ହିଲ୍ସ ପିନ୍ଧି ନାଚୁଥିଲେ ଅକ୍ଷୟ କୁମାର: ଆଉ ତା’ପରେ ଘଟିଲା

ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ଫିଲ୍ମ ‘ଭୂତ ବଙ୍ଗଳା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ହରର କମେଡି ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି। ‘ଭୂତ ବଙ୍ଗଳା’ ବ୍ୟତୀତ ଖିଲାଡି କୁମାର ତାଙ୍କ ଗେମ ଶୋ ‘ହ୍ବିଲ ଅଫ ଫର୍ଚ୍ୟୁନ’ ପାଇଁ ମଧ୍ୟ ଆଲୋଚନାରେ ଅଛନ୍ତି। ଆଜିକାଲି ଅକ୍ଷୟଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଭିଡିଓରେ ଅକ୍ଷୟ ୬ ଇଞ୍ଚ ହାଇ ହିଲ ପିନ୍ଧି ଚମତ୍କାର ନୃତ୍ୟ କରୁଥିବାର ଦେଖାଯାଉଛି।
ଅକ୍ଷୟ କୁମାରଙ୍କ ଏହି ଭିଡିଓ ତାଙ୍କ ଗେମ ଶୋ ‘ହ୍ବିଲ ଅଫ ଫର୍ଚ୍ୟୁନ’ର ଗ୍ରାଣ୍ଡ ଫିନାଲେରୁ ଆସିଛି। ଏଥିରେ ଜ୍ୟାକଲିନ ଫର୍ନାଣ୍ଡିଜ, ଭୂମି ପେଡନେକର ଏବଂ ଫାରାହ ଖାନ ଅତିଥି ଥିଲେ। ଶୋ ସମୟରେ ଜ୍ୟାକଲିନ ଏବଂ ଭୂମି ଅଭିଯୋଗ କରିଥିଲେ ଯେ, ଅକ୍ଷୟ ସେଟରେ ସେମାନଙ୍କ ଉପରେ ଭୟଙ୍କର ପ୍ରାଙ୍କ କରିଥିଲେ। ପ୍ରତିଶୋଧ ନେବା ପାଇଁ ଜ୍ୟାକଲିନ ଅକ୍ଷୟଙ୍କୁ ହିଲ ପିନ୍ଧି ଗୋଟିଏ ମିନିଟ ନାଚିବାକୁ ଏକ ଟାସ୍କ ଦେଇଥିଲେ।

ଜ୍ୟାକଲିନ କହିଥିଲେ, ଯଦି ଅକ୍ଷୟ ମଝି ରାସ୍ତାରେ ଅଟକିଯାଆନ୍ତି, ତେବେ ତାଙ୍କୁ ତାଙ୍କ ଆକାଉଣ୍ଟକୁ ୧୦୦,୦୦୦ ଟ୍ରାନ୍ସଫର କରିବାକୁ ପଡିବ। ପ୍ରଥମେ ଅକ୍ଷୟ ଡରିକି କହିଥିଲେ, ତୁମେ ପାଗଳ କି? ମୋ ଗୋଡ଼ ମୋଡ଼ି ହୋଇଯିବ। ମୁଁ ଏହା ପୂର୍ବରୁ କେବେ କରିନାହିଁ। ଫାରାହଙ୍କ ଜିଦ୍‌ରେ ଅକ୍ଷୟ ଶେଷରେ ହିଲ୍ସ ପିନ୍ଧିବାକୁ ରାଜି ହେଲେ। ସେ ତାଙ୍କ ଫିଲ୍ମ ‘ହାଉସଫୁଲ ୪’ର ‘ଲାଲ ପରୀ’ ଗୀତରେ ହିଲ୍ସ ପିନ୍ଧି ଜୋରଦାର ନାଚିଥିଲେ। ଅକ୍ଷୟଙ୍କୁ ହିଲ୍ସ ପିନ୍ଧି ନାଚୁଥିବା ଦେଖି, ଫାରାହ ଏବଂ ଭୂମି ତାଙ୍କ ସହିତ ଯୋଗଦେଇଲେ। କିନ୍ତୁ ନାଚୁଥିବା ସମୟରେ ଅକ୍ଷୟଙ୍କ ହିଲ୍ସ ଭାଙ୍ଗିଗଲା ଏବଂ ସେ ଅଳ୍ପକେ ଖସି ପଡ଼ିବାରୁ ରକ୍ଷା ପାଇଥିଲେ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିକୁ ସ୍ବଚ୍ଛ, ସୁନ୍ଦର, ସବୁଜ କରିବା ପାଇଁ ପ୍ରଶାସନର ଅଭିଯାନ

ଦାରିଙ୍ଗବାଡ଼ି,୨ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ପ୍ରଶାସନ ପକ୍ଷରୁ ବିଡିଓ ପ୍ରୀତିରଞ୍ଜନ ରଥଙ୍କ ତତ୍ତ୍ୱାବଧାନରେ ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବିଶ୍ୱଜିତ ଜାଲିଙ୍କ ସହଯୋଗରେ ଶନିବାର…

ଗ୍ୟାସ ସିଲିଣ୍ଡର ଦାମ ବଢିବା ପରେ ସରକାରଙ୍କୁ ଟାର୍ଗେଟ କଲେ ସଞ୍ଜୟ ରାଉତ କହିଲେ…

ନୂଆଦିଲ୍ଲୀ,୨।୫: ଶିବସେନା (UBT) ଏମପି ସଞ୍ଜୟ ରାଉତ ଦେଶରେ ବୃଦ୍ଧି ପାଉଥିବା ମୁଦ୍ରାସ୍ଫୀତି ଏବଂ ସାମ୍ପ୍ରତିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି ସମ୍ପର୍କରେ ଏକ ବିବୃତ୍ତି ଜାରି…

ଶିକାର କରିବାକୁ ଘରୁ ଡାକିନେଲେ, ଜଙ୍ଗଲରେ ମୋ’ ସ୍ବାମୀଙ୍କୁ ଗୁଳିକରି ମାରିଥିବା ଅଭିଯୋଗ ଆଣି ସ୍ତ୍ରୀ କହିଲେ…

ତୁମୁଡ଼ିବନ୍ଧ,୨ା୫(ଦୀପକ କୁମାର ପରାସେଠ୍‌): ଶିକାର କରିବାକୁ ଯାଇ ଶବ ପଲଟିଲେ। ସାଥୀ ଶିକାରୀଙ୍କ ଗୁଳିରେ ଚାଲିଗଲା ଜୀବନ। ଘରୁ ଡାକି ନେଇ ଗୁଳିକରି ହତ୍ୟା କରିଛନ୍ତି ବୋଲି…

ଜିତୁ ମୁଣ୍ଡା ଘଟଣା: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ନବୀନ, ନିବେଦନ କରି କହିଲେ…

ଭୁବନେଶ୍ୱର,୨ା୫: କେନ୍ଦୁଝରର ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ନବୀନରେ ଚିଠିରେ…

ତରଭୁଜ ଖାଇ ୪ ଜଣଙ୍କ ମୃତ୍ୟୁ ମାମଲାରେ ଆସିଲା ବଡ଼ ଅପଡେଟ, ଫଳରେ ନ ଥିଲା ବିଷ ପୀଡ଼ିତଙ୍କ ଶରୀରରୁ ମିଳିଲା ଅସାଧାରଣ ପଦାର୍ଥ

ମୁମ୍ବାଇ,୨।୫: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ତରଭୁଜ ଖାଇବା ପରେ ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ଘଟିଥିବା ମାମଲା ସମ୍ପର୍କରେ ଏକ ବଡ଼ ଅପଡେଟ ଆସିଛି। ସୂତ୍ର ଅନୁଯାୟୀ,…

ଭଡ଼ାଘରୁ ମିଳିଲା ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ, ୩ ଦିନ ଧରି…

ଫୁଲବାଣୀ,୨ା୫(ରାକେଶ କୁମାର ରାଉତ): ଫୁଲବାଣୀରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଭଡ଼ାଘରୁ ସ୍ବୟଂ ଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଦେଖି ଲୋକଙ୍କ…

ଲକ୍ଷ ଲକ୍ଷ ମୋବାଇଲ ଫୋନରେ ହଠାତ ଏକକାଳୀନ ବାଜି ଉଠିଲା ସାଇରନ, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨।୫: ୨ ମଇ, ୨୦୨୬ ଦିନ, ସକାଳ ୧୧ଟା୪୧ ସମୟରେ, ସାରା ଦେଶରେ ଲକ୍ଷ ଲକ୍ଷ ମୋବାଇଲ ଫୋନରେ ଏକ ଜରୁରୀକାଳୀନ ସାଇରନ ବାଜିଲା। ଏହା ଭାରତ…

ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ: ଆଉ ତା’ପରେ…

ସୋର,୨।୫(ଜନ୍ମେଜୟ ମିଶ୍ର): ସୋର ତହସିଲର ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଇଛି ବାଲି ବୋଝେଇ ଟ୍ରକ। ଅଳ୍ପକେ ବର୍ତ୍ତିଲେ ସୋର ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂ l…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri