ବୀରମହାରାଜପୁରରେ ମାଇନ୍ସ ବିଭାଗର ଚଢ଼ାଉ, ୧୫ ଶହ ଟନର ଧଳା ପଥର ଜବତ

ଅମରପାଲି,୨୫।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅଞ୍ଚଳର ବିଭିନ୍ନ ସ୍ଥାନରେ ଥିବା ଧଳା ପଥର ଖଣି ରେ ଗତ ତିନି ଦିନ ହେଲା ମାଇନ୍ସ ବିଭାଗର ବଡ଼ ଧରଣର ଚଢ଼ାଉ ହେଉଛି। ବୁଧୁବାର ସଂଧ୍ୟା ପର୍ଯ୍ୟନ୍ତ ପ୍ରାୟ ୧୫ ଶହ ଟନର ଧଳାପଥର ଜବତ ହୋଇଥିବା ଖଣି ବିଭାଗ ସୂଚନା ଦେଇଛି। ତେଲିପାଲି ଅଞ୍ଚଳର ଖଣିରୁ ପ୍ରାୟ ୯ ଶହ ଟନ, ବହଳପଦର ଅଞ୍ଚଳର ଖଣି ରୁ ପ୍ରାୟ ୧୬୦ ଟନ, ଲୁଦୁମୁଣ୍ଡା ଖଣି ରୁ ପ୍ରାୟ ୧୮୦ ଟନର ଧଳା ପଥର ଜବତ ହୋଇଛି। ଏହା ସହିତ ଆଗକୁ ମଧ୍ୟ ବିଭିନ୍ନ ବେଆଇନ ଖଣିରୁ ଉତ୍ତୋଳନ କରି ଗଚ୍ଛିତ କରି ରଖା ଯାଇଥିବା ଖଣିଜ ପଥର ଜବତ କରାଯିବ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଅଞ୍ଚଳରେ ବେଆଇନ ଓ ବେଧଡକ ଭାବେ ଖଣିଜ ଦ୍ରବ୍ୟ ଲୁଟ ହେଉଥିବା ବିଭିନ୍ନ ସମୟରେ ଅଭିଯୋଗ ହେଉଥିଲା। ତେବେ ଅଭିଯୋଗ ଆଧାର ଖଣି ବିଭାଗ ଅଞ୍ଚଳ ରେ ଚଢାଉ କରି ବିପୁଳ ପରିମାଣର ଖଣିଜ ପଥର କୁ ଜବତ କରିଛି। ବୀରମହାରାଜପୁର ଅଞ୍ଚଳର ତେଲିପାଳି, ଲୁଦୁମୁଣ୍ଡା, ଅମାତପାଲି, ବହଲପଦର, ଅମରପାଲି,ଭାଲୁଡୁଙ୍ଗୁରି ସମେତ ଅନେକ ସ୍ଥାନରୁ ବେଆଇନ ଭାବେ ବେରୁଜ, କାର୍ଜ, ରତ୍ନପଥର ,ଧଳା ପଥର ଆଦି ଖଣିଜ ଦ୍ରବ୍ୟ ବେଧଡକ ଲୁଟ ହେଉଥିବା ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଖଣି ବିଭାଗ ତରଫରୁ ବିଭିନ୍ନ ସମୟ ଚଢାଉ କରି ଗୋଟିଏ ଦୁଇଟି ଗାଡ଼ି ଜବତ କରି ଫାଇନ ଆଦାୟ କରୁଥିଲେ ମଧ୍ୟ ଚୋରା ଚାଲାଣକାରୀମାନେ ବେଧଡକ ଖଣିଜ ପଥର ଲୁଟ କରୁଥିଲେ। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ୱରରୁ ସତନ୍ତ୍ର ପୋଲିସ ଟିମଙ୍କ ସହିତ ସୁବର୍ଣ୍ଣପୁର ଓ ବଲାଙ୍ଗୀର ଖଣି ବିଭାଗର ମିଳିତ ଭାବେ ଚଢାଉ କରାଯାଉଛି।

 

ଡି.ଡି.ଏମ ବିର କିଶୋର ତିର୍କିଙ୍କ ନେତୃତ୍ୱରେ ଉକ୍ତ ଚଢାଉ କରାଯାଉଛି। ଅଞ୍ଚଳର ବିଭିନ୍ନ ସ୍ଥାନରେ ବିପୁଳ ପରିମାଣର ଧଳା ପଥରକୁ ଖଣିରୁ ଖନନ କରି ଗଚ୍ଛିତ କରି ରଖାଯାଉଥିଲା। ଏହି ସବୁକୁ ଜବତ କରାଯାଇଛି। ଜବତ ଧଳା ପଥରକୁ ଗୋପପାଲି ଓ ବଙ୍କିଆ ଠାରେ ଥିବା ଲାଇସେନ୍ସଧାରୀଙ୍କ ପାଖ ରେ ଜିମା ଦିଆଯାଇଛି l ଆଗକୁ ମଧ୍ୟ ବିଭିନ୍ନ ସ୍ଥାନରେ ଚଢାଉ ଜାରିରହିବ ଏବଂ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୧୫ଶହ ଟନ ଧଳା ପଥର ଜବତ ହେଇଛି ବୋଲି ଡିଡିଏମ ବିର କିଶୋର ର୍ତିକି ପ୍ରକାଶ କରିଛନ୍ତି। ଚଢାଉ ସମୟରେ ବୀରମହାରାଜପୁର ଅତିରିକ୍ତ ତହସିଲଦାର ସ୍ବାଗତ କୁମାର ପଣ୍ଡା ଉପସ୍ଥିତି ଥିଲେ। ଖଣି ବିଭାଗର ଜେଏମଓ ସୌମ୍ୟା ରଞ୍ଜନ ବେହେରା, ଉମେଶ ପଟେଲ, ଶୁଭମ ବିଶାଳ, ଦେବାଶିଷ ଦେହୁରୀ, ନରେଶ ମରାଇ, ଜ୍ୟୋତି ରଞ୍ଜନ, ଟି.ବି ବବଲି ପ୍ରମୁଖ ଏହି ଚଢାଉରେ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri