ରାୟଗଡ଼ାରେ ସରଗରମ ରାଜନୀତି: ପ୍ରମିଳାଙ୍କ ରିପୋର୍ଟରେ ଜିଲା ସଭାପତି ଭାବେ ଥିଲା ହିମିରିକାଙ୍କ  ନାମ, କେଉଁ ଉଦ୍ଦେଶ୍ୟରେ…

ରାୟଗଡ଼ା,୧୦।୯(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ଜିଲା ବିଜେ ସଭାପତି ଘୋଷଣା ପରେ ରାଜ୍ୟସଭା ପୂର୍ବତନ ଏମ୍‌ପି ଏନ.ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା, ଜିଲା ପରିଷଦ ପୂର୍ବତନ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ସମେତ ଦଳର ବରିଷ୍ଠ ନେତା ବାନାଗା ତିରୁପତି ଓ ଅନ୍ୟମାନେ ଦଳ ଛାଡ଼ିଛନ୍ତି । ତେବେ ଏହାକୁ ନେଇ ବୁଧବାର ଜିଲା ବିଜେ ସଭାପତି ଜଗନ୍ନାଥ ସାରକା ଓ ଅନ୍ୟ ନେତାମାନେ ମିଳିତ ଭାବେ ଏକ ଖବରଦାତା ସମ୍ମିଳନୀ କରି କାଉଣ୍ଟର କରି ଦଳ ଉପରେ କୌଣସି ପ୍ରଭାବ ନପଡ଼ିବା ନେଇ ମନ୍ତବ୍ୟ ରଖିଛନ୍ତି । ତେବେ ଭାସ୍କରଙ୍କ ରାଜନୀତିକୁ ନେଇ କରିଥିବା କଟାକ୍ଷର ପ୍ରତ୍ୟୁତର ଦେଇଛନ୍ତି ତିରୁପତି ।
ତିରୁପତି କହିଛନ୍ତି ଯେ, ଜିଲାରେ ଲାଗି ରହିଥିବା ବିବାଦକୁ ନେଇ ଜିଲା ସଭାପତି ଘୋଷଣା ସ୍ଥଗିତ ରହିଥିଲା । ହେଲେ ପରବର୍ତ୍ତି ସମୟରେ ବିଜେଡ଼ି ରାଜ୍ୟ ସଭାପତି ଜଣେ ବରିଷ୍ଠ ନେତ୍ରୀ ପ୍ରମିଳା ମଲିକ ଓ ନେତା ପଦ୍ମନାଭ ବେହେରାଙ୍କୁ ତୃଣମୂଳସ୍ତରରେ କର୍ମୀ ଓ ନେତାଙ୍କ ସହିତ ଏନେଇ ଏକ ଆଲୋଚନା କରି ମତାମତ ସଂଗ୍ରହ କରି ରିପୋର୍ଟ ଦେବାକୁ ରାୟଗଡ଼ା ଜିଲା ଗସ୍ତରେ ପଠାଇଥିଲେ । ଉକ୍ତ ଗସ୍ତ ସମୟରେ ପ୍ରମିଳା ଓ ପଦ୍ମନାଭ ତିନୋଟି ଯାକ ନିର୍ବାଚନମଣ୍ଡଳୀ ରାୟଗଡ଼ା, ଗୁଣପୁର ଓ ବିଷମକଟକରେ ପୃଥକ ପୃଥକ ବୈଠକ କରି ନେତା ଓ କର୍ମୀଙ୍କ ସହିତ ଆଲୋଚନା କରିଥିଲେ । ଯେଉଁଥିରେ କି ପୂର୍ବତନ ମନ୍ତ୍ରୀ ଲାଲବିହାରୀ ହିମିରିକା ଜଣେ ନିରପେକ୍ଷ ଓ ବରିଷ୍ଠ ନେତା ହୋଇଥିବା କାରଣରୁ ତାଙ୍କୁ ଜିଲା ସଭାପତି ଦାୟିତ୍ୱ ଦେବା ପାଇଁ ଦାବି ହୋଇଥିଲା । ଉକ୍ତ ମତାମତ ସଂଗ୍ରହ କରି ବରିଷ୍ଠ ନେତ୍ରୀ ତଥା ପର୍ଯ୍ୟବେକ୍ଷକ ପ୍ରମିଳା ମଲିକ ରାଜ୍ୟ ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିବା ପରେ ମଧ୍ୟ ଜିଲା ସଭାପତି ଚୟନରେ କାହିଁକି ପକ୍ଷପାତ କରାଯାଇଛି ବୋଲି କହିଛନ୍ତି ତିରୁପତି । ସେହିଭଳି ୧୯୯୭ ମସିହାରେ ଭାସ୍କର ରାଓ ରାୟଗଡ଼ା ଛାଡ଼ି ଯଦି ଆନ୍ଧ୍ରପ୍ରଦେଶ ଚାଲିଯାଇଥିଲେ ସେ ସମୟରେ ତାଙ୍କ ସ୍ବାାସ୍ଥ୍ୟବସ୍ଥା ଖରାପ ଥିବା କହିଛନ୍ତି ତିରୁପତି । ଏତଦବ୍ୟତିତ ଯଦି ସୁଧୀର ଦାସ ଜନତା ଦଳ ଓ ବିଜେଡ଼ିର ଜଣେ ଟାଣୁଆ ନେତା ଥିଲେ , ତେବେ ଉକ୍ତ ସମୟରେ ବିଷମକଟକ ବ୍ଲକରେ କଂଗ୍ରେସ କିଭଳି ବାଜିମାତ କରିଥିଲା ଏବଂ କୋଲନରା ବ୍ଲକରେ ତିରୁପତି କିଭଳି ଭଲ ପ୍ରଦର୍ଶନ କରିପାରିଥିଲେ ବୋଲି ପ୍ରଶ୍ନ କରିଛନ୍ତି । ଭାସ୍କର ରାଓ ବିଜୁ ପଟ୍ଟନାୟକଙ୍କ ସହ ରାଜନୀତିରେ ଜଡ଼ିତ ହୋଇ ଅଣକଂଗ୍ରେସ ଗଡ଼ ଜନତା ଦଳ ଓ ପରବର୍ତ୍ତୀ ସମୟରେ ବିଜୁ ଜନତା ଦଳର ହାତମୁଠାକୁ ଟାଣ କରି କୋରାପୁଟ ଏମ୍‌ପି ସମେତ ଜିଲାର ତିନୋଟି ନିର୍ବାଚନମଣ୍ଡଳୀରେ ଦଳକୁ ମଜଭୁତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ବୋଲି କହିଛନ୍ତି ତିରୁପତି । ତିରୁପତି ଆହୁରି କହିଛନ୍ତି ଯେ, ଭାସ୍କର ଓ ଅନ୍ୟମାନେ ଦଳ ଛାଡ଼ି ବର୍ତ୍ତମାନ ସମାଜ ସେବା ପାଇଁ ଆରମ୍ଭ କରିଛନ୍ତି। ବିଜୁ ସୱାଭିମାନ ମଞ୍ଚକୁ ନେଇ ସୁଧୀର ଦାସ ଓ ଜିଲା ସଭାପତି ଏତେ ଭୟଭୀତ କାହିଁକି । ବର୍ତ୍ତମାନ ସେମାନେ ବିଜେଡ଼ି ସଂଗଠନର ଜିଲା ଦାୟିତ୍ୱରେ ରହିଛନ୍ତି ଏବଂ ଆଗାମୀ ପଂଚାୟତ ନିର୍ବାଚନରେ ଜନସାଧାରଣ କିଭଳି ପ୍ରତ୍ୟାଖାନ କରିବେ ତାହା ସମୟ କହିବ ବୋଲି କହିଛନ୍ତି ତିରୁପତି ।

Enter your email to get our daily news in your inbox.

All Right Reserved By Dharitri.Com

ଏହି କ୍ରିକେଟରଙ୍କ ନାମରେ ଯୌନ ନିର୍ଯାତନା ମାମଲା, ଜାଣନ୍ତୁ…

ଢାକା,୧୧ା୧୨: ବାଂଲାଦେଶର ପେସ ବୋଲିଂ ଅଲରାଉଣ୍ଡର ତୋଫେଲ ଅହମଦ ରେହାନ ବିବାହ ପ୍ରଲୋଭନ ଦେଖାଇ ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି। ଏହି...

ମ୍ୟାଚ ପୂର୍ବରୁ ଗୁରୁଜ୍ଞାନ ଦେଲେ ଯୁବରାଜ, ହାରିଗଲା ଟିମ୍ ଇଣ୍ଡିଆ

ମୁଲାନପୁର,୧୧ା୧୨: ମହାରାଜା ଯାଦବୀନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଦ୍ୱିତୀୟ T20 ଅନ୍ତର୍ଜାତୀୟ ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକାଠାରୁ ୫୧ ରନ୍‌ରେ ପରାସ୍ତ...

ଗଡ଼ିଲା ହାଇଡ୍ରୋଜେନ୍‌ ଚାଳିତ ଜାହାଜ

ବାରାଣସୀ,୧୧ା୧୨: ଭାରତରେ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ପ୍ରଥମ ହାଇଡ୍ରୋଜେନ୍‌ ଇନ୍ଧନ-ସେଲ୍‌ ଜାହାଜର ଚଳାଚଳକୁ କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳମାର୍ଗ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ...

ମାଲକାନଗିରିରେ ଉତ୍ତଜନା: ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି,୧୧।୧୨ (ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲାରେ ଉତ୍ତେଜନାମୂଳକ ପରିସ୍ଥିତି ଲାଗି ରହିଥିବା ବେଳେ ଜିଲାସ୍ତରୀୟ ଲୋକ ମହୋତ୍ସବ ମାଲ୍ୟବନ୍ତ- ୨୦୨୫କୁ ଜିଲା ପ୍ରଶାସନ ପକ୍ଷରୁ ସ୍ଥଗିତ...

ପାକିସ୍ତାନ ଖେଳାଳିଙ୍କ ସହ ହାତ ମିଳାଇବେ ବୈଭବ ସୂର୍ଯ୍ୟବଂଶୀ! ଏସିଆ କପ ପୂର୍ବରୁ ICC ରଖିଲା ଏମିତି ଦାବି

ନୂଆଦିଲ୍ଲୀ,୧୧।୧୨: ୧୯ ବର୍ଷରୁ କମ ଏସିଆ କପ ୨୦୨୫ ଡିସେମ୍ବର ୧୨ ତାରିଖରେ ଆରମ୍ଭ ହେବ। ଭାରତର ୧୯ ବର୍ଷରୁ କମ ଦଳର ନେତୃତ୍ୱ ଆୟୁଷ...

ଅର୍ଶଦୀପଙ୍କ ପାଇଁ ଭୟଙ୍କର ଦିନ: ଗୋଟିଏ ଓଭରରେ ପକାଇଲେ ୭ ୱାଇଡ୍

ମୁଲାନପୁର,୧୧ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଗୁରୁବାର ମୁଲାନପୁରରେ ଖେଳାଯାଉଥିବା ଦ୍ୱିତୀୟ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍‌ରେ ଭାରତୀୟ ପେସ୍ ବୋଲର ଅର୍ଶଦୀପ ସିଂହ ଏକ...

‘ମୁଣ୍ଡରେ କଫନ୍ ବାନ୍ଧି କଂଗ୍ରେସର ସଂସ୍କାର ପାଇଁ ବାହାରିଛି’: ମହମ୍ମଦ ମୋକିମ୍

କଟକ,୧୧ା୧୨: ଓଡ଼ିଶା କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ମହମ୍ମଦ ମୋକିମ୍‌ ଦଳର ସଂସ୍କାର ଆଣିବା ଉଦ୍ଦେଶ୍ୟରେ ବାହାରିଥିବା କହିଛନ୍ତି। ପୂର୍ବରୁ ପିସିସି ସଭାପତି...

Bahraich Violence: ବହରାଇଚ ହିଂସା ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ, ଅନ୍ୟ ନଅ ଜଣଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ,୧୧।୧୨: ବହରାଇଚ ହିଂସାର ମୁଖ୍ୟ ଅଭିଯୁକ୍ତ ସରଫରାଜଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି। ଅନ୍ୟ ନଅ ଜଣ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ କାରାଦଣ୍ଡ ଦିଆଯାଇଛି। ଗୁରୁବାର କୋର୍ଟ ରାମଗୋପାଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri