ଚତୁର୍ଥୀ ପୂର୍ବରୁ ଶାଶୁ ଘରୁ କନ୍ୟାକୁ ଉଠାଇ ନେଲା ପୋଲିସ, ବର ମାରିଲା ଛୁ

ନୟାଗଡ଼, ୨।୫(ଲୋକନାଥ ମିଶ୍ର): ନୟାଗଡ଼ ଚାଇଲ୍ଡ ହେଲ୍ପ ଲାଇନ ଦ୍ୱାରା ଇଟାମାଟି ଥାନା ଅଧୀନସ୍ଥ ଡେଂଗେରାଗୋଡି ଅଞ୍ଚଳରେ ଚତୁର୍ଥୀ ପୂର୍ବରୁ ଶାଶୁଘରୁ କନ୍ୟାକୁ ଉଠାଇ ନେଲା ପୋଲିସ । ନୟାଗଡ଼ ଚାଇଲ୍ଡ ହେଲ୍ପ ଲାଇନ ଓ ପୋଲିସର ଚଢ଼ାଉ ଦେଖି ବର ମାରିଲା ଛୁ। ପ୍ରାପ୍ତ ସୂଚନା ଅନୁସାରେ କନ୍ୟା ନାବାଳିକା ଥିବାରୁ ବାଲ୍ୟ ବିବାହ ଆଇନ ଅନୁସାରେ ବିବାହ ଅବୈଧ। ଟିମ ପକ୍ଷରୁ ପରିବାର ସଦସ୍ୟମାନଙ୍କୁ ସଚେତନ କରାଯାଇଥିଲା ଓ ନାବାଳିକାକୁ ପୁଅ ଘରୁ ଉଦ୍ଧାର କରାଯାଇଥିଲା । ତେବେ ବିବାହ ପୂର୍ବରୁ ଶେଷ ହୋଇଯାଇଥିଲା। ରବିବାର ଦିଲୀପ କୁମାର ପରିଡା (୨୭) ଙ୍କ ଘର ଲୋକ ଚତୁର୍ଥୀ କାର୍ଯ୍ୟ କରି ଭୋଜି ଭାତର ଆୟୋଜନ କରିଥାନ୍ତେ। ଶୁକ୍ରବାର ଚାଇଲ୍ଡ ହେଲ୍ପ ଲାଇନ ଟିମ ତୁରନ୍ତ ଘଟଣାସ୍ଥଳକୁ ପହଞ୍ଚି ପୋଲିସ ଓ ଶିଶୁ ସୁରକ୍ଷା ୟୁନିଟ ସହଯୋଗରେ ବିବାହକୁ ବନ୍ଦ କରି ଜିଲା ଶିଶୁ ମଙ୍ଗଳ ସମିତିରେ ହାଜର କରାଇଥିଲେ। ଶିଶୁମଙ୍ଗଳ କମିଟି ନିର୍ଦେଶ କର୍ମେ ନାବାଳିକାଙ୍କୁ ସଖୀ କେନ୍ଦ୍ରରେ ରଖାଯାଇଛି । ଚାଇଲ୍ଡ ହେଲ୍ପ ଲାଇନ ଟିମ ଅଳକା ପାହାଡା ସିଂ, ବିଭୁତି ଭୂଷଣ ସାହୁ ଓ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ମିଳିତ ଭାବେ ସହଯୋଗ କରିଥିଲେ।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜିତୁ ମୁଣ୍ଡା ଘଟଣା: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଚିଠି ଲେଖିଲେ ନବୀନ, ନିବେଦନ କରି କହିଲେ…

ଭୁବନେଶ୍ୱର,୨ା୫: କେନ୍ଦୁଝରର ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିଠି ଲେଖିଛନ୍ତି। ନବୀନରେ ଚିଠିରେ…

ତରଭୁଜ ଖାଇ ୪ ଜଣଙ୍କ ମୃତ୍ୟୁ ମାମଲାରେ ଆସିଲା ବଡ଼ ଅପଡେଟ, ଫଳରେ ନ ଥିଲା ବିଷ ପୀଡ଼ିତଙ୍କ ଶରୀରରୁ ମିଳିଲା ଅସାଧାରଣ ପଦାର୍ଥ

ମୁମ୍ବାଇ,୨।୫: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ତରଭୁଜ ଖାଇବା ପରେ ଗୋଟିଏ ପରିବାରର ୪ଜଣଙ୍କ ମୃତ୍ୟୁ ଘଟିଥିବା ମାମଲା ସମ୍ପର୍କରେ ଏକ ବଡ଼ ଅପଡେଟ ଆସିଛି। ସୂତ୍ର ଅନୁଯାୟୀ,…

ହିଲ୍ସ ପିନ୍ଧି ନାଚୁଥିଲେ ଅକ୍ଷୟ କୁମାର: ଆଉ ତା’ପରେ ଘଟିଲା

ବଲିଉଡ ଅଭିନେତା ଅକ୍ଷୟ କୁମାର ବର୍ତ୍ତମାନ ତାଙ୍କ ଫିଲ୍ମ ‘ଭୂତ ବଙ୍ଗଳା’ ପାଇଁ ଚର୍ଚ୍ଚାରେ ଅଛନ୍ତି। ଏହି ହରର କମେଡି ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ…

ଭଡ଼ାଘରୁ ମିଳିଲା ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ, ୩ ଦିନ ଧରି…

ଫୁଲବାଣୀ,୨ା୫(ରାକେଶ କୁମାର ରାଉତ): ଫୁଲବାଣୀରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଭଡ଼ାଘରୁ ସ୍ବୟଂ ଶାସିତ ମହାବିଦ୍ୟାଳୟର ଜଣେ ଅଧ୍ୟାପିକାଙ୍କ ଝୁଲନ୍ତା ମୃତଦେହ ଦେଖି ଲୋକଙ୍କ…

ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଲା ବାଲି ବୋଝେଇ ଟ୍ରକ: ଆଉ ତା’ପରେ…

ସୋର,୨।୫(ଜନ୍ମେଜୟ ମିଶ୍ର): ସୋର ତହସିଲର ଅତିରିକ୍ତ ତହସିଲଦାରଙ୍କ ଗାଡିକୁ ଧକ୍କା ଦେଇଛି ବାଲି ବୋଝେଇ ଟ୍ରକ। ଅଳ୍ପକେ ବର୍ତ୍ତିଲେ ସୋର ଅତିରିକ୍ତ ତହସିଲଦାର କୃଷ୍ଣମୋହନ ସିଂ l…

US-Iran War: ଶେଷ ହେଲା ଆମେରିକା-ଇରାନ ଯୁଦ୍ଧ? US ସାଂସଦଙ୍କୁ ଚିଠି ଲେଖିଲେ ଟ୍ରମ୍ପ, ଜାଣନ୍ତୁ ଡିଲକୁ ନେଇ କ’ଣ କହିଛନ୍ତି

ଓ୍ବାଶିଂଟନ,୨।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ US ସାଂସଦମାନଙ୍କୁ ସୂଚନା ଦେଇଛନ୍ତି ଯେ ଇରାନ ବିରୁଦ୍ଧରେ ଯୁଦ୍ଧ ଶେଷ ହୋଇଛି; ତେଣୁ, ସାମରିକ କାର୍ଯ୍ୟାନୁଷ୍ଠାନ ପାଇଁ କଂଗ୍ରେସ…

ସୁପ୍ରିମକୋର୍ଟରୁ TMCକୁ ଶକ୍ତ ଝଟକା, କୋର୍ଟ କହିଲେ, ‘କେନ୍ଦ୍ରୀୟ କର୍ମଚାରୀଙ୍କୁ ବିଶ୍ୱାସ କରନ୍ତୁ’

ନୂଆଦିଲ୍ଲୀ,୨।୫: ଶନିବାର ସୁପ୍ରିମକୋର୍ଟରେ ନିର୍ବାଚନ କମିଶନଙ୍କ ବିରୋଧରେ ତୃଣମୂଳ କଂଗ୍ରେସ (TMC) ଦ୍ୱାରା ଦାୟର ଏକ ଆବେଦନର ଶୁଣାଣି ହୋଇଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ…

ଚାକିରି ରେଗୁଲାର କରାଇଦେବା ନାଁରେ ଚାହୁଁଥିଲେ ଯୌନ ସୁଖ: ରସିକିଆ ସମ୍ପାଦକ ବାବୁଙ୍କ ନାଁରେ ମାମଲା ରୁଜ୍ଜୁ

ଅତାବିରା,୨।୫(ଯୁଧିଷ୍ଠିର ମହାପାତ୍ର): ପୁଣି ଜଣେ ସରକାରୀ ବାବୁଙ୍କ ନାଁରେ ଆସିଲା ଯୌନ କେଳେଙ୍କାରୀର ଅଭିଯୋଗ। ବରଗଡ଼ ଜିଲା ଅତାବିରା ଆରଏମସି ସମ୍ପାଦକ ଶଶାଙ୍କ ଶେଖର ସାହାଣି ନିଜ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri