କେସିଙ୍ଗା,୨୮।୮(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲାର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ କେସିଙ୍ଗା ମହାବିଦ୍ୟାଳୟରେ ୪୫ ତମ ପ୍ରତିଷ୍ଠା ଦିବସ ମଙ୍ଗଳବାର ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢୀ ସଭାପତିତ୍ୱ କରିବା ସହିତ ନିଜସ୍ବ ଅଭିଭାଷଣରେ ମହାବିଦ୍ୟାଳୟର ଗୌରବମୟ ଇତିହାସ ଏବଂ ଶୈକ୍ଷିକ ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାଧ୍ୟାପକ ଅଶ୍ବିନୀ କୁମାର ପଟ୍ଟନାୟକ, ପ୍ରାଧ୍ୟାପକ ପର୍ଶୁରାମ ସାହୁ ଏବଂ ପ୍ରାଧ୍ୟାପକ ଲୋହିତ କୁମାର ଭୋଇ ନିଜସ୍ବ ଅଭିଭାଷଣରେ ମହାବିଦ୍ୟାଳୟର ବିଭିନ୍ନ ଦିଗରେ ପାଇଥିବା ସଫଳତା ସମ୍ପର୍କରେ ଆଲୋଚନା କରିବା ସହିତ ମହାବିଦ୍ୟାଳୟର ସାମ୍ପ୍ରତିକ ଅଭିବୃଦ୍ଧିକୁ ପ୍ରଶଂସା କରିଥିଲେ। ଇତ୍ୟାବସରରେ ମହାବିଦ୍ୟାଳୟର ଓଡିଆ ବିଭାଗର ଅଧ୍ୟାପକ ଡକ୍ଟର ରାକେଶ କୁମାର ବିଶିଙ୍କୁ ଡିଂ ଲିଟ ପାଇବା ଉପଲବ୍ଧି ନିମନ୍ତେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ ଅବସରରେ ଅୟୋଜିତ ବିଭିନ୍ନ ପ୍ରତିଯୋଗୀତାରେ କୃତିତ୍ୱ ହାସଲ କରିଥିବା ଛାତ୍ରୀଛାତ୍ରମାନଙ୍କୁ ପୁରସ୍କୃତ କରାଯାଇଥିଲା ।


