ପାଣ୍ଡିଆନ୍‌ଙ୍କୁ ଛାଡ଼ି ପାରୁନାହାନ୍ତି ନବୀନ, କାହିଁକି ଏମିତି କହି ଟାର୍ଗେଟ୍‌ କଲେ…

ଭୁବନେଶ୍ୱର,୨୯ା୮(ରବିନାରାୟଣ ଜେନା): କଳା ଟଙ୍କା ପାଇଁ ଭି.କେ. ପାଣ୍ଡିଆନ୍‌ଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକ ଛାଡ଼ି ପାରୁନାହାନ୍ତି ବୋଲି ଭାଜପା ନେତା ତଥା ଆସିକା ବିଧାୟକ ସରୋଜ ପାଢ଼ୀ କହିଛନ୍ତି। ଦିନକ ପୂର୍ବରୁ ବିଜେଡିର ଖବରଦାତା ସମ୍ମିଳନୀରେ ମୁଖପାତ୍ର ଲେନିନ୍‌ ମହାନ୍ତି ତାଙ୍କ ବିରୋଧରେ ଦେଇଥିବା ମନ୍ତବ୍ୟକୁ ନେଇ ଗୁରୁବାର ସରୋଜ ଏଭଳି ବିସ୍ଫୋରକ ବୟାନ ଦେଇଛନ୍ତି। ସରୋଜ କହିଛନ୍ତି, ”ମତେ କହିଲେ, ମୁଁ ହେଉ ହେଉ ବିଧାୟକ ହୋଇଗଲି। ଜାଣିବା ଦରକାର ମୁଁ ଲଢ଼ୁଆ ନେତା, ସଙ୍ଘର୍ଷରୁ ଆସିଛି। ମୋ ସହିତ ଲୋକଙ୍କ ଭଲପାଇବା ଅଛି। ଲୋକେ ମୋତେ ଭୋଟ ଦେଇ ଜିତାଇଛନ୍ତି। ହେଲେ ଯେଉଁମାନେ କହୁଛନ୍ତି କି ହେଉ ହେଉ ବିଧାୟକ ହୋଇଗଲି, ସେମାନେ କିନ୍ତୁ ଜୀବନ ବିତିଗଲେ ବି ହୋଇପାରିବେ ନାହିଁ“।
ସରୋଜ ପୁଣି କହିଛନ୍ତି, ବିଜେଡି ପାର୍ଟି ଫଣ୍ଡ୍‌ ନବୀନ କି ପାଣ୍ଡିଆନ୍‌ଙ୍କର ନୁହଁ। ପାଣ୍ଡିଆନ୍‌ କହୁଛନ୍ତି ‘ଆଇ ଆମ୍‌ ଡାଉନ୍‌, ବଟ୍‌ ନଟ୍‌ ଆଉଟ୍‌’। ଏହା କହି ସେ ତାଙ୍କ ଦଳର ସିନିୟର ଲିଡରଙ୍କୁ ଦୁର୍ବ୍ୟବହାର କରୁଛନ୍ତି। ବିଜେଡିର ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌ ଟଙ୍କା ଉପରେ ତାଙ୍କର ନଜର। ନବୀନ ପଟ୍ଟନାୟକଙ୍କ ବୟସ ନାହିଁ, ତେଣୁ ପାଣ୍ଡିଆନ୍‌ ପାର୍ଟି ଫଣ୍ଡ୍‌ ଉପରେ ନଜର ରଖିଛନ୍ତି ବୋଲି ସରୋଜ କହିଛନ୍ତି। ପାଣ୍ଡିଆନ୍‌ କାହାକୁ ନବୀନଙ୍କ ପାଖ ମଡ଼େଇ ଦେଉନାହାନ୍ତି। ସେଥିପାଇଁ ମୁଁ କହୁଛି ନବୀନଙ୍କର କେତେବେଳେ କ’ଣ ହୋଇଯିବ କହିହବନି। ସରୋଜ କହିଛନ୍ତି, ବିଜେଡି ନେତା ତୁମ୍ବନାଥ ପଣ୍ଡା ଓ ଲେନିନ୍‌ ମହାନ୍ତି ମୁଁ କ’ଣ ଜାଣିନାହାନ୍ତି। କେବଳ ପାଣ୍ଡିଆନ୍‌କୁ ଖୁସି କରିବାକୁ ଏସବୁ କଥା କହିଛନ୍ତି। ସେମାନେ ମତେ ସୁରକ୍ଷାକର୍ମୀ ଚାକିରି ଶଙ୍ଖଭବନରେ ଦେବେ ବୋଲି କହିଛନ୍ତି। ହେଲେ ମୁଁ କହୁଛି, ଲେନିନ୍‌ ମହାନ୍ତି ଓ ତୁମ୍ବନାଥ ପଣ୍ଡା ନିଜ ପରିବାର ସହିତ ଆସନ୍ତୁ ମୋ ଫାର୍ମ ହାଉସରେ ସେମାନଙ୍କୁ ଚାକିରି ଦେବି। ସେମାନଙ୍କ ପରିବାର ପ୍ରତିପୋଷଣ ଦାୟିତ୍ୱ ନେବି ବୋଲି ସରୋଜ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri