ଆଜି ଭାଜପାର ବଡ଼ ବୈଠକ, ନୂଆପଡ଼ା ଉପନିର୍ବାଚନ ନେଇ ହେବ ବଡ଼ ଘୋଷଣା

ଭୁବନେଶ୍ୱର, ୯।୧୦(ସୁନିତ୍‌ ମିଶ୍ର): ନୂଆପଡ଼ା ଉପନିର୍ବାଚନ ପାଇଁ ଆସନ୍ତା ୨୦ ତାରିଖ ହେଉଛି ପ୍ରାର୍ଥତ୍ପତ୍ର ଦାଖଲର ଶେଷ ଦିନ। ନଭେମ୍ବର ୧୧ରେ ଉପନିର୍ବାଚନ ଅନୁଷ୍ଠିତ ହେବ। ଏଥିଲାଗି ସବୁ ଦଳ ପକ୍ଷରୁ ଉପନିର୍ବାଚନକୁ ନେଇ କସରତ ଆରମ୍ଭ ହୋଇଯାଇଛି। କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରିସାରିଛି। ପ୍ରାର୍ଥୀ ଘୋଷଣାରେ କଂଗ୍ରେସଠାରୁ ପଛରେ ରହିଛନ୍ତି ଶାସକ ଭାଜପା ଏବଂ ବିଜେଡି। ହେଲେ ନୂଆପଡ଼ା ଉପନିର୍ବାଚନ ନେଇ ଭାଜପା ପକ୍ଷରୁ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ଜଣାପଡ଼ିଛି। ଗୁରୁବାର ସାରେ ଭାଜପାର କୋର୍‌ କମିଟି ବୈଠକ ବସିବ। ଏଥିରେ ନୂଆପଡ଼ା ଉପନିର୍ବାଚନ ନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଦଳର ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବି.ଏଲ୍‌. ସନ୍ତୋଷ ଏବଂ ରାଷ୍ଟ୍ରୀୟ ସଙ୍ଗଠକ ଭି. ସତୀଶ ଏହି ବୈଠକରେ ସାମିଲହେବେ। ଉଭୟ ନେତା ବୁଧବାର ସୁଦ୍ଧା ଓଡ଼ିଶା ଗସ୍ତରେ ଆସିସାରିଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ, ୨ ଉପମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓ, ପ୍ରଭାତୀ ପରିଡ଼ା, ୨ ପ୍ରଭାରୀ ବିଜୟପାଲ ସିଂ ତୋମାର, ଲତା ଉସେଣ୍ଡି ଏବଂ କୋର୍‌ କମିଟିର ଅନ୍ୟ ସଦସ୍ୟମାନେ ସାମିଲ ହେବେ। ଦଳ ପକ୍ଷରୁ କାହାକୁ ନୂଆପଡ଼ା ଉପନିର୍ବାଚନରେ ପ୍ରାର୍ଥୀ କରାଯିବ ସେନେଇ କୋର୍‌ କମିଟିରେ ଚୂଡ଼ାନ୍ତ ହେବା ପରେ ସେହି ରିପୋର୍ଟ କେନ୍ଦ୍ରକୁ ପଠାଯିବ ବୋଲି ଜଣାପଡ଼ିଛି। ଗଣମାଧ୍ୟମକୁ ତୋମାର କହିଛନ୍ତି, ନୂଆପଡ଼ା ଉପନିର୍ବାଚନରେ ଦଳର ପ୍ରାର୍ଥୀ ସମ୍ପର୍କରେ କୋର୍‌ କମିଟିରେ ଚର୍ଚ୍ଚା ହେବ। ଦଳ ନୂଆପଡ଼ାରେ ୨୦୨୪ରେ ୩ ନମ୍ବର ସ୍ଥାନରେ ଥିଲା, ଏଥର ୧ ନମ୍ବରକୁ ଆସିବ ବୋଲି ତୋମାର କହିଛନ୍ତି।

୨୦୨୪ ସାଧାରଣ ନିର୍ବାଚନରେ ନୂଆପଡ଼ା ଆସନରୁ ଦଳର ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ପ୍ରାର୍ଥୀ ହୋଇଥିଲେ। ତେଣୁ ଉପନିର୍ବାଚନରେ ଦଳ ଏହି ଆସନରୁ କାହାକୁ ପ୍ରାର୍ଥୀ କରିବ ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଭାଜପା ସରକାରକୁ ଆସିବା ପରେ ରାଜ୍ୟରେ ପ୍ରଥମ ଉପନିର୍ବାଚନ ମୁକାବିଲା କରିବାକୁ ଯାଉଛି। ଏହା ଶାସକ ଭାଜପା ପାଇଁ ମଧ୍ୟ ଏକ ସମ୍ମାନର ବିଷୟ। ତେଣୁ ଦଳ ଏଠାରେ କାହାକୁ ପ୍ରାର୍ଥୀ କରିବ ସେନେଇ ମାନସମନ୍ଥନ ଚଳାଇଛି। ଅନ୍ୟପଟେ ଗୁରୁବାର ପୂର୍ବାହ୍ନ ୧୦ଟା ୩୦ରେ ବିଏଲ୍‌ ସନ୍ତୋଷଙ୍କ ଅଧ୍ୟକ୍ଷତାରେ ବସିବାକୁଥିବା ବୈଠକରେ ଏସ୍‌ସି, ଏସ୍‌ଟି ବିଧାୟକ ଏବଂ ସାଂସଦ, ମନ୍ତ୍ରୀଙ୍କ ସମେତ ମୁଖ୍ୟମନ୍ତ୍ରୀ, ରାଜ୍ୟ ସଭାପତି, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ ଯୋଗଦେବେ।

 

Dharitri – Odisha’s No.1 Trusted Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପଲାଣଘାଟି ପଞ୍ଚାୟତକୁ ଜିଲାସ୍ତରୀୟ ପୁରସ୍କାର

ପାଟଣା,୧୦ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ପଲାଣଘାଟି ପଞ୍ଚାୟତକୁ ଜିଲା ଜଳ ଓ ପରିମଳ ମିଶନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସରେ ଜିଲାସ୍ତରରେ...

ଚାଷୀଙ୍କ ସହ ଆଲୋଚନା କଲେ ବିଧାୟକ, ଅମଳ ଧାନକୁ ନେଇ…

ପାରଳାଖେମୁଣ୍ଡି,୧୦ା୧୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ବିଧାୟକ ଇଂ. ରୂପେଶ କୁମାର ପାଣିଗ୍ରାହୀ କାଶୀନଗର ବ୍ଲକ ଖାରଡ଼ା ଗ୍ରାମାଞ୍ଚଳ ଗସ୍ତ କରି ଚାଷୀଙ୍କ ସହ ବିଭିନ୍ନ...

ରାସ୍ତାରେ ଓଲଟି ପଡ଼ିଲା ଗ୍ୟାସ୍‌ ବୋଝେଇ ଟ୍ୟାଙ୍କର, ଦୁର୍ଘଟଣା ଏତେ ଭୟଙ୍କର ଯେ ଲୋକେ…

ଲାଞ୍ଜିଗଡ଼,୧୦ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଭବାନୀପାଟଣାରୁ ରାୟଗଡ଼ାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବଞ୍ଜାରି ଘାଟି ନିକଟରେ ବୁଧବାର ସନ୍ଧ୍ୟାରେ ଗୋଟିଏ...

ନବନିଯୁକ୍ତ ରାଇରଙ୍ଗପୁର ଭାଜପା ପ୍ରଭାରୀଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ

ପାଟଣା,୧୦ା୧୨(ବୀରକିଶୋର ଦାଶ): ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି କେନ୍ଦୁଝର ଜିଲା ଭାଜପା ପୂର୍ବତନ ସଭାପତି ଅଂଶୁମାନ...

ଦିଗପହଣ୍ଡିରେ ଏଡିଜେ କୋର୍ଟ ପ୍ରତିଷ୍ଠା ଦାବି

ଦିଗପହଣ୍ଡି,୧୦ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲାର ଦିଗପହଣ୍ଡି ଠାରେ ଏଡିଜେ କୋର୍ଟ ସହ ଜିଲା ସବଡିଭିଜନ କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନୀୟ ଖେମୁଣ୍ଡି ଓକିଲ ସଂଘ...

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ସ୍କୁଲରୁ ଘରକୁ ଫେରିବା ବେଳେ ଚାଲିଗଲା ପ୍ରଧାନଶିକ୍ଷକଙ୍କ ଜୀବନ

ପୁରୁଷୋତ୍ତମପୁର,୧୦ା୧୨(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ପ୍ରତାପୁର ଛକ ନିକଟରେ ବୁଧବାର ସନ୍ଧ୍ୟାରେ ଦୁଇ ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ...

ବାଇକ୍‌ରେ ନେଉଥିଲେ ଶାଳକାଠ, ଗୋଡ଼ାଇ ଗୋଡ଼ାଇ ଧରିଲା ବନ ବିଭାଗ

ବଲାଙ୍ଗୀର,୧୦ା୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ବନ ବିଭାଗ ପାଟଣାଗଡ଼ ରେଞ୍ଜର କର୍ମଚାରୀମାନେ ପାଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ଼ ସେକ୍ସନର ମାନାଇପାଦ ଗ୍ରାମ ନିକଟରୁ ୬ଟି ଶାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri