ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଚପଲ କିଣିଦେବାକୁ କହି ଜଙ୍ଗଲକୁ ନେଇ ବଳାତ୍କାର, ବିବାହିତ ଯୁବକଙ୍କ ନାମରେ ଅଭିଯୋଗ…

ଦାରିଙ୍ଗବାଡି, ୧୮।୧୦(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ପୁଣି ଲଜ୍ଜା। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ତାଙ୍କ ଗ୍ରାମର ଜଣେ ବିବାହିତ ଯୁବକ ବଳାତ୍କାର କରିଛନ୍ତି। ଏନେଇ ସେହି ଗ୍ରାମର ମହିଳା ମଣ୍ଡଳ ଏକତ୍ରିତ ହୋଇ ଶନିବାର ଅପରାହ୍ନରେ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ପ୍ରାପ୍ତ ସୂଚନାନୁଯାୟୀ, ଉକ୍ତ ଥାନା ଅଞ୍ଚଳର ଦୁର୍ଗମ ଅଞ୍ଚଳରେ ଗୋଟିଏ ପରିବାର ବାପା ଓ ମା’ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇଛନ୍ତି। ଘରେ ୧୨ ବର୍ଷର ନାବାଳିକାଜଣଙ୍କ ତାଙ୍କର ୪ ଛୋଟ ଭାଇ ଭଉଣୀଙ୍କୁ ନେଇ ରହୁଥିଲେ। ଛୋଟ ଭାଇ ଭଉଣୀଙ୍କ ଦାୟିତ୍ୱ ନେବା ସହ ନିଜେ ବିଦ୍ୟାଳୟକୁ ଯାଇ ପାଠ ପଢୁଥିଲେ। ତେବେ ସେହି ଗ୍ରାମର ଜଣେ ବିବାହିତ ଯୁବକ ଶୁକ୍ରବାର ମଧ୍ୟାହ୍ନରେ ନାବାଳିକାଙ୍କୁ ମିଛରେ ତୁମ ବାପା ତୁମ ପାଇଁ ଚପଲ କିଣିବାକୁ ମୋ ଆକାଉଣ୍ଟକୁ ପଇସା ପଠାଇଛନ୍ତି। ଚାଲ, ଦାରିଙ୍ଗବାଡି ଯାଇ ଚପଲ କିଣିଦେବି ବୋଲି କହିଥିଲେ। ଏଥିରେ ନାବାଳିକାଜଣଙ୍କ ତାଙ୍କୁ ବିଶ୍ୱାସ କରି ତାଙ୍କ ସହ ଚାଲିଯାଇଥିଲେ। ହେଲେ ଯୁବକଜଣଙ୍କ ବାଟରୁ ଅପହରଣ କରି ତାଙ୍କୁ ଜଙ୍ଗଲର ଏକ ନିଛାଟିଆ ସ୍ଥାନକୁ ନେଇ ମାରଣାସ୍ତ୍ର ଦେଖାଇ ଭୟଭୀତ କରି ବଳାତ୍କାର କରିଥିଲେ। ଘଟଣା ସମ୍ପର୍କରେ କାହାରିକୁ କହିଲେ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ବୋଲି ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି। ନାବାଳିକାଜଣଙ୍କ ଭୟଭୀତ ହୋଇଯାଇଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ଘରକୁ ଫେରି ଗ୍ରାମର କିଛି ମହିଳାମାନଙ୍କୁ ସେ ଘଟଣା ସମ୍ପର୍କରେ ଜଣାଇଥିଲେ। ଗାଁରେ ମହିଳା ମାନେ ଏକତ୍ରିତ ହୋଇ ଥାନାରେ ଅଭିଯୋଗ କରିବାକୁ ନିଷ୍ପତି ନେଇ ଅଭିଯୋଗ କରିଛନ୍ତି। ପୋଲିସ ଉକ୍ତ ଅଭିଯୋଗପତ୍ରକୁ ଗ୍ରହଣ କରିଥିବା ମହିଳା ମଣ୍ଡଳ କହିଛନ୍ତି। ଏନେଇ ପୋଲିସ ତଦନ୍ତ ଚଳାଇଥିବା ଥାନା ଅଧିକାରୀ କନକ ମାଝୀ କହିଛନ୍ତି। ଖବର ଲେଖିବା ସୁଦ୍ଧା ଥାନାରେ ମାମଲା ରୁଜୁ ହୋଇ ନ ଥିବା ପୋଲିସ କହିଛି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ଏହି ୪ ଜିଲାରେ ଶୀତଲହରୀ ସମ୍ଭାବନା; ଭୁବନେଶ୍ୱର ପାଇଁ ଆସନ୍ତା ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର,୭ା୧୨: ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ରହି ରହିକା ବିଭିନ୍ନ ଜିଲାରେ ଶୀତର ଲହରୀ ଦେଖିବାକୁ ମିଳୁଛି। ଡିସେମ୍ବର ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri