ମୋହନା,୧।୫(ମନ୍ମଥ ମିଶ୍ର ): କିଛି ଦିନ ହେଲା ଅଞ୍ଚଳରେ କାଳବୈଶାଖୀ ତାଣ୍ଡବ ଚାଲିଥିବା ବେଳେ ଶୁକ୍ରବାର ପୁଣି ଏକ ଅଘଟଣ ଦେଖିବାକୁ ମିଳିଛି ଗଜପତି ଜିଲା ମୋହନା ସହରର ଶ୍ରୀରାମ ନଗରରେ ଥିବା ଏକ ଖୁଚୁରା ଦୋକାନରେ।
ସହରର ଏକ ଲେଡିସ କର୍ଣ୍ଣରରେ ବିଦ୍ୟୁତ୍ ଶର୍ଟ ସର୍କିଟ ହୋଇ ନିଆଁ ଲାଗି ଯାଇଥିଲା। ସ୍ଥାନୀୟ ଲୋକେ ନିଆଁ ଲାଗିଥିବା ଦେଖି ଦୋକାନୀଙ୍କୁ ଖବର ଦେଇଥିଲେ। ତୁରନ୍ତ ଦୋକାନୀ ମାଲିକ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହିତ ନିଆଁକୁ ଆୟତ୍ତ କରିଥିଲେ। ହେଲେ ନିଆଁକୁ ଆୟତ୍ତ କରିବା ପୂର୍ବରୁ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଥିବା ମାଲିକ ପ୍ରକାଶ କରିଛନ୍ତ

