ସାଉଥ କୋରିଆରେ ଉଚ୍ଚ ପ୍ରଶଂସିତ ହେଲେ ଓଡ଼ିଆ ଝିଅ, କ୍ୟାନସର ରୋଗର ନିରାକରଣ ପାଇଁ ଗବେଷଣା କରି…

ଭଞ୍ଜନଗର,୨୮ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦର ଝିଅ ଡକ୍ଟର ଅୟେସ୍‌କାନ୍ତା ମହାନ୍ତି ଦକ୍ଷିଣ କୋରିଆରେ କ୍ୟାନସର ରୋଗ ପାଇଁ ନାନୋ ମେଡିସିନ ଉପରେ ଗବେଷଣା କରୁଥିଲେ। ଇତିମଧ୍ୟରେ ସେ ଡକ୍ଟରେଟ ଡିଗ୍ରୀ ହାସଲ କରିଛନ୍ତି। ଗଞ୍ଜାମର ଗର୍ବିତ ଝିଅ ଅୟେସ୍‌କାନ୍ତା ଦୀର୍ଘବର୍ଷର ଅଧ୍ୟବସାୟ ଏବଂ ନିଷ୍ଠା ପରେ ଏହି ସଫଳତା ପାଇଛନ୍ତି। ବୁଧବାର ଡକ୍ଟର ମହାନ୍ତିଙ୍କୁ ଦକ୍ଷିଣ କୋରିଆର ଗଓ୍ବାଙ୍ଗଜୁର ଚୋନାମ ନ୍ୟାଶନାଲ ୟୁନିଭର୍ସିଟି ପକ୍ଷରୁ ବାୟୋମେଡିକାଲ ସାଇନ୍ସରେ ଡକ୍ଟର ଅଫ୍‌ ଫିଲୋସୋଫି (ପିଏଚ୍‌ଡି) ଉପାଧି
ପ୍ରଦାନ କରାଯାଇଛି। ଚୋନାମ ନ୍ୟାଶନାଲ ୟୁନିଭର୍ସିଟିର ଉପକୁଳପତି ପ୍ରୋଫେସର୍‌ ଲି କୁନ-ବେ ତାଙ୍କୁ ଏହି ଅବସରରେ ସମ୍ମାନିତ କରିଥିଲେ। ଜଗନ୍ନାଥପ୍ରସାଦ ଭଳି ଏକ ଛୋଟିଆ ସହରରୁ ଅୟେସ୍‌କାନ୍ତା ସାଉଥ କୋରିଆ ଯାଇ ସେଠାରେ ପାଠ ପଢ଼ି ଆଗକୁ ଯାଇପାରିଛନ୍ତି। ଯାହା ଅଞ୍ଚଳବାସୀଙ୍କ ପାଇଁ ଖୁସିର ଖବର। ଡକ୍ଟର ମହାନ୍ତି ହେଉଛନ୍ତି ଜଗନ୍ନାଥପ୍ରସାଦ କଲେଜର ଅବସରପ୍ରାପ୍ତ ଓଡ଼ିଆ ବିଭାଗ ପ୍ରାଧ୍ୟାପକ ଲୋକନାଥ ମହାନ୍ତି ଏବଂ ମା’ ବିଜୟ ଲକ୍ଷ୍ମୀଙ୍କ କନ୍ୟା। ସେ ଜଗନ୍ନାଥପ୍ରସାଦରେ ପ୍ରାଥମିକ ଶିକ୍ଷା ଏବଂ ଯୁକ୍ତ ୨ ଓ ଭୁବନେଶ୍ବର ଆକାଶ ଇନ୍‌ଷ୍ଟିଚ୍ୟୁଟ୍‌ରେ ମେଡିକାଲ କୋଚିଂ ସାରିବା ପରେ ନୟାଗଡ଼ରେ ଯୁକ୍ତ ୩ ପଢ଼ିଥିଲେ। ଏହାପରେ ସିପେଟ ଭୁବନେଶ୍ୱରରେ ପିଜି କରିବା ପରେ ଦକ୍ଷିଣ କୋରିଆ ଚାଲିଯାଇଥିଲେ ଗବେଷଣା କରିବା ପାଇଁ। ସେଠାରେ ଦୀର୍ଘ ୬ ବର୍ଷ ଗବେଷଣା କରିବା ପରେ ସେ ଏହି ସଫଳତା ପାଇଛନ୍ତି। ତାଙ୍କର ଏହି ସଫଳତାରେ ସାଉଥ କୋରିଆରେ ଅବସ୍ଥିତ ତାଙ୍କ ସ୍ବାମୀ ତଥା ବରିଷ୍ଠ ବୈଜ୍ଞାନିକ ଡକ୍ଟର ଆଦିତ୍ୟ ନାରାୟଣ ମହାପାତ୍ର ଏବଂ ଅଭିଭାବକଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।

ସୂଚନାଯୋଗ୍ୟ, ଅୟେସ୍‌କାନ୍ତା ଜଣେ ଭଲ ସଙ୍ଗୀତଜ୍ଞ। ଏଥିସହ ସେ କଲେଜରେ ପାଠ ପଢ଼ିବା ସମୟରେ ଜାତୀୟ ସେବା ଯୋଜନାର ଜଣେ ସକ୍ରିୟ ସ୍ବେଚ୍ଛାସେବୀ ଥିଲେ। ତେଣୁ ସେ ରାଜ୍ୟ ଓ ଜାତୀୟ ସ୍ତରରେ ଅନେକ ପୁରସ୍କାର ପାଇଛନ୍ତି। ୨୦୧୫ରେ ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ଅୟେସ୍‌କାନ୍ତାଙ୍କୁ ଶ୍ରେଷ୍ଠ ସ୍ବେଚ୍ଛାସେବୀ ପୁରସ୍କାର ପ୍ରଦାନ କରିଥିଲେ। ଏଥିସହ ଜଣେ ଯୁବ କଣ୍ଠଶିଳ୍ପୀ ଭାବେ ମଧ୍ୟ ୨୦୧୫ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ରାଜ୍ୟପାଳ  ଅୟେସ୍‌କାନ୍ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଏଥିସହ ସେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟ ଓ ଜାତୀୟ ସ୍ତରରେ ଏକାଧିକ ଥର ପୁରସ୍କୃତ ହୋଇଛନ୍ତି। ଡକ୍ଟର ମହାନ୍ତିଙ୍କ ସନ୍ଦର୍ଭର ଶୀର୍ଷକ କ୍ୟାନସର ଚିକିତ୍ସା ପାଇଁ ଲେଜର-ଟ୍ରିଗର୍ଡ ନାନୋମେଡିସିନର ବିକାଶ। ଏକ ଶ୍ରେଷ୍ଠ ସନ୍ଦର୍ଭ ଭାବେ ପୁରସ୍କୃତ ହେଇଛି। ତାଙ୍କର ଏହି ସଫଳତାକୁ ପ୍ରଫେସର ଇନ୍‌-କ୍ୟୁ ପାର୍କ ଏବଂ ବହୁତ ଦେଶ ବିଦେଶର କ୍ୟାନସର ଗବେଷଣା ବିଶେଷଜ୍ଞମାନେ ପ୍ରଶଂସା କରିଥିଲେ। ଡକ୍ଟର ମହାନ୍ତିଙ୍କ ଏହି ଅଗ୍ରଣୀ ଗବେଷଣା କ୍ୟାନସର ରୋଗର ନିରାକରଣ ନିମନ୍ତେ ବହୁତ ସହାୟକ ହେବ ଏବଂ ଆଗାମୀ ଯୁବ ବୈଜ୍ଞାନିକମାନଙ୍କୁ ପ୍ରେରଣା ଯୋଗାଇବ। ବର୍ତ୍ତମାନ ଡକ୍ଟର ମହାନ୍ତି ଚୋନାମ ନ୍ୟାଶନାଲ ୟୁନିଭର୍ସିଟିର କ୍ୟାନସର ଚିକିତ୍ସାଳୟ, ଯାହାକି ବିଶ୍ୱର ଶ୍ରେଷ୍ଠ କ୍ୟାନସର ଚିକିତ୍ସାଳୟ ଭାବେ ସ୍ବୀକୃତିପ୍ରାପ୍ତ, ସେଠାରେ ବୈଜ୍ଞାନିକ ଭାବେ ନିଯୁକ୍ତି ପାଇ ଉଚ୍ଚତର ଗବେଷଣା କରୁଛନ୍ତି। ତାଙ୍କର ଉଲ୍ଲେଖନୀୟ ସଫଳତା ତାଙ୍କ ପରିବାର, ଅଞ୍ଚଳ ଏବଂ ରାଜ୍ୟ ପାଇଁ ଗର୍ବର ବିଷୟ।


Enter your email to get our daily news in your inbox.

All Right Reserved By Dharitri.Com

ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ: ଗର୍ଜନ ଶୁଣି…

ଅନୁଗୋଳ,୯।୧୨(ମାନସ ବିଶ୍ୱାଳ): ଶିକାରୀ ଫାଶରେ ପଡିଲା କଲରାପତରିଆ ବାଘ, ଅନୁଗୋଳ ରେଞ୍ଜ ପୁରୁଣା ଗଡ଼ ସେକ୍ସନ କରତପଟା ବିଟ ଅନ୍ତର୍ଗତ ଜଙ୍ଗଲରେ ଫାଶରେ ପଡିଛି କଲରାପତରିଆ...

ହାଡ଼ ଭଙ୍ଗା ଶୀତରେ ଥରୁଛି ଜି.ଉଦୟଗିରି: ତାପମାତ୍ରା ରହିଛି…

ଜି.ଉଦୟଗିରି ୯/୧୨(ଶିଶିର ପଟ୍ଟନାୟକ / ଚିନ୍ମୟ କୁମାର ସେଠି ): ଜି ଉଦୟଗିରି ସମେତ ସାରା ରାଜ୍ୟରେ ଜାରି ରହିଛି ଶୀତର ଲହରୀ। ଏକ ସପ୍ତାହ...

ଢାବାରେ ଯୁବକଙ୍କୁ ଖଣ୍ଡାରେ ହାଣି ଲହୁଲୁହାଣ କଲେ ଦୁର୍ବୃତ୍ତ

ପରଜଙ୍ଗ,୯।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗ୍ରାମ ନିକଟ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରେ ଥିବା ଏକ ଢାବାରେ...

ଧାନ କିଣାବିକାରେ ଅଚଳାବସ୍ଥା: ଧାନବସ୍ତା ସହିତ ରାଜରାସ୍ତାକୁ ଓହ୍ଲାଇଲେ ଚାଷୀ

ଅତାବିରା/ଗୋଡ଼ଭଗା,୯।୧୨(ଯୁଧିଷ୍ଠିର ମହାପାତ୍ର/ସୁରେଶ ଦାଶ)- ବରଗଡ଼ ଜିଲାରେ ଗତମାସ ୨୮ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟା ୧୨ଦିନରେ ପହଞ୍ଚିଛି। ହେଲେ...

ଶୋଇଥିଲେ ଘର ଲୋକ, ଫାଟିଲା ସିଲିଣ୍ଡର: ଆଉ ତା’ପରେ ଘଟିଲା…

ଦେବଗଡ,୯।୧୨(ଶଶାଙ୍କ ଶେଖର ଝାଙ୍କର)ଦେବଗଡ ଜିଲ୍ଲା ବାରକୋଟ ବ୍ଲକ ସଦର ରେ ଗ୍ୟାସ ସିଲିଣ୍ଡର ଫାଟି ବ୍ୟାପକ କ୍ଷୟକ୍ଷତି, ଅଳ୍ପକେ ବର୍ତ୍ତିଲେ ପରିବାର। ଦେବଗଡ ଜିଲା ବାରକୋଟ...

ଜନ୍ମଦିନରେ ଚାଷୀନେତାଙ୍କୁ ସଂଘବଦ୍ଧ ଆକ୍ରମଣ: ବିଭିନ୍ନ ମହଲରେ ନିନ୍ଦା

ବରଗଡ଼,୯।୧୨(ପ୍ରେମାନନ୍ଦ ଖମାରୀ): ସଂଯୁକ୍ତ କୃଷକ ସଂଗଠନର ଜଣେ ଆଗଧାଡ଼ିର ଚାଷୀନେତା ସୁରେଶ ନେକାଣ୍ଟିଙ୍କୁ ସଂଘବଦ୍ଧ ଆକ୍ରମଣ ହୋଇଛି। ବରଗଡ଼ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କଲାପାଣି ଛକରେ...

ଟ୍ରେନ ଧକ୍କାରେ ମୁଣ୍ଡ ଗଣ୍ଡି ଅଲଗା, ରେଲୱେ ଟ୍ରାକରେ ପଡିଛି ମୃତଦେହ

ବଲାଙ୍ଗୀର,୯।୧୨ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ରେଲୱେ ଷ୍ଟେଶନ ନିକଟ ମହୁଲବାହାଲି ଗାଁ ନିକଟ ଟ୍ରାକରେ ପଡିଛି ଅଜଣା ବ୍ୟକ୍ତିଙ୍କ ମୃତଦେହ। ଟ୍ରେନ...

ନର୍ମାଲ ଡେଲିଭରୀ ଚାହୁଁଥିଲେ ଆପଣାନ୍ତୁ…. ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଟିପ୍ସ

ଭୁବନେଶ୍ୱର,୯।୧୨: ଆଜିକାଲି ସିଜେରିଆନ ଡେଲିଭରି ସଂଖ୍ୟା ବଢିବାରେ ଲାଗିଛି। ଯଦି ନର୍ମାଲ ଡେଲିଭରୀ ଚାହୁଁଛନ୍ତି ତେବେ ସରକାରୀ ହସ୍ପିଟାଲ୍‌କୁ ଯାଆନ୍ତୁ ବୋଲି ବିଧାନସଭାରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri