ଦାରିଙ୍ଗବାଡ଼ି,୧୪ା୮(ଅରୁଣ ସାହୁ): ଆଉ କିଛି ଘଣ୍ଟାର ଅପେକ୍ଷା ଦେଶ ପାଳିବ ୭୯ତମ ସ୍ବାଧୀନତା ଦିବସ। ଏହି ଅବସରରେ ଏହାର ଜୋରଦାର ପ୍ରଭାବ ଦେଖିବାକୁ ମିଳିଛି କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଡଃ ଭୀମରାଓ ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ବିଦ୍ୟାଳୟର ଛାତ୍ରୀଛାତ୍ର ବିରାଟ ଶୋଭାଯାତ୍ରାରେ ନିଜ ବିଦ୍ୟାଳୟରୁ ବାହାରି ଦାରିଙ୍ଗବାଡ଼ିର ବସ୍ଷ୍ଟାଣ୍ଡ ସମେତ ଚାରିଛକ, ବଜାର, ତିନିଛକ ଆଦି ପୂରା ସହର ବୁଲି ହରଘର ତ୍ରିରଙ୍ଗା ପାଇଁ ବାର୍ତ୍ତା ବାଣ୍ଟିଛନ୍ତି। ହାତରେ ତ୍ରିରଙ୍ଗା ପତାକା ଧରି ଦେଶାତ୍ମକ ଭାବନାରେ ଭାଇଚାରାର ସନ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ ଏବଂ ରାଜ୍ୟ ସଂସ୍କୃତି ବିଭାଗର ସହଯୋଗରେ ବିଦ୍ୟାଳୟର ଅଧ୍ୟକ୍ଷ ଡ. ପ୍ରତାପ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ବିଦ୍ୟାଳୟର ଛାତ୍ରୀଛାତ୍ରଙ୍କ ସମେତ ଅଧ୍ୟାପିକା, ଅଧ୍ୟାପକମାନେ ଏହି ଶୋଭାଯାତ୍ରାରେ ବାହାରିଥିଲେ। ୭୯ ତମ ସ୍ବାଧୀନତାର ଅମୃତ ମହୋତ୍ସବ ପାଇଁ ତ୍ରିରଙ୍ଗା ଶୋଭାଯାତ୍ରା କରାଯାଇଥିବା ବିଦ୍ୟାଳୟର ଅଧ୍ୟକ୍ଷ ପ୍ରତାପ ବେହେରା କହିଛନ୍ତି। ଏହାଦ୍ୱାରା ଛାତ୍ରୀଛାତ୍ରଙ୍କ ମଧ୍ୟରେ ଦେଶ ପ୍ରେମ ବୃଦ୍ଧି ପାଇବା ସହ ଭାରତ ବର୍ଷର ଜଣେ ଜଣେ ଭଲ ନାଗରିକ ହୋଇପାରିବେ ବୋଲି ସେ କହିଛନ୍ତି। ଏହି ଅବସରରେ ବିଦ୍ୟାଳୟର ଅଧ୍ୟାପିକା ସସ୍ମିତା ସାମନ୍ତ, ବବଲୀନ ନାୟକ,ବିନୋଦ କୁମାର ସୁବୁଦ୍ଧି, ସ୍ମିତାଞ୍ଜଳି ପଟ୍ଟନାୟକ, ନିମାଇଁ ଚରଣ ପଣ୍ଡା, ବିଷ୍ଣୁ ସାହୁ, ରଶ୍ମୀରଞ୍ଜନ ତ୍ରିପାଠୀ, ବିକ୍ରମ କିଶୋର ପଟ୍ଟନାୟକ ପ୍ରମୁଖ ଏହି ଶୋଭାଯାତ୍ରାରେ ସାମିଲ ହୋଇଥିଲେ।


