ଦିବ୍ରୁଗଡ଼, ୧୧ା୮ (ପି.ଟି.):ଆସାମର ଦିବ୍ରୁଗଡ଼ ଜିଲାସ୍ଥିତ କଚାରିପଠାରଠାରେ ଥିବା ଏକ ଚା’ ବଗିଚାରେ ଜଣେ ୮ ବର୍ଷୀୟା ବାଳିକାଙ୍କୁ ବଳାତ୍କାର ଓ ପରେ ହତ୍ୟା କରାଯାଇଛି। ବାଳିକା ଜଣକ ଜାଳେଣି କାଠ ସଂଗ୍ରହ କରିବାକୁ ଉକ୍ତ ବଗିଚାକୁ ଯାଇଥିଲେ। ଅଭିଯୁକ୍ତ ଜଣକ ସେଠାରେ ବାଳିକାଙ୍କୁ ଏକୁଟିଆ ଦେଖି ପ୍ରଥମେ ତାଙ୍କୁ ବଳାତ୍କାର ଓ ପରେ ହତ୍ୟା କରିଥିଲେ। ପୀଡ଼ିତାଙ୍କ ମୃତ୍ୟୁପରେ ତାଙ୍କ ମୃତଦେହକୁ ସେ ଏକ ନାଳରେ ଲୁଚାଇ ସେଥିରେ ଘାସ ଘୋଡ଼ାଇ ଦେଇଥିଲେ। ପୀଡ଼ିତାଙ୍କ ପରିବାରର ଅଭିଯୋଗକ୍ରମେ ପୋଲିସ ପୋକ୍ସୋ ଆକ୍ଟ ଏବଂ ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍)ର ବିଭିନ୍ନ ଧାରାରେ ମାମଲା ରୁଜୁକରି ରବିବାର ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ପୂର୍ବରୁ ନିଜ ମା’ଙ୍କୁ ହତ୍ୟାକରି ୧୪ ବର୍ଷ ଜେଲଦଣ୍ଡ କାଟିଥିବା ନେଇ ପୋଲିସ ସୂଚନା ଦେଇଛି। ୩ ବର୍ଷ ତଳେ ସେ ଜେଲରୁ ମୁକୁଳିଥିଲେ।


