ଖୁବ୍‌ଶୀଘ୍ର ନିଜ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି କିମ୍‌ ଜୋଙ୍ଗ୍‌ ଉନ୍‌, ଏହି ନାଁ କହିଦେଲା ଗପ୍ତଚର ସଂସ୍ଥା…

ସିଓଲ,୧୨ା୯: ଉତ୍ତର କୋରିଆର ସୁପ୍ରିମ ଲିଡର କିମ୍‌ ଜୋଙ୍ଗ୍‌ ଉନ୍‌ ଝିଅ କିମ୍‌ ଜୁ ଏ’ଙ୍କୁ ଖୁବ୍‌ଶୀଘ୍ର ନିଜ ଉତ୍ତରାଧିକାରୀ ଘୋଷଣା କରିପାରନ୍ତି। ଏନେଇ ଦକ୍ଷିଣ କୋରିଆର ଏକ ଗୁପ୍ତଚର ସଂସ୍ଥା ଗୁରୁବାର ଦାବି କରିଛି। ନିକଟରେ କିମ୍‌ଙ୍କ ବେଜିଂ ଗସ୍ତ ବେଳେ ଝିଅ ଜୁ ଏ’ ମଧ୍ୟ ତାଙ୍କ ସହ ନଜରକୁ ଆସିଥିଲେ। କିମ୍‌ଙ୍କ ସହ ଜୁ ଏ’ଙ୍କର ଏହା ପ୍ରଥମ ସରକାରୀ ବିଦେଶ ଗସ୍ତ ଥିଲା, ଯାହା ତାଙ୍କୁ ସାରା ବିଶ୍ୱରେ ଚର୍ଚ୍ଚିତ କରାଇଥିଲା। ଚାଇନା ଗସ୍ତ ପରେ କିମ୍‌ଙ୍କ ସମ୍ଭାବିତ ଉତ୍ତରାଧିକାରୀ ଭାବେ ଝିଅ ଜୁ ଏ’ଙ୍କ ସ୍ଥିତି ମଜଭୁତ ହୋଇଥିବା ନେଇ ଦକ୍ଷିଣ କୋରିଆ ଗୁପ୍ତଚର ସଂସ୍ଥା ଆକଳନ କରିଛି। କିମ୍‌ଙ୍କ ସହ ବିଦେଶ ଯାତ୍ରା କରିଥିବାରୁ ଝିଅ ଜୁ ଏ’ ତାଙ୍କ ଉତ୍ତରାଧିକାରୀ ହେବା ନେଇ ପର୍ଯ୍ୟାପ୍ତ ସଙ୍କେତ ମିଳିଛି ବୋଲି ଦକ୍ଷିଣ କୋରିଆ ସଂସଦୀୟ ଗୋଇନ୍ଦା କମିଟିର ଜଣେ ସଦସ୍ୟ ତଥା ଦେଶର ଆଇନ ପ୍ରଣେତା ଲି ସେଓଙ୍ଗ କ୍ୱେଅନ୍‌ କହିଛନ୍ତି। ଏନେଇ କମିଟିର ସଦସ୍ୟଙ୍କୁ ଉକ୍ତ ଗୁପ୍ତଚର ସଂସ୍ଥା ଅବଗତ କରାଇଛି। ଜୁ ଏ’ଙ୍କୁ କିମ୍‌ଙ୍କ ସ୍ବୀକୃତିପ୍ରାପ୍ତ ଉତ୍ତରାଧିକାରୀ ଭାବେ ଦକ୍ଷିଣ କୋରିଆ ଗ୍ରହଣ କରୁଛି ଏବଂ ବାପାଙ୍କ ଚାଇନା ଗସ୍ତରେ ତାଙ୍କ ଅଂଶଗ୍ରହଣକୁ ଉତ୍ତରାଧିକାରୀ ଭାବେ ତାଙ୍କୁ ପ୍ରସ୍ତୁତ କରିବା ଯୋଜନାର ଅଂଶବିଶେଷ ବୋଲି ସେ କହିଛନ୍ତି। ୨୦୨୨ରେ ଜୁ ଏ’ ପ୍ରଥମ ଥର ପାଇଁ ସାର୍ବଜନୀନ ଭାବେ ସାମ୍‌ନାକୁ ଆସିଥିଲେ। ସେତେବେଳେ ଏକ ଆନ୍ତଃ ମହାଦେଶୀୟ ବାଲିଷ୍ଟିକ୍‌ ମିଶାଇଲ ଲଞ୍ଚ୍‌ ବେଳେ ବାପା କିମ୍‌ ଜୋଙ୍ଗ୍‌ଙ୍କ ସହ ତାଙ୍କୁ ଦେଖିବାକୁ ମିଳିଥିଲା। ତେବେ କେତେଜଣ ବିଶେଷଜ୍ଞଙ୍କ ମତରେ ଜୁ ଏ’ଙ୍କର ଜଣେ ବଡ଼ ଭାଇ ମଧ୍ୟ ରହିଛନ୍ତି, ଯାହାଙ୍କୁ ଗୁପ୍ତ ଭାବରେ ଉତ୍ତର କୋରିଆର ପରବର୍ତ୍ତୀ ନେତା ଭାବରେ ପ୍ରସ୍ତୁତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ଭାଙ୍ଗିବା ପରେ ପ୍ରଥମଥର କ୍ୟାମେରା ଆଗରେ ମୁହଁ ଖୋଲିଲେ ସ୍ମୃତି ମନ୍ଧନା

ନୂଆଦିଲ୍ଲୀ,୧୦।୧୨: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ବ୍ୟାଟର୍ ସ୍ମୃତି ମନ୍ଧନା ବ୍ୟକ୍ତିଗତ ଜୀବନର ଝଡ଼ ପରେ ପୁଣି ଥରେ ନିଜ ପ୍ରିୟ ଖେଳ କ୍ରିକେଟକୁ...

ICC ଦିନିକିଆ ମାନ୍ୟତା: ଶୀର୍ଷରେ ରୋହିତ, ଦ୍ୱିତୀୟ ସ୍ଥାନକୁ ଉଠିଲେ କୋହଲି

ମୁମ୍ବାଇ,୧୦।୧୨: ଆଇସିସି ଦ୍ୱାରା ବୁଧବାର ପ୍ରକାଶିତ ସଦ୍ୟତମ ଦିନିକିଆ ମାନ୍ୟତାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଶୀର୍ଷ ସ୍ଥାନ ବଜାୟ ରଖିଥିବାବେଳେ ବିରାଟ କୋହଲି ଦୁଇଟି...

ସରପଞ୍ଚ ପ୍ରାର୍ଥୀ ଓଡ଼ିଆ ପଢ଼ିବା, ଲେଖିବା ବାଧ୍ୟତାମୂଳକ: ଓଡିଶା ହାଇକୋର୍ଟ

କଟକ,୧୦।୧୨: ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ପଦ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ପ୍ରାର୍ଥୀଙ୍କୁ ଓଡ଼ିଆ ଭାଷାରେ ପଢ଼ିବା ଏବଂ ଲେଖିବା ଜାଣିବା ଅତ୍ୟନ୍ତ ଆବଶ୍ୟକ...

ମୋଦି-ରାହୁଲଙ୍କ ମଧ୍ୟରେ ଅଚାନକ ୮୮ ମିନିଟ୍ ଧରି ଚାଲିଲା ବୈଠକ, ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୦।୧୨: ସଂସଦର ଶୀତକାଳୀନ ଅଧିବେଶନ ଚାଲିଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀଙ୍କ ମଧ୍ୟରେ ଏକ ଅଚାନକ ୮୮ ମିନିଟ୍...

ତିରୁପତି ମନ୍ଦିରରେ ୫୪ କୋଟି ଟଙ୍କାର ଦୁର୍ନୀତି, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ତିରୁପତି,୧୦।୧୨: ଆନ୍ଧ୍ରପ୍ରଦେଶର ବିଶ୍ୱ ପ୍ରସିଦ୍ଧ ତିରୁମାଲା ତିରୁପତି ଦେବସ୍ଥାନମ୍ ଟ୍ରଷ୍ଟ(TTD)ରେ ଏକ ବଡ଼ ଧରଣର ଦୁର୍ନୀତିର ଖୁଲାସା ହୋଇଛି, ଯାହା ୨୦୧୫ ରୁ ୨୦୨୫ ମଧ୍ୟରେ...

ବାରବାଟୀରେ ଭାରତର ବିଜୟ ଉତ୍ସବ ମଧ୍ୟରେ ଲୁଟ୍; ଦର୍ଶକଙ୍କ ମୋବାଇଲ୍, ପର୍ସ ଚୋରି

କଟକ,୧୦।୧୨: ବାରବାଟୀ ଷ୍ଟାଡିୟମରେ ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଟି-୨୦ ମୁକାବିଲାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଧୁଆଁଦାର ବ୍ୟାଟିଂ ଓ ବୋଲିଂ ବଳରେ ଭାରତ...

UNESCOର ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ ହେଲା ଦୀପାବଳି

ନୂଆଦିଲ୍ଲୀ,୧୦।୧୨: ଭାରତର ଆଲୋକର ପର୍ବ ଦୀପାବଳିକୁ ବୁଧବାର UNESCOର “ମାନବତାର ଅସ୍ପର୍ଶନୀୟ ସାଂସ୍କୃତିକ ଐତିହ୍ୟର ପ୍ରତିନିଧିତ୍ୱ ତାଲିକା”ରେ ସ୍ଥାନିତ କରାଯାଇଛି। ଏହି ଗୌରବପୂର୍ଣ୍ଣ ମାନ୍ୟତା ମିଳିବା...

‘ସୁନ୍ଦର ମୁହଁ’, ‘ମେସିନ୍ ଗନ୍ ପରି ଓଠ”, ଟ୍ରମ୍ପଙ୍କ ମନ୍ତବ୍ୟ ଶୁଣି ବିଶ୍ୱରେ ଚର୍ଚ୍ଚା

ନୂଆଦିଲ୍ଲୀ,୧୦।୧୨: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ନିକଟରେ ତାଙ୍କର ହ୍ୱାଇଟ୍ ହାଉସ୍ ପ୍ରେସ୍ ସେକ୍ରେଟେରୀ କାରୋଲିନ୍ ଲେଭିଟ୍‌ଙ୍କୁ ତାଙ୍କର “ସୁନ୍ଦର ମୁହଁ” ଏବଂ “ଓଠ”କୁ ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri