ଲଘୁଚାପ ବର୍ଷାରେ ଭାଙ୍ଗିଲା ଘରଦ୍ୱାର, ରାସ୍ତାରେ ପଡ଼ିଲା ଗଛ, ଯୋଗାଯୋଗ ବିଚ୍ଛିନ୍ନ

କେସିଙ୍ଗା,୫ା୧୦(ତୁମେଶ୍ୱର ସାହୁ): ସମଗ୍ର କଳାହାଣ୍ଡି ଜିଲାରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଥିବା ବେଳେ ଜିଲାର କେସିଙ୍ଗା ବ୍ଲକରେ ବର୍ଷାର ପରିମାଣ ବୃଦ୍ଧି ପାଇଛି। କେସିଙ୍ଗାସ୍ଥିତ ସିଡବ୍ଲ୍ୟୁସି ପକ୍ଷରୁ ପାଣିପାଗ ବିଭାଗର ରେକର୍ଡ ଅନୁଯାୟୀ ଗତ ସେପ୍ଟେମ୍ବର ୨୩ ତାରିଖରୁ ଚଳିତ ଅକ୍ଟୋବର ୩ ତାରିଖ ପର୍ଯ୍ୟନ୍ତ କେସିଙ୍ଗାରେ ସମୁଦାୟ ୧୮୧.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ଓ ସେପ୍ଟେମ୍ବର ମାସରେ ସମୁଦାୟ ୨୧୩.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏତେ ବର୍ଷାରେ ବ୍ଲକର ଏନ୍‌ଏଚ୍‌ ୨୬କୁ ସଂଯୋଗ କରୁଥିବା ଯୋଲକୋରୁ କାଣ୍ଡେଲ ଯିବା ବରଘାଟ ଜୋର ନିକଟରେ ନିର୍ମିତ ବାଇପାସ୍‌ ରାସ୍ତା ଉପରେ ୩ ଫୁଟ ଉଚ୍ଚତାରେ ପାଣି ଚାଲୁଥିବା ଦେଖିବାକୁ ମିଳିଛି। ସୂଚନା ପାଇ ସଙ୍ଗେ ସଙ୍ଗେ ସ୍ଥାନୀୟ ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ୱାଳ, ତହସିଲଦାର ପ୍ରଶାନ୍ତି ପ୍ରଧାନଙ୍କ ସହିତ ଘଟଣାସ୍ଥଳରେ ପହଞ୍ଚି ନାଳର ଉଭୟ ପାର୍ଶ୍ୱରେ ବ୍ୟାରିକେଡ୍‌ ନିର୍ମାଣ ସହିତ ଜେସିବି ମାଧ୍ୟମରେ ପଥର ପକାଇ ରାସ୍ତା ବନ୍ଦ କରିଥିଲେ ଏବଂ ଲୋକଙ୍କୁ ଯିବାଆସିବାକୁ ବାରଣ କରିଥିଲେ। ଏହାସହିତ ଆର୍‌ଡି ବିଭାଗ ପକ୍ଷରୁ ବ୍ରିଜ୍‌ ନିର୍ମାଣ କରୁଥିବା ଠିକାସଂସ୍ଥା ଉପରେ ତୁରନ୍ତ ନିର୍ମାଣ କରିବା ପାଇଁ ତହସିଲଦାର ନିର୍ଦ୍ଦେଶ ଦେଇଥିଲେ। ସୂଚନାନୁସାରେ ଦୀର୍ଘବର୍ଷ ଧରି ବରଘାଟ ବ୍ରିଜ ନିର୍ମାଣ ହେଉଥିବାବେଳେ ଏପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ କଚ୍ଛପ ଗତିରେ ନିର୍ମାଣ କାମ ଚାଲୁଥିବାରୁ ଲୋକଙ୍କ ଗମନାଗମନ କ୍ଷେତ୍ରରେ ଘୋର ସମସ୍ୟା ଦେଖାଯାଉଥିବାରୁ ସାଧାରଣଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କେସିଙ୍ଗା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଯେନତେନ ପ୍ରକାରେ ବାଇପାସ୍‌ ରାସ୍ତା ନିର୍ମାର କରି ଚୁପ୍‌ ରହିଥିବାବେଳେ ଲଗାଣ ବର୍ଷାରେ ଉଭୟ ପ୍ରଶାସନ ଏବଂ ଅଞ୍ଚଳବାସୀଙ୍କୁ ହଇରାଣ ହେବାକୁ ପଡ଼ିଛି। ଏପଟେ ସୂଚନା ଅନୁଯାୟୀ ଗତକାଲିର ଲଗାଣ ବର୍ଷାରେ କାଣ୍ଡେଲ ଗ୍ରାମର ଅସହାୟ କୈକେୟୀ ମାଝୀଙ୍କ ଘର ସମ୍ପର୍ଣ୍ଣ ଭାଙ୍ଗି ଯାଇଥିବା ବେଳେ, ଅଳ୍ପକେ ବର୍ତ୍ତି ଯାଇଛନ୍ତି ସେ ଏବଂ ତାଙ୍କ ୩ ବର୍ଷର ନାତୁଣୀ। ଖବର ପାଇ ସ୍ଥାନୀୟ ତହସିଲଦାର ତ୍ୱରାନ୍ବିତ କରିବା ପାଇଁ ରାଜସ୍ବ ନିରୀକ୍ଷକଙ୍କୁ ତଦନ୍ତ ନିର୍ଦେଶ ଦେଇଛନ୍ତି। ଲଇତରା ଆର୍‌ଆଇ ମଧ୍ୟ କାଣ୍ଡେଲ ଆସି କୈକେୟୀଙ୍କ ଭଙ୍ଗା ଘରେ ପହଞ୍ଚି ପଲିଥିନର ବ୍ୟବସ୍ଥା କରିଛନ୍ତି। କାଣ୍ଡେଲ ପଞ୍ଚାୟତ ପିଇଓ ଚିନ୍ମୟୀ ନାୟକ ଏବଂ ସରପଞ୍ଚ ପାର୍ବତୀ ଶର୍ମା ମଧ୍ୟ ଘଟଣାସ୍ଥଳକୁ ଯାଇ ସ୍ଥିତିର ଅନୁଧ୍ୟାନ କରିଛନ୍ତି। ଅନ୍ୟପଟେ ବ୍ଲକ ପାଷ୍ଟିକୁଡ଼ି ପଞ୍ଚାୟତର ଠେମରା ଗ୍ରାମରେ ମଧ୍ୟ ପ୍ରକୃତିର ତାଣ୍ଡବ ଦେଖିବାକୁ ମିଳିଛି। ସେଠାରେ ମଧ୍ୟ ଦୁଇଦିନ ତଳେ ହୋଇଥିବା ବର୍ଷାରେ ଚାଷବାସ ସହିତ ଅନେକ ଘରଦ୍ୱାର ମଧ୍ୟ ଭାଙ୍ଗି ଯାଇଛି। ବିଦ୍ୟୁତ୍‌ ପୋଲ୍‌ ସହିତ ଅନେକ ସ୍ଥାନରେ ବଡ଼ବଡ଼ ଗଛ ଉପୁଡ଼ି ପଡ଼ି ରାସ୍ତା ବନ୍ଦ ହୋଇଯାଇଛି। ଖବର ପାଇ ସଦର ବିଧାୟକ ସାଗର ଚରଣ ଦାସ ଜିଲା ପ୍ରଶାସନ ଓ ଏସ୍‌ଆର୍‌ସିକୁ ଯଥାଶୀଘ୍ର ଗ୍ରାମରେ ପହଞ୍ଚି କ୍ଷୟକ୍ଷତିର ଆକଳନ କରି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri