ଦୁବାଇରେ ହଠାତ ଶସ୍ତା ହେଉଛି ସୁନା! ଇରାନ ସହ ଯୁଦ୍ଧ ମଧ୍ୟରେ ମୂଲ୍ୟରେ ବଡ଼ ହ୍ରାସ, ଭାରତ ଉପରେ ପଡ଼ିବ…

ଦୁବାଇ/ନୂଆଦିଲ୍ଲୀ,୭।୩: ବିଶ୍ୱର ସୁନା ବଜାର କୁହାଯାଉଥିବା ଦୁବାଇରୁ ଏବେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ଯୋଗୁ ଅନ୍ତର୍ଜାତୀୟ ବଜାରରେ ସୁନା ଦର ଆକାଶଛୁଆଁ ହେଉଥିବା ବେଳେ, ଦୁବାଇର ବ୍ୟବସାୟୀମାନେ ଏବେ ସୁନା ଉପରେ ଭାରୀ ରିହାତି (Discount) ଦେବା ଆରମ୍ଭ କରିଛନ୍ତି।

ସାଧାରଣତଃ ଯୁଦ୍ଧ ସମୟରେ ସୁନା ଦର ବଢ଼ିଥାଏ, କିନ୍ତୁ ଦୁବାଇ କ୍ଷେତ୍ରରେ ଏହାର କାରଣ ହେଉଛି ‘ଲଜିଷ୍ଟିକ୍ସ’ ଏବଂ ‘ସପ୍ଲାଏ ଚେନ’ରେ ବାଧା। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଇରାନ ଏବଂ ଏହାର ଆଖପାଖ ଆକାଶପଥ (Airspace) ବିପଜ୍ଜନକ ହୋଇପଡ଼ିଛି। ସୁନା ସାଧାରଣତଃ ଯାତ୍ରୀବାହୀ ବିମାନ ଜରିଆରେ ପଠାଯାଏ, ଯାହା ଏବେ ପ୍ରାୟତଃ ବନ୍ଦ ରହିଛି।

ଦୁବାଇ ବ୍ୟବସାୟୀଙ୍କ ପାଖରେ ପ୍ରଚୁର ସୁନା ଅଛି, କିନ୍ତୁ ସେମାନେ ଏହାକୁ ଲଣ୍ଡନ କିମ୍ବା ନ୍ୟୁୟର୍କ ଭଳି ବଡ଼ ବଜାରକୁ ପଠାଇ ପାରୁନାହାନ୍ତି।

ବୀମା ଓ ଷ୍ଟୋରେଜ ଖର୍ଚ୍ଚ ସୁନାକୁ ସୁରକ୍ଷିତ ରଖିବା ଏବଂ ଏହାର ବୀମା (Insurance) ଖର୍ଚ୍ଚ ୬୦% ରୁ ୭୦% ପର୍ଯ୍ୟନ୍ତ ବଢ଼ିଯାଇଛି। ତେଣୁ ବ୍ୟବସାୟୀମାନେ ଏହାକୁ ମହଜୁଦ ନରଖି ପ୍ରତି ଆଉନ୍ସ ପିଛା ୩୦ ଡଲାର ପର୍ଯ୍ୟନ୍ତ ରିହାତିରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି।

ଭାରତ ହେଉଛି ବିଶ୍ୱର ସବୁଠାରୁ ବଡ଼ ସୁନା କ୍ରେତା ଏବଂ ଆମ ଦେଶକୁ ଅଧିକାଂଶ ସୁନା ଦୁବାଇରୁ ହିଁ ଆସିଥାଏ।
ଏହି ସଙ୍କଟର ଦୁଇଟି ଦିଗ ରହିଛି:
୧. ସପ୍ଲାଏରେ ଅଭାବ: ଅନେକ ସିପ୍ମେଣ୍ଟ ମଝିରେ ଅଟକି ରହିଥିବାରୁ ଭାରତରେ ଫିଜିକାଲ ଗୋଲ୍ଡ (ଅସଲି ସୁନା) ର ଅଭାବ ଦେଖାଦେଇଛି। ଭାରତର ବଡ଼ ବଡ଼ ରିଫାଇନାରୀମାନେ ମଧ୍ୟପ୍ରାଚ୍ୟରୁ ପ୍ରାୟ ୧୦% କଞ୍ଚା ସୁନା ପାଉଥିଲେ, ଯାହା ଏବେ ବନ୍ଦ ହୋଇଯାଇଛି।

୨. ଭାରତ ପାଖରେ ଅଛି ଷ୍ଟକ: ଆଶ୍ୱସ୍ତିର ବିଷୟ ହେଉଛି ଯେ, ଜାନୁଆରୀ ମାସରେ ଭାରତୀୟ ଡିଲରମାନେ ବହୁ ପରିମାଣରେ ସୁନା ଆମଦାନୀ କରିଥିଲେ। ତେଣୁ ବର୍ତ୍ତମାନ ପାଇଁ ଭାରତରେ ସୁନାର କୌଣସି ବଡ଼ ଅଭାବ ପରିଲକ୍ଷିତ ହେଉନାହିଁ।

ବଜାର ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଯୁଦ୍ଧ ଶୀଘ୍ର ବନ୍ଦ ନ ହୁଏ ଏବଂ ଏହି ସ୍ଥିତି ମାସ ମାସ ଧରି ଚାଲେ, ତେବେ ଭାରତୀୟ ବଜାରରେ ସୁନାର ଭୟଙ୍କର ଅଭାବ ଦେଖାଦେବ। ଫଳରେ ଘରୋଇ ବଜାରରେ ସୁନା ଦରରେ ଏକ ବିରାଟ ଉତ୍ଥାନ ଦେଖିବାକୁ ମିଳିପାରେ। ବର୍ତ୍ତମାନ ଆନ୍ତର୍ଜାତୀୟ ବଜାରରେ ସୁନା ପ୍ରତି ଆଉନ୍ସ ପିଛା ୫,୦୦୦ ଡଲାର ପାଖାପାଖି କାରବାର କରୁଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?