ପୋଖରୀରୁ ମାଛ ଧରିବା ନେଇ ଗ୍ରାମରେ ଦେଖା ଦେଇଥିବା ବିବାଦ ଥମିଲା

ପୁରୁଷୋତ୍ତମପୁର,୧୧ା୩(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ରାଣୀଗାଁ କାନକାଟି ପୋଖରୀରୁ ମାଛ ଧରିବାକୁ କେନ୍ଦ୍ର କରି ଲାଗି ରହିଥିବା ବିବାଦର ଏକପ୍ରକାରର ଅନ୍ତ ଘଟିଛି। ଶେଷରେ ପୋଖରୀରେ ଜାଲପଡ଼ିଥିବା ବେଳେ ମାତ୍ର ୬୨୦ ଟଙ୍କା ଲାଭ ମିଳିଥିବା ଜାଣିବାକୁ ମିଳିଛି।

ସୂଚନାଯୋଗ୍ୟ, ରାଣୀଗାଁରେ ପୋଖରୀ ନିଲାମ ଓ ମାଛ ଧରିବାକୁ ନେଇ ଗୁଣେଶ୍ବର ମହିଳା ସଂଘ(ଏସ୍‌ଏଚ୍‌ଜି )ଓ ଗ୍ରାମବାସୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଯାହାକି ଏହି ଘଟଣା ହାଇକୋର୍ଟଙ୍କ ପର୍ଯ୍ୟନ୍ତ ଯାଇଥିଲା। ଗତ ୬ ତାରିଖରେ ଏହାକୁ ନେଇ ଗ୍ରାମରେ ବିବାଦ ଉଗ୍ରରୂପ ନେଇଥିଲା। ଫଳରେ ତହସିଲଦାର ବିନୋଦ କୁମାର ବେହେରା, ଏସ୍‌ଡିପିଓ ସୁଜିତ କୁମାର ନାୟକ, ଆଇଆଇସି କୁଳମଣି ସେଠୀ ପୋଲିସ ଫୋର୍ସ ଗ୍ରାମରେ ପହଞ୍ଚି ସରପଞ୍ଚ ଏନ୍‌ ଭାସ୍କର ଦୋରା, ପଞ୍ଚାୟତ ନିର୍ବାହୀଅଧିକାରୀ ଏଲ ବାଡ଼ତ୍ୟାଙ୍କ ସମେତ ଉଭୟ ପକ୍ଷଙ୍କୁ ନେଇ ବୁଝାଶୁଝା କରି ଶାନ୍ତିକମିଟି ଗଠନ କରିଥିଲେ। ଏଥିରେ ମହିଳା ସଂଘର ଖର୍ଚ୍ଚ ଓ ତଦାରଖର ୬୦ ହଜାର ଟଙ୍କା ସମେତ ଲାଭାଂଶର ୬୦ ପ୍ରତିଶତ ଦିଆଯିବା ସହ ୪୦ ପ୍ରତିଶତ ଗ୍ରାମରେ ଥିବା ମୁକ୍ତେଶ୍ବର ମନ୍ଦିର ଉନ୍ନୟନ ଲାଗି ଦିଆଯିବା ନେଇ ସ୍ଥିର କରାଯାଇ ବୁଧବାର ମାଛ ଧରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସେହି ନିଷ୍ପତ୍ତି ଅନୁଯାୟୀ ପୋଲିସ, ପ୍ରଶାସନ ସହ ଉଭୟପକ୍ଷଙ୍କ ଉପସ୍ଥିତିରେ ପୋଖରୀରେ ଜାଲ ପକାଯାଇ ମାଛ ଧରାଯାଇଥିବା ବେଳେ ମାତ୍ର ୩୪୦ କେଜି ବଡ଼ ମାଛ ଯାହାର ମୂଲ୍ୟ ୫୭,୮୦୦ ଟଙ୍କା ଓ ୪୭ କେଜି ଛୋଟମାଛ ଯାହାର ମୂଲ୍ୟ ୨୮୨୦ ଟଙ୍କା ଯାହାକି ସମୁଦାୟ ୬୦,୬୨୦ ଟଙ୍କା।

ଏଥିରୁ ଶାନ୍ତି କମିଟିର ନିଷ୍ପତ୍ତି ଅନୁଯାୟୀ, ମହିଳା ସଂଘ ଯାଆଁଳ ଖର୍ଚ୍ଚ ବାବଦରେ ହୋଇଥିବା ଖର୍ଚ୍ଚ ୬୦ ହଜାର ପାଇଥିବା ବେଳେ ମୋଟ୍‌ ଲାଭାଂଶ ୬୨୦ ଟଙ୍କାରୁ ୩୭୨ ଟଙ୍କା। ଗ୍ରାମ ମନ୍ଦିରକୁ ଲାଭାଂଶରୁ ୨୪୮ ଚଙ୍କା ମିଳିଥିବା ଜଣାପଡ଼ିଛି। ଏହି ସମୟରେ ପୁରୁଷୋତ୍ତମପୁର ଥାନା ଏସ୍‌ଆଇ ରାଜେଶ କୁମାର ଛତ୍ରିଆ, ସୁଶାନ୍ତ କୁମାର ମିଶ୍ର, ଶିକୁଳା ଆରଆଇ ସନ୍ତୋଷିନୀ ଗୌଡ଼, ସରପଞ୍ଚ ଏନ୍‌ ଭାସ୍କର ଦୋରା, ପୋଲିସ ଫୋର୍ସ ଉପସ୍ଥିତ ରହିଥିଲେ।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ବିପନ୍ନଙ୍କ ପାଖରେ ପହଞ୍ଚିଲେ ହାଟଡିହି ବ୍ଲକ ଉପାଧ୍ୟକ୍ଷ, ଅଞ୍ଚଳବାସୀଙ୍କ ପ୍ରଶଂସା

ବଞ୍ଚୋ,୨।୮(ପ୍ରଦୋଷ ବିଶ୍ୱାଳ ): ଲଗାଣ ବର୍ଷା ଓ ବନ୍ୟା ପ୍ରଭାବରେ ଆନନ୍ଦପୁର ଉପଖଣ୍ଡର ଅନେକ ଅଞ୍ଚଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ବଞ୍ଚୋ ଗ୍ରାମପଞ୍ଚାୟତର ୧୧ ଓ…

ବନ୍ୟା ବିପନ୍ନଙ୍କ ପାଖରେ ପହଞ୍ଚିଲା ରିଲିଫ୍‌, ସାଉଣ୍ଟିଲେ ପ୍ରଶଂସା

ଚାନ୍ଦବାଲି,୨।୮(କିଷାନ ପାତ୍ର): ଭଦ୍ରକ ଜିଲା ଭାଜପା ମହିଳା ମୋର୍ଚ୍ଚା ସମ୍ପାଦିକା ସ୍ବାଗତିକା ପଲାଇଙ୍କ ନେତୃତ୍ୱରେ ଚାନ୍ଦବାଲି ବ୍ଲକର ବନ୍ୟା ପ୍ରଭାବିତ ମାଧପୁର, ଭୂଇଁବୃତ୍ତି, ଘଟପୁର, ଆରଡ଼ି, ଓଲଗ,…

ଦାରିଙ୍ଗବାଡିରେ ବ୍ୟବସାୟୀଙ୍କ ଘରୁ ଲୁଟ୍ ଘଟଣା, ସନ୍ଧାନୀ କୁକୁର ପହଞ୍ଚି…

ଦାରିଙ୍ଗବାଡି,୨।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଦାରିଙ୍ଗବାଡି ବଜାରର ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା ଗହଣା ଲୁଟ୍ ଚର୍ଚ୍ଚାର…

କ୍ଷୀରରେ ବରିଷ୍ଠ କଂଗ୍ରେସ ନେତାଙ୍କ ପାଦ ଧୋଇଲେ କର୍ମୀ, ସୋସିଆଲ ମିଡିଆରେ ଝଡ଼

ମୁମ୍ବାଇ,୨।୮: ମହାରାଷ୍ଟ୍ରର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ଏବଂ ବିଧାୟକ ନାନା ପାଟୋଲେ ପୁଣି ଥରେ ବିବାଦ ଘେରକୁ ଆସିଛନ୍ତି । ଦଳୀୟ କର୍ମୀମାନେ କ୍ଷୀରରେ ତାଙ୍କ ପାଦ…

ମଦ ଦୋକାନରୁ ଚୋରି, ଭାଇରାଲ ହେଉଛି ସିସିଟିଭି ଫୁଟେଜ୍‌

ଛତ୍ରପୁର,୨ା୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ଛତ୍ରପୁର ଥାନା ବଉଳ ଗାଁରେ ଥିବା ବିଦେଶୀ ମଦ ଦୋକାନରୁ ଶନିବାର ବିଳମ୍ବିତ ରାତିରେ ତାଲା ଭାଙ୍ଗି ଚୋରି ହୋଇଛି।…

ଘରେ ପଶି ମହିଳାଙ୍କ ମୁଣ୍ଡକୁ ଧରି ଘୋଷାଡ଼ି ଆଣିଲା ବାଘ, ଚିତ୍କାର ଶୁଣି….

ଭୋପାଳ,୨।୮: କାନ୍ହା ଜାତୀୟ ଉଦ୍ୟାନର ବଫର ଜୋନରୁ ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ବାଲାଘାଟ ଜିଲାର ବୈହାର ଅଞ୍ଚଳରେ ଶନିବାର ରାତିରେ ବାଘ…

ବଜାରରେ ହଲଚଲ୍! ଫୁଡ୍ ଡେଲିଭରି ବଜାରକୁ ଏଣ୍ଟ୍ରି କରିବ ଫ୍ଲିପକାର୍ଟ, Zomato-Swiggyକୁ କଡ଼ା ଟକ୍କର

ନୂଆଦିଲ୍ଲୀ,୨।୮:ଇ-କମର୍ସ କମ୍ପାନୀ ଫ୍ଲିପକାର୍ଟ ବର୍ତ୍ତମାନ ଖାଦ୍ୟ ବିତରଣ (ଫୁଡ୍ ଡେଲିଭରି) ବ୍ୟବସାୟକୁ ଓହ୍ଲାଇବା ପାଇଁ ପ୍ରସ୍ତୁତି ଚଳାଇଛି। କମ୍ପାନୀ ପାଖାପାଖି ଅଗଷ୍ଟ ୧୫ ତାରିଖରୁ ବେଙ୍ଗାଲୋରରୁ ନିଜର…

ସମୁଦ୍ରରେ ବଡ଼ ଦୁର୍ଘଟଣା! ଜଳିଗଲା ଯାତ୍ରୀବାହୀ ଜାହାଜ, ୪୧ ଯାତ୍ରୀ….

ଜାକାର୍ତ୍ତା,୨।୮:ଇଣ୍ଡୋନେସିଆର ମଦୁରା ଦ୍ୱୀପ ନିକଟରେ ଏକ ଯାତ୍ରୀବାହୀ ଜାହାଜରେ ବଡ଼ ଧରଣର ଅଗ୍ନିକାଣ୍ଡ ହୋଇଛି । ଏହି ଅଗ୍ନିକାଣ୍ଡରେ ପାଞ୍ଚଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୧ ଜଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri