛାତ୍ରୀଙ୍କ ସ୍ଵାସ୍ଥ୍ୟକୁ ଦୃଷ୍ଟିରେ ରଖି…

ବୁଧଙ୍କ କୃପାରୁ ଚମକିବ ଭାଗ୍ୟ: ଏହି ୫ଟି ରାଶିର ଲୋକେ ହେବେ ମାଲାମାଲ୍‌, ଧନବର୍ଷା ସାଙ୍ଗକୁ ବଢ଼ିବ ସୁଖ-ସମୃଦ୍ଧି

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ବୁଧଙ୍କୁ ବୁଦ୍ଧି, ବାଣୀ, ବ୍ୟାପାର, ଗଣିତ, ଶିକ୍ଷା, ତର୍କ ଶକ୍ତି ଏବଂ ଯୋଗାଯୋଗର କାରକ ଗ୍ରହ ଭାବେ ବିବେଚନା କରାଯାଏ। ବର୍ତ୍ତମାନ ବୁଧ…

ବିନା ଇଣ୍ଟରନେଟ୍‌ରେ ବି କରିପାରିବେ Google Maps ବ୍ୟବହାର, ଜାଣନ୍ତୁ ଏହି ସହଜ ଉପାୟ

ନୂଆଦିଲ୍ଲୀ,୧୭।୬: ଗୁଗଲ୍ ମ୍ୟାପ୍ସ ଏବେ କେବଳ କୌଣସି ସ୍ଥାନର ରାସ୍ତା ଦେଖାଇବା ପାଇଁ ଏକ ସାଧାରଣ ଆପ୍ ହୋଇ ରହିନାହିଁ, ବରଂ ଏହା ଏକ ସମ୍ପୂର୍ଣ୍ଣ ‘ଡିଜିଟାଲ୍…

୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ: ଗଞ୍ଜାମ, ଯାଜପୁର ସମେତ ୯ଟି ଜିଲାରେ ହେବ…

ଭୁବନେଶ୍ୱର, ୧୭।୬: ରାଜ୍ୟର ୯ଟି ଜିଲାରେ ୨୦ ମେଗା ପ୍ରକଳ୍ପକୁ ମିଳିଲା ଅନୁମୋଦନ। ବୁଧବାର ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା HLCA ବୈଠକରେ ଅନୁମୋଦନ ମିଳିଛି। ୭୬ ହଜାର…

ରବି ଧାନ କିଣାରେ ଅଚଳାବସ୍ଥା, କେଉଁ ଚାଷୀଙ୍କ ଧାନ ପ୍ରଥମେ କିଣାଯିବ? ସୃଷ୍ଟି ହେଲା ସମସ୍ୟା

ତିହିଡ଼ି ୧୭।୬ (କାଳନ୍ଦି ବେହେରା): ଭଦ୍ରକ ଜିଲାର ଧାମନଗର ବ୍ଲକରେ ରବି ଧାନ ସଂଗ୍ରହ ପ୍ରକ୍ରିୟାରେ ବିଳମ୍ବ ଯୋଗୁ ଶତାଧିକ ଚାଷୀ ଗଭୀର ଚିନ୍ତାରେ ପଡ଼ିଛନ୍ତି। ଚାଷୀମାନେ…

କୁରାଢ଼ି ଆକ୍ରମଣ ମାମଲା: ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ବଞ୍ଚୋ, ୧୭।୬:(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ପଂଚାୟତ ସହାନନ୍ଦପୁର ଗ୍ରାମରେ ଘଟିଥିବା ଏକ କୁରାଢ଼ି ଆକ୍ରମଣ ମାମଲାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ…

ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ପିସିସି ସଭାପତି: ଦେବୀ ବିଷୋୟୀଙ୍କୁ କଂଗ୍ରେସରୁ କଲେ ନିଲମ୍ବନ

ଭଞ୍ଜନଗର,୧୭।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରର ପୂର୍ବତନ କଂଗ୍ରେସ ବିଧାୟକ ପ୍ରାର୍ଥୀ ତଥା ପିସିସି ସଭ୍ୟ ଦେବୀ ବିଷୋୟୀଙ୍କୁ ବୁଧବାର କଂଗ୍ରେସ ଦଳରୁ ନିଲମ୍ବିତ କରାଯାଇଛି। ଦଳୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri