ସ୍ମୃତି ଇରାନୀଙ୍କ ଜଲଓ୍ବା: ଏପିସୋଡ୍‌ ପିଛା ଚାର୍ଜ କରୁଛନ୍ତି ଏତିକି ଟଙ୍କା, ବଡ଼ ବଡ଼ ଟେଲି ଅଭିନେତ୍ରୀ…

ମୁମ୍ବାଇ: ରାଜନୀତିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ପରେ ଛୋଟ ପରଦାକୁ ପୁଣି ଫେରିଛନ୍ତି ଅଭିନେତ୍ରୀ ସ୍ମୃତି ଇରାନୀ। ଚର୍ଚ୍ଚିତ ଧାରାବାହିକ ‘କ୍ୟୁକି ସାସ୍‌ ଭି କଭି ବହୁ ଥି’ର ଦ୍ୱିତୀୟ ସିଜନରେ ସେ ନଜର ଆସୁଛନ୍ତି। ପୁଣିଥରେ ‘ତୁଳସୀ’ ଚରିତ୍ରରେ ନଜର ଆସୁଛନ୍ତି। ଏହାକୁ ନେଇ ପ୍ରଶଂସକମାନେ ବେଶ ଖୁସି ହୋଇଛନ୍ତି। ଫଳରେ ଲୋକପ୍ରିୟତାକୁ ନେଇ ଏହା ଟିଆରପି ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛି। ଲୋକପ୍ରିୟ ଶୋ’ ‘ଅନୁପମା’କୁ ପଛରେ ପକାଇ ସ୍ମୃତି ଇରାନୀ ଏହି ସିରିଏଲ ସହିତ ଟେଲି ପରଦାର ସର୍ବାଧିକ ପାରିଶ୍ରମିକ ନେଉଥିବା ଅଭିନେତ୍ରୀ ହେବାର ମାନ୍ୟତା ହାସଲ କରିଛନ୍ତି।
ରିପୋର୍ଟ ଅନଯାୟୀ, ‘କ୍ୟୁଙ୍କି ସାସ ଭି କଭି ବହୁ ଥି ୨’ରେ ତୁଳସୀ ଚରିତ୍ର ପାଇଁ ସ୍ମୃତି ଇରାନୀ ପ୍ରତି ଏପିସୋଡ୍‌ ପିଛା ୧୪ ଲକ୍ଷ ଟଙ୍କା ପାରିଶ୍ରମିକ ନେଉଛନ୍ତି। ଏହି ପାରିଶ୍ରମିକ ସହିତ ସେ ଟିଭି ଇଣ୍ଡଷ୍ଟ୍ରିର ଅନ୍ୟ ସମସ୍ତ ଅଭିନେତ୍ରୀଙ୍କୁ ପଛରେ ପକାଇ ଦେଇଛନ୍ତି। ତୁଳନା କଲେ, ହିନା ଖାନ ପ୍ରତି ଏପିସୋଡ୍‌ ପଛା ୨ ଲକ୍ଷ ଟଙ୍କା ଏବଂ ‘ଅନୁପମା’ ପାଇଁ ରୂପାଲୀ ଗାଙ୍ଗୁଲୀ ପ୍ରତି ଏପିସୋଡ୍‌ ପିଛା ୩ ଲକ୍ଷ ଟଙ୍କା ପାରିଶ୍ରମିକ ନେଉଛନ୍ତି। ନିକଟରେ ଏକ ସାକ୍ଷାତକାରରେ ସ୍ମୃତି ଏହି ଚର୍ଚ୍ଚାକୁ ନିଶ୍ଚିତ କରିଛନ୍ତି।
କହିରଖୁଛୁ, ୨୦୦୦ରେ ସ୍ମୃତି ତୁଳସୀ ଭୂମିକାରେ ନଜର ଆସିଥିଲେ। ଏହା ତାଙ୍କୁ ଘରେ ଘରେ ପରିଚିତ କରାଇଥିଲା। ଜଣେ ଲୋକପ୍ରିୟ ଅଭିନେତ୍ରୀ ଭାବେ ସଫଳତାର ଶିଢ଼ୀ ଚଢ଼ିବା ପରେ ସେ ରାଜନୀତି କ୍ଷେତ୍ରରେ ପ୍ରବେଶ କରିଥିଲେ। ଏବେ ପୁଣି ଥରେ ସେ ଅଭିନୟକୁ ଫେରି ସମସ୍ତଙ୍କୁ ଚମକାଇଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri