ସହଯୋଗ କଲାନି ବନ ବିଭାଗ, ଅସନ୍ତୁଷ୍ଟ ଭିଏସ୍‌ଏସ୍‌ କର୍ମକର୍ତ୍ତା ପାଳିଲେ ବନ୍ୟପ୍ରାଣୀ ସପ୍ତାହ

ଭଞ୍ଜନଗର,୫ା୧୦(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ଆଜକୁ କିଛି ମାସ ହେବ ୧୫ରୁ ଊର୍ଦ୍ଧ୍ୱ ବନ ସୁରକ୍ଷା ସମିତି (ଭିଏସ୍‌ଏସ୍‌) କର୍ମକର୍ତ୍ତା ଓ ବନ ବିଭାଗ ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ରହୁନାହିଁ। ଧିରେ ଧିରେ ସମ୍ପର୍କର ଦୂରତା ବଢୁଥିବା ଯୋଗୁ ଜଙ୍ଗଲ ଓ ବନ୍ୟପ୍ରାଣୀ ସୁରକ୍ଷା ଚିନ୍ତା ପରିବେଶବିତ୍‌ମାନଙ୍କୁ ଘାରିଛି।

ଏହିଭଳି ପରିସ୍ଥିତିରେ ଗତ ମାସରେ ଉକ୍ତ ୧୫ ଭିଏସ୍‌ଏସ୍‌ କର୍ମକର୍ତ୍ତା ଡିଏଫ୍‌ଓ ହିମାଂଶୁ ଶେଖର ମହାନ୍ତିଙ୍କୁ ଭେଟି ସଚେତନତା କାର୍ଯ୍ୟକ୍ରମ କରିବା ପାଇଁ ସହଯୋଗ କାମନା କରିଥିଲେ। ଦାବିପତ୍ରରେ ସେମାନେ ଦର୍ଶାଇଥିଲେ ଯେ, ସେପ୍ଟେମ୍ବର ମାସରେ ବନଖଣ୍ଡର ବିଭିନ୍ନ ଅଞ୍ଚଳରେ ସଚେତନତା କାର୍ଯ୍ୟକ୍ରମ କରାଯିବ। ଏଥିପାଇଁ ଆମକୁ ଗାଡ଼ି, ପ୍ରଚାରପତ୍ର ପ୍ରମୁଖ ଯୋଗାଇ ଦେବାକୁ ଅନୁରୋଧ କରିଥିଲେ। ଏହାହେଲେ ଆମମାନଙ୍କ ମନବଳ ବଢିବା ସହ ଆହୁରି ଅଧିକ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି କହିଥିଲେ। ଦାବିପତ୍ର ପ୍ରଦାନ ସମୟରେ ବରିଷ୍ଠ ବନ ସୁରକ୍ଷା ସମିତି କର୍ମକର୍ତ୍ତା ଲୋକନାଥ ଆଚାର୍ଯ୍ୟ, ପି କେ ଗୌଡ, କୃଷ୍ଠ ଚନ୍ଦ୍ର ନାୟକ, ସୂର୍ଯ୍ୟ ନାରାୟଣ ଗୌଡ, କେଳା ନାୟକ ପ୍ରମୁଖ ଉପସ୍ଥିତ ଥିଲେ। କିନ୍ତୁ ବନ ବିଭାଗ ଉକ୍ତ ଭିଏସ୍‌ଏସ୍‌ କର୍ମକର୍ତ୍ତାଙ୍କୁ କୌଣସି ସହଯୋଗ କରି ନ ଥିଲେ। ସେପ୍ଟେମ୍ବର ମାସ ସରିବା ସହ ବର୍ତ୍ତମାନ ଅକ୍ଟୋବର ମାସ ୨ରୁ ବନ୍ୟ ପ୍ରାଣୀ ସପ୍ତାହ ଆରମ୍ଭ ହୋଇଛି। ତଥାପି ବିଭାଗ ଭିଏସ୍‌ଏସ୍‌ କର୍ମକର୍ତ୍ତାଙ୍କୁ କୌଣସି ସହଯୋଗ କରୁନାହିଁ। ତେଣୁ ବଣିଆପଲ୍ଲୀ ଭିଏସ୍‌ଏସ୍‌ ପକ୍ଷରୁ ନିଜସ୍ବ ଖର୍ଚ୍ଚରେ ବନ୍ୟପ୍ରାଣୀ ସପ୍ତାହ ପାଳନ ହୋଇଥିଲା। ରବିବାର ପୁଣି ଉକ୍ତ ୧୫ ଭିଏସ୍‌ଏସ୍‌ କର୍ମକର୍ତ୍ତା ମିଶି ବ୍ୟକ୍ତିଗତ ଆର୍ଥିକ ସହାୟତା ଦେଇ କେପିଟିଠାରେ ବନ୍ୟପ୍ରାଣୀ ସପ୍ତାହ ପାଳନ କରିଥିଲେ। ବନ ବିଭାଗ ସହଯୋଗ ନ କଲେ ମଧ୍ୟ ଭିଏସ୍‌ଏସ୍‌ କର୍ମକର୍ତ୍ତା ଆଜି ରେଞ୍ଜର ଏବଂ ବନପାଳଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରିଥିଲେ। ରେଞ୍ଜର ସୁଜାତା ରାଣୀ ପଣ୍ଡା ଅତିଥି ଭାବେ ଯୋଗଦେଇ ମଣିଷ ହିଁ ସବୁଠାରୁ ବଡ଼ ସ୍ବାର୍ଥପର ବୋଲି କହିଥିଲେ। ମଣିଷ ଜଙ୍ଗଲରେ ପଶି ବନ୍ୟପ୍ରାଣୀଙ୍କ ଖାଦ୍ୟ ନଷ୍ଟ କରୁଛି। ବନ୍ୟପ୍ରାଣୀମାନେ ପାଟି ଖୋଲି ପାରୁନାହାନ୍ତି କି ପ୍ରତିବାଦ ମଧ୍ୟ କରି ପାରୁନାହାନ୍ତି । ଦିନକୁ ଦିନ ଜଙ୍ଗଲ ଉପରେ ମଣିଷର ଅତ୍ୟାଚାର ବଢୁଛି। ଶେଷରେ ବନ୍ୟପ୍ରାଣୀ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲ ବାହାରକୁ ଆସୁଛନ୍ତି। ଏହି ସମୟରେ ମଣିଷ ଓ ବନ୍ୟପ୍ରାଣୀ ମଧ୍ୟରେ ଲଢ଼େଇ ହେଉଛି। ଜଙ୍ଗଲ କ୍ଷତି ଆମେ ହିଁ କରୁଛେ। ତଥାପି ରାଜ୍ୟରେ ୩୭ ପ୍ରତିଶତ ଜଙ୍ଗଲ ଅଛି। ଯାହାକି ଭଲ ସୂଚନା। ପ୍ରକୃତିର ସନ୍ତାନ ସମସ୍ତେ। ବନ୍ୟପ୍ରାଣୀ ବଞ୍ଚିବେ ଆମେ ମଧ୍ୟ ବଞ୍ଚିବା। ତେଣୁ ସନ୍ତୁଳନ ରକ୍ଷା କରିବାକୁ ପଡ଼ିବ ବୋଲି ରେଞ୍ଜର ପଣ୍ଡା କହିଥିଲେ।

ବୈଠକରେ ଭିଏସ୍‌ଏସ୍‌ ବରିଷ୍ଠ କର୍ମକର୍ତା ଲୋକନାଥ ଆଚାର୍ଯ୍ୟ ସଭାକୁ ସଂଯୋଜନା କରିଥିଲେ। ସମିତିସଭ୍ୟ ପ୍ରଭାସ ସାହୁ, ବନପାଳ ମିତା ପଲେଇ, କେପିଟି ଉପସଭାପତି ବୈଜୟନ୍ତ ପାତ୍ର, ପୂର୍ବତନ ସଭାପତି କେଳା ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଜଙ୍ଗଲ ସୁରକ୍ଷା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ବୈଠକରେ ବଣିଆପଲ୍ଲୀ ଭିଏସ୍‌ଏସ୍‌ ସଭାପତି ବିଶ୍ୱନାଥ ନାୟକ, ଜରିପଙ୍କାଳ ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଗୋଠଲୁଣ୍ଡା ସଭାପତି ରଙ୍କନିଧି ଗୌଡ଼, ପାଟରାପଲ୍ଲୀ ସଭାପତି କାଶୀ ଗୌଡ଼ ସମେତ ନାରାୟଣପଲ୍ଲୀ, କପିଳପଲ୍ଲୀ, ହଜପଲ୍ଲୀ, ଗୋଠଲୁଣ୍ଡା, ଆଲମରା, ବିଲୁଆମରା, କେପିଟି, ଦୁବ ଭିଏସ୍‌ଏସ୍‌ର ଅନେକ କର୍ମକର୍ତ୍ତା ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ। ସେଥିମଧ୍ୟରୁ କିଛି କର୍ମକର୍ତ୍ତା ବିଭାଗର ଅବହେଳା ନେଇ ଅଭିଯୋଗ କରିଥିଲେ। ଦିନଥିଲା ବିଭାଗ ସହଯୋଗର ହାତ ବଢ଼ାଉଥିଲା ବର୍ତ୍ତମାନ ଆଉ ନାହିଁ। ଫସଲ କ୍ଷତି ହେଲେ ସହାୟତା ମିଳୁନାହିଁ। ବନ୍ୟପ୍ରାଣୀ ବିପଦ ସମୟରେ ବିଭାଗୀୟ କର୍ମଚାରୀଙ୍କ ଦେଖା ମିଳୁନାହିଁ। ଏହିଭଳି ଅନେକ ଅଭିଯୋଗ ସେମାନେ କରିଥିଲେ। ତେଣୁ ବିଭାଗ ଓ ଭି ଏସଏସ ମଧ୍ୟରେ ସହଭାଗିତା ରହିଲେ ହିଁ ଜଙ୍ଗଲ ସୁରକ୍ଷିତ ରହିପାରିବ ବୋଲି ଅଧିକାଂଶ ସଭ୍ୟ ମତ ପ୍ରକାଶ କରିଥିଲେ। ଏଥିସହ ଆଗାମୀ ବୈଠକ ଗୋଠଲୁଣ୍ଡା ଠାରେ ହେବ । ଭ୍ରାମ୍ୟମାଣ ବୈଠକ ଦ୍ୱାରା ଭିଏସ୍‌ଏସ୍‌ କର୍ମକର୍ତ୍ତାଙ୍କ ମଧ୍ୟରେ ଏକତାର ଭାବ ବଢିବା ସହ ଜଙ୍ଗଲ ମଧ୍ୟ ସୁରକ୍ଷିତ ରହିପାରିବେ। ତେଣୁ ଆଗାମୀ ଦିନରେ ଅଧିକରୁ ଅଧିକ ଭ୍ରାମ୍ୟମାଣ ବୈଠକ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା। ଅପରପକ୍ଷେ ସୋମବାର ବନ ବିଭାଗ ଲାଲସିଂ ନର୍ସରୀ ପରିସରରେ ବନ୍ୟପ୍ରାଣୀ ସପ୍ତାହ ପାଳନ କରିବାର କାର୍ଯ୍ୟକ୍ରମ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri