ଭୟଙ୍କର ଯୁଦ୍ଧ, ଟେନ୍‌ସନ୍‌ରେ ଭାରତ: ଖୋଲାଗଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ଦୁବାଇ/ନୂଆଦିଲ୍ଲୀ,୧୨ା୩ (ଏ.ପି./ରଏଟର୍ସ):ମଧ୍ୟପ୍ରାଚ୍ୟର ଯୁଦ୍ଧର ଭୟଙ୍କର ପରିଣାମ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜରେ ଦେଖିବାକୁ ମିଳିଛି। ଏହି ସାମୁଦ୍ରିକ ଜଳପଥ ଦେଇ ଆସୁଥିବା ତୈଳ ପରିବହନକାରୀ ବାଣିଜି୍ୟକ ଜାହାଜଗୁଡ଼ିକୁ ଇରାନ୍‌ ଆକ୍ରମଣ କରୁଥିବାରୁ ବିଭିନ୍ନ ଦେଶରେ ତୈଳ ଓ ଶକ୍ତି ସଙ୍କଟ ସୃଷ୍ଟି ହୋଇଛି। ଏହିକ୍ରମେ ଭାରତକୁ ଆସୁଥିବା ଥାଇଲାଣ୍ଡର ଏକ ଜାହାଜ ଉପରେ ବୁଧବାର ଅଜ୍ଞାତ ସ୍ଥାନରୁ ଅତର୍କିତ ଆକ୍ରମଣ ହୋଇଛି। ରୟାଲ ଥାଇ ନେଭିର ମୟୂରୀ ନାରୀ ନାମକ ଉକ୍ତ ଜାହାଜରେ ୩ ଭାରତୀୟଙ୍କ ସମେତ ୨୩ କ୍ରିଉ ମେମ୍ବର ଥିଲେ। ଜାହାଜ ଉପରେ ପ୍ରୋଜେକ୍ଟାଇଲ ଆକ୍ରମଣ ପରେ ସେଥିରେ ନିଅଁା ଲାଗିଯିବାରୁ ଏହାର ଇଞ୍ଜିନ ନଷ୍ଟ ହୋଇଯିବା ସହ ୨ ଭାରତୀୟଙ୍କ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ନିଖୋଜ ହୋଇଯାଇଛନ୍ତି। ମୟୂରୀ ନାରୀ ଜାହାଜରୁ ଥାଇଲାଣ୍ଡର ୨୦ କ୍ରିଉ ମେମ୍ବରଙ୍କୁ ଉଦ୍ଧାର କରାଯାଇଛି।
ଇରାନ୍‌ ସହ ଆମେରିକା-ଇସ୍ରାଏଲ୍‌ର ଯୁଦ୍ଧ ପରିପ୍ରେକ୍ଷୀରେ ବୈଶ୍ୱିକ ତୈଳ ଓ ପ୍ରାକୃତିକ ବାଷ୍ପ ବଜାର ଫୁଲି ଉଠିଥିବାବେଳେ ଉଭୟ ପକ୍ଷରୁ ବାକ୍ୟ ବିନିମୟ ଜାରି ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଇରାନ୍‌ ବିରୋଧୀ ଯୁଦ୍ଧକୁ ନେଇ ବିଭିନ୍ନ ସମୟରେ ନିଜ ମତ ବଦଳାଇ ଚାଲିଥିବାରୁ ଆଗକୁ କ’ଣ ହେବ ତାହା କହିହେଉନାହିଁ। ଏଭଳି ସ୍ଥିତିରେ ପଶ୍ଚିମ ଏସୀୟ ରାଷ୍ଟ୍ରଗୁଡ଼ିକରେ ଭାରତ ସମେତ ଅନେକ ରାଷ୍ଟ୍ରର ତୈଳ ପରିବହନକାରୀ ଜାହାଜ ଫସିରହିଛି। ସ୍ଥିତିରେ ସାମାନ୍ୟ ସୁଧାର ପରିଲକ୍ଷିତ ହେଲେ ଜାହାଜଗୁଡ଼ିକ ଜଳପଥ ଦେଇ ଅଗ୍ରସର ହେଉଛନ୍ତି। ଇରାନ୍‌ ସେଗୁଡ଼ିକୁ ଆକ୍ରମଣ କରୁଥିବାରୁ ଧନଜୀବନ ହାନି ହେଉଛି। ଏହାର ପ୍ରଭାବରୁ ଭାରତ ନିଜକୁ ମୁକ୍ତ କରିପାରି ନାହିଁ। ଥାଇଲାଣ୍ଡ ଜାହାଜରେ ଆକ୍ରମଣ ପରେ ନିଅଁା ଲାଗିଯିବାରୁ ୩ ଭାରତୀୟ ନିଖୋଜ ହୋଇଯାଇଥିବା ନେଇ ଜାହାଜ ପରିଚାଳନାକାରୀ ପ୍ରେସିଅସ୍‌ ଶିପିଂ ପକ୍ଷରୁ ବୁଧବାର ଏକ ବିବୃତିରେ କୁହାଯାଇଛି। କିନ୍ତୁ ଭାରତର ବହିର୍ବ୍ୟାପାର ମନ୍ତ୍ରଣାଳୟ ୨ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ଓ ଜଣେ ନିଖୋଜ ହୋଇଯାଇଥିବା ସ୍ପଷ୍ଟ କରିଛି। ଜାହାଜଗୁଡ଼ିକର ଚଳାଚଳ ଉପରେ ନଜର ରଖୁଥିବା ଓ୍ବେବ୍‌ସାଇଟ୍‌ ଭେସେଲ୍‌ ଫାଇଣ୍ଡର ନିଜ ଓ୍ବେବ୍‌ସାଇଟ୍‌ରେ ଦର୍ଶାଇଛି ଯେ ଜାହାଜଟି ଗୁଜରାଟର କାଣ୍ଡଲା ଅଭିମୁଖେ ଯାତ୍ରା କରୁଥ୍‌ତ୍ଲା। ଆକ୍ରମଣ ପରେ ଉକ୍ତ ଜାହାଜରୁ ୨୦ ଜଣଙ୍କୁ ଓମାନ ନୌସେନା ପକ୍ଷରୁ ଉଦ୍ଧାର କରାଯାଇଛି।
ପାରସ୍ୟ ଉପସାଗରରେ ଅଦ୍ୟାବଧି ୨୮ଟି ଭାରତୀୟ ଜାହାଜ ଫସିରହିଛି। ସେଗୁଡ଼ିକରେ ୭୭୮ ଜଣ କ୍ରିଉ ମେମ୍ବର ରହିଥିବା ଭାରତ ସରକାରଙ୍କ ସୂତ୍ରରୁ ଜଣାପଡ଼ିଛି। ସେଗୁଡ଼ିକ ମଧ୍ୟରୁ ୨୪ ଭାରତୀୟ ଜାହାଜରେ ଥିବା ୭୭୮ ଜଣଙ୍କ ମଧ୍ୟରୁ ୬୭୭ କ୍ରିଉ ମେମ୍ବର କେବଳ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ର ପଶ୍ଚିମ ଭାଗରେ ଫସି ରହିଛନ୍ତି। ଅନ୍ୟ ପୂର୍ବ ଭାଗରେ ଥିବା ୪ ଜାହାଜରେ ୧୦୧ ଜଣ ରହିଛନ୍ତି। ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ପକ୍ଷରୁ ସ୍ଥିତି ଉପରେ ସକ୍ରିୟ ନଜର ରଖାଯାଇଛି। ଉକ୍ତ ଜାହାଜଗୁଡ଼ିକ ସହ ସେଥିରେ ଥିବା ସମସ୍ତ କ୍ରିଉ ମେମ୍ବରଙ୍କୁ ସୁରକ୍ଷିତ ଭାବେ କିପରି ଉଦ୍ଧାର କରାଯିବ ତାହା ଉପରେ ସରକାର ଜୋର୍‌ ଦେଉଛନ୍ତି। ଏଥିପାଇଁ ସୁରକ୍ଷା ଏଜେନ୍ସିଗୁଡ଼ିକ ମଧ୍ୟପ୍ରାଚ୍ୟରେ ଥିବା ଭାରତୀୟ ଦୂତାବାସ ଓ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ଜରୁରୀ ପଦକ୍ଷେପ ନେଉଥିବା ମନ୍ତ୍ରଣାଳୟର ସ୍ବତନ୍ତ୍ର ସଚିବ ରାଜେଶ କୁମାର ସିହ୍ନା ସୂଚନା ଦେଇଛନ୍ତି। ଇତିମଧ୍ୟରେ ସ୍ଥିତି ଉପରେ ନଜର ରଖିବା ପାଇଁ ଜାହାଜ ଚଳାଚଳ ମହାନିର୍ଦ୍ଦେଶାଳୟ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲାଯାଇଛି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ଇତିହାସ ପାଲଟିବ ବକିଂହାମ୍‌ ପ୍ରାସାଦର ଭାଲୁଛାଲ ଟୋପି

ବକିଂହାମ୍‌, ୨୧।୯: ଲଣ୍ଡନ ବକିଂହାମ୍‌ ପ୍ରାସାଦ ବାହାରେ ଉଜ୍ଜ୍ୱଳ ନାଲି ପୋଷାକ ଏବଂ ଉଚ୍ଚ, କଳା ଲୋମଶ ଟୋପି ପିନ୍ଧିଥିବା ସୈନିକଙ୍କ ଏକ ସ୍ବତନ୍ତ୍ର ପରିଚୟ ରହିଛି।…

ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆନ୍ଦୋଳନର ସମସ୍ତ ମାମଲା ପ୍ରତ୍ୟାହାର….

କୋଲକାତା,୨୦ା୯: ପଶ୍ଚିମବଙ୍ଗରେ କୁର୍ମି ସମୁଦାୟକୁ ନେଇ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ। ପୂର୍ବ ସରକାରଙ୍କ ସମୟରେ କୁର୍ମି ଆନ୍ଦୋଳନ ସହ ଜଡ଼ିତ ଯେଉଁ ସବୁ…

‘ଛାତ୍ରୋଁ କୀ ଗୁଞ୍ଜ୍‌’ କାର୍ଯ୍ୟକ୍ରମରେ ହାସ୍ୟାଭିନେତାଙ୍କ ଦ୍ୱାରା ମୋଦିଙ୍କୁ ନକଲ, ଦେଶରେ ହଇଚଇ!

ନୂଆଦିଲ୍ଲୀ,୨୦ା୯: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ରାଜନୈତିକ ବିବାଦ ଜୋର ଧରିଛି । ମଧ୍ୟପ୍ରଦେଶର ଇନ୍ଦୋରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘ଛାତ୍ରୋଁ କୀ ଗୁଞ୍ଜ୍‌’…

ଖଣ୍ଡୁଆଳମାଳି ବକ୍ସାଇଟ୍ ଖଣି ଖନନକୁ ବିରୋଧ, ଅମଠାଗୁଡ଼ାରେ ୨୦ ଗାଁର ଶତାଧିକ ଆନ୍ଦୋଳନକାରୀ….

ଥୁଆମୂଳ ରାମପୁର,୨୦।୯(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ କର୍ଲାପାଟ୍ ଅଞ୍ଚଳର ଖଣ୍ଡୁଆଳମାଳିରୁ ବକ୍ସାଇଟ୍ ଖନନକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ବିରୋଧ ତୀବ୍ର ହେବାରେ ଲାଗିଛି…

ବିଦ୍ୟାଳୟରୁ ଚାଉଳ-ଖେଳଣା ଚୋରି, ୩ ଅଭିଯୁକ୍ତଙ୍କୁ ବାନ୍ଧିଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୨୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ପଞ୍ଚାୟତ ବୀରପଦ୍ମନାଭପୁର ଗ୍ରାମ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଷ୍ଟୋର ରୁମରୁ ୩୦ ପ୍ୟାକେଟ ଚାଉଳ ଏବଂ…

ବିଦ୍ୟାଳୟରେ ବୁର୍ଖା ଉପରେ ଲାଗୁ ହେବ କଟକଣା! ସୀମିତ ହେବ ବିଦେଶୀ ଛାତ୍ରଙ୍କ ସଂଖ୍ୟା

ରୋମ୍‌,୨୦।୯: ଇଟାଲୀର ସ୍କୁଲଗୁଡ଼ିକରେ ବୁର୍ଖା ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ଉପରେ ପ୍ରତିବନ୍ଧ ଲଗାଇବା ସହ ପ୍ରତି କ୍ଲାସରେ ବିଦେଶୀ ଛାତ୍ରଙ୍କ ସଂଖ୍ୟା ସୀମିତ କରିବାକୁ…

ବରିଷ୍ଠ କିରାଣି ଜୟନ୍ତ ପ୍ରଧାନଙ୍କୁ ନିଲମ୍ବନ କଲେ କେନ୍ଦ୍ରାପଡ଼ା DEO

ଡେରାବିଶ, ୨୦।୯(ବେବର୍ତା ଅଜୟ ଦାସ): ଡେରାବିଶ ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବା ବରିଷ୍ଠ କିରାଣୀ ଜୟନ୍ତ କୁମାର ପ୍ରଧାନଙ୍କୁ ନିଲମ୍ବିତ କରାଯାଇଛି । ନିଜ କାର୍ଯ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?